/odishatv-khabar/media/post_attachments/uploadimage/library/16_9/16_9_0/IMAGE_1706511150.jpg)
Pariksha Pe Charcha
‘ପରୀକ୍ଷା ପେ’ ଚର୍ଚ୍ଚା’ରେ ଛାତ୍ରଛାତ୍ରୀଙ୍କୁ ଟିପ୍ସ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ‘ପରୀକ୍ଷା ପେ’ ଚର୍ଚ୍ଚା’ ସାରା ଦେଶରେ ପିଲାଙ୍କ ଭବିଷ୍ୟତ ଲାଗି ବେଶ ସହାୟକ ହୋଇଛି । ପରୀକ୍ଷାର୍ଥୀଙ୍କ ଭବିଷ୍ୟତ ଗଠନ ପାଇଁ ଟିପ୍ସ ଦେଇ ପିଲାଙ୍କୁ ଉତ୍ସାହିତ କରୁଛନ୍ତି ପ୍ରଧାନମନ୍ତ୍ରୀ । ନୂଆଦିଲ୍ଲୀର ଭାରତ ମଣ୍ଡପମରେ ପ୍ରଧାନମନ୍ତ୍ରୀ ମୋଦି ସମ୍ବୋଧନ କରି କହିଛନ୍ତି, ନିଜ ପାଇଁ ଛୋଟ ଛୋଟ ଲକ୍ଷ୍ୟ ନିର୍ଦ୍ଧାରଣ କରନ୍ତୁ । ପ୍ରଥମରୁ ବଡ଼ ଲକ୍ଷ୍ୟ ରଖି ଚାପ ନିଅନ୍ତୁ ନାହିଁ ବୋଲି ପିଲାମାନଙ୍କୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।
ପ୍ରଧାନମନ୍ତ୍ରୀ ‘ପରୀକ୍ଷା ପେ’ ଚର୍ଚ୍ଚା’ରେ ପିଲାମାନଙ୍କ ସହ ଆଲୋଚନା କରି ଆହୁରି କହିଛନ୍ତି ଯେ, ପିଲାମାନଙ୍କ ମଧ୍ୟରେ ପ୍ରତିଯୋଗିତା ରହିବା ଜରୁରୀ । ବିନା ପ୍ରତିଯୋଗିତା ଓ ଆହ୍ୱାନରେ ଜୀବନ ପ୍ରେରଣାହୀନ । ହେଲେ ଛୁଆମାନଙ୍କ ତୁଳନା ପିତାମାତା କାହାସହ କରିବା ଉଚିତ ନୁହେଁ । କାରଣ ତୁଳନା କରିବା ଦ୍ୱାରା ପିଲାମାନଙ୍କ ଭିତରେ ବିକୃତ ମନୋଭାବ ଆସିଥାଏ ବୋଲି ପ୍ରଧାନମନ୍ତ୍ରୀ ‘ପରୀକ୍ଷା ପେ’ ଚର୍ଚ୍ଚା’ କାର୍ଯ୍ୟକ୍ରମରେ କହିଛନ୍ତି ।
ଖାଲି ଏତିକି ନୁହେଁ, ଈର୍ଷା, ଦ୍ୱେଷ ମନୋଭାବ ଆଣିବା ଆଦୌ ଉଚିତ ନୁହେଁ । ପ୍ରତିଯୋଗିତା ବନ୍ଧୁମାନଙ୍କ ସହ ନୁହେଁ, ନିଜ ସହ କରନ୍ତୁ । ବନ୍ଧୁଙ୍କ ଠାରୁ ପ୍ରେରଣା ନିଅନ୍ତୁ ଆଉ ଆଗକୁ ବଢ଼ନ୍ତୁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
ଗତବର୍ଷ ଏହି କାର୍ଯ୍ୟକ୍ରମରେ ୩୧.୨୪ ଲକ୍ଷ ଛାତ୍ର, ୫ଲକ୍ଷ ୬୦ ହଜାର ଶିକ୍ଷକ ଯୋଗଦେଇଥିଲେ । ୧ ଲକ୍ଷ ୯୫ ହଜାର ଅଭିଭାବକ ମଧ୍ୟ ପରୀକ୍ଷା ପେ’ ଚର୍ଚ୍ଚା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।
ଚଳିତ ବର୍ଷ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ‘ପରୀକ୍ଷା ପେ’ ଚର୍ଚ୍ଚା’ର ଆୟୋଜନ କରିଛଦନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ୟମରେ 'ପରୀକ୍ଷା ପେ’ ଚର୍ଚ୍ଚା'ର ସପ୍ତମ ସଂସ୍କରଣର କରାଯାଉଛି । ଏହି ସଂସ୍କରଣ ପାଇଁ ମାଇଗଭ୍ ପୋର୍ଟାଲରେ ୨.୨୬ କୋଟି ପଞ୍ଜିକରଣ ରେକର୍ଡ ହୋଇଥିବାବେଳେ ଦେଶବ୍ୟାପୀ ଛାତ୍ରମାନଙ୍କ ମଧ୍ୟରେ ଉତ୍ସାହ ରହିଛି
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)