• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଦିନେ ଟ୍ରେନ୍‌ରେ ସ୍ଲିପର ସିଟ୍‌ ଟିକେଟ କରିବାକୁ ପାଖରେ ଟଙ୍କା ନଥିଲା । ଆଉ ଆଜି ୩୦୦୦ କୋଟିର କମ୍ପାନୀ ମାଲିକ । ଆଜ୍ଞା ହଁ ଆଜି ଆମେ ଆପଣଙ୍କୁ ଏମିତି ଏକ କାହାଣୀ କହିବୁ, ଯାହା ଆପଣଙ୍କୁ ପ୍ରେରଣା ଯୋଗାଇବ । କୁହାଯାଏ... ଦୃଢ଼ ଇଚ୍ଛାଶକ୍ତି ମଣିଷକୁ ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରିବାକୁ ଦିଗ ଦେଖାଏ ।

ସେମିତି ଜଣେ ପ୍ରେରଣାଦାୟୀ ମଣିଷ ହେଲେ, ଥାଇରୋକେୟାର ଟେକ୍ନୋଲୋଜିର ଚେୟାରମ୍ୟାନ୍‌ ଭେଲୁମଣି । ଅନେକ ଭୁଲରୁ ଶିଖିବା ପରେ ସେ ଆଜି ଜଣେ ସଫଳ ଉଦ୍ୟୋଗି ଭାବେ ବିବେଚିତ ହୋଇଛନ୍ତି । ସାରା ଦେଶରେ ତାଙ୍କ ଡାଇଗ୍ନୋଷ୍ଟିକ୍‌ ଆଣ୍ଡ ପ୍ରିଭେଣ୍ଟିଭ୍ କେୟାର ଲାବରୋଟୋରୀ ରହିଛି । ଦିନକୁ ଦିନ ତାଙ୍କ ବିଜ୍‌ନେସ୍‌ ବଢ଼ିବାରେ ଲାଗିଛି । ଏଥିପାଇଁ ସେ ଅନେକ ପରିଶ୍ରମ କରିଛନ୍ତି । ଖୁବ୍ କଷ୍ଟ କରିଛନ୍ତି । ନିଷ୍ଠାପର ସହ କାମ କରିଛନ୍ତି । ତେଣୁ ତାଙ୍କର ଏହି ଯାତ୍ରାର କାହାଣୀ ଆନେକଙ୍କ ପାଇଁ ପ୍ରେରଣା ।

ଭେଲୁମଣି ସ୍ୱଳ୍ପ ନିବେଶରୁ ଆରମ୍ଭ କରିଥିଲେ ବ୍ୟବସାୟ । ଆଜି ତାହା ବିଲିଅନ ଡଲାରର କମ୍ପାନୀ । ଏହା କେବଳ ତାଙ୍କର ନିଷ୍ଠା ଆଉ ପରିଶ୍ରମର ଫଳ । ଖୁବ୍‌ ଧିର ସ୍ଥିର ଏବଂ ନମ୍ର ସ୍ୱଭାବର ବ୍ୟକ୍ତି । ଜଣେ ଭୂମି ହୀନ ଚାଷୀଙ୍କ ପୁଅ । ମୌଳିକ ସୁବିଧା ପାଇବାରୁ ବି ବଞ୍ଚିତ ଥିଲେ । ଦିନେ ଦୁଇ ଓଳି ଖାଇବାକୁ ଘରେ ନଥିଲା । ଆଉ ଆଜି ସେ ଜଣେ ସଫଳ ବ୍ୟବସାୟୀ, ତାଙ୍କ ଅଧିନରେ ହଜାର ହଜାର କର୍ମଚାରୀ । ତାଙ୍କ ପାଇଁ ଆଜି ଅନେକଙ୍କ ପରିବାରରେ ଜଳୁଛି ଚୁଲି ।

ସେ କେମେଷ୍ଟ୍ରି ଏବଂ ବାୟୋକେମେଷ୍ଟ୍ରିର ଛାତ୍ର ଥିଲେ । ଥାଇରଡ୍ ସାଇକୋଲୋଜିରେ ସେ ପିଏଚ୍‌ଡି ମଧ୍ୟ କରିଛନ୍ତି । ଭେଲୁମଣି ଡାଇଗ୍ନୋଷ୍ଟିକ୍ ବିଜ୍‌ନେସ୍‌ରେ ନିଜର ମୂଳଦୁଆକୁ ଖୁବ୍‌ ସୁଦୃଢ଼ କରିଛନ୍ତି । ଥାଇରୋକେୟାରରେ ନିଜର ନିବେଶ ଆରମ୍ଭ କରିବା ପୂର୍ବରୁ BARCରେ କାମ କରି ୧୫ ବର୍ଷର ଏକ ସୁନ୍ଦର ଅଭିଜ୍ଞତା ହାସଲ କରିଥିଲେ । ସେହି ଅଭିଜ୍ଞତାକୁ ବ୍ୟବହାର କରି ସେ ଥାଇରୋକେୟାର ଆରମ୍ଭ କରିଥିଲେ । ଏହି ସମୟରେ ସେ ନ୍ୟୁକ୍ଲିୟର ହେଲ୍‌ଥକେୟାର ଲିମିଟେଡ୍‌ର ଏମ୍‌ଡି ଦାୟିତ୍ୱ ତୁଲାଉ ଥିଲେ ।

ଭେଲୁମଣିଙ୍କ ସଂସ୍ଥାରେ ଆଡ୍‌ଭାନ୍ସଡ୍ ଥାଇରଡ୍‌ ଟେକ୍ନୋଲୋଜି ସହ କ୍ୟାନ୍‌ସର ଡଇଗ୍ନୋସିସ୍‌ ଓ ମନିଟରିଂ ପାଇଁ ଆଡ୍‌ଭାନ୍ସଡ୍‌ ରେଡିଓଲୋଜି ଟେକ୍ନୋଲୋଜି ମଧ୍ୟ ଉପଲବ୍ଧ ।

ତେବେ ଏତେ ବଡ଼ ସଫଳତା ଭିତରେ ବି ରହିଛି କଳା ଦାଗ । ଭେଲୁମଣି ନିଜ ବ୍ୟବସାୟରେ ୧୪୦୦ କୋଟି ଟଙ୍କା କ୍ଷତି ମଧ୍ୟ ସହିଛନ୍ତି । ଏହାକୁ ମଧ୍ୟ ସେ ସ୍ୱୀକାର କରିଛନ୍ତି । ଯାହାକି ଅନେକ ବଡ଼ ବଡ଼ ଉଦ୍ୟୋଗୀ ଏଭଳି ପରିସ୍ଥିତର ସମ୍ମୁଖୀନ ହୋଇଛନ୍ତି । ଭେଲୁମଣିଙ୍କ କହିବା କଥା ଜୀବନରେ ଉତ୍ଥାନପତନ ଆସିବ । କିନ୍ତୁ କେବେ ଭାଙ୍ଗିପଡ଼ିବନି । ସବୁବେଳେ ପ୍ରତ୍ୟେକ ଭୁଲରୁ କିଛି ନା କିଛି ଶିଖିବାକୁ ପଡ଼ିଥାଏ ।

ମିଳିଥିବା ସୂଚନା ଅନୁସାରେ, ଗତ ଏପ୍ରିଲ୍‌ ସୁଦ୍ଧା ଭେଲୁମଣିଙ୍କ ଥାଇରୋକେୟାର ଟେକ୍ନୋଲୋଜିର ମୋଟ ସମ୍ପତ୍ତି ୩୩୦୦ କୋଟି ଟଙ୍କା ।

OTV is now on Whatsapp

Join and get latest news update delivered to you via whatsapp

Join Now