ସୌନ୍ଦର୍ଯ୍ୟ ପାଲଟିଛି ଅଭିଶାପ। ନିଜ ଶରୀରର ଗଢଣକୁ ନେଇ ଅନେକ ଗାଳି ଶୁଣିବାକୁ ପଡୁଛି ଏହି ମଡେଲଙ୍କୁ। ତାଙ୍କ ଶରୀର ପ୍ରାକୃତିକ ନୁହେଁ, ଏହା ନକଲି ଶରୀର ବୋଲି ଅନେକ କୁହନ୍ତି। କିନ୍ତୁ ଏହି ମଡେଲ ତାଙ୍କ ଶରୀର ନକଲି ନୁହେଁ, ଏହା ପ୍ରାକୃତିକ ଶରୀର ବୋଲି ଦାବି କରିଛନ୍ତି। ଏନେଇ ସେ ମଧ୍ୟ ଡାକ୍ତରୀ ପ୍ରମାଣ ଦେଖେଇଛନ୍ତି। ତଥାପି ଲୋକେ ତାଙ୍କୁ ଗ୍ରହଣ କରିବାକୁ ନାରାଜ। ଫଳରେ ଚିନ୍ତାରେ ଅଛନ୍ତି ଏହି ମଡେଲ୍ ଯୁବତୀ।
ତୁର୍କୀର ଏକ ରେଷ୍ଟୁରାଂଟକୁ ନେଇ ଜୋରସୋରରେ ଚାଲିଛି ଚର୍ଚ୍ଚା। ସେଠାକାର ରୋଷେୟା ସେଫ୍ ନୁସରତ ଗୋକ୍ ଓରଫ୍ ସଲ୍ଟ ବେ ସମଗ୍ର ବିଶ୍ୱରେ ବେଶ୍ ପ୍ରସିଦ୍ଧି ଅର୍ଜନ କରିଛନ୍ତି ।
ଦୀର୍ଘ ବର୍ଷରେ ଚୀନ-ଭାରତ ସୀମାରେ ଫୁଟିଲା ଗୁଳି, ଖୁବଶୀଘ୍ର ନୂଆଦିଲ୍ଲୀ-ବେଜିଂ ମଧ୍ୟରେ ହେବ ବୈଠକ
ଇସଲାମାବାଦ୍: ହସ୍ପିଟାଲ୍ର କଳାକାରନାମା, ନବଜାତ ଶିଶୁ ବଦଳରେ ମା’କୁ ଦେଲେ ପ୍ଲାଷ୍ଟିକ୍ କଣ୍ଢେଇ। ପାକିସ୍ତାନର ଏକ ହସ୍ପିଟାଲରୁ ଏଭଳି ମାମଲା ସାମ୍ନାକୁ ଆସିଛି । ଘଟଣାରେ ଏକ ନବଜାତ ଶିଶୁକୁ ଅପହରଣ କରାଯାଇ ଶିଶୁ ବଦଳରେ ଏକ ପ୍ଲାଷ୍ଟିକ୍ କଣ୍ଢେଇକୁ ରଖିଦିଆଯାଇଛି ।
ଭାରତ ନୁହେଁ ଆଗାମୀ ଦିନରେ ଇସ୍ରାଏଲରୁ ନିର୍ବାଚନ ଲଢପାରନ୍ତି ମୋଦି !
ଦେଶବାସୀଙ୍କ କଥା ବୁଝି ପାରୁନାହାନ୍ତି ଇମ୍ରାନ୍ ସରକାର । ଚିନି କିଲୋ ୧୫୦ ହେଲେ, ଲୋକେ କରିବେ କ’ଣ ? ଦରବୃଦ୍ଧି ନେଇ କାହାକୁ ବା ଗୁହାରୀ କରିବେ ।
ଉତ୍ତର କୋରିଆରେ ଖାଦ୍ୟ ପାଇଁ ହାହାକାର । ସେଠାରେ ଦେଖା ଦେଇଛି ଖାଦ୍ୟ ସଙ୍କଟ । ସରି ସରି ଯାଉଛି ଖାଦ୍ୟ ଭଣ୍ଡାର ।
ଥରେ ନୁହେଁ କି ଦୁଇ ଥର ନୁହେଁ ବନ୍ଧୁକ ମୁନରେ ଆଫଗାନିସ୍ତାନ ଅକ୍ତିଆର କରିବା ପରେ ୧୦ ଥରରୁ ଅଧିକ ଆକ୍ରମଣ ହୋଇସାରିଲାଣି । ୧୫ ଅଗଷ୍ଟ ୨୦୨୧ରେ ତାଲିବାନ ଆଫଗାନିସ୍ତାନର ରାଜଧାନୀ କାବୁଲ ଅକ୍ତିଆର୍ କରିଥିଲା । ସେବେଠାରୁ ଆଫଗାନିସ୍ତାନରେ କ୍ରମାଗତ ବିସ୍ଫୋରଣ ଘଟିଚାଲିଛି
ଆଫଗାନ୍ରେ ଆଉ ଚାଲିବନି ବିଦେଶୀ ମୁଦ୍ରା । ଆଫଗାନିସ୍ତାନରେ ବିଦେଶୀ ମୁଦ୍ରା ଉପରେ ପ୍ରତିବନ୍ଧକ ଲଗାଇଛି ତାଲିବାନ । ଏଣିକି ଯେଉଁମାନେ ଏହି ନୟମ ଉଲଙ୍ଘନ କରିବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଗ୍ଲୋବାଲ୍ ଓ୍ୱାର୍ମିଂର କୋପରେ ଅହରହ ତରଳୁଛି କୋଟି କୋଟି ଟନ୍ ବରଫ।ଗ୍ରୀନ୍ ଲ୍ୟାଣ୍ଡରେ ଗତ ଦଶନ୍ଧିରେ ସାଢ଼େ ୩ ଲକ୍ଷ କୋଟି ଟନ୍ ବରଫ ସ୍ବାହା। ସାରାବିଶ୍ୱରେ ଏଥିଯୋଗୁଁ ୧ ସେ.ମି. ବଢ଼ିଛି ସମୁଦ୍ର ଜଳସ୍ତର । ବରଫ ତରଳିବା ସହ ବିଶ୍ୱସ୍ତରରେ ବଢୁଛି ବିପଦ
ଲୋକପ୍ରିୟତାର ଶୀର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିର୍ବାଚନ ଲଢ଼ିବାକୁ ଭିନ୍ନ ଦେଶରୁ ଡକରା ଆସିଲାଣି । ଦେଶ ଛାଡ଼ି ବିଦେଶରେ ବି ମୋଦି ବ୍ରାଣ୍ଡ୍ ଧମାଲ୍ ମଚାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦିନ ଜଳବାୟୁ ପରିବର୍ତ୍ତନ ଓ ପରିବେଶ ସମ୍ମିଳନୀ ‘ସିଓପି୨୬ରେ’ ଅନେକ ଦେଶର ନେତାଙ୍କୁ ମଧ୍ୟ ଭେଟିଛନ୍ତି
ଦେବାଳିଆ ହେଲାଣି ପାକିସ୍ତାନ। ଦେଶ ଚଳାଇବାକୁ ଇମ୍ରାନଙ୍କ ପାଖରେ ନାହିଁ ଟଙ୍କା। ଋଣ ସୁଝି ପାରୁ ନ ଥିବାରୁ ଆଉ କେହି ତାଙ୍କୁ ଟଙ୍କା ଦେଉନାହାନ୍ତି। ଏବେ ପୂରା ଟେନ୍ସନ୍ରେ ଇମ୍ରାନ ଖାନ୍
ଗ୍ରୀନ୍ଲ୍ୟାଣ୍ଡ ସାମ୍ନାକୁ ଆସିଛି ଏକ ଗମ୍ଭୀର ସମସ୍ୟା । ବିଶ୍ୱକୁ କିଭଳି ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱ ତାପନ ବା ଗ୍ଲୋବାଲ୍ ଓ୍ୱାର୍ମିଂ ଗ୍ରାସ କରୁଛି, ତାର ସିଧାସଳଖ ପ୍ରଭାବ ଦେଖିବାକୁ ମିଳିଛି ଏହି ବରଫାବୃତ ଦେଶରେ ।
ଆଫଗାନିସ୍ତାନର ରାଜଧାନୀ କାବୁଲର ଏକ ମିଲଟାରୀ ହସ୍ପିଟାଲ ବାହାରେ ଆତ୍ମଘାତୀ ସିରିଏଲ ବୋମା ବିସ୍ଫୋରଣ ଘଟିଛି । ବିସ୍ଫୋରଣ ପରେ ଗୁଳିମାଡ଼ର ଶବ୍ଦ ମଧ୍ୟ ଶୁଣାଗଲା ।
ଉତ୍ତର କୋରିଆରେ ଦେଖା ଦେଇଛି ଗୁରୁତର ଖାଦ୍ୟ ସଙ୍କଟ । ସରି ସରି ଯାଉଛି ଖାଦ୍ୟ ଭଣ୍ଡାର । ଆଉ ଏହାର ମୁକାବିଲା ପାଇଁ ଅଜବ ଆଦେଶ ଜାରି କରିଛନ୍ତି ରାଷ୍ଟ୍ରପତି କିମ୍ ଜଙ୍ଗ ଉନ୍ ।
ଆପଣ ଏଭଳି କୌଣସି ଦେଶ ସମ୍ପର୍କରେ ଜାଣିଛନ୍ତି କି, ଯେଉଁଠାରେ ଜନସଂଖ୍ୟା ମାତ୍ର ୨୭ । ଯଦି ଜାଣିନାହାନ୍ତି ତେବେ ଆଜି ଆମେ ଆପଣଙ୍କୁ ସେହି ନିଆରା ଦେଶର ବିଷୟରେ ଜଣେଇବୁ, ଯାହାର ନାଁ ସି-ଲ୍ୟାଣ୍ଡ । ଏହି ଦେଶଟି ଇଂଲଣ୍ଡ ନିକଟରେ ଅବସ୍ଥିତ । ବିଶ୍ୱ ଯୁଦ୍ଧ ସମୟରେ ବ୍ରିଟେନ୍ ଦ୍ୱାରା ଏହି ଦେଶର ନିର୍ମାଣ କରାଯାଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଏହା ସ୍ୱତନ୍ତ୍ର ଦେଶ ହୋଇଗଲା ,ଏପରିକି ଏହି ଦେଶର ଜାତୀୟ ସଂଗୀତ ବି ରହିଛି ଆଉ ଭିନ୍ନ ଜାତୀୟ ପତାକା ବି ରହିଛି ।
ଦେଶବାସୀ ଭୋକରେ ଆଉଟୁ ପାଉଟୁ ହେଉଥିବା ବେଳେ ବିଶ୍ୱ ସମୁଦାୟକୁ ଧମକ୍ ଦେଲା ତାଲିବାନ୍ । କିଛି ଦିନ ପୂର୍ବରୁ ସାହାଯ୍ୟ କରିବାକୁ ଗୁହାରୀ କରୁଥିଲା,ଆଜି ଧମକ ଦେଉଛି । ଆମେରିକା ଓ ଅନ୍ୟ ବିଶ୍ୱସ୍ତରୀୟ ଶକ୍ତିମାନଙ୍କୁ ଆଫଗାନିସ୍ତାନରେ ସେମାନଙ୍କର ସରକାରକୁ ସ୍ୱୀକୃତି ଦେବାରେ ସମୟ ନଷ୍ଟ ନକରିବାକୁ ଆହ୍ୱାନ ଦେଇଛି ତାଲିବା
ଲାଜ ସରମ ହରାଇ ବସିଲାଣି ପାକିସ୍ତାନ। ଦେଶ ଚଳାଇ ପାରୁନାହାନ୍ତି ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍। ଦିନକୁ ଦିନ କାଙ୍ଗାଳ ଅବସ୍ଥାକୁ ଯାଉଛି ପାକିସ୍ତାନ। ନା ଖାଇବାକୁ ଅଛି ନା ପାଖରେ ଟଙ୍କା ଅଛି? ଏମିତି ଅବସ୍ଥାରେ କେମିତି ଦେଶ ଚଳାଇବେ ସେ ଚିନ୍ତାରେ ଇମ୍ରାନ। କଥାରେ ଅଛି ଅଭାବ ନଷ୍ଟ କରେ ସ୍ୱଭାବ। ଠିକ୍ ସେହି ସ୍ଥିତି ପାକିସ୍ତାନର
କ୍ରୁରତାର ସୀମା ଟପିଲା ତାଲିବାନ୍ । ରକ୍ତରଞ୍ଜିତ ହେଲା ବିବାହ ଉତ୍ସବ । ହସଖୁସିର ମାହୋଲରେ କାନ୍ଦବୋବାଳି ପଡ଼ିଗଲା । ଆଫଗାନିସ୍ତାନରେ ତାଲିବାନ ପୁଣି ନିଜର ପୁରୁଣା ରୂପ ଦେଖାଇଛି
ପିଜା ବର୍ଗରରେ ମିଶୁଛି ସର୍ଫ ଗୁଣ୍ଡ । ଯଦି ଆପଣ ପିଜା-ବର୍ଗର୍ ଖାଇବାକୁ ପସନ୍ଦ କରନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ନିହାତି ଜରୁରୀ ।
G20 ବୈଠକରେ ଭାଗ ନେଇ କୋଭିଡ୍ ମହାମାରୀ ବିରୋଧରେ ଏକାଠି ଲଢେଇ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଛନ୍ତି ଆହ୍ୱାନ । ଏକ ବିଶ୍ୱ ଏବଂ ଏକ ସ୍ୱାସ୍ଥ୍ୟନୀତି ଉପରେ ଗୁରୁତ୍ୱ ଦେଇଛନ୍ତି ମୋଦୀ ।
ହାଡ଼ଭଙ୍ଗା ଶୀତର ମୁକାବିଲା ପାଇଁ ଆନ୍ତର୍ଜାତୀୟ ଆର୍ଥିକ ସହାୟତା ଯୋଗାଇଦାବକୁ ନିବେଦନ କରିଛନ୍ତି ତାଲିବାନ ମୁଖପାତ୍ର ତଥା ମିଳିତ ଜାତିସଂଘର ସ୍ଥାୟୀ ପ୍ରତିନିଧୀ (ନିଯୁକ୍ତ) ସୁହେଲ ଶାହିନ୍
ହିନ୍ଦୁ ଧର୍ମ ଆପଣାଇଲେ ଇଣ୍ଡୋନେସିଆର ପୂର୍ବତନ ରାଷ୍ଟ୍ରପତି ସୁକର୍ଣ୍ଣୋଙ୍କ ଝିଅ ସୁକମାବତୀ । ନିଜର ୭୦ ତମ ଜନ୍ମ ଦିବସରେ ବାଲି ସ୍ଥିତ ସୁକର୍ଣ୍ଣୋ ସେଣ୍ଟରରେ କଡ଼ା ସୁରକ୍ଷା ଭିତରେ ଧର୍ମାନ୍ତରୀକରଣ ସମାରୋହ ଅନୁଷ୍ଠିତ ହୋଇଥିଲା । ମୁସଲିମ୍ ବହୁଳ ଜାକର୍ତ୍ତା ଠାରୁ ହିନ୍ଦୁ ବହୁଳ ବାଲିକୁ ଅଧିକ ପସନ୍ଦ କରୁଛନ୍ତି ସୁକମାବତୀ ।
ପ୍ରାୟ ସମସ୍ତେ ବେଳାଭୂମିକୁ ବୁଲିବା ପାଇଁ ଯାଇଥାନ୍ତି । ହେଲେ ସମୁଦ୍ର କୂଳର କିଛି ଦୃଶ୍ୟ ଲୋକମାନଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି । ବ୍ରିଟେନ୍ର ଏକ ବେଳାଭୂମିରେ ହଜାର ହଜାର ସାମୁଦ୍ରିକ ପ୍ରାଣୀଙ୍କ ମୃତ ଦେହ ପଡିରହିଛି ବୋଲି ନ୍ୟୁଜ୍ ଏଜେନ୍ସିଡେଲି ଷ୍ଟାରରେ ଦର୍ଶାଯାଇଛି । ମୃତ ଜଳଜୀବଙ୍କ ମଧ୍ୟରେ କଙ୍କଡା, ଚିଙ୍ଗୁଡି ଏବଂ ଅନ୍ୟାନ୍ୟ ସାମୁଦ୍ରିକ ଜୀବମାନେ ରହିଛନ୍ତି । ବ୍ରିଟେନ୍ର ଟିସାଇଡ୍ର ମାର୍ସକେରୁ ସଲ୍ଟବର୍ନ ଅଞ୍ଚଳ ପର୍ଯ୍ୟନ୍ତ ଜଳଚର ପ୍ରାଣୀଙ୍କ ମୃତ ଦେହ ପଡ଼ିରହିଛି ।
ଜନସଂଖ୍ୟା ବୃଦ୍ଧି ବିଶ୍ୱ ପାଇଁ ପ୍ରଧାନ ସମସ୍ୟାର କାରଣ ହୋଇଛି। ଏନେଇ ଅନେକ ଦେଶ ପିଲା ଜନ୍ମ ଉପରେ ନିଷେଧାଜ୍ଞା ଜାରି କରିଛନ୍ତି। ଚୀନରେ ଅନେକ ବର୍ଷ ଧରି ଗୋଟିଏ ସନ୍ତାନ ଜନ୍ମ ଆଇନ ରହିଥିଲା। ସେହିଭଳି ଜନସଂଖ୍ୟା ନିୟନ୍ତ୍ରଣ ନେଇ ଅନ୍ୟାନ୍ୟ ଦେଶରେ ବି ଅନେକ ନିୟମ ରହିଛି। ଏଥିରେ ଗର୍ଭନିରୋଧକ ଭଳି ନିୟମ ମଧ୍ୟ ସାମିଲ ରହିଛି। ସରକାର ତରଫରୁ ଜନସଂଖ୍ୟା ନିୟନ୍ତ୍ରଣ ନେଇ ଅନେକ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଚାଲିଛି। ଏଥିରେ କଣ୍ଡୋମ ବ୍ୟବହାରକୁ ସବୁଠାରୁ ପ୍ରଭାବଶାଳୀ ଓ ସୁରକ୍ଷିତ ବୋଲି କୁହାଯାଉଛି।