• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

କିମ୍ବଦନ୍ତୀ ଉଦ୍ୟୋଗପତି ତଥା ପଦ୍ମ ବିଭୂଷଣ ରତନ ଟାଟାଙ୍କ ପରଲୋକ ହୋଇଯାଇଛି । ୮୬ ବର୍ଷ ବୟସରେ ଆଖି ବୁଜିଛନ୍ତି ଟାଟା ଟ୍ରଷ୍ଟ ଚେୟାରମ୍ୟାନ୍ ତଥା ଟାଟା ସନ୍ସର ଚେୟାରମ୍ୟାନ ଏମେରିଟସ୍ ରତନ ଟାଟା । ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ଯୋଗୁଁ ସେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଦୁଇ ଦିନ ତଳେ ତାଙ୍କ ଅସୁସ୍ଥତାକୁ ନେଇ ଚର୍ଚ୍ଚା ହୋଇଥିଲେ ମଧ୍ୟ, ସୋସିଆଲ ମିଡିଆରେ ଏହାକୁ ଖଣ୍ଡନ କରିଥିଲେ ନିଜେ ରତନ ଟାଟା ।

ତେବେ ଆଜି ରାତିରେ ସେ ଆଇସିୟୁରେ ଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ନିଜର ଅମାୟିକ ବ୍ୟକ୍ତିତ୍ୱ, ସରଳ ଜୀବନଶୈଳୀ, ମେଳାପି ସ୍ୱାଭାବ ଏବଂ ବଦାନ୍ୟତା ପାଇଁ ବେଶ୍ ପରିଚିତ ଥିଲେ ରତନ ଟାଟା । ତାଙ୍କର ଏପରି ବ୍ୟକ୍ତିତ୍ୱ ପାଇଁ ଛାଡ଼ିଆଡ଼ୁ ସମବେଦନାର ସୁଅ ଛୁଟିଛି । ଏଥିରେ ବର୍ତ୍ତମାନ ଜଣେ କ୍ୟାପଟେନ୍ ବର୍ତ୍ତମାନ ସାମିଲ ହୋଇଛନ୍ତି ।

ନ୍ୟୁୟର୍କରୁ ଦିଲ୍ଲୀ ପର୍ଯ୍ୟନ୍ତ ଫ୍ଲାଇଟ୍ ରେ ଆସୁଥିଲେ ରତନ ଟାଟା । ଏହି ସମୟରେ ଏପରି ଏକ ଘଟଣା ଘଟିଥିଲା ଯାହା କ୍ୟାପଟେନଙ୍କର ଜୀବନ ବଦଳାଇଥିଲା ବୋଲି ସୋସିଆଲ ମିଡିଆ ସାଇଟ X ରେ ସେ ପୋଷ୍ଟ କରିଛନ୍ତି । ହୃଦୟରେ ସବୁଦିନ ପାଇଁ ସେଇ ମୁହୂର୍ତ୍ତ ବଜାୟ ରହିବ ବୋଲି ସେ ଉଲ୍ଲେଖ କରିଛନ୍ତି ।

ତାଙ୍କର ନମ୍ରତା ଓ ମହାନୁଭବତା ପାଇଁ ସେ ବିଶ୍ୱବିଦିତ । ଫ୍ଲାଇଟ୍ ରେ ଆସିବା ସମୟରେ ତାଙ୍କର ସାମାଜିକ ମୂଲ୍ୟବୋଧ ବେଶ୍ ପ୍ରଭାବ ପକାଇଥିଲା ବୋଲି କ୍ୟାପଟେନ୍ ଉଲ୍ଲେଖ କରିଛନ୍ତି । ଫ୍ଲାଇଟ୍ ର କ୍ୟାପଟେନ୍ ଜୋୟା ଲେଖିଛନ୍ତି, ଯେତେବେଳେ ଉଡ଼ାଣ ସରିଲା ସେତେବେଳେ ରତନଙ୍କ ସହ ଏକ ଫଟୋ ଉଠାଇଥିଲି । ଏଥିପାଇଁ ଉଠିବାକୁ ଗଲାବେଳେ ରତନ ଅଟକାଇଥିଲେ ଓ କହିଥିଲେ, ତୁମେ ବସ, ଏହା ତୁମର ସିଟ୍ । ମୁଁ ଛିଡ଼ା ହୋଇପାରିବି । ଏହା ହିଁ ତାଙ୍କୁ ବେଶ ଭାବବିହ୍ୱଳ କରିଥିଲା ।

ରତନ କହିଥିଲେ, ଏହି ସିଟ୍ ରେ ତୁମେ ବସିବା ପାଇଁ ଯୋଗ୍ୟ, କାହିଁକି ନାଁ ଏହାକୁ ତୁମେ ହିଁ ଅର୍ଜନ କରିଛ । ତାଙ୍କର ଏପରି ନମ୍ରତା ଗୁଣ କ୍ୟାପଟେନଙ୍କୁ ଅବିଭୂତ କରିଥିଲା ଓ ରତନଙ୍କ ଉପରେ ବିଶ୍ୱାସ ମଧ୍ୟ ସୁଦୃଢ଼ ହେଲା ବୋଲି ସେ ଲେଖିଛନ୍ତି । ଏହା ସହ ସେ ରତନଙ୍କ ସହ ଉକ୍ତ ଫଟୋ ପୋଷ୍ଟ କରି ଲେଖିଛନ୍ତି, ଏହା ମୋର ବ୍ୟକ୍ତିଗତ ପ୍ରେରଣା ପାଇଁ ଉଦ୍ଦିଷ୍ଟ । ସେ ଜଣେ କିମ୍ବଦନ୍ତୀ ପୁରୁଷ । ମୋ ପାଇଁ ଜଣେ ପ୍ରେରଣାଦାୟୀ ମଣିଷ ବୋଲି ନିଜ ଏକ୍ସ ଆକାଉଣ୍ଟରେ ଲେଖିଛନ୍ତି ।

OTV is now on Whatsapp

Join and get latest news update delivered to you via whatsapp

Join Now