• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ମୋନାଲିସାକୁ ସୁପ୍ ମାଡ଼ । ଆମେ କହୁଛୁ, ରହସ୍ୟମୟ ହସ ପାଇଁ ଲିଓନାର୍ଡୋ ଡା ଭିଞ୍ଚିଙ୍କ ବିଶ୍ୱ ପ୍ରସିଦ୍ଧ ମୋନାଲିସା ପେଣ୍ଟିଂ କଥା । ପ୍ୟାରିସର ଲୁଭ୍ ମ୍ୟୁଜିୟମରେ ଥିବା ଏହି ପ୍ରଖ୍ୟାତ ପେଣ୍ଟିଂ ଉପରକୁ ୨ ମହିଳା ଆନ୍ଦୋଳନକାରୀ ସୁପ୍ ଫିଙ୍ଗିବା ପରେ, ସୃଷ୍ଟି ହୋଇଛି ହଇଚଇ ।

ଅବଶ୍ୟ ଏହି ଦୁର୍ମୂଲ୍ୟ ପେଣ୍ଟିଂଟି ବୁଲେଟ ପ୍ରୁଫ୍ କାଚ ବାକ୍ସ ଭିତରେ ଥିବାରୁ, ତାର କିଛି କ୍ଷତି ହୋଇନାହିଁ । ତେବେ ସୂଚନା ମିଳିଛି ଯେ, ଫ୍ରାନ୍ସ ସରକାରଙ୍କ କୃଷିନୀତିକୁ ବିରୋଧ କରି ଏବଂ ଚାଷୀଙ୍କ ଅଧିକାର ଦାବିରେ ଏହି ପ୍ରତିବାଦ କରାଯାଇଛି । ଫ୍ରାନ୍ସରେ ଏବେ କୃଷକ ଆନ୍ଦୋଳନ ଜାରି ରହିଥିବା ବେଳେ, ସାମ୍ନାକୁ ଆସିଛି ଏଭଳି ଭିନ୍ନ ପ୍ରତିବାଦ ଘଟଣା ।

ଦୁଇ ଆନ୍ଦୋଳନକାରୀ ପ୍ରଥମେ ମ୍ୟୁଜିୟମ ଭିତରେ ଥିବା ସୁରକ୍ଷାକର୍ମୀଙ୍କୁ ଚକମା ଦେଇ ମୋନାଲିସା ପେଣ୍ଟିଂର ନିକଟତର ହୋଇଥିଲେ ଏବଂ ଅଚାନକ ତା ଉପରକୁ ନାଲି ଓ କମଳା ରଙ୍ଗର ସୁପ୍ ଫିଙ୍ଗିଥିଲେ । ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ସେହି ସମୟର ଦୃଶ୍ୟ । ତେବେ ଇଏ ମୋନାଲିସା ଉପରେ ପ୍ରଥମ ଆକ୍ରମଣ ନୁହେଁ ।

ଗତବର୍ଷ ମେ ମାସରେ ଏହି ପେଣ୍ଟିଂ ଉପରକୁ କଷ୍ଟାର୍ଡ ପାଏ ଫିଙ୍ଗିଥିଲେ ଜଣେ ଯୁବକ। କଳାକାର ମାନେ ପୃଥିବୀ ଓ ପରିବେଶ ସୁରକ୍ଷା ଉପରେ ଅଧିକ ଧ୍ୟାନ ଦେଉନଥିବା ଅଭିଯୋଗ କରି ସେ ଏହି ପ୍ରତିବାଦ ପ୍ରଦର୍ଶନ କରିଥିଲେ ।