ଟ୍ରାକ୍ଟରରେ ଯାଇ ରୋଗୀ ସେବା କଲେ ଡାକ୍ତର। ମାଲକାନଗିରିର ଜଳ ପ୍ରଳୟ ଭିତରୁ ଏମିତି କିଛି ଦୃଶ୍ୟ ସାମ୍ନାକୁ ଆସିଛି।
ହାତରେ ପେନସିଲ୍ ଧରି ଆଙ୍କୁଛନ୍ତି ସୁନ୍ଦର ସୁନ୍ଦର ଛବି । ତାଙ୍କ ହାତର ସ୍ପର୍ଶରେ ଯେମିତି ଏହି ସବୁ ଫଟୋଚିତ୍ର ଜୀବନ୍ତ ହୋଇଉଠୁଛି । ଶ୍ରୀ ମନ୍ଦିର, ପ୍ରଭୁ ଜଗନ୍ନାଥ, ଦେବୀ କାଳୀ ଓ ଅଗ୍ରପୁଜ୍ୟ ଗଜାନନଙ୍କ ଭଳି ଅନେକ ଛବି ଆଙ୍କି ଏବେ ଚର୍ଚ୍ଚାରେ ଇପ୍ସିତା ।
ଦିନେ ଧୂଳି ଧୂସର ହୋଇ, କଳା ଧୂଆଁ ଆକାଶ ତଳେସୁନେଲି ଭବିଷ୍ୟତକୁ ଜଳାଞ୍ଜଳି ଦେଉଥିଲେ ଏହି ପିଲାମାନେ। ସିଲଟ ଖଡ଼ିର ଅର୍ଥ ମଧ୍ୟ ଜାଣି ନଥିଲେ। ଇଟା ଭାଟିରେ ସତେ ଯେମିତି ପୋଡି ହୋଇଯାଉଥିଲା ସେମାନଙ୍କ ଭବିଷ୍ୟତ। ହେଲେ ଦେବଦୂତ ସାଜିଲେ ଗାନ୍ଧିବାଦୀ।
ଆଜି ଗୁରୁଦିବସ ଅବସରରେ ବାଲେଶ୍ବର ଏବଂ ବଡମ୍ବାରୁ ଦେଖିବା ଯୋଡିଏ କାହାଣୀ, ଯେଉଁଠି ଶିକ୍ଷାର ବିକାଶ ପାଇଁ ଗୁରୁ ନେଇଛନ୍ତି ବଳିଷ୍ଠ ପଦକ୍ଷେପ।
ଦାନ ମାଧ୍ୟମରେ ଦୁନିଆରେ ଶାନ୍ତି ଏବଂ ସୌହାର୍ଦ୍ଦ୍ୟର ବିସ୍ତାର କରିହୁଏ। ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ଏକତା ଏବଂ ଭାଇଚାରା ମଧ୍ୟ ବୃଦ୍ଧି କରିହୁଏ। ଆଜି ‘ଅନ୍ତର୍ଜାତୀୟ ଚ୍ୟାରିଟି ଦିବସ’ ଅବସରରେ ଆସନ୍ତୁ ଭାରତର ୫ ମହାନ ଦାନୀଙ୍କୁ ଜାଣିବା।
୨୫ବର୍ଷିୟା ମାୟା ମୌରୀଙ୍କ ବାପା –ମା’ ଛାଡପତ୍ର ପରେ ଅଲଗା ରହୁଛନ୍ତି। ହେଲେ ଝିଅ ମାୟା ସେମାନଙ୍କୁ ଏକାଠି ଦେଖିବାକୁ ଚାହୁଁଥିଲେ। ସ୍ନାତକ ସମାରୋହରେ ଯୋଗ ଦେବାପାଇଁ ସେ ଫ୍ରାନ୍ସରୁ ଆମେରିକା ଯାଇଥିବା ବେଳେ ବାପା-ମା’ଙ୍କୁ ମଧ୍ୟ ନିମନ୍ତ୍ରିତ କରିଥିଲେ।
ଡାକ୍ତର ହେବେ ଆଦିବାସୀ ଗରିବ ଘରର ପୁଅ । ପ୍ରଥମ ପ୍ରଚେଷ୍ଟାରେ ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ।
ନିଜର ଦୃଢ଼ ଇଚ୍ଛା ଶକ୍ତି । ଆଉ ଶାରୀରିକ ଅକ୍ଷମତା । ଏଠି ଯେମିତି ହାର୍ ମାନିଛି । ଦିବ୍ୟାଙ୍ଗ ହେଲେବି ସେ ହୋଇପାରିଛନ୍ତି ସ୍ୱାବଲମ୍ବୀ । ତାଙ୍କ ହାତର ଯାଦୁ ଆଜି ତାଙ୍କୁ ଦେଇଛି ସ୍ୱତନ୍ତ୍ର ପରିଚୟ ।
ତାଙ୍କ ସ୍ପର୍ଶରେ କଥାକୁହେ ଏ ନିର୍ଜୀବ କାଠଖଣ୍ଡ । ମାତ୍ର କିଛି ସମୟରେ ତିଆରି କରିନ୍ତି ଭଳିକି ଭଳି ସୁନ୍ଦର ସୁନ୍ଦର ଜିନିଷ । ନିଜର ଦୃଢ଼ ଇଚ୍ଛା ଶକ୍ତି... ଆଉ ଶାରୀରିକ ଅକ୍ଷମତା... ଏଠି ଯେମିତି ହାର୍ ମାନିଛି ।
ଇଶାକଙ୍କ ଏହି ସଫଳତା ପରେ ଘରେ ଖୁସିର ଲହରି । ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ସେ ବ୍ରହ୍ମପୁରସ୍ଥିତ ଏମକେସିଜି ମେଡ଼ିକାଲ କଲେଜ ହସପିଟାଲରେ ନାଁ ଲେଖିଛନ୍ତି ।
କିଏ ଟ୍ରାଏ ସାଇକେଲରେ ଆସୁଛି...କିଏ ଚାଲି ଚାଲି ଅ।ସୁଛି....କିଏ ଆରବିଆନ ସେଠ୍ ତ କିଏ ଦାଦା କଷ୍ଟୁମରେ । ସମସ୍ତଙ୍କ ମୁହଁରେ ଦମ୍ଭ ଓ ଦୃଢ଼ତା । ମ୍ୟୁଜିକ ସହ ଜଣଙ୍କ ପରେ ଜଣେ ଆସି ଦେଖାଉଛନ୍ତି ଫେସନ୍ସ ଜଲୱା । ଆପଣମାନେ ଦେଖୁଥିବା ଏହି ମଡେଲମାନେ ହେଉଛନ୍ତି ଭିନ୍ନକ୍ଷମ ।
ଗରିବର ସାହାରା ପାଲଟିଛି ବାଇକ୍ ଆମ୍ବୁଲାନ୍ସ । ୨୦୨୧ରୁ ୨୦୨୪ ମାର୍ଚ୍ଚ ସୁଦ୍ଧା ୫ ହଜାରରୁ ଅଧିକ ଲୋକଙ୍କୁ ଏହି ସେବା ଯୋଗାଇ ଦିଆଯାଇଛି । ଫଳରେ ଉପକୃତ ହୋଇପାଇଛନ୍ତି ରାଇରଙ୍ଗପୁର, ଯଶିପୁର, କୁସୁମି ଏବଂ ବିଜାତଳା ବ୍ଲକର ଲୋକେ ।
UPSC ଭଳି କଠିନ ପରୀକ୍ଷା ପାଇଁ ଆବଶ୍ୟକ ନୁହେଁ କୋଚିଂ। କଠିନ ପରିଶ୍ରମ ଓ ଆତ୍ମବିଶ୍ୱାସ ହିଁ ସଫଳତାର ଚାବି କାଠି। ଏପରି ଭାବେ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦେଇଛନ୍ତି ନୟାଗଡ଼ର SP IPS ରାହୁଲ ଜୈନ। ବିନା କୋଚିଂରେ ଘରି ବସି ଇଣ୍ଟେରନେଟର ସଦୁପଯୋଗ କରି UPSC ଭଳି ପରୀକ୍ଷା ମଧ୍ୟ କ୍ରାକ କରିହେବ।
ଏ ଝାଟିମାଟି ନୂଆଣିଆ ଚାଳଛପର ଘରର ଏ ହେଉଛନ୍ତି ଉଜ୍ଜଳ ପ୍ରଦୀପ । ଆପଣ ୟାଙ୍କୁ ସୁନା ପୁଅ ବୋଲି ମଧ୍ୟ କହିପାରିବେ । ବାପା ସିନା ଗରିବ ଦିନ ମଜୁରିଆ... ହେଲେ ଏ ପୁଅ ଡାକ୍ତର ହେବ । ଆଖିରେ ଥିବା ଅସୁମାରୀ ସ୍ୱପ୍ନ ଆଜି ତାଙ୍କର ସତ ହେବାକୁଯାଉଛି । ଏ ଗରିବ ବାପା ମା’ଙ୍କ ପୁଅ ଏମ୍ବିଏସ୍ ପଢ଼ି ଡାକ୍ତି ହେବାକୁ ଯାଉଛି ।
ବିଶ୍ୱର ଧନୀ ତାଲିକାରେ ମୁକେଶ ଅମ୍ୱାନୀ, ଅନୀଲ ଅମ୍ବାନୀ, ଗୌତମ ଆଦାନୀଙ୍କ ପରି କିଛି ଭାରତୀୟଙ୍କ ନାଁ ରହିଛି। ହେଲେ ଏମାନଙ୍କଠାରୁ ଜଣେ ବ୍ୟବସାୟୀ ଢେର୍ ଧନୀ ଥିଲେ।
ଭାରତର ଶୀତଲ ଦେବୀ ଫୋକୋମେଲିଆ ନାମକ ଏକ ବିରଳ ଜନ୍ମଯାତ ରୋଗ ସହ ଜନ୍ମଗ୍ରହଣ କରିଥିଲେ । ଏହା ପରେ ସେ ପାରା ତୀରନ୍ଦାଜୀ ଜଗତରେ ଚାମ୍ପିଅନ୍ ହେବାକୁ ସମସ୍ତ ବାଧାବିଘ୍ନକୁ ଅତିକ୍ରମ କରିଛନ୍ତି । ଫୋକୋମେଲିଆ କିମ୍ବା ଆମେଲିଆ ଏମିତି ଏକ ବିରଳ ରୋଗ ଯେଉଁଥିରେ ହାତ କିମ୍ବା ଏବଂ ଗୋଡ ବହୁତ ଛୋଟ ରହିଯାଏ ।
କଣ୍ଟକିତ ଗଛରେ ଫଳିଛି ରସୁଆଳ ଲାଲ ଲାଲ ବିଦେଶୀ ଫଳ। ଦେଖିବାକୁ ଯେମିତି ସୁନ୍ଦର ସ୍ଵାଦ ବି ସେମିତି ନିଆରା। ୟୁଟ୍ୟୁବ ଦେଖି ଚାଷୀ କଲେ ଡ୍ରାଗନ ଫ୍ରୁଟ ଚାଷ । ଚାଲନ୍ତୁ ଜାଣିବା ଜଣେ ସଫଳ ଚାଷୀଙ୍କ ବିଷୟରେ...
କଣ୍ଟକିତ ଗଛରେ ଫଳିଛି ରସୁଆଳ ଲାଲ ଲାଲ ବିଦେଶୀ ଫଳ। ଦେଖିବାକୁ ଯେମିତି ସୁନ୍ଦର ସ୍ଵାଦ ବି ସେମିତି ନିଆରା। ଦେଖନ୍ତୁ ୟୁଟ୍ୟୁବ ଦେଖି କିପରି ଚାଷୀ କଲେ ଡ୍ରାଗନ ଫ୍ରୁଟ ଚାଷ ।
ନିଜ ନାଁ ବି ଠିକ୍ରେ କହିପାରୁ ନ ଥିବା ଏ କୁନି ପୁଅଟି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଉଛି। ଖନେଇ ଖନେଇ କଥା କହୁଛି। କିନ୍ତୁ ଯାହା କହୁଛି ଠିକଠାକ୍। ବୟସ ମାତ୍ର ୩ ବର୍ଷ ୬ ମାସ ହୋଇଥିବା ବେଳେ ସେ ନିର୍ଦ୍ବନ୍ଦ୍ବରେ କହିପାରୁଛି ୨୫ରୁ ଅଧିକ ସାଧାରଣଜ୍ଞାନ ପ୍ରଶ୍ନର ଉତ୍ତର।
ଡାକ୍ତରୀ ପଢ଼ିବେ ମାଲକାନଗିରି ବଣ୍ଡାଘାଟିର ଛାତ୍ର ମଙ୍ଗଳା ମୁଦୁଲି । ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ଏମକେସିଜିରେ ପଢ଼ିବେ ଡାକ୍ତରୀ ପାଠ । ମଙ୍ଗଳାଙ୍କ ସଫଳତାରେ ସମଗ୍ର ବଣ୍ଡାଘାଟିରେ ଖୁସୀର ଲହରୀ
ସ୍ୱାମୀ-ସ୍ତ୍ରୀ ଉଭୟ IAS, ବିବାହରେ ଖର୍ଚ୍ଚ କଲେ ମାତ୍ର ୫୦୦ ଟଙ୍କା । ତେବେ କାହିଁକି ଏତେ କମ୍ ଟଙ୍କାରେ ବିବାହ କଲେ ? ଏହା ପଛର ଉଦ୍ଦେଶ୍ୟ କଣ ? କଣ ପାଇଁ ଏମିତି ବିବାହ କଲେ ? ଜାଣନ୍ତୁ...
ବରା ପକୁଡ଼ି ବିକି ମାଟ୍ରିକ ପରୀକ୍ଷା ଦେଇ ରଖିଥିଲେ ୮୯ ପ୍ରତିଶତ ମାର୍କ। ଆଉ ଏବେ ଜେଇଇ ମେନ୍ ରେ ଭଲ ରାଙ୍କ ରଖି ମେଡ଼ିକାଲ ନିଟ୍ ରେ ସିଟ ପାଇଛନ୍ତି ।
ଦେଢ଼ ବର୍ଷ ତଳର କଥାକୁ ମନେ ରଖିଛି ଗାଈଟିଏ । ଅଟୋଟି ଯୁଆଡେ ଯାଉଛି ଗାଈଟିଏ ଗୋଡ଼ାଇ ଚାଲିଛି । ଅଟୋ ଭିତରେ ଚାଳକଙ୍କ ବ୍ୟତୀତ ଆଉ କେହିବି ନାହାନ୍ତି ।
ଦିନରେ ମଜୁରୀ ଲାଗୁଥିଲେ ରାତିରେ ପାଠ ପଢ଼ୁଥିଲେ । IITରେ ପଢ଼ିବାର ସୁଯୋଗ ସହ କମାଲ କଲେ ଛାତ୍ର ।
ଢେଙ୍କାନାଳ ସହର ହାଟ ରୋଡରେ ରହୁଥିବା ମୁରଲୀ ସାହୁ । ଜନ୍ମରୁ ସେ ଜଣେ ଦିବ୍ୟାଙ୍ଗ । ରାତି ହେଲେ ନିଜର ତିନି ଚକିଆ ସାଇକେଲ ଯୋଗେ ବାହାରିପଡ଼ନ୍ତି ବାହାରକୁ ।