Advertisment

AUS Open 2024: ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ ଓପନ୍‌ ଜିତିଲେ ୟାନିକ୍‌ ସିନର୍‌

ସିନର୍‌ ତାଙ୍କ କ୍ୟାରିୟରର ପ୍ରଥମ ଗ୍ରାଣ୍ଡସ୍ଲାମ୍‌ ଟାଇଟଲ୍ ନିଜ ନାମରେ କରିଛନ୍ତି। ସେ ମେଦଭେଦେବଙ୍କ ସ୍ୱପ୍ନକୁ ଭାଙ୍ଗି ଦେଇଛନ୍ତି।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
jannik sinner

jannik sinner

ଇତିହାସ ରଚିଲେ ଇଟାଲୀର ଯୁବ ଟେନିସ୍‌ ଖେଳାଳି ୟାନିକ୍‌ ସିନର୍‌ । ମାତ୍ର ୨୨ ବର୍ଷରେ ଅଷ୍ଟ୍ରେଲିଆ ଓପନ୍‌ ପୁରୁଷ ଏକକ ଫାଇନାଲ ଜିତିଲେ ୟାନିକ୍‌ ସିନର୍‌ । ୨୮ ଜାନୁଆରୀରେ ଅଷ୍ଟ୍ରେଲିଆର ମେଲବର୍ଣ୍ଣରେ ଖେଳାଯାଇଥିବା ଫାଇନାଲରେ ଋଷର ଦାନିଲ ମେଦଭେଦେବଙ୍କୁ ପରାସ୍ତ କରି ଇତିହାସ ରଚିଛନ୍ତି ୟାନିକ୍। ଏହି ମ୍ୟାଚ୍‌କୁ ସେ ୩-୬,୩-୬,୬-୪,୬-୪ ଓ ୬-୩ ବ୍ୟବଧାନରେ ଜିତିଥିଲେ। ପ୍ରଥମ ଇଟାଲୀୟ ଭାବେ ୟାନିକ୍‌ ଏହି ଉପଲବ୍ଧି ହାସଲ କରିଛନ୍ତି।

Advertisment

ସିନର୍‌ ତାଙ୍କ କ୍ୟାରିୟରର ପ୍ରଥମ ଗ୍ରାଣ୍ଡସ୍ଲାମ୍‌ ଟାଇଟଲ୍ ନିଜ ନାମରେ କରିଛନ୍ତି। ସେ ମେଦଭେଦେବଙ୍କ ସ୍ୱପ୍ନକୁ ଭାଙ୍ଗି ଦେଇଛନ୍ତି। ପ୍ରଥମ ଥର ପାଇଁ ଅଷ୍ଟ୍ରେଲୀୟ ଓପନ୍ ଜିତିବାକୁ ଋଷର ଏହି ଖେଳାଳି ଆଶା କରିଥିଲେ। କିନ୍ତୁ ଯୁବ ଇଟାଲୀ ତାରକା ତାଙ୍କୁ ଫାଇନାଲରେ ପରାସ୍ତ କରି ଟାଇଟଲ୍ ନିଜ ନାମରେ କରିଛନ୍ତି। ଏହା ପୂର୍ବରୁ ମେଦଭେଦେବ ୨୦୨୧ରେ ୟୁଏସ୍ ଓପନ୍ ଜିତିଥିଲେ।

Advertisment

ତେବେ ୨୦୧୪ ପରେ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ ଓପନ୍‌ ପୁରୁଷ ସିଙ୍ଗିଲ୍ସରେ ନୂଆ ଚାମ୍ପିଅନ ଦେଖିବାକୁ ମିଳିଛି। ଏହାପୂର୍ବରୁ ୨୦୧୪ରେ ସ୍ୱିଜରଲ୍ୟାଣ୍ଡ ଷ୍ଟାନ୍‌ ୱାରିଙ୍କା ଅଷ୍ଟ୍ରେଲିଆ ଓପନ୍‌ ଜିତିଥିଲେ। ତେବେ ୨୦୧୪ ପରେ ରୋଜର ଫେଡରର୍‌, ନୋବାକ ଜୋକୋବିଚ୍ ଓ ରାଫେଲ୍‌ ନାଡାଲ ଅଷ୍ଟ୍ରେଲିଆ ଓପନ୍‌ ନିଜ ନାମରେ କରିଆସୁଥିଲେ।

Tennis Grand Slam
Advertisment
Advertisment