/odishatv-khabar/media/post_attachments/uploadimage/library/16_9/16_9_0/IMAGE_1706518092.jpg)
Government College Teacher
ଅଧ୍ୟାପକଙ୍କୁ ଘରେ ପୁରାଇ ତାଲା ପକାଇଲେ । ତା’ ପରେ ନିଆଁ ଲାଗଇଦେଲେ । ଜଣେ ୪୮ ବର୍ଷୀୟ କଲେଜ ଅଧ୍ୟାପକଙ୍କୁ ତାଲା ପକାଇ ନିଆଁ ଲଗାଇଦେବା ଫଳରେ ତାଙ୍କ ଜୀବନ ଚାଲିଯାଇଛି । ମୃତ ଅଧ୍ୟାପକଙ୍କ ନାଁ ଦିୟାରାମ ହୋଇଥିବାବେଳେ ପୋଲିସ ଏନେଇ ତଦନ୍ତ କରୁଛି ।
ସୂଚନା ମୁତାବକ ଅଧ୍ୟାପକ ଦିୟାରାମ ତାଙ୍କ ସାନଭାଇ ଅନୁଜଙ୍କୁ ଫୋନ କରି ଏ ସମ୍ପର୍କରେ ଜଣାଇଥିଲେ । ସେ କହିଥିଲେ ସଞ୍ଜୀବ ନାମକ ଜଣେ ବ୍ୟକ୍ତି ଏବଂ ତାଙ୍କ ସହଯୋଗୀମାନେ ତାଙ୍କୁ ପାଟ୍ରାସା ଗାଁର ଏକ ଘରେ ତାଲା ପକାଇ ଦେଇଛନ୍ତି । ଏବଂ ପରେ ନିଆଁ ମଧ୍ୟ ଲଗାଇ ଦେଇଛନ୍ତି ।
ଏପରି ଏକ ଘଟଣା ଉତ୍ତରପ୍ରଦେଶରୁ ସାମ୍ନାକୁ ଆସିଛି । କାନପୁରର ପାନକି ଅଞ୍ଚଳରେ ଏକ ଘରେ ଅଧ୍ୟାପକଙ୍କୁ ତାଲା ପକାଇ ନିଆଁ ଲଗାଇଦେଇଛନ୍ତି । ଏନେଇ ଅଧ୍ୟାପକଙ୍କ ଭାଇ ସବୁ ଜାଣିବା ପରେ ପୋଲିସକୁ ସୂଚନା ଦେଇଥିଲେ ।
ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧ୍ୟାପକଙ୍କୁ ଉଦ୍ଧାର କରିଥିଲେ । ହେଲେ ସେତେବେଳକୁ ସେ ଜଳିଯାଇଥିଲେ । ଘଟଣାକୁ ନେଇ ପୋଲିସ ସଞ୍ଜୀବଙ୍କୁ ପଚରାଉଚରା କରୁଛି । ଡେପୁଟି ପୋଲିସ କମିଶନର ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ପଚରାଉଚରା କରୁଛନ୍ତି ।
ସେପଟେ ଘଟଣାକୁ ନେଇ ପୋଲିସ ତା’ର ପ୍ରତିକ୍ରିୟାରେ କହିଛି, ଗୋଟିଏ କୋଠରୀରୁ ଶିକ୍ଷକଙ୍କ ମୃତଦେହ ମିଳିଥିଲା । ଏହି ଘଟଣାରେ ୪ଜଣଙ୍କୁ ପଚରାଉଚରା କରାଯାଉଛି । ଭାଇ, ବୋହୂ ଏବଂ ବନ୍ଧୁଙ୍କ ସମେତ ଚାରି ଜଣଙ୍କୁ ପୋଲିସ ଜେରା କରୁଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)