Advertisment

ଧୋକା ଦେଲା ଗୁଗୁଲ୍‌ ମ୍ୟାପ୍‌ ! ସର୍ଟକଟ୍‌ ମାରୁ ମାରୁ ପାହାଚରେ ଗାଡ଼ି ଗଡ଼ାଇଲେ ଡ୍ରାଇଭର୍‌

ଗୁଗୁଲ ମ୍ୟାପରେ ସର୍ଟକଟ ବାଟ ସର୍ଚ୍ଚ କରିଥିଲେ। ଏହାପରେ ସେ ମ୍ୟାପ ଅନୁସରଣ କରି କାର ଡ୍ରାଇଭିଂ ଆରମ୍ଭ କରିଦେଲେ। ମାତ୍ର ଗୁଗୁଲ ମ୍ୟାପ ତାଙ୍କୁ ନେଇ ଏକ ପାହାଚ ଉପରେ ପହଞ୍ଚାଇ ଦେଲା।

author-image
Sonali Ojha
ଅଦ୍ୟତନ ହୋଇଛି
Google Maps

Google Maps

ପୂର୍ବରୁ ଲୋକମାନେ ଅଜଣା ସ୍ଥାନକୁ ଯିବା ଆଗରୁ ଭଲ କରି ପଚାରି ବୁଝୁଥିଲେ । ନଚେତ୍ ରାସ୍ତାଘାଟରେ ଦୋକାନ କିମ୍ବା ଲୋକଙ୍କୁ ପଚାରି ଠିକଣା ସ୍ଥଳରେ ପହଞ୍ଚୁଥିଲେ । କିନ୍ତୁ ସମୟ ପରିବର୍ତ୍ତନ ସାଙ୍ଗକୁ ଲୋକେ ଆଧୁନିକତା ଆଡ଼କୁ ଆଗେଇଲେଣି । ଏବେ ଲୋକେ ଗୁଗୁଲ ମ୍ୟାପ୍‌ର ସହାୟତା ନେଇ ସହଜରେ ସଠିକ୍ ସ୍ଥାନରେ ପହଞ୍ଚି ପାରୁଛନ୍ତି । ତେବେ ବେଳେ ବେଳେ ଗୁଗୁଲ ମ୍ୟାପ ପାଇଁ ବି ଲୋକଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡୁଛି । ସିଧା ରାସ୍ତା ବଦଳରେ ଲୋକ ବୁଲିବୁଲି ହଇରାଣ ହେଉଥିବା ବି ଦେଖିବାକୁ ମିଳିଛି । ଏପରି ଏକ ଘଟଣା ଘଟିଛି ତାମିଲନାଡୁରେ, ଯେଉଁଠି ଡ୍ରାଇଭର ଗୁଗୁଲ ମ୍ୟାପ ଅନୁସରଣ କରି ଏକ ପାହାଚ ଉପରେ କାର୍ ନେଇ ପହଞ୍ଚିଯାଇଛନ୍ତି ।

Advertisment

ସୂଚନା ଅନୁସାରେ, ଜଣେ ବ୍ୟକ୍ତି ତାମିଲନାଡୁର ପାହାଡିଆ ଇଲାକା ଗୁଡାଲୁରରେ ସପ୍ତାହେ ପାଇଁ ଛୁଟି କଟାଇବାକୁ ଆସିଥିଲେ। ଏହି ସ୍ଥାନଟି ତାମିଲନାଡୁ, କେରଳ ଓ କର୍ଣ୍ଣାଟକ ମଝିରେ ପଡେ। ସାଧାରଣତଃ ଉଟି ଯାଉଥିବା ପର୍ଯ୍ୟଟକ ଏଠାକୁ ଆସନ୍ତି। ତେବେ ବ୍ୟକ୍ତି ଜଣକ କର୍ଣ୍ଣାଟକ ଫେରିଯିବାର ଥିଲା। ଏଥିପାଇଁ ସେ ଗୁଗଲ ମ୍ୟାପରେ ସର୍ଟକଟ ବାଟ ସର୍ଚ୍ଚ କରିଥିଲେ। ଏହାପରେ ସେ ମ୍ୟାପ ଅନୁସରଣ କରି କାର ଡ୍ରାଇଭିଂ ଆରମ୍ଭ କରିଦେଲେ। ମାତ୍ର ଗୁଗୁଲ ମ୍ୟାପ ତାଙ୍କୁ ନେଇ ଏକ ପାହାଚ ଉପରେ ପହଞ୍ଚାଇ ଦେଲା।

ସେଠାରୁ ନା ଆଗକୁ ଯାଇଦେଉଥିଲା ନା ଫଛକୁ ଫେରି ହେଉଥିଲା। ସିଡିରେ ଫସି ଯାଇଯାଇଥିଲେ କାର ଚାଳକ। ବ୍ୟକ୍ତିଜଣକ ସେଠାରେ ଥିବା ଲୋକମାନଙ୍କୁ ସାହାଯ୍ୟ ମାଗିଥିଲେ। ସ୍ଥାନୀୟ ଲୋକ ଓ ପୋଲିସ ତାଙ୍କୁ ସେଠାରୁ ଉଦ୍ଧାର କରି କର୍ଣ୍ଣାଟକ ଯିବା ରାସ୍ତା ବତାଇଥିଲେ।

Advertisment
Google Map Car Driver
Advertisment
Advertisment