/odishatv-khabar/media/post_attachments/uploadimage/library/16_9/16_9_0/IMAGE_1706509654.jpg)
29Storey Building
୨୯ ମହଲାରୁ ଡେଇଁ ପଡ଼ିଲେ ୩୩ ବର୍ଷୀୟ ଯୁବକ । ପାରାଚ୍ୟୁଟ୍ ନଖୋଲିବାରୁ ଚାଲିଗଲା ଜୀବନ । ଯୁବକ ଜଣକ ଷ୍ଟଣ୍ଟ କରିବା ସମୟରେ ଏପରି ଏକ ଦୁର୍ଘଟଣା ଘଟିଛି । ୩୩ ବର୍ଷିୟ ବ୍ରିଟିଶ ବେସ୍ ଜମ୍ପର ଏଥିରେ ମୃତ୍ୟୁ ବରଣ କରିଛନ୍ତି । ରିପୋର୍ଟ ଅନୁସାରେ ଗତ ଶନିବାର ଦିନ ଥାଇଲ୍ୟାଣ୍ଡର ପଟ୍ଟାୟାରେ ଏହି ଘଟଣା ଘଟିଛି । କେମ୍ବ୍ରିଡଗେଶେୟାର ହଣ୍ଟିଙ୍ଗଡୋନ୍ର ୩୩ ବର୍ଷିୟ ନାଥୀ ଓଡିନସନ୍ ବେଆଇନ ଭାବେ ୨୯ ମହଲା ଉପରକୁ ଚଢ଼ିଯାଇଥିଲେ ।
ଘଟଣାକୁ ନେଇ ସୁରକ୍ଷା ଅଧିକାରୀ ପ୍ରତିକ୍ରିୟା ରଖିଛନ୍ତି । ସେମାନଙ୍କ କହିବାନୁସାରେ, ସେ ତାଙ୍କ କାରକୁ ବାହାରେ ପାର୍କିଂ କରି ଭିତରକୁ ଯାଇଥିଲେ । ତାଙ୍କ ବନ୍ଧୁଙ୍କ ସହିତ ଏକ ଭିଡିଓ ସୁଟ୍ କରିବାକୁ ଚାହୁଁଥିଲେ । ତେଣୁ ସେ ୨୯ ମହଲାକୁ ଯାଇ କାଉଣ୍ଟଡାଉନ୍ ଆରମ୍ଭ କରିଥିଲେ । ପରେ ପରେ ସେ ଛାତରୁ ଡେଇଁପଡ଼ିଥିଲେ । ହେଲେ ଡେଇଁବା ସମୟରେ ସେ ପାରାଚ୍ୟୁଟ୍ ଖୋଲିବାରେ ବିଫଳ ହୋଇଥିଲେ । ଫଳରେ ଏକ ଗଛରେ ଧକ୍କା ଖାଇ ପରେ ତଳେ ପଡ଼ିଯାଇଥିଲେ ।
ଏନେଇ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚିବା ସହ ଯୁବକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ପୋଲିସ ଏ ସମ୍ପର୍କରେ ଏକ ମାମଲା ରୁଜୁ କରିବା ସହିତ ତଦନ୍ତ ଚଳାଇଛି ।
ଜିଲ୍ଲା ପୋଲିସ ଷ୍ଟେସନର ଡେପୁଟି ଇନ୍ସପେକ୍ଟର ଏହି ଘଟଣାରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ସେ ପାରାଚ୍ୟୁଟ୍କୁ ଖୋଲିବାରେ ସମର୍ଥ ହୋଇନଥିଲେ । ତେଣୁ ଏପରି ଦୁର୍ଘଟଣା ଘଟିଛି । ଯେଉଁ ବନ୍ଧୁ ତାଙ୍କର ଡେଇଁବାର ଭିଡିଓ ରେକର୍ଡ କରିଥିଲେ ତାଙ୍କୁ ପ୍ରଶ୍ନ କରାଯାଇଛି । ଭିଡିଓଟିକୁ ପ୍ରମାଣ ଭାବରେ ଯାଞ୍ଚ କରାଯାଇଥିଲା । ଫୋରେନସିକ୍ ଅଧିକାରୀମାନେ ଏହି ମାମଲାର ଅଧିକ ତଦନ୍ତ କରୁଛନ୍ତି । ସେମାନେ ସେହି ପାରାଚ୍ୟୁଟ୍କୁ ନେଇ ମଧ୍ୟ ପରୀକ୍ଷା କରୁଛନ୍ତି ବୋଲି ଡେପୁଟି ଇନ୍ସପେକ୍ଟର କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)