/odishatv-khabar/media/post_attachments/uploadimage/library/16_9/16_9_0/IMAGE_1706506364.jpg)
Vehicles Fire
ଚାହୁଁ ଚାହୁଁ ଜଳିଗଲା ୪୫୦ରୁ ଅଧିକ ଗାଡ଼ି । ଦିଲ୍ଲୀ ୱଜିରାବାଦ ପୋଲିସ ଟ୍ରେନିଂ ସ୍କୁଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗି ଜଳିଯାଇଛି ୨ଶହ କାର । ଏଥି ସହିତ ୨୫୦ରୁ ଅଧିକ ବାଇକ୍ ମଧ୍ୟ ଜଳିପୋଡ଼ି ପାଉଁଶ ହୋଇଛି ।
ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ ଉତ୍ତର ଦିଲ୍ଲୀର ୱାଜିରାବାଦରେ ଥିବା ପୋଲିସ ଟ୍ରେନିଂ ସ୍କୁଲରେ ଏହି ଅଗ୍ନିକାଣ୍ଡ ଘଟିଛି । ଟ୍ରେନିଂ ସ୍କୁଲ ପରିସରରେ ରଖାଯାଇଥିବା ୪୫୦ ଗାଡ଼ି ଜଳିପୋଡ଼ି ପାଉଁଶ ହୋଇଯାଇଛି । ଘଟଣାକୁ ନେଇ ଦିଲ୍ଲୀ ଅଗ୍ନିଶମ ବିଭାଗ ପ୍ରତିକ୍ରିୟା ରଖିଛି ।
ଅଗ୍ନିଶମ ବିଭାଗ କହିଛି ଯେ, ରାତି ୧୨ଟା ୧୬ ମିନିଟ୍ରେ ଏ ନେଇ ଆମପାଖକୁ ଫୋନ୍ କଲ୍ ଆସିଥିଲା । ନିଆଁକୁ ଆୟତ୍ତ କରିବା ପାଇଁ ଆଠଟି ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା । ଅଧିକ ଗାଡ଼ି ନିୟୋଜିତ କରିବାକୁ ନିକଟସ୍ଥ ଅଗ୍ନିଶମ କାର୍ଯ୍ୟାଳୟକୁ ସୂଚନା ଦିଆଯାଇଥିବା ବିଭାଗ ସୂଚନା ଦେଇଛି ।
ଖାଲି ସେତିକି ଯେ ତାହାନୁହେଁ ବିଭାଗ ଆହୁରି ସୂଚନା ଦେଇଛି ଯେ, ପୋଲିସ୍ ଟ୍ରେନିଂ ସ୍କୁଲ ଅଗ୍ନିକାଣ୍ଡରେ ପ୍ରାୟ ୨୦୦ ଚାରି ଚକିଆ ଏବଂ ୨୫୦୦ ଦୁଇ ଚକିଆ ଯାନ ଜଳିଯାଇଛି । ଭୋର୍ ୪ଟା ୧୫ ମିନିଟ୍ ବେଳକୁ ଅଧିକାରୀମାନେ ନିଆଁକୁ ଆୟତ୍ତକୁ ଆଣିଥିଲେ । ହେଲେ ଅଗ୍ନିକାଣ୍ଡ କିପରି ଘଟିଲା ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ।
ସେପଟେ ଏ ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ହେଲେ ଏତେ ବଡ଼ ଦୁର୍ଘଟଣାରେ ସୌଭାଗ୍ୟବସତଃ କାର କୌଣସି କିଛି କ୍ଷତି ହୋଇନଥିବା ପୋଲିସ ସୂଚନା ଦେଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)