Advertisment

ଭାରତ-ଇଂଲଣ୍ତ ପ୍ରଥମ ଟେଷ୍ଟ; ୨୮ ରନ୍‌ରେ ହାରିଲା ଭାରତ

ହାଇଦ୍ରାବାଦରେ ଖେଳାଯାଉଥିବା ଇଣ୍ଡିଆ-ଇଂଲଣ୍ଡ ପ୍ରଥମ ଟେଷ୍ଟକୁ ଜିତିନେଇଛି ଇଂଲଣ୍ଡ।

author-image
Manoranjan Behera
ଅଦ୍ୟତନ ହୋଇଛି
Ind Vs Eng Test Series

Ind Vs Eng Test Series

ହାଇଦ୍ରାବାଦରେ ଖେଳାଯାଉଥିବା ଇଂଲଣ୍ତ ବିପକ୍ଷ ପ୍ରଥମ ଟେଷ୍ଟ ହାରିଆ ଭାରତ । ୨୮ ରନ୍‌ରେ ଇଂଲଣ୍ତଠୁ ହାରିଲା ଭାରତ । ଇଂଲଣ୍ତ ପ୍ରଥମ ଇନିଂସରେ ୨୪୬ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିବା ବେଳେ ଭାରତ ୪୩୬ ରନ୍‌ର ବିଶାଳ ସ୍କୋର ଠିଆ କରିଥିଲା । ଇଂଲଣ୍ତ ମଧ୍ୟ ଜବାବରେ ୪୨୦ ରନ୍‌ କରି ଭାରତ ଆଗରେ ୨୩୧ ରନ୍‌ର ବିଜୟ ଲକ୍ଷ୍ୟ ରଖିଥିଲା । ଫଳରେ ଏହି ମ୍ୟାଚକୁ ୨୮ ରନରେ ଜିତିନେଇଛି ଇଂଲଣ୍ତ ।

Advertisment

ଗତକାଲି ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ତା’ର ଦ୍ୱିତୀୟ ଇନିଂସରେ ୬ ୱିକେଟ ହରାଇ ୩୧୬ ରନ୍ କରିଥିଲା। ଆଜି ଦଳ ଆଉ ୧୦୪ ରନ୍ କରି ଥିଲା। ଗତକାଲି ୧୪୮ ରନ୍ କରି ଅପରାଜିତ ଥିବା ଓଲି ପପ୍‌ ଆଜି ଆଉ ୪ ରନ୍‌ ପାଇଁ ଦ୍ୱିଶତକରୁ ବଞ୍ଚିତ ହୋଇଥିଲେ। ସେ ୧୯୬ ରନ୍‌ କରି ଆଉଟ୍ ହୋଇଥିଲେ। ୨୭୮ଟି ବଲ୍‌ରୁ ୨୧ଟି ଚୌକା ସହାୟତାରେ ସେ ଏହି ରନ୍ କରି ଥିଲେ। ତାଙ୍କୁ ଯଶପ୍ରୀତ ବୁମ୍ରା ବୋଲ୍‌ଡ କରି ଥିଲେ। ସେହିପରି ଗତକାଲି ଅପରାଜିତ ଥିବା ରେହାନ ଅହମଦ ୨୮ ରନ୍‌ରେ ଆଉଟ୍ ହୋଇଯାଇଥିଲେ। ଯଶପ୍ରୀତ ବୁମ୍ରାଙ୍କ ବଲ୍‌ରେ ସେ ଶ୍ରୀକର ଭରତଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ।

ଟମ୍ ହାର୍ଟଲୀ ୫୨ଟି ବଲ୍‌ରୁ ୩୪ ରନ୍ କରିଥିବା ବେଳେ ରବିଚନ୍ଦ୍ରନ ଅଶ୍ୱିନଙ୍କ ଦ୍ୱାରା ବୋଲ୍‌ଡ ହୋଇଥିଲେ। ମାର୍କ ଉଡ୍ ଖାତା ଖୋଲି ପାରି ନଥିଲେ। ଓଲି ପପ୍‌ ଶେଷ ପର୍ଯ୍ୟନ୍ତ ଖେଳିଥିଲେ। ସେ ଆଉଟ୍ ହେବା ସହିତ ଦଳର ଦ୍ୱିତୀୟ ଇନିଂସ ଶେଷ ହୋଇଥିଲା। ଭାରତ ପକ୍ଷରୁ ଯଶପ୍ରୀତ ବୁମ୍ରା ସର୍ବାଧିକ ୪ଟି ୱିକେଟ୍ ନେଇଥିବା ବେଳେ ରବିଚନ୍ଦ୍ରନ ଅଶ୍ୱିନ ୩, ରବୀନ୍ଦ୍ର ଜାଡ଼େଜା ୨ ଓ ଅକ୍ଷର ପଟେଲ ଗୋଟିଏ ୱିକେଟ୍ ନେଇଥିଲେ। ଇଂଲଣ୍ଡ ପ୍ରଥମ ଇନିଂସରେ ୨୪୬ ରନ୍ କରିଥିବା ବେଳେ ଦ୍ୱିତୀୟ ଇନିଂସରେ ୪୨୦ ରନ୍ କରିଛି। ଭାରତ ପ୍ରଥମ ଇନିଂସରେ ୪୩୬ ରନ୍ କରିଥିଲା।

Advertisment
Ind Vs Eng Test Series
Advertisment
Advertisment