• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଦକ୍ଷିଣ ତାମିଲନାଡୁର ସିଙ୍ଗିଲିପାଟ୍ଟି ଏବଂ ପୁନ୍ନୟାପୁରମ୍ ମଝିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସିମେଣ୍ଟ ବୋଝେଇ ଟ୍ରକ୍‌ ଓ କାର ମଧ୍ୟରେ ଧକ୍କା ହେବା ଫଳରେ ୬ ଜଣଙ୍କର ମୃତ୍ୟୁ ହୋଇଛି । ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ଦୁର୍ଘଟଣା ଘଟିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଆଜି ଭୋରରୁ ଏକ ସିମେଣ୍ଟ ବୋଝେଇ ଟ୍ରକ ବିପରୀତ ଦିଗରୁ ଆସୁଥିବା ଏକ କାରକୁ ଧକ୍କା ଦେଇଥିଲା । ଏହି ଭୟଙ୍କର ଦୁର୍ଘଟଣାରେ କାରଟି ସମ୍ପୂର୍ଣ୍ଣ ଭାଙ୍ଗି ଚୁରମାର ହୋଇଯାଇଥିବା ବେଳେ ଡ୍ରାଇଭର ସମେତ ୫ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଗୁରୁତର ଅବସ୍ଥାରେ ଜଣଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ଆଜି ଭୋର ପ୍ରାୟ ୩ଟା ୩୦ରେ ଏହି ଦୁର୍ଘଟଣା ଘଟିଛି । କାରଟି କୋର୍ଟାଲ୍ଲାମରୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଟ୍ରକଟି କେରଳରୁ ସିମେଣ୍ଟ ନେଇ ଆସୁଥିବା ବେଳେ କାରକୁ ଧକ୍କା ଦେଇଥିଲେ । କାର୍ତ୍ତିକ, ଭେଲ ମନୋଜ, ସୁବ୍ରମଣି, ମନୋକରଣ ଏବଂ ବୋଥିରାଜଙ୍କ ସମେତ ୬ ଜଣ ବ୍ୟକ୍ତି ଗତକାଲି ରାତିରେ ବାଲାସୁବ୍ରମଣ୍ୟ ସ୍ୱାମୀ ମନ୍ଦିର ମହୋତ୍ସବରେ ଯୋଗ ଦେଇଥିଲେ । ପରେ କୋର୍ଟଲାମ ଜଳପ୍ରପାତକୁ ଯାଇଥିଲେ। ପୋଲିସ ସୂଚନା ଅନୁଯାୟୀ, ଯେ ଏହି ଦୁର୍ଘଟଣା କୋର୍ଟକୁଲାମରୁ ଘରକୁ ଫେରିବା ବାଟରେ ଘଟିଛି ।

ଦୁର୍ଘଟଣା ନେଇ ସ୍ଥାନୀୟ ଲୋକ ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ସ୍ଥାନୀୟ ତିରୁନେଲ୍‌ଭେଲି ସରକାରୀ ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏଥିସହ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।