ଗୁଗୁଲ ମ୍ୟାପରେ ସର୍ଟକଟ ବାଟ ସର୍ଚ୍ଚ କରିଥିଲେ। ଏହାପରେ ସେ ମ୍ୟାପ ଅନୁସରଣ କରି କାର ଡ୍ରାଇଭିଂ ଆରମ୍ଭ କରିଦେଲେ। ମାତ୍ର ଗୁଗୁଲ ମ୍ୟାପ ତାଙ୍କୁ ନେଇ ଏକ ପାହାଚ ଉପରେ ପହଞ୍ଚାଇ ଦେଲା।
ଅଧ୍ୟାପକ ଦିୟାରାମ ତାଙ୍କ ସାନଭାଇ ଅନୁଜଙ୍କୁ ଫୋନ କରି ଏ ସମ୍ପର୍କରେ ଜଣାଇଥିଲେ । ସେ କହିଥିଲେ ସଞ୍ଜୀବ ନାମକ ଜଣେ ବ୍ୟକ୍ତି ଏବଂ ତାଙ୍କ ସହଯୋଗୀମାନେ ତାଙ୍କୁ ପାଟ୍ରାସା ଗାଁର ଏକ ଘରେ ତାଲା ପକାଇ ଦେଇଛନ୍ତି ।
'12th Fail'କୁ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଛି । ଏହି ଫିଲ୍ମ ପାଇଁ ବିଦୁ ବିନୋଦ ଚୋପ୍ରାଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ଅଭିନେତା ଭିକ୍ରାନ୍ତ ମାସିଙ୍କୁ କ୍ରିଟିକ୍ସ କାଟାଗୋରିରେ ଶ୍ରେଷ୍ଠ ଅଭିନେତା ପୁରସ୍କାର ପ୍ରଦାନ କରାଯାଇଛି।
ଈର୍ଷା, ଦ୍ୱେଷ ମନୋଭାବ ଆଣିବା ଆଦୌ ଉଚିତ ନୁହେଁ । ପ୍ରତିଯୋଗିତା ବନ୍ଧୁମାନଙ୍କ ସହ ନୁହେଁ, ନିଜ ସହ କରନ୍ତୁ । ବନ୍ଧୁଙ୍କ ଠାରୁ ପ୍ରେରଣା ନିଅନ୍ତୁ ଆଉ ଆଗକୁ ବଢ଼ନ୍ତୁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
କହିବାନୁସାରେ, ସେ ତାଙ୍କ କାରକୁ ବାହାରେ ପାର୍କିଂ କରି ଭିତରକୁ ଯାଇଥିଲେ । ତାଙ୍କ ବନ୍ଧୁଙ୍କ ସହିତ ଏକ ଭିଡିଓ ସୁଟ୍ କରିବାକୁ ଚାହୁଁଥିଲେ । ତେଣୁ ସେ ୨୯ ମହଲାକୁ ଯାଇ କାଉଣ୍ଟଡାଉନ୍ ଆରମ୍ଭ କରିଥିଲେ । ପରେ ପରେ ସେ ଛାତରୁ ଡେଇଁପଡ଼ିଥିଲେ ।
ଅଗ୍ନିଶମ ବିଭାଗ କହିଛି ଯେ, ରାତି ୧୨ଟା ୧୬ ମିନିଟ୍ରେ ଏ ନେଇ ଆମପାଖକୁ ଫୋନ୍ କଲ୍ ଆସିଥିଲା । ନିଆଁକୁ ଆୟତ୍ତ କରିବା ପାଇଁ ଆଠଟି ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା ।
ଅବଶ୍ୟ ଏହି ଦୁର୍ମୂଲ୍ୟ ପେଣ୍ଟିଂଟି ବୁଲେଟ ପ୍ରୁଫ୍ କାଚ ବାକ୍ସ ଭିତରେ ଥିବାରୁ, ତାର କିଛି କ୍ଷତି ହୋଇନାହିଁ । ତେବେ ସୂଚନା ମିଳିଛି ଯେ, ଫ୍ରାନ୍ସ ସରକାରଙ୍କ କୃଷିନୀତିକୁ ବିରୋଧ କରି ଏବଂ ଚାଷୀଙ୍କ ଅଧିକାର ଦାବିରେ ଏହି ପ୍ରତିବାଦ କରାଯାଇଛି ।
‘ବିଗ୍ ବସ୍’ ସୋ’ ହୋଷ୍ଟ ତଥା ବଲିଉଡ ଅଭିନେତା ସଲମାନ ଖାନ ୩୨ ବର୍ଷିୟ ଫାରୁକୀଙ୍କୁ ବିଜେତା ଭାବେ ଘୋଷଣା କରିଛନ୍ତି । ପୁରସ୍କାର ଆକାରରେ ମୁନାୱର ଫାରୁକୀଙ୍କୁ ନଗଦ ୫୦ ଲକ୍ଷ ଟଙ୍କା ସହ ଏକ କାର୍ ମିଳିଛି ।
୪ ମନ୍ତ୍ରୀଙ୍କ ନିଯୁକ୍ତିକୁ ମାନିବାକୁ ସିଧାସିଧା ମନା କରିଦେଇଥିଲା ପୂର୍ବତନ ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲିଙ୍କ ନେତୃତ୍ୱାଧୀନ ବିରୋଧୀ ଦଳ MDP ।
ସମ୍ରାଟ ବିହାର ବିଜେପି ସଭାପତି ଥିବା ବେଳେ, ବିଜୟ ଥିଲେ ବିଧାନସଭାରେ ବିରୋଧୀ ଦଳ ନେତା । ଅନ୍ୟ ୬ ନେତା ବି ମନ୍ତ୍ରୀ ଭାବେ ନେଇଛନ୍ତି ଶପଥ ।
ନୂଆଦିଲ୍ଲୀର ଭାରତ ନାଟମଣ୍ଡପରେ ପ୍ରଧାନମନ୍ତ୍ରୀ ମୋଦି ସମ୍ବୋଧନ କରିବେ । ୧୪ ଲକ୍ଷରୁ ଅଧିକ ଶିକ୍ଷକ, ୫ ଲକ୍ଷରୁ ଅଧିକ ଅଭିଭାବକ ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ରେଜିଷ୍ଟ୍ରେଷନ କରିଛନ୍ତି ।
ଆପଣମାନେ ମଧ୍ୟ ନିଶ୍ଚିତ ଭାବେ ହ୍ୱାଟ୍ସଆପ୍ ବ୍ୟବହାର କରୁଥିବେ। କିନ୍ତୁ ସବୁଠାରୁ ବଡ କଥା ହେଲା ଏଠାରେ ଏମିତି କିଛି ଫିଚର୍ ଅଛି ଯାହା ବିଷୟରେ ଆପଣ ଜାଣି ନଥିବେ। ଆଜି ଆମେ ଆପଣଙ୍କୁ ହ୍ୱାଟ୍ସଆପ୍ରେ ଥିବା କିଛି ଟପ୍ ଏବଂ ଖୁବ ଦରକାରୀ ଫିଚର୍ ବିଷୟରେ କହିବୁ, ଯାହା ଆପଣଙ୍କ ପାଇଁ ଭାରି ଉପଯୋଗୀ ହେବ।
ଆଗକୁ ସାଧାରଣ ନିର୍ବାଚନ। ଏଣୁ କାମଚଳା ହେଲେ ମଧ୍ୟ ବଜେଟ ଲୋକାଭିମୁଖୀ ହେବା ଆଶା କରାଯାଉଛି।
ଦିନକ ଭିତରେ ପଲଟିଗଲା ବିହାର ବାଜି। ହଟଚମଟ ସୃଷ୍ଟି କରି ନବମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନୀତୀଶ କୁମାର। ମହାମେଣ୍ଟକୁ ବାଏ ବାଏ କରି ପୁଣି ବିଜେପି ନେତୃତ୍ୱାଧୀନ NDAରେ ସାମିଲ ହୋଇଛନ୍ତି।
ଭୂକମ୍ପର କେନ୍ଦ୍ରସ୍ଥଳ ଭଚାଉ ଠାରୁ ଉତ୍ତର-ଉତ୍ତର-ପୂର୍ବରେ ୨୧ କିଲୋମିଟର ଦୂରରେ ଥିଲା ।
ସିନର୍ ତାଙ୍କ କ୍ୟାରିୟରର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ନିଜ ନାମରେ କରିଛନ୍ତି। ସେ ମେଦଭେଦେବଙ୍କ ସ୍ୱପ୍ନକୁ ଭାଙ୍ଗି ଦେଇଛନ୍ତି।
ଘରର ମୁଖ୍ୟ କବାଟରେ ତାଲା ପଡିଥିଲା। ଘର ଭିତରୁ ଧୂଆଁ ବାହାରୁଥିବାର ଦେଖି ପଡୋଶୀ ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ୫ଟି ମୃତଦେହ ଉଦ୍ଧାର କରିଛି।
ହାଇଦ୍ରାବାଦରେ ଖେଳାଯାଉଥିବା ଇଣ୍ଡିଆ-ଇଂଲଣ୍ଡ ପ୍ରଥମ ଟେଷ୍ଟକୁ ଜିତିନେଇଛି ଇଂଲଣ୍ଡ।
ନବମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତୀଶ କୁମାର। ନୀତୀଶଙ୍କୁ ଶପଥପାଠ କରାଇଲେ ରାଜ୍ୟପାଳ।
କଂଗ୍ରେସର ଛବି ଏବେ ସମ୍ପୂର୍ଣ୍ଣ ଦେଶରେ ମଳିନ ହୋଇଯାଇଛି। ତିନି ରାଜ୍ୟରେ ବିଜେପିର ବିଜୟ ପରେ କଂଗ୍ରେସର ଅବସ୍ଥା ବହୁତ ଖରାପ ବୋଲି ସେମାନେ ତାହା ଜାଣି ସାରିଲେଣି।
କୁଷ୍ଠରୋଗ ବିଶ୍ୱବ୍ୟାପୀ ଏକ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଭାବେ ଠିଆ ହୋଇଛି। ତେବେ ଏହି ରୋଗ ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ଏବଂ ଚିକିତ୍ସାର ସହଜ ଉପଲବ୍ଧତା ହେତୁ ଏହାର ଯଥେଷ୍ଟ ହ୍ରାସ ପାଇଛି।
ଭୋର ପ୍ରାୟ ୩ଟା ୩୦ରେ ଏହି ଦୁର୍ଘଟଣା ଘଟିଛି । କାରଟି କୋର୍ଟାଲ୍ଲାମରୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଟ୍ରକଟି କେରଳରୁ ସିମେଣ୍ଟ ନେଇ ଆସୁଥିବା ବେଳେ କାରକୁ ଧକ୍କା ଦେଇଥିଲେ ।
ତିନୋଟି ପର୍ଯ୍ୟାୟରେ ଚୟନ ପ୍ରକ୍ରିୟା କରାଯିବ। ପାର୍ଟ-୧ରେ ଏମସିକ୍ୟୁ ପ୍ରଶ୍ନପତ୍ର ଆଧାରିତ ପରୀକ୍ଷା କରାଯିବ। ପାର୍ଟ-୨ରେ ସବଜେକ୍ଟିଭ ଲିଖିତ ପରୀକ୍ଷା ଓ ପାର୍ଟ-୩ରେ ଇଣ୍ଟରଭ୍ୟୁ କରାଯିବ।
ଚଳିତବର୍ଷ ହିଁ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇଛି। ଶ୍ରୀରାମଙ୍କ ରାଜ୍ୱତି ସମ୍ବିଧାନ ପ୍ରଣେତାଙ୍କୁ ମଧ୍ୟ ଅନେକ ପ୍ରେରଣା ଓ ଦିଗଦର୍ଶନ ଯୋଗାଇଥିଲା ବୋଲି ମନ କି ବାତରେ କହିଛନ୍ତି ପ୍ରଧାନମନ୍ତ୍ରୀ ।
ପାଞ୍ଚ ଜଣ ପ୍ରତିଯୋଗୀ ୧୦୭ ଦିନ ଧରି ବିଗ୍ ବସ୍ ଘରେ ଅଛନ୍ତି। ଅକ୍ଟୋବର ୦୧ରେ ଏହି ଶୋ ଆରମ୍ଭ ହୋଇଥିଲା ଏବଂ ସେତେବେଳେ ୧୭ ଜଣ ପ୍ରତିଯୋଗୀ ଥିଲେ ଏବଂ ସେମାନଙ୍କ ମଧ୍ୟରୁ ଏହି ୫ ଜଣ ବାକି ରହିଛନ୍ତି। ଆଜି ରାତିର ଫାଇନାଲରେ ସେମାନଙ୍କର ଭାଗ୍ୟ ସ୍ଥିର ହେବ।