ଖରାଦିନେ ଲିଚୁର ଆଦର ଖୁବ୍ ବଢିଯାଇଥାଏ। ଏହା ସ୍ୱାଦିଷ୍ଟ ଲାଗିବା ସହ ସ୍ୱାସ୍ଥ୍ୟ ପାଇଁ ଉପକାରୀ ହୋଇଥାଏ। ଏବେ ବଜାରରେ ଓ ରାସ୍ତା କଡ଼ରେ ପ୍ରଚୁର ପରିମାଣରେ ଲିଚୁ ବିକ୍ରି ହେଉଛି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ଫଳ ଖାଇବା ଦ୍ୱାର ଅନେକ ରୋଗରୁ ଉପଶମ ମିଳିଥାଏ। ଆସନ୍ତୁ ଜାଣିବା ଏହାର ଉପକାରିତା ଗୁଣ ବିଷୟରେ – ୧- ଲିଚୁ ଖାଉଥିବା ଲୋକର କେଶ ମଜବୁତ୍ ରହେ। ଏହା କେଶ ବୃଦ୍ଧିରେ ସହାୟକ ହୋଇଥାଏ। […]
ଭୁବନେଶ୍ୱର( ବିମଳ ବେହେରା): ଆଜିକାଲି ଆମେ ଯେଉଁ ଖାଦ୍ୟ ଖାଉଛୁ ତାହା ପାଟିକୁ ସୁଆଦିଆ ଲାଗୁଛି ଓ ପେଟ ପୂରୁଛି ସତ । କିନ୍ତ ଶରୀରକୁ ଆବଶ୍ୟକ ଭିଟାମିନ୍ ଓ ମିନେରାଲ ମିଳିପାରୁ ନାହିଁ । ତେଣୁ ଆମର ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଉଛି। ଆମ ପ୍ରତିଦିନ ନୂଆ ନୂଆ ରୋଗର ଶିକାର ହୋଇ ଚାଲିଛୁ । ଆମ ହାତ ପାହାନ୍ତାରେ ଏଭଳି ଖାଦ୍ୟ ଅଛି ଯାହା ଖାଇଲେ ଆମ ଶରୀରର ଭିଟାମିନ୍ ଅଭାବ ଦୂର […]
ଆଖି ତଳେ କଳା ଦାଗ ପଡିଥିଲେ , ଏହା ମୁହଁର ସୌନ୍ଦର୍ଯ୍ୟକୁ ନଷ୍ଟ କରିଦିଏ। ଆଖି ଖାଲୁଆ ଥିବା ଭଳି ମନେହୁଏ।ଆଜିକାଲି ଏହି ସମସ୍ୟା ଅନେକଙ୍କର ଥିବାର ଦେଖିବାକୁ ମିଳେ। ଅନେକ କାରଣ ଯୋଗୁଁ ଏହି ସମସ୍ୟା ଦେଖାଦେଇଥାଏ। ଶରୀରରେ ପୋଷକ ତତ୍ତ୍ୱର ମାତ୍ରା କମ ହେବା, ଭଲରେ ନିଦ ନହେବା ଓ ମାନସିକ ବିଷାଦ କିମ୍ବା ଅଧିକ ସମୟ ଧରି କମ୍ପ୍ୟୁଟର ସାମ୍ନାରେ ବସି କାମ କରିବା ଆଦି କାରଣରୁ ଆଖି ଉପରେ ଏହାର ପ୍ରଭାବ […]
ଋତୁ ପରିବର୍ତ୍ତନ ସହ ନିଜକୁ ଖାପଖୁଆଇ ଚଳିଲେ କିଛି ଅସୁବିଧା ହୋଇନଥାଏ। ଦିନଚର୍ଯ୍ୟା ବି ଠିକ୍ରେ ହୋଇଥାଏ। ସ୍ୱାସ୍ଥ୍ୟ ମଧ୍ୟ ଭଲ ରହେ। ଏବେ ଧିରେ ଧିରେ ଖରା ବଢିବାକୁ ଲାଗିଲାଣି। ଆଉ ଅସହ୍ୟ ଖରାରେ ଘର ବାହାରକୁ ଯିବାକୁ ବି ଇଚ୍ଛା ହେଉନି। ପ୍ରବଳ ଗ୍ରୀଷ୍ମ ତାପରେ ସ୍ୱାସ୍ଥ୍ୟ ବିଗିଡିବାର ଭୟ ଥାଏ। ଆପଣ ଚାହିଲେ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ । ସେଥିପାଇଁ କିଛି ଉପାୟ ଜାଣନ୍ତୁ। ୧ – ଖରାରେ ବାବାରକୁ ଗଲେ […]
ରସୁଣ ଏକ ଗୁଳ୍ମ ଜାତୀୟ ଉଦ୍ଭିଦ। ଏହା ଏକ ଭଲ ମସଲା ଭାବେ ମଧ୍ୟ ଲୋକପ୍ରିୟ। ଅଧିକାଂଶ ଖାଦ୍ୟ ଆଇଟମରେ ରସୁଣର ବ୍ୟବହାର ହୋଇଥାଏ। କେବଳ ରୋଷେଇ ନୁହେଁ ବରଂ ଔଷଧ ଭାବେ ମଧ୍ୟ ରସୁଣର ବ୍ୟବହାର ହୋଇଥାଏ । ରସୁଣ ଖାଇବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ। ପୁରୁଷମାନେ ଖାଲି ପେଟରେ ରସୁଣ ଖାଇଲେ ଅନେକ ଉପକାର ପାଇଥାନ୍ତି। ରସୁଣରେ ଥିବା ପ୍ରାକୃତିକ ଆଣ୍ଟି ବାୟୋଟିକ ଅନେକ ସଂକ୍ରମଣ ଠାରୁ ସୁରକ୍ଷା ଦେଇଥାଏ । ଆସନ୍ତୁ […]
ଅନେକଙ୍କର ଏମିତି ଅଭ୍ୟାସ ଥିବାର ଦେଖିବାକୁ ମିଳେ। ଶୋଇଲା ବେଳେ ପାଟିରୁ ଅନେକ ସମୟରେ ଲାଳ ଗଡେ । ଅନ୍ୟ କିଏ ଏହା ଦେଖିଲେ ନିଜକୁ ସଂକୋଚ ଲାଗେ। ଯଦି ଆପଣଙ୍କର ବି ଶୋଇବା ସମୟରେ ଏମିତି ଲାଳ ଗଡୁଛି, ତେବେ ଚିନ୍ତା କରନ୍ତୁ ନାହିଁ। କାରଣ ଏହାର ମଧ୍ୟ ପ୍ରତିକାର ଅଛି। ୧ -ଡେରିରେ ହଜମ ହେଉଥିବା ଖାଦ୍ୟଠାରୁ ଦୁରେଇ ରହିବା ସହ ସବୁବେଳେ ପେଟ ସଫା ରଖିବା ଉଚିତ୍। ୨- ଲାଳ ଗଡିବାକୁ ବନ୍ଦ […]
ବିନା ଲୁଣରେ ଖାଦ୍ୟ ରୁଚିକର ହୋଇନଥାଏ। ଏହା ଖାଦ୍ୟକୁ ସୁସ୍ୱାଦୁ କରିଥାଏ। ଏଣୁ ଆମର ଦୈନିନ୍ଦିନ ଜୀବନରେ ଲୁଣର ଆବଶ୍ୟକତା ନିହାତି ରହିଛି । ହେଲେ ଆପଣ ଜାଣନ୍ତି ଏହି ଦରକାରୀ ଜିନିଷ ବେଳେବେଳେ ଆମର କ୍ଷତି ମଧ୍ୟ କରିଥାଏ। ସତର୍କତାର ସହ ଏହାକୁ ବ୍ୟବହାର ନକଲେ ଆପଣ ଅସୁବିଧାରେ ପଡ଼ିପାରନ୍ତି। ଆସନ୍ତୁ ଜାଣିବା ସେ ବିଷୟରେ- ଆମେରିକାର ଏକ ସର୍ବେକ୍ଷଣରୁ ଜଣାପଡିଛି ଯେଉଁ ଲୋକମାନେ ପ୍ରତିଦିନ ଦରକାରରୁ ଅଧିକ ଲୁଣ ଖାଇଥାନ୍ତି, ତାଙ୍କର ଆୟୁଷ କମିଯାଏ। […]
ନଡ଼ିଆ ପାଣିର ସ୍ୱାଦ ଭାରି ମିଠା। ଏହା ଆମ ଶରୀର ପାଇଁ ଖୁବ୍ ହିତକାରକ। ଏହାକୁ ଛୋଟ ଠାରୁ ବଡ଼ ସବୁ ବୟସ୍କର ଲୋକେ ପସନ୍ଦ କରିଥାନ୍ତି। ବର୍ଷର ସବୁ ସମୟରେ ଏହାର ଆବଶ୍ୟକତା ଥାଏ। ହେଲେ ଖରା ଦିନେ ଏହାର ଚାହିଦା ଖୁବ୍ ବଢ଼ିଯାଇଥାଏ। ଆସନ୍ତୁ ଜାଣିବା ଏହାର ଉପକାରିତା ବିଷୟରେ – ୧ -ନଡ଼ିଆ ପାଣିରେ ଖଣିଜ ଲବଣ ଭରପୂର ହୋଇଥାଏ । ନଡ଼ିଆ ପାଣି ପିଇଲେ ଆମ ଶରୀରକୁ ଶକ୍ତି ମିଳିଥାଏ । […]
ମକା ଖାଇବାକୁ ଛୋଟ ଠାରୁ ବଡ଼ ସମସ୍ତେ ପସନ୍ଦ କରିଥାନ୍ତି। ବର୍ଷା ଦିନେ ଏହାକୁ ଖାଇବାର ମଜା ଟିକେ ନିଆରା ଲାଗିଥାଏ। ମକା ପୋଡ଼ା ହେଉ ବା ସିଝା ଉଭୟ ପାଟିକୁ ଖୁବ୍ ସ୍ୱାଦିଷ୍ଟ ଲାଗିଥାଏ। ପାଟିକୁ ସ୍ୱାଦିଷ୍ଟ ଲାଗୁଥିବା ମକା ଯେ କେବଳ ଖାଇବାକୁ ଭଲ ଲାଗେ ତାହା ନୁହେଁ, ଏହା ଶରୀର ପାଇଁ ମଧ୍ୟ ଖୁବ୍ ଉପକାରୀ । ଆସନ୍ତୁ ଜାଣିବା ମକା ଖାଇଲେ କ’ଣ କଣ ଉପକାର ମିଳିଥାଏ। ୧- ମକାରେ ପ୍ରଚୁର […]
ରସୁଣର ଅନେକ ଔଷଧୀୟ ଗୁଣ ରହିଛି। ଏହା କେବଳ ରୋଷେଇ ଘରେ ମସଲା ରୂପେ କିମ୍ବା ଖାଦ୍ୟର ସ୍ୱାଦ ବଢ଼ାଇବା ପାଇଁ ବ୍ୟବହାର ହୁଏ ତା’ନୁହେଁ ,ଥଣ୍ଡା କାଶ ଠାରୁ ଆରମ୍ଭ କରି ବିଭିନ୍ନ ସାଧାରଣ ରୋଗରୁ ଉପଶମ ଦେଇଥାଏ ଓ ଅନେକ ରୋଗକୁ ନିୟନ୍ତ୍ରିତ କରିଥାଏ । ପାଣିପାଗ ହିସାବରେ ଆପଣଙ୍କୁ ଏହାର ସେବନର ମାତ୍ରା ବଦଳାଇବାକୁ ପଡ଼ିବ । ଆସନ୍ତୁ ଜାଣିବା କେମିତି ରସୁଣ ସୌନ୍ଦର୍ଯ୍ୟ ଉପଚାରରେ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ପାଟିକୁ ରସୁଣର […]
ଆଜିକାଲି ବ୍ୟସ୍ତ ଜୀବନଶୈଳୀ ଓ ଖାଦ୍ୟପେୟର ପରିବର୍ତ୍ତନ ଯୋଗୁଁ ଲୋକଙ୍କର ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଉଛି। ଏଥିମଧ୍ୟରୁ ଏସିଡିଟି ଗୋଟିଏ। ଏସିଡିଟି ହେବା ଫଳରେ ପେଟ ଜ୍ୱଳନ ,ଆମ୍ୱିଳା ହାକୁଟି ହୋଇଥାଏ। ଏହାର ଉପଶମ ପାଇଁ ଲୋକେ ଅନେକ ଔଷଧ ସେବନ କରିଥାନ୍ତି। ଆପଣ ଚାହିଁଲେ ବିନା ଔଷଧରେ ଘରୋଇ ଉପଚାର ଦ୍ୱାରା ଏସିଡିଟି ସମସ୍ୟାକୁ ଦୂରେଇ ପାରିବେ। ୧ – ଲବଙ୍ଗ : ଯଦି ଆପଣଙ୍କୁ ଏସିଡିଟି ହୋଇଛି , ତେବେ ଲବଙ୍ଗ ଚୋବାନ୍ତୁ। ଲବଙ୍ଗ […]
ନୂଆ ଦିଲ୍ଲୀ : ସାରା ବିଶ୍ୱରେ ଧୂମପାନ ଜନିତ ମୃତ୍ୟୁ ଏବେ ମୁଖ୍ୟ ସମସ୍ୟା ପାଲଟିଛି। ଏହାର ଭୟାବହତାକୁ ନେଇ ସମସ୍ତେ ଚିନ୍ତିତ। କୁହାଯାଉଛି କି ଧୂମପାନରେ ଥିବା ନିକୋଟିନ୍ ଯୋଗୁଁ ଲୋକଙ୍କର ମୃତ୍ୟୁ ହେଉଛି। କିନ୍ତୁ ଏହାକୁ ଖଣ୍ଡନ କରିଛି ଆସୋସିଏସନ ଅଫ୍ ଭେଣ୍ଡର୍ସ ଇଣ୍ଡିଆ(ଏଭିଆଇ)। ଆଉ କହିଛି, ଧୂମପାନ ଜନିତ ମୃତ୍ୟୁରେ ନିକୋଟିନ୍ ଦାୟୀ ନୁହେଁ। ସାଧରଣତଃ ଜଣେ ଯେତେବେଳେ ଧୂମପାନ କରିଥାଏ, ସେଥିରୁ ସିଗାରେଟ୍ ଟାର୍ ଓ ଅନ୍ୟ ବିଷାକ୍ତ ରସାୟନ ଧୂଆଁ […]
ପତଳା ଥିବା ଲୋକେ ଭାବନ୍ତି ଟିକେ ମୋଟା ହୋଇଗଲେ ଭଲ ହୁଅନ୍ତା। ସେମାନେ ଜାଣିନାହାଁନ୍ତି ମୋଟାପଣ କମେଇବାକୁ ଲୋକେ କେତେ କସରତ କରିଥାନ୍ତି। ମୁଣ୍ଡରେ ଚିନ୍ତା ଘାରେ, ଶରୀରର ଓଜନ କେମିତି କମାଇବେ। ସାଧାରଣତଃ ମୋଟା ଲୋକମାନେ ନିଜ ଶରୀରର ଓଜନ ହ୍ରାସ କରିବା ପାଇଁ ଅନେକ ପ୍ରୟାସ କରିଥାନ୍ତି। ଆମେ ଆପଣଙ୍କୁ କିଛି ଗୁରୁତ୍ତ୍ୱପୂର୍ଣ୍ଣ ଟିପ୍ସ କହୁଛୁ, ଯାହା ଆପଣଙ୍କର ଶରୀରର ଓଜନ ହ୍ରାସ କରିବାରେସାହାଯ୍ୟ କରିବ। ୧ – ଯଦି ଜଣେ ସନ୍ତୁଳିତ ଓ […]
ମେଦବହୁଳତା ଆଜିର ସମାଜ ପାଇଁ ମୁଖ୍ୟ ସମସ୍ୟା ପାଲଟି ଗଲାଣି। ଏହାକୁ କମାଇବାକୁ ସମସ୍ତେ ଚିନ୍ତିତ। ଖାଦ୍ୟପେୟ ଉପରେ ଧ୍ୟାନ ଦେବାକୁ ବନ୍ଧୁମାନେ ଉପଦେଶ ଦିଅନ୍ତି। ଡାଏଟିଂ ଉପରେ ଧ୍ୟାନ ଦେବା ସହ ଜିମ୍ ଆଦି ଯାଇ ଓ ବ୍ୟାୟାମ କରି ମୋଟାପଣ କମେଇବାକୁ ଅନେକ ଚେଷ୍ଟା କରିଥାନ୍ତି। ବାସ୍ତବରେ ଆମର ପରିବର୍ତ୍ତିତ ଜୀବନଶୈଳୀ ହିଁ ଏହାର ମୁଖ୍ୟ କାରଣ। ବିଶେଷକରି ଯୁବପିଢି ମେଦବହୁଳତାର ଶିକାର ବେଶୀ ମାତ୍ରାରେ ହେଉଛନ୍ତି। ଖାଲି ଯେ ଜଣେ ଅଧିକ ଖାଇଲେ […]
ଆଜିକାଲି ଦେଖାଯାଉଛି ଛୋଟ ଠାରୁ ବଡ଼ ସମସ୍ତଙ୍କ ଆଖିରେ ଚଷମା। ଅନେକ ତ ନିଜର ମୁହଁର ସୌନ୍ଦର୍ଯ୍ୟ ବଢାଇବାକୁ ଆଖିରେ ଚଷମା ପିନ୍ଧନ୍ତି। କିନ୍ତୁ ଆଉ କିଛି ଲୋକ ଆଖିର ଦୃଷ୍ଟି ଶକ୍ତି ସମସ୍ୟା ଯୋଗୁଁ ଚଷମା ପିନ୍ଧିଥାନ୍ତି। ଏବେ ଏହି ସମସ୍ୟା ବଢିବାକୁ ଲାଗିଲାଣି। ଅନିୟମିତ ଦିନଚର୍ଯ୍ୟା , ମୋବାଇଲ-କମ୍ପୁଟରର ଅତ୍ୟଧିକ ବ୍ୟବହାର ଓ ଜଙ୍କ ଫୁଡ୍ର ବହୁଳ ବ୍ୟବହାର ଯୋଗୁଁ ଆଜିକାଲି କମ୍ ବୟସରେ ବି ଚଷମା ବ୍ୟବହାର କରିବାକୁ ପଡୁଛି । ଏଥିପାଇଁ […]
କୁହାଯାଏ ସ୍ୱାସ୍ଥ୍ୟ ହିଁ ସଂପଦ। ଜଣକ ପାଖରେ ଯଦି ଦୁନିଆର ସବୁ ଜିନିଷ ଥାଏ, ହେଲେ ଉତ୍ତମ ସ୍ୱାସ୍ଥ୍ୟ ନଥାଏ, ତାହେଲେ ସେ କେବେ ବି ସୁଖି ହୋଇପାରିବ ନାହିଁ। ଏଣୁ ସୁସ୍ଥ ରହିବାକୁ ସମସ୍ତେ ପ୍ରୟାସ କରନ୍ତି। କିଏ ବ୍ୟାୟାମ କରେ ତ ଆଉ କିଏ ଜିମ୍ ଯାଏ। ଆଉ କିଛି ଲୋକ ନିଜ ଖାଦ୍ୟ ଓ ପାନୀୟ ଉପରେ ଗୁରୁତ୍ୱ ଦେଇଥାନ୍ତି। ନିଜକୁ ଫିଟ୍ ରଖିବାକୁ ଏମିତି ଉପାୟ ଆପଣାଉଥିବା ବ୍ୟକ୍ତିଙ୍କ ପାଇଁ ଆମେ […]
ନ୍ୟୁୟର୍କ : ଗବେଷକମାନେ ଏବେ ଏକ ଆଶ୍ଚର୍ଯ୍ୟଜନକ ସୂଚନା ପ୍ରଦାନ କରିଛନ୍ତି। ଯେଉଁ ବ୍ୟକ୍ତିଙ୍କର ମୂତ୍ର ଓ ଶ୍ୱସନ ତନ୍ତ୍ର ସଂକ୍ରମିତ ହୋଇଥିବ, ତାଙ୍କ ପକ୍ଷରେ ଷ୍ଟ୍ରୋକର ଆଶଙ୍କା ୨ଗୁଣା ବଢିଯାଏ। ଏକ ଗବେଷଣାରୁ ଜଣାପଡିଛି ଯେ, ରୋଗୀ ଯଦି ବାରମ୍ୱାର ସଂକ୍ରମଣର ଶିକାର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୁଅନ୍ତି ଏବଂ ଅଧିକ ଦିନ ଧରି ଏ ସଂକ୍ରମଣ ଲାଗି ରହେ, ତାହେଲେ କମିବା ବଦଳରେ ଏହାର ପ୍ରଭାବ ବଢି ବଢି ଯାଏ। ଶେଷରେ ରୋଗୀର ମୃତ୍ୟୁ […]
ଅଧିକାଂଶ ଲୋକଙ୍କ ପାଇଁ ଏବେ ନିଦ୍ରାହୀନତା ଏକ ସମସ୍ୟା ପାଲଟିଛି। ଅନେକ ଲୋକ ଶାନ୍ତିରେ ଟିକେ ଶୋଇ ପାରୁନାହାଁନ୍ତି। ଏହାର ପ୍ରମୁଖ କାରଣ ହେଲା ଆଜିକାଲିକାର ଅସ୍ୱାଭାବିକ ଜୀବନଶୈଳୀ। କାର୍ଯ୍ୟବ୍ୟସ୍ତତା, ମାନସିକ ଚାପ ଓ ଆଉ କିଛି ଛୋଟ ଛୋଟ କାରଣରୁ ନିଦ୍ରାହୀନତା ଏକ ବଡ ସମସ୍ୟାରେ ପରିଣତ ହୋଇଛି। ଏଥିରୁ ମୁକ୍ତି ପାଇବା ପାଇଁ ଅନେକ ଲୋକ ବିଭିନ୍ନ ପ୍ରକାର ଔଷଧର ମଧ୍ୟ ସାହାଯ୍ୟ ନେଇଥା’ନ୍ତି। ହେଲେ ଫଳ କିଛି ହୁଏନି। ବରଂ ସ୍ୱାସ୍ଥ୍ୟ ବିଗିଡି […]
ପ୍ରାଚୀନ କାଳରୁ ଘରୋଇ ଉପଚାରର ବିଧି ପ୍ରଚଳିତ ହୋଇ ଆସୁଛି । ଆଜି ବି ଲୋକେ ଥଣ୍ଡା କାଶ ଆଦି ହେଲେ ଡ଼ାକ୍ତରଙ୍କ ପାଖକୁ ନ ଯାଇ , ଘରୋଇ ଉପଚାରର ସାହାଯ୍ୟ ନେଇଥାନ୍ତି । ଏହାର ମୁଖ୍ୟ କାରଣ ଏୟା ଯେ , ଏଥିରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ହୋଇନଥାଏ ଏବଂ ଏହା ଖୁବ୍ ପ୍ରଭାବଶାଳୀ ଓ ଏଥିରେ ଖର୍ଚ୍ଚାନ୍ତ କମ୍ ହୁଏ । ସର୍ଦ୍ଦି ଓ କାଶ ସମସ୍ୟାରୁ ମୁକ୍ତି ପାଇଁ ଜାଣନ୍ତୁ କିଛି […]
କମୁଛି ଦୈନିକ ସଂକ୍ରମଣ, ଖସୁଛି ପଜିଟିଭିଟି ରେଟ୍। ଏହାରି ଭିତରେ ଜୀବନ ଓ ଜୀବିକା ଉଭୟକୁ ଗୁରୁତ୍ୱ ଦେଇ ରାଜ୍ୟ ସରକାର। ଜାରି କରିଛନ୍ତି ନୂଆ ଗାଇଡଲାଇନ୍।
ଅମରପୋଇ ଏକ ଜଣାଶୁଣା ଔଷଧୀୟ ବୃକ୍ଷ। ଏହି ଗଛର ପତ୍ରରୁ ଗଜାବାହାରେ, ଏହାର ମୃତ୍ୟୁ ନାହିଁ। ସେଥିପାଇଁ ଏହାକୁ ଅମରେପାଇ ବୋଲି କୁହାଯାଏ। ଏହି ଗଛ ପ୍ରାୟ ସମସ୍ତଙ୍କ ବାଡ଼ିବଗିଚାରେ ରହିଛି। ଏହି ବୃକ୍ଷର ଔଷଧୀୟ ନାଁ ହେଉଛି ବ୍ରାୟୋଫାଇଲମ୍। ପଢ଼ନ୍ତୁ ଏହି ବୃକ୍ଷର ଔଷଧିୟ ଗୁଣ ସମ୍ପର୍କରେ…. ୧.ଦେହର କୌଣସି ସ୍ଥାନରେ ଆଘାତ ଲାଗି ଫୁଲି ଯାଇଥିଲେ ଅମରପୋଇ ପତ୍ରକୁ ଗରମ କରି ଏକ କପଡ଼ାରେ ଭର୍ତ୍ତି କରି ସେହି ସ୍ଥାନରେ ବାନ୍ଧି ଦିଅନ୍ତୁ। ଏହା ଆପଣଙ୍କୁ […]
ଫିଟ୍ ରହିବାକୁ କିଏ ବା ନ ଚାହେଁ। କିନ୍ତୁ କେବଳ ଜିମ୍ ଏବଂ ବ୍ୟାୟାମ କରିବା ଦ୍ୱାରା ଆମେ ଫିଟ୍ ରହିପାରିବା ବୋଲି ଭାବିଥାଉ। କିନ୍ତୁ ଆପଣ ଏହା ମଧ୍ୟ ଜାଣି ଥିବେ ସାଇକେଲ ଚଳାଇବା ମଧ୍ୟ ଏକ ପ୍ରକାର ବ୍ୟାୟାମ। ଆଜିକାଲି ଲୋକେ ସାଇକେଲ ଚଳାଇବାକୁ ଲାଜ କରୁଛନ୍ତି। କିନ୍ତୁ ଏହା କେବଳ ଏକ ମାନସିକତା ମାତ୍ର। ଆପଣମାନେ ଜାଣିଛନ୍ତି କି ବାହାର ଦେଶର ଲୋକମାନେ ବାଇକ୍ ଅପେକ୍ଷା ସାଇକେଲ ଚଳାଇବାକୁ ପସନ୍ଦ କରନ୍ତି। ଆହୁରି […]
କରୋନା ଭାଇରସ୍ ଯଦିଓ ଏକ ଶ୍ୱାସଜନିତ ରୋଗ ତଥାପି ଏହା କାହାରିକୁ ଛାଡୁନି। ଏହାର ରିସ୍କ୍ ଫ୍ୟାକ୍ଟର୍ ଭିନ୍ନ ଭିନ୍ନ ଲୋକଙ୍କ ନେଇ ଅଲଗା ରହିଛି। ନିକଟରେ ଏକ ଅଧ୍ୟୟନରୁ ଜଣାଯାଇଛି ଯେ କରୋନା ଭାଇରସଜନିତ ଏକ ନୂଆ ରିସ୍କ ପଦାକୁ ଆସିଛି। ପ୍ଲସ୍ ୱାନ୍ ପତ୍ରିକା ଅନୁସାରେ, ଟାଇପ୍-୨ ଡାଇବେଟିସ୍ ରୋଗୀ ଓ ମେଦବହୁଳ ବ୍ୟକ୍ତିମାନଙ୍କୁ କରୋନା ସଂକ୍ରମଣର ଆଶଙ୍କା ଅଧିକ। ୟୁକେର ମାରିଲ୍ୟାଣ୍ଡ୍ ସ୍ଲୁଲ୍ ଅଫ୍ ମେଡିସିନ୍ ୟୁନିଭର୍ସିଟି ୪୦ ବର୍ଷରୁ ଊର୍ଦ୍ଧ ପାଞ୍ଚ […]
ଡାଳିମ୍ବ କେବଳ ସ୍ୱାଦରେ ନୁହେଁ ବରଂ ଦେହ ପାଇ ମଧ୍ୟ ପାଇ ଅତ୍ୟନ୍ତ ହିତକର। ଡାଳିମ୍ବ ଖାଇବା ଦ୍ୱାରା ମଣିଷ ଶରୀର ହଜମ ପ୍ରକ୍ରିୟା ସହଜରେ ହୋଇଥାଏ। କେବଳ ଏତିକି ନୁହେଁ, ଡାଳିମ୍ବ ହାର୍ଟ୍କୁ ସୁସ୍ଥ ରଖିବାରେ ମଧ୍ୟ ସହାୟକ ହୋଇଥାଏ। ଡାଳିମ୍ବରେ ବିଭିନ୍ନ ପ୍ରକାର ପୋଷକତତ୍ତ୍ୱ ମିଳିଥାଏ ଯାହାକି ମନୁଷ୍ୟ ଶରୀରରେ ଥିବା ଅନେକ ରୋଗରୁ ବନାଇବାରେ ସହାୟକ ହୋଇଥାଏ। ଶରୀର ପାଇଁ ଏହା ଅମୃତ ସଦୃଶ। ଡାଳିମ୍ବ ଦେଖିବାକୁ ଯେତେ ସୁନ୍ଦର, ଖାଇବାକୁ ମଧ୍ୟ […]
କରୋନା ଭାଇରସର ଦ୍ୱିତୀୟ ଲହରରେ ସବୁ ବୟସର ଲୋକ ସଂକ୍ରମିତ ହେବାରେ ଲାଗିଛନ୍ତି। କେତେକ ସ୍ଥାନରେ ଯଦିଓ ସାମାନ୍ୟ ଲକ୍ଷଣ ଦେଖାଯାଉଛି ତେବେ ଅନେକ ଗମ୍ଭୀର ରୋଗୀ ମଧ୍ୟ ବାହାରକୁ ଆସୁଛନ୍ତି। କରୋନାରେ ଅଧିକଭାରେ ସଂକ୍ରମିତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡୁଥିବାବେଳେ ସାମାନ୍ୟ କିମ୍ବା ମଧ୍ୟମ କ୍ଷେତ୍ରରେ ଲୋକମାନେ ଘରେ ରହି ଚିକିତ୍ସିତ ହେଉଛନ୍ତି ଯାହାକୁ ଗୃହ ସଂଗରୋଧ କୁହାଯାଉଛି। ଗୃହ ସଂଗରୋଧ ହୋଇ ରୋଗୀ ନିଜକୁ ଘରର ଅନ୍ୟ ସଦସ୍ୟମାନଙ୍କଠାରୁ ଅଲଗା କରି ଡାକ୍ତରଙ୍କ ପରାମର୍ଶରେ […]