• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

‘ବିଗ୍‌ ବସ୍‌’ ସିଜିନ୍‌ ୧୭ର ବିଜେତା ହେଲେ ମୁନାୱର ଫାରୁକୀ । ଷ୍ଟାଣ୍ଡ ଅପ୍ ହାସ୍ୟ ଅଭିନେତା ମୁନାୱର ଫାରୁକୀଙ୍କୁ ‘ବିଗ୍ ବସ୍’ ସିଜିନର ବିଜେତା ଭାବେ ଘୋଷଣା କରାଯାଇଛି । ‘ବିଗ୍‌ ବସ୍‌’ ସୋ’ ହୋଷ୍ଟ ତଥା ବଲିଉଡ ଅଭିନେତା ସଲମାନ ଖାନ ୩୨ ବର୍ଷିୟ ଫାରୁକୀଙ୍କୁ ବିଜେତା ଭାବେ ଘୋଷଣା କରିଛନ୍ତି । ପୁରସ୍କାର ଆକାରରେ ମୁନାୱର ଫାରୁକୀଙ୍କୁ ନଗଦ ୫୦ ଲକ୍ଷ ଟଙ୍କା ସହ ଏକ କାର୍‌ ମିଳିଛି ।

ମୁନାୱର ଫାରୁକୀ ଫାଇନାଲରେ ଲାଇଭ ଭୋଟିଂ ମାଧ୍ୟମରେ ଅଭିନେତା ଅଭିଷେକ କୁମାରଙ୍କୁ ପରାସ୍ତ କରିଥିଲେ । ଏଥିରେ ବଲିଉଡର ଅଜୟ ଦେବଗନ ଏବଂ ଆର ମାଧବନ ବିଶେଷ ଅତିଥି ଥିଲେ।

ମୁନାୱର ଫାରୁକୀ ଏନେଇ ସୋସିଆଲ ମିଡିଆ ‘x’ରେ ଏକ ଫଟୋ ପୋଷ୍ଟ କରିଛନ୍ତି । ଫଟୋରେ ସଲମାନ୍‌ଙ୍କ ସହିତ ନିଜେ ‘ବିଗ୍‌ ବସ୍‌’ ସିଜିନ୍‌ ୧୭ର ଟ୍ରଫି ଧରିଥିବା ଦେଖିବାକୁ ମିଳିଛି । ଏଥିସହିତ ସେ ତାଙ୍କ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

‘ବିଗ୍‌ ବସ୍‌’ ଫାଇନାଲରେ ଅଭିନେତା ମନାରା ଚୋପ୍ରା, ଅଙ୍କିତା ଲୋଖଣ୍ଡେ ଏବଂ ୟୁଟ୍ୟୁବର୍ ଅରୁଣ ଶ୍ରୀକାନ୍ତ ମହାଶେତନ ଓ ଅନ୍ୟ ପ୍ରତିଯୋଗୀ ଥିଲେ । ‘ବିଗ୍ ବସ୍’ର ସିଜିନ୍ -୧୭ ଅକ୍ଟୋବର ୨୦୨୩ରେ ପ୍ରିମିୟର୍ ହୋଇଥିଲା । ଯେଉଁଥିରେ ବିକି ଜେନା, ଆୟେଶା ଖାନ୍, ଅନୁରାଗ ଡୋବାଲ, ଐଶ୍ୱର୍ଯ୍ୟା ଶର୍ମା, ନିଲ ଭଟ୍ଟ, ଈଶା ମାଲଭିଆ, ଜିଗନା ଭୋରା, ଫିରୋଜା ଖାନ ଏବଂ ରିଙ୍କୁ ଧାୱନଙ୍କ ସମେତ ୧୭ ଜଣ ପ୍ରତିଯୋଗୀ ରହିଥିଲେ ।