Advertisment

ଫିଲ୍ମ ଫେୟାର ଆୱାର୍ଡ-୨୦୨୪: ରଣବୀର-ଆଲିଆ ବେଷ୍ଟ ଆକ୍ଟର ଆକ୍ଟ୍ରେସ

'12th Fail'କୁ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଛି । ଏହି ଫିଲ୍ମ ପାଇଁ ବିଦୁ ବିନୋଦ ଚୋପ୍ରାଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ଅଭିନେତା ଭିକ୍ରାନ୍ତ ମାସିଙ୍କୁ କ୍ରିଟିକ୍ସ କାଟାଗୋରିରେ ଶ୍ରେଷ୍ଠ ଅଭିନେତା ପୁରସ୍କାର ପ୍ରଦାନ କରାଯାଇଛି।

author-image
Sonali Ojha
ଅଦ୍ୟତନ ହୋଇଛି
69th Filmfare Awards

Filmfare Awards 2024

ଶେଷ ହୋଇଛି ୬୯ତମ ଫିଲ୍ମ ଫେୟାର ଆୱାର୍ଡ । ଗତକାଲି ଗୁଜରାଟର ଗାନ୍ଧି ନଗରରେ ଏହି ସମାରୋହ ଅନୁଷ୍ଠିତ ହୋଇଛି। ଚଳିତଥର ରଣବୀର କପୁର ଏବଂ ଆଲିଆ ଭଟ୍ଟ ଶ୍ରେଷ୍ଠ ଅଭିନେତା ଏବଂ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଛନ୍ତି। ଫିଲ୍ମ ‘ଆନିମଲ’ ପାଇଁ ରଣବୀର କପୁର ପାଇଛନ୍ତି ଶ୍ରେଷ୍ଠ ଅଭିନେତା ପୁରସ୍କାର। ସେହିପରି ତାଙ୍କ ପତ୍ନୀ ଆଲିଆ ଭଟ୍ଟଙ୍କୁ ‘ରକି ଔର ରାନୀ କି ପ୍ରେମ କାହାଣୀ’ ପାଇଁ ମିଳିଛି ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର।

Advertisment

'12th Fail'କୁ  ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଛି । ଏହି ଫିଲ୍ମ ପାଇଁ ବିଦୁ ବିନୋଦ ଚୋପ୍ରାଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ଅଭିନେତା ଭିକ୍ରାନ୍ତ ମାସିଙ୍କୁ କ୍ରିଟିକ୍ସ କାଟାଗୋରିରେ ଶ୍ରେଷ୍ଠ ଅଭିନେତା ପୁରସ୍କାର ପ୍ରଦାନ କରାଯାଇଛି।

ଅଧିକ ପଢ଼ନ୍ତୁ: ଓସ୍କାର ପାଇଁ ନାମାଙ୍କନ ହେଲା ଭାରତର ଏହି ଫିଲ୍ମ; କାହାଣୀ କହେ ଗାଁର କଥା

Advertisment

ରାନୀ ମୁଖାର୍ଜୀଙ୍କୁ ମିଳିତ ଭାବେ ମିସେସ ଚାଟାର୍ଜୀ ଭର୍ସେସ ନରୱେ ଏବଂ ଶେଫାଳି ଶାହାକୁ ଥ୍ରୀ ଅଫ ଅସ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ କ୍ରିଟିକ୍ସ ପୁରସ୍କାର ପ୍ରଦାନ କରାଯାଇଛି। ଶବାନା ଆଜମୀ ରକି ଔର ରାନୀ କି ପ୍ରେମ କାହାଣୀ ପାଇଁ ସପୋର୍ଟିଙ୍ଗ ଫିମେଲ କ୍ୟାଟାଗୋରିରେ ଶ୍ରେଷ୍ଠ ଅଭିନେତ୍ରୀ ହୋଇଛନ୍ତି। ଡଙ୍କି ଫିଲ୍ମ ପାଇଁ ଭିକ୍କି କୌଶଲଙ୍କୁ ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା ଆୱାର୍ଡ ମିଳିଛି। ସେହିପରି ବର୍ଷୀୟାନ ଅଭିନେତ୍ରୀ ଶାବନା ଆଜମୀ ‘ରକି ୱର ରାନୀ କି ପ୍ରେମ କାହାନୀ’ ଫିଲ୍ମ ପାଇଁ ଶ୍ରେଷ୍ଠ ପାର୍ଶ୍ୱ ଅଭିନେତ୍ରୀ ଆୱାର୍ଡ ପାଇଛନ୍ତି।

ଅମିତାଭ ଭଟ୍ଟାଚାର୍ଯ୍ୟଙ୍କୁ ଜରା ହଟକେ ଜରା ବଚକେ ଫିଲ୍ମର ତେରେ ୱାସତେ ଗୀତ ପାଇଁ ଶ୍ରେଷ୍ଠ ଗୀତିକାର ଆୱାର୍ଡ ମିଳିଛି। ଶ୍ରେଷ୍ଠ ପ୍ଲେବ୍ୟାକ ସିଙ୍ଗର ଭାବେ ଭୁପିନ୍ଦର ବବ୍ବଲଙ୍କୁ ଓ ଶିଳ୍ପା ରାଓଙ୍କୁ ଆୱାର୍ଡ ପ୍ରଦାନ କରାଯାଇଛି। ଆନିମଲ ଫିଲ୍ମର ଅରଜାନ ଭାଇଲି ଗୀତ ପାଇଁ ଭୁପିନ୍ଦର ବବ୍ବଲଙ୍କୁ ଓ ‘ପଠାନ’ ଫିଲ୍ମର ‘ବେସରମ ରଙ୍ଗ’ ପାଇଁ ଶିଳ୍ପାଙ୍କୁ ସମ୍ମାନିତ କରାଯାଇଛି। ସେହିପରି ଅମିତ ରାଓଙ୍କ 'OMG 2' କୁ ଶ୍ରେଷ୍ଠ ଫିଲ୍ମ ଆୱାର୍ଡ ପ୍ରଦାନ କରାଯାଇଛି। ଏହି ସମାରୋହରେ ବହୁ ଅଭିନେତା ଓ ଅଭିନେତ୍ରୀ ଯୋଗ ଦେଇଥିଲେ।

Alia Bhatt Ranbir Kapoor Best Actor Filmfare Award
Advertisment
Advertisment