• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଭୂକମ୍ପରେ ଦୋହଲିଲା ଗୁଜରାଟ । ରବିବାର ସନ୍ଧ୍ୟାରେ ଗୁଜୁରାଟର କଛ ଜିଲ୍ଲାରେ ଭୂକମ୍ପ ଅନୁଭୂତ ହୋଇଛି । ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୪.୦ ରେକର୍ଡ କରାଯାଇଛି । ଏଥିରେ କୌଣସି ପ୍ରକାର କ୍ଷୟକ୍ଷତି ହୋଇଥିବା ନେଇ ସୂଚନା ମିଳିନାହିଁ ।

ଇନଷ୍ଟିଚ୍ୟୁଟ୍ ଅଫ୍ ସେସମୋଲୋଜିକାଲ ରିସର୍ଚ୍ଚ (ISR) ଅନୁଯାୟୀ କଛ ଜିଲ୍ଲାର ଭାଚୁଆ ନିକଟରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା। ରବିବାର ସଂଧ୍ୟା ୪ଟା ୪୫ ବେଳେ ଭୂକମ୍ପ ଅନୁଭୂତ ହୋଇଥିଲା । ଭୂକମ୍ପର କେନ୍ଦ୍ରସ୍ଥଳ ଭଚାଉ ଠାରୁ ଉତ୍ତର-ଉତ୍ତର-ପୂର୍ବରେ ୨୧ କିଲୋମିଟର ଦୂରରେ ଥିଲା । ପ୍ରାଥମିକ ତଦନ୍ତରେ କୌଣସି କ୍ଷୟକ୍ଷତି ହୋଇନଥିବା କଛ ଜିଲ୍ଲାପାଳ ଅମିତ ଅରୋରା କହିଛନ୍ତି ।

ନିକଟରେ ଦିଲ୍ଲୀ ଏନ୍‌ସିଆର୍‌ରେ ଭୂକମ୍ପ ଅନୁଭୂତ ହୋଇଥିଲା । ରାଜଧାନୀ ଦିଲ୍ଲୀ ଏବଂ ଉତ୍ତର ଭାରତର କିଛି ରାଜ୍ୟରେ ଭୂକମ୍ପର ଝଟକା ଲାଗିଥିଲା । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ସବୁଠୁ ଉତ୍ସବମୁଖର ଥିବା ବେଳେ ଲୋକଙ୍କୁ ଅଳ୍ପ ଭୟଭୀତ କରିଦେଇଥିଲା ଭୂକମ୍ପ । ତେବେ ଏଥିରେ ବିଶେଷ କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି । ଭୂକମ୍ପର ଝଟକା ପରେ ଲୋକେ ଭୟରେ ଘରୁ ବାହାରି ଆସିଥିଲେ ।

ତେବେ ଅନୁଭୂତ ହୋଇଥିବା ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା ଦକ୍ଷିଣ ଚୀନ୍‌ର ଜିନଜିଆଙ୍ଗ । ରାତି ପ୍ରାୟ ୧୧ଟା ୩୯ରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା । ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୭.୨ ରେକର୍ଡ କରାଯାଇଛି । ସ୍ଥଳଭାଗରୁ ୮୦ କିଲୋମିଟର ଭିତରେ ଭୂକମ୍ପ ହୋଇଥିବା ସୂଚନା ମିଳିଥିଲା । ସେହିପରି କାଜାଖସ୍ତାନରେ ମଧ୍ୟ ୬.୭ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା ।