Advertisment

Special Story: ପୋଲିସ ବାବୁଙ୍କ ମହାନତା, ଗୋମାତା ଓ ମଣିଷଙ୍କୁ ସୁରକ୍ଷା ଦେବାକୁ ନିଆରା ପ୍ରୟାସ

ଗୋରୁଙ୍କ ବେକରେ ଆଇକାର୍ଡ! ଏ ନାଲି ଫିତା ସେମାନଙ୍କ ଜୀବନ ରକ୍ଷାକରୀ କବଚ। ଜନତାଙ୍କ ସହ ଗୋମାତାଙ୍କୁ ସୁରକ୍ଷା ଦେବାକୁ ଏହା ଏକ ନିଆରା ପ୍ରୟାସ। ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ, ପୋଲିସ ବାବୁଙ୍କୁ ମିଳୁଛି ଭୁରୀ ଭୁରୀ ପ୍ରଶଂସା ।

author-image
Pallipuspa Samal
ଅଦ୍ୟତନ ହୋଇଛି
unique efforts to protect cows

unique efforts to protect cows

ଗୋରୁଙ୍କ ବେକରେ ଆଇକାର୍ଡ !  ବୁଲା ଗୋରୁଙ୍କ ବେକରେ ପୁଲିସ ବାବୁ ବାନ୍ଧି ଦେଉଛନ୍ତି ନାଲି ଫିତା ।  ଏଇ ନାଲି ଫିତା ହେଉଛି ଗୋରୁଙ୍କ ଜୀବନ ରକ୍ଷାକରୀ କବଚଟିଏ। ଜନତାଙ୍କ ସହ ଗୋମାତାଙ୍କୁ ସୁରକ୍ଷା ଦେବାକୁ ଏହା ଏକ ନିଆରା ପ୍ରୟାସ। ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ, ପୋଲିସ ବାବୁଙ୍କୁ ମିଳୁଛି ଭୁରୀ ଭୁରୀ ପ୍ରଶଂସା।

Advertisment

ରାସ୍ତାରେ ବୁଲା ଗାଈଗୋରୁଙ୍କ ଯୋଗୁଁ ହେଉଥିବା ସମସ୍ୟା ସମ୍ପର୍କରେ ତ ଆପଣ ଜାଣିଛନ୍ତି। ଏଥିପାଇଁ ଉଭୟ ମଣିଷ ଓ ଗୋମାତାଙ୍କ ଜୀବନ ସଙ୍କଟରେ ପଡୁଛି। ଘନ ଅନ୍ଧାରରେ ଗୋମାତାଙ୍କୁ ନଦେଖିପାରି ପ୍ରାୟ ପ୍ରତିଦିନ ଘଟୁଛି ଅଘଟଣ। ତେବେ ସମସ୍ୟା ସମ୍ପର୍କରେ ତ ସମସ୍ତେ ଅଭିଯୋଗ କରନ୍ତି। କିନ୍ତୁ ସମାଧାନ କଥା କେହି ଚିନ୍ତା କରନ୍ତି ନାହିଁ।

ହେଲେ ଏ ପୋଲିସ ବାବୁ ଜଣକ ସମାଧାନର କଥା ଚିନ୍ତା କରିଛନ୍ତି। ଯେଉଁଥିରେ ଉଭୟ ଗୋମାତା ଓ ଜନତାଙ୍କୁ ସୁରକ୍ଷା ଦିଆଯାଇ ପାରିବ। ରାସ୍ତାରେ ବୁଲୁଥିବା ଗୋମାତାଙ୍କ ବେକରେ ରିଫଲେକ୍ଟର ବ୍ୟାଣ୍ଡ ଲଗାଉଛନ୍ତି ପୋଲିସ ବାବୁ । ନିଜ ଖର୍ଚ୍ଚରେ ସେ ଏହି ବ୍ୟାଣ୍ଡ ଗୁଡିକ କିଣିଛନ୍ତି ଏବଂ ବୁଲି ବୁଲି ଯେଉଁଠି ବି ବୁଲା ଗୋରୁ ମିଳୁଛନ୍ତି ତାଙ୍କ ବେକରେ ଏହି ବ୍ୟାଣ୍ଡକୁ ପକାଇ ଆଉଁସି ଦେଇ ମୁଣ୍ଡିଆ ମାରୁଛନ୍ତି। ଯାହାଦ୍ୱାରା ପ୍ରତିଦିନ ଘଟୁଥିବା ଦୁର୍ଘଟଣାକୁ ନିଶ୍ଚିତ ଭାବେ ହ୍ରାସ କରାଯାଇ ପାରିବ। କାରଣ ଏହାଦ୍ୱାରା ବିଳମ୍ୱିତ ରାତିରେ ଦୂରରୁ ହିଁ ଗୋମାତାଙ୍କ ଏହି ରିଫଲେକ୍ଟର ବ୍ୟାଣ୍ଡକୁ ଡ୍ରାଇଭର ମାନେ ଦେଖି ପାରିବେ। ଏବଂ ସମୟ ଥାଇ ଗାଡିର ବେଗ କମାଇ ପାରିବେ।

Advertisment

ସୂଚନାନୁସାର, ଏ ଭିଡିଓ ନୂଆଦିଲ୍ଲୀ ମୟୁର ବିହାର ଫେଜ-୨ ଅଞ୍ଚଳର। ଯଦିଓ ଏହି ପୋଲିସ ବାବୁଙ୍କ ପରିଚୟ ମିଳିପାରି ନାହିଁ, ତଥାପି ଏହି ଭିଡିଓଟି ସୋସିଆଲ ମିଡିଆରେ ପୋଷ୍ଟ ହେବାପରେ, ୟୁଜର୍ସ ପୋଲିସ ବାବୁଙ୍କ ଏହି ପ୍ରୟାସକୁ ଭୁରୀ ଭୁରୀ ପ୍ରଶଂସା କରିଛନ୍ତି।

Good Story Viral Video
Advertisment
Advertisment