ଆପଣ ଗୁଗୁଲ୍ ମ୍ୟାପ୍ରେ ହିନ୍ଦୀ କିମ୍ବା ଇଂରାଜୀ ଭାଷାରେ ଲେଖନ୍ତୁ ଏଥିରେ କିଛି ଫରକ ପଡ଼ିବ ନାହିଁ। ଯଦି ଆପଣ ଭାରତକୁ ହିନ୍ଦୀ କିମ୍ବା ଇଂରାଜୀରେ ଲେଖନ୍ତି, ତେବେ ଗୁଗୁଲ ଆପଣଙ୍କୁ କେବଳ ‘ଇଣ୍ଡିଆ’ ଦେଖାଇବ। ଗୁଗୁଲ୍ ମ୍ୟାପ୍ସ ଉଭୟ ‘ଇଣ୍ଡିଆ’ ଏବଂ ଭାରତକୁ 'ଦକ୍ଷିଣ ଏସିଆର ଏକ ଦେଶ' ଭାବରେ ସ୍ୱୀକୃତି ଦେଇଛି ।
ପ୍ରାୟ ୨ ସପ୍ତାହ ଧରି ମତ୍ସଜୀବୀଙ୍କ କୌଣସି ପତ୍ତା ମିଳିପାରିନଥିଲା । ଶେଷରେ ୧୪ ଦିନ ପରେ କିଛି ବ୍ୟକ୍ତି ତାଙ୍କୁ ଉଦ୍ଧାର କରିଥିଲେ । ସେତେଦିନ ଯାଏ ସେମିତି ସେ ଡଙ୍ଗାରେ ଗଭୀର ସମୁଦ୍ରରେ ଥିଲେ ।
ଝିଅଟିକୁ ଖୋଜିବା ପାଇଁ ପରିବାର ଲୋକଙ୍କୁ ପୋଲିସର ସାହାଯ୍ୟ ନେବାକୁ ପଡିଥିଲା। ପାହାଡ଼ିଆ ରାସ୍ତାରେ ପୋଲିସ ବହୁ ଖୋଜାଖୋଜି କରିଥିଲା। ବହୁ ଖୋଜାଖୋଜି ପରେ ଝିଅଟିକୁ ପାଇଥିଲା ପୋଲିସ। ମାଙ୍କଡ ଝିଅକୁ ନେଇ ଏକ ପାହାଡ଼ ଉପରେ ଫୋପାଡ଼ି ଦେଇଥିଲା।
ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଏସ୍.ଭି.ଏନ୍ ଭଟ୍ଟୀ ଏହି ରାୟ ଶୁଣାଇଛନ୍ତି । ମାମଲାରେ ସିସୋଦିଆଙ୍କ ଜାମିନ ଆବେଦନକୁ କୋର୍ଟ ଖାରଜ କରି ୬ରୁ ୮ମାସ ମଧ୍ୟରେ ଶୁଣାଣି ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଗତ ଶନିବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । କାର୍ ମାଡ଼ିଯିବାରୁ ଜଣେ ବୃଦ୍ଧା ମହିଳାଙ୍କ ସମେତ ନାତୁଣୀର ମୃତ୍ୟୁ ହୋଇଛି ।
ରେଳ ଦୁର୍ଘଟଣାରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ ଜଣ ଆହତ ହୋଇଛନ୍ତି । ଦୁର୍ଘଟଣାରେ ୧୩ ମୃତକଙ୍କ ମଧ୍ୟରୁ ୧୧ ଜଣଙ୍କ ପରିଚୟ ମିଳିଛି ।
ଆନ୍ଧ୍ର ପ୍ରଦେଶ ବିଜୟନଗରମ୍ରେ ହୋଇଥିବା ବଡ଼ ଧରଣର ରେଳ ଦୁର୍ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ପ୍ରମୁଖ ରାଜନେତା ଶୋକ ପ୍ରକାଶ କରିଛନ୍ତି ।
ଏତେ ବଡ଼ ଦୁର୍ଘଟଣା କେମିତି ହେଲା ? ସିଗ୍ନାଲ୍ ରେଡ୍ ଥିଲା ନା ଏଥିରେ କିଛି ତ୍ରୁଟି ଥିଲା ? ଯଦି, ସିଗ୍ନାଲ୍ ରେଡ୍ ଥିଲା ତେବେ ବିଶାଖାପାଟଣା-ରାୟଗଡ଼ା ଟ୍ରେନ୍ କେମିତି ଧକ୍କା ଦେଲା ?
ଦୁଇଟି ପାସେଞ୍ଜର ଟ୍ରେନ୍ ମଧ୍ୟରେ ଧକ୍କା ହୋଇଛି । ଏଥିରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ ଜଣ ଆହତ ହୋଇଛନ୍ତି ।
ଟ୍ରେନ୍ ଦୁର୍ଘଟଣା ଯୋଗୁ ୩୯ଟି ଟ୍ରେନ୍କୁ ରେଳ ବିଭାଗ ପକ୍ଷରୁ ବାତିଲ୍ କରାଯାଇଛି । ଏହାସହ ୨୨ଟି ଟ୍ରେନ୍ର ଗତିପଥ ପରିବର୍ତ୍ତନ ଓ ୧୧ଟି ଟ୍ରେନ୍ ଆଂଶିକ ବାତିଲ୍ ହୋଇଛି ।
ମୃତକଙ୍କ ପରିବାର ପାଇଁ ୧୦ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ପୂର୍ବରୁ ପିଏମ୍ଓ ମୃତକଙ୍କ ପରିବାର ପିଛା ୨ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଥିଲା । ତେବେ ମୋଟ୍ ମୃତକଙ୍କ ପରିବାରୁ କେନ୍ଦ୍ର ସରକାର ୧୨ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ।
ମୃତକଙ୍କ ପରିବାର ପିଛା ୨ ଲକ୍ଷ ଟଙ୍କା ଦେବାକୁ ପିଏମ୍ଓ ଘୋଷଣା କରିଛି । ସେହିପରି ଆହତଙ୍କ ପାଇଁ ମଧ୍ୟ ସହାୟତା ରାଶି ଘୋଷଣା କରାଯାଇଛି ।
ବର୍ତ୍ତମାନ ସୁଦ୍ଧା ଟ୍ରେନ୍ ଦୁର୍ଘଟଣାରେ ୮ଜଣଙ୍କ ମୃତ୍ୟୁ ହୋଇଛି । ଆଗକୁ ଆହୁରି ମୃତ୍ୟୁସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ସେପଟେ ଟ୍ରେନ୍ ଦୁର୍ଘଟଣା ପରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
ଆଜି ସଂଧ୍ୟା ପରେ ପରେ କଣ୍ଟକାପାଲୀ ଓ ଆଲମଣ୍ଡା ଷ୍ଟେସନ୍ ମଧ୍ୟରେ ଟ୍ରେନ୍ ଦୁର୍ଘଟଣା ହୋଇଥିବା ଖବର ମିଳିଛି । ରାୟଗଡ଼ା ଯାଉଥିବା ପାସେଞ୍ଜର ପଲାସା ପାସେଞ୍ଜରକୁ ଧକ୍କା ଦେଇଥିବା ଜଣାପଡ଼ିଛି ।
ସଭାଗୃହ ଭିତରେ ଥିଲେ ପ୍ରାୟ ଅଢ଼େଇ ହଜାର ଲୋକ। କୋଚ୍ଚିଠୁ ମାତ୍ର ୧୦ କିଲୋମିଟର ଦୂରରେ ଘଟିଥିବା ଏହି ସିରିଏଲ୍ ବ୍ଲାଷ୍ଟରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ, ୫୦ରୁ ଅଧିକ ଆହତ ହୋଇଛନ୍ତି ।
ଦଶମରୁ ନେଇ ସ୍ନାତକ ପାଶ୍ ପର୍ଯ୍ୟନ୍ତ ଯୁବକମାନଙ୍କ ପାଇଁ ନୂତନ କ୍ରୀଡା କୋଟାରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ରେଳବାଇରେ କ୍ରୀଡା କୋଟା ଅଧୀନରେ ଦକ୍ଷିଣ ରେଳବାଇ ଦ୍ୱାରା ଏକ ନିଯୁକ୍ତି ବାହାରିଛି। ରେଳବାଇରେ କ୍ରୀଡା କୋଟା ପାଇବାକୁ ଚାହୁଁଥିବା ସମସ୍ତ ପ୍ରାର୍ଥୀଙ୍କ ପାଇଁ ଏହା ସୁବର୍ଣ୍ଣ ସୁଯୋଗ।
କଲାମସେରୀରେ ଏକାଧିକ ବିସ୍ଫୋରଣ ଘଟିଥିବା ପ୍ରତ୍ୟକ୍ଷଦର୍ଶୀମାନେ ଦାବି କରିଛନ୍ତି । ବର୍ତ୍ତମାନ ଘଟଣାକୁ ନେଇ ଅନୁସନ୍ଧାନ କରୁଛି ଏନଆଇଏ ଟିମ୍ । ଏହି ଘଟଣା ପରେ ଦିଲ୍ଲୀ ପୋଲିସ ସଜାଗ ରହିଛି ।
କଙ୍ଗନା ରାଣାୱତଙ୍କ ‘ତେଜସ୍’ ପ୍ରେକ୍ଷାଳୟକୁ ଆସିବାର ୨ ଦିନ ହୋଇଗଲା। ଫିଲ୍ମ ଭଲ ଚାଲୁନି। ଏହା ଦେଖି କଙ୍ଗନା ଭାଙ୍ଗିପଡିଛନ୍ତି। ଦର୍ଶକଙ୍କ ପାଖରେ ନେହୁରା ହୋଇ ଫିଲ୍ମ ଦେଖିବାକୁ ଅନୁରୋଧ କରିଛନ୍ତି। ଜାଣନ୍ତୁ ସେ କ’ଣ କହିଛନ୍ତି।
ଖୁବ୍ ଶୀଘ୍ର ଆସିବ 'ଗଦର ୩'। ଏହି ଫିଲ୍ମ କରିବାକୁ ସନ୍ନି ମଧ୍ୟ ବହୁତ ଉତ୍ସାହିତ ଥିବା ପରି ମନେହୁଏ। ଏହି ସମୟରେ ଖବର ଆସିଛି ଯେ ଅନିଲ ଶର୍ମା ଏହାକୁ ଦର୍ଶକଙ୍କ ପାଖରେ ପହଞ୍ଚେଇବା ନେଇ ଅଧିକ ବିଳମ୍ବ କରିବେ ନାହିଁ।
ଗାଜା ଉପରେ ଇସ୍ରାଏଲ ତୁରନ୍ତ ଆକ୍ରମଣ କରିବା ବନ୍ଦ କରୁ ବୋଲି ଆନ୍ଦୋଳନକାରୀ ଦାବି କରିଛନ୍ତି । ସାଧାରଣ ଲୋକଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ତୁରନ୍ତ ବନ୍ଦ କରାଯାଉ ବୋଲି ଦାବି କରାଯାଇଛି ।
ଏକାଧିକ ବିସ୍ଫୋରଣ ଘଟି ଜଣଙ୍କର ମୃତ ହୋଇଥିବା ବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି । କେରଳର ଏର୍ଣ୍ଣାକୁଲମରେ ଏହି ବିସ୍ଫୋରଣ ହୋଇଛି ।
ଏକ ରିସୋର୍ଟର ସୁରକ୍ଷାକର୍ମୀଙ୍କୁ ଆକ୍ରମଣ କରିଥିବା ଭାଲୁକୁ କିଛି ଦିନ ଧରି ଖୋଜାଖୋଜି ପରେ ହତ୍ୟା କରାଯାଇଛି। ଏହି ଦୁର୍ଘଟଣାଜନିତ ଏନକାଉଣ୍ଟରର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ଯେଉଁଥିରେ ଭାଲୁ କିପରି ଜଣେ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିଥିଲା ତାହା ଦେଖିବାକୁ ମିଳିଛି।
ଟିମ୍ ଇଣ୍ଡିଆର ସବୁ ଖେଳାଳି ଏବେ ଫର୍ମରେ ଅଛନ୍ତି । ମହମ୍ମଦ ଶାମି କମବ୍ୟାକ୍ ମ୍ୟାଚ୍ରେ ଦମ୍ଦାର ପ୍ରଦର୍ଶନ କରିଥିବା ବେଳେ ସ୍ପିନ୍ ଡିପାର୍ଟମେଣ୍ଟରେ ରବୀନ୍ଦ୍ର ଜାଡେଜା ଓ କୁଲଦୀପ ଯାଦବ ମଧ୍ୟ ପ୍ରତିପକ୍ଷଙ୍କୁ ଅଡୁଆରେ ପକାଉଛନ୍ତି ।
କେବଳ ପୁଅ ନୁହେଁ ବୃଦ୍ଧାଙ୍କ ବୋହୂ ଓ ନାତି ବି ତାଙ୍କୁ ମାଡ଼ ମାରୁଥିଲେ ବୋଲି ଅଭିଯୋଗ ହୋଇଛି । ଏନେଇ ବୃଦ୍ଧା ଜଣକ ନିଜ ଝିଅଙ୍କୁ ଜଣାଇଥିଲେ ।
ପୂର୍ବରୁ କେବଳ ବୃଦ୍ଧମାନଙ୍କଠାରେ ଦେଖାଯାଉଥିବା ଏହି ସମସ୍ୟା ଏବେ ଯୁବପିଢିଙ୍କୁ ମଧ୍ୟ କବଳିତ କରିନେଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ତଥ୍ୟ ଅନୁଯାୟୀ, ପ୍ରତିବର୍ଷ ୧.୫ କୋଟିରୁ ଅଧିକ ଲୋକ ଷ୍ଟ୍ରୋକ୍ର ଶିକାର ହୁଅନ୍ତି ଏବଂ ପ୍ରାୟ ୫୦ ଲକ୍ଷ ଲୋକ ମୃତ୍ୟୁବରଣ କରନ୍ତି। ଜାଣନ୍ତୁ ଏଥିରୁ ରକ୍ଷା ପାଇବାର ୬ଟି ସୂତ୍ର।