/odishatv-khabar/media/post_attachments/uploadimage/library/16_9/16_9_0/IMAGE_1629017560.jpg)
benefits of Mint
ସ୍ଵାସ୍ଥ୍ୟ ହିଁ ସଂପଦ । ସ୍ଵାସ୍ଥ୍ୟର ସୁରକ୍ଷା ସହ ସୌନ୍ଦର୍ଯ୍ୟ ଉପରେ ମଧ୍ୟ ଗୁରୁତ୍ୱ ଦେବାକୁ ପଡ଼େ । ପୋଦିନାରେ ଭରି ରହିଛି ଅନେକ ଔଷଧୀୟ ଗୁଣ । ଏହା ସ୍ୱାସ୍ଥ୍ୟ ଓ ସୁନ୍ଦରତା ପାଇଁ ବହୁତ ଲାଭଦାୟକ ଅଟେ । ପୋଦିନା ବ୍ୟବହାର କରିବା ଦ୍ୱାରା ତ୍ୱଚାରେ ଚମକ ଆସିଥାଏ । ପୋଦିନାରୁ ଫାଇବର ମିଳିଥାଏ । ଏହାଛଡା ଏଥିରେ ଆଣ୍ଟିଅକ୍ସିଡେଣ୍ଟ ଏବଂ ଭିଟାମିନ –ଏ, ଭରପୁର ରହିଛି, ଯାହାକି ଚର୍ମ ପାଇଁ ଏହା ଅତ୍ୟନ୍ତ ଲାଭଦାୟକ ଅଟେ ।
Advertisment
ପୋଦିନାର ଉପକାରିତା-
- ଶରରୀର ରଙ୍ଗକୁ ଉଜ୍ଜଳ କରାଏ ପୋଦିନା । ପୋଦିନାରୁ ଆଣ୍ଟିଅକ୍ସିଡେଣ୍ଟ ସ୍କିନ୍ ପାଇଁ ବହୁତ ଲାଭଦାୟକ ଅଟେ । ପୋଦିନାକୁ ସପ୍ତାହରେ ୨ ଥର ମୁହଁରେ ଫେସ୍ ମାସ୍କ କରି ବ୍ୟବହାର କରିଲେ ମୁହଁରେ ଚମକ ଆସିଥାଏ ।
- ମୁହଁରେ କୌଣସି ପ୍ରକାର କଳା ଦାଗର ସମସ୍ୟା ଦେଖାଯାଏ, ତାହାଲେ ପୋଦିନା ରସକୁ ଦହିରେ କିମ୍ବା ଅଟାରେ ମିଶାଇ ଲଗାଇଲେ ଏହାର ସମସ୍ୟା ଦୂର ହୋଇଥାଏ ।
- ଆଖିତଳର କଳା ଦୂର କରେ ପୋଦିନା । ଆଖିତଳର କଳା ଦୂର ପାଇଁ ରାତିରେ ଶୋଇବା ବେଳେ ପୋଦିନା ରସକୁ ଲଗାଇ ୧୦ରୁ୧୫ ମିନିଟ୍ ପର୍ଯ୍ୟନ୍ତ ରଖନ୍ତୁ । ଏହା ପରେ ଧୋଇ ଦିଅନ୍ତୁ । ଏହଇ ଉପଚାର ପ୍ରତିଦିନ କରିଲେ ଆଖିତଳର କଳା ଦୂର ହୋଇଥାଏ ।
- ମୁହଁରେ ବ୍ରଣ ସମସ୍ୟା ଦୂର କରେ ପୋଦିନା । ପୋଦିନା ରସକୁ ନଡିଆ ତେଲରେ ପକାଇ ବ୍ରଣ ହୋଇଥିବା ସ୍ଥାନରେ ଲଗାନ୍ତୁ ଲଗାନ୍ତୁ । ଏହିପରି ଭାବେ ପ୍ରତିଦିନ ବ୍ୟବହାର କରିବା ଦ୍ୱାରା କିଛି ଦିନରେ ବ୍ରଣ ସମସ୍ୟା ଦୂର ହୋଇଯିବ । ଏହା ସହ ଦାଗ ଗୁଡିକ ମଧ୍ୟ ଚାଲିଯିବ ।
- ଯଦି ବୟସ ବଢିବା ସହ ଚର୍ମ ସମସ୍ୟା ଦେଖାଦିଏ ତାହାଲେ ପୋଦିନା ରସକୁ ବ୍ୟବହାର କରନ୍ତୁ । ଏହାକୁ ବ୍ୟବହାର କରିବା ଦ୍ୱାରା ଚର୍ମ ଜାତୀୟ ସମସ୍ୟା ଦୂର ହୋଇଥାଏ ।
- ପୋଦିନା ପେଟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ଶରୀରରେ ଗ୍ୟାସ ସମସ୍ୟା ଦୂର କରେ ପୋଦିନା । ଖାଦ୍ୟ ହଜମ କରିବାରେ ପୋଦିନା ଅନେକ ସାହାଯ୍ୟ କରେ । ପ୍ରତିଦିନ ପୋଦିନା ପତ୍ର ଖାଇଲେ ଖାଦ୍ୟ ହଜମ ହୋଇଥାଏ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)