/odishatv-khabar/media/post_attachments/uploadimage/library/16_9/16_9_0/IMAGE_1706496746.jpg)
Maldives Parliament
ସଂସଦ ଗୃହ ନା ରେସଲିଂ ରିଙ୍ଗ୍ ? ମାଳଦ୍ୱୀପ ସଂସଦ ଭିତରେ ଘମାଘୋଟ ମାରପିଟ୍ । ଖାଲି ଧସ୍ତାଧସ୍ତି କି ଠେଲାପେଲା ନୁହେଁ, ଜୋରଦାର ହାତାହାତି ଓ ଗଡ଼ାପଡ଼ା ହେଲେ ବିରୋଧୀ ଓ ଶାସକ ସାଂସଦ । ଚାଲିଲା ବିଧା ଗୋଇଠା ଓ ଚୁଟି ଝିଙ୍କାଝିଙ୍କି । ସୂଚନା ଅନୁସାରେ, ଗତକାଲି ରାଷ୍ଟ୍ରପତି ମୁଇଜୁ ମନ୍ତ୍ରିମଣ୍ଡଳର ସଂସଦୀୟ ମଂଜୁରୀ ପାଇଁ ବସିଥିଲା ସ୍ୱତନ୍ତ୍ର ଅଧିବେଶନ ।
ତେବେ ଏଥିପାଇଁ ଭୋଟିଂ ବେଳେ ମାଳଦୀପ ସଂସଦରେ ହେଲା ଜୋରଦାର ହଙ୍ଗାମା । ୪ ମନ୍ତ୍ରୀଙ୍କ ନିଯୁକ୍ତିକୁ ମାନିବାକୁ ସିଧାସିଧା ମନା କରିଦେଇଥିଲା ପୂର୍ବତନ ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲିଙ୍କ ନେତୃତ୍ୱାଧୀନ ବିରୋଧୀ ଦଳ MDP । ବିରୋଧୀଙ୍କ ଏହି ନିଷ୍ପତ୍ତିକୁ ଜୋରଦାର ପ୍ରତିବାଦ କରିଥିଲେ ସରକାରକୁ ସମର୍ଥନ କରୁଥିବା PNC ଏବଂ PPM ସାଂସଦ ।
ସ୍ଥିତି ଏମିତି ଉପୁଜିଥିଲା ଯେ, ବାଚସ୍ପତିଙ୍କ ଆସନ ପାଖକୁ ଯାଇ ତାଙ୍କ କାନ ପାଖରେ ପେଁକାଳି ବଜାଇଥିଲେ PMC ସାଂସଦ ଅବଦୁଲା ଶାହିମ ଅବଦୁଲ ହାକିମ୍ । କେବଳ ଏତିକିରେ ଅଟକି ନଥିଲା ଘଟଣା । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ MDP ସାଂସଦ ଇସା ଏବଂ PMC ସାଂସଦ ଅବଦୁଲା ଶାହିମଙ୍କ ମଧ୍ୟରେ ପୁରା କୁସ୍ତିଯୁଦ୍ଧ ଭଳି ଲଢ଼େଇ ଚାଲିଥିବା ଦେଖିବାକୁ ମିଳୁଛି ।
*Viewer discretion advised*
Parliament proceedings have been disrupted after clashes between PPM/PNC MPs and opposition MPs. pic.twitter.com/vhvfCBgQ1s
— Adhadhu (@AdhadhuMV) January 28, 2024
ଏଥିରେ ଶାହିମ ଆହତ ହୋଇଥିବା ସୂଚନା ମିଳିଛି । ଏହି ତୁମୁଳକାଣ୍ଡ ପରେ ଗୃହକାର୍ଯ୍ୟ ମୁଲତବି ହୋଇଥିବା ସୂଚନା ମିଳିଛି । ସୂଚନା ଯୋଗ୍ୟ ଯେ, ମାଲଡିଭ ସମ୍ବିଧାନ ଅନୁସାରେ, ନିର୍ବାଚନରେ ୫୦ ପ୍ରତିଶତରୁ ଅଧିକ ଭୋଟ ପାଇ ମହମ୍ମଦ ମୁଇଜୁ ରାଷ୍ଟ୍ରପତି ଥିଲେ ମଧ୍ୟ, ସଂସଦରେ ତାଙ୍କ ଦଳର ସଂଖ୍ୟା ଗରିଷ୍ଠତା ନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)