/odishatv-khabar/media/post_attachments/uploadimage/library/16_9/16_9_0/Fenugreek_1629531781.jpg)
Fenugreek
ସାସ୍ଥ୍ୟ ହିଁ ସଂପଦ । ସ୍ୱାସ୍ଥ୍ୟ ଓ ନିଜର ତ୍ୱଚ୍ଚାକୁ ସୁରକ୍ଷିତ ରଖିବା ପାଇଁ ଡାକ୍ତର ସର୍ବଦା ପରାମର୍ଶ ଦେଇଥାନ୍ତି । ସାଧାରଣ ଜୀବନରେ ଆମେ ମାନେ ଦେହ ଖରାପ ହେଲେ ବହୁତ ଔଷଧ ସେବନ କରିଥାଉ କିନ୍ତୁ ଆମେ ଘରୋଇ ଉପଚାର ଦ୍ୱାରା ବିଭିନ୍ନ ରୋଗର ଉପଶମ କରିପାରିବା । ଆଜି ଆମେ ମେଥିର ବିଭିନ୍ନ ଲାଭଦାୟକ ଉପକାରିତା ବିଷରେ କହିବାକୁ ଯାଉଛୁ । ପ୍ରାୟତଃ ମେଥି ସମସ୍ତଙ୍କ ଘରେ ଖୁବ ସହଜରେ ମିଳିଯାଏ । ଛୋଟ ଛୋଟ ମେଥି ଦାନା ଆମକୁ ଅନେକ ରୋଗରୁ ମୁକ୍ତି ଦେଇଥାଏ l ଆଣ୍ଠୁ ଗଣ୍ଠି ଯନ୍ତ୍ରଣାରୁ ନେଇ ଓଜନ କମାଇବା ପାଇଁ ସାହାଯ୍ୟ କରିଥାଏ । ଆସନ୍ତୁ ଜାଣିବା ମେଥି ଦାନାର ଉପକାର ବିଷୟରେ
-କୋଲେଷ୍ଟ୍ରଲ କମ୍ କରିବାରେ ସାହାଯ୍ୟ କରେ ମେଥି । ମେଥିରେ ନାରୀଙ୍ଗନିନ ନାମକ ଫ୍ଲେବୋନାଏଡ଼ ରହିଥିବା କାରଣରୁ ଏହା ରକ୍ତରେ ଲିପିଡ଼ ସ୍ତରକୁ ନିୟନ୍ତ୍ରିତ କରିଥାଏ l ଏହା ସହିତ ଏଥିରେ ଥିବା ଆଣ୍ଟି ଅକ୍ସିଡେଣ୍ଟ କୋଲେଷ୍ଟ୍ରଲ କମ୍ କରିବାକୁ ସାହାଯ୍ୟ କରିଥାଏ l
-ମଧୁମେହ ପାଇଁ ହିତକର ମେଥି । ମେଥି ଦାନା ସେବନ କରିବା ଦ୍ୱାରା ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରିତ ରହିଥାଏ l ମେଥିରେ ଥିବା ହାଇପୋଗ୍ଲିସେମିକ ପ୍ରଭାବ ରହିଥିବା କାରଣରୁ ଏହାଦ୍ୱାରା ରକ୍ତରେ ଶର୍କରା ସ୍ତରକୁ କମ କରିଥାଏ ।
-ଓଜନ ହ୍ରାସ କରିଥାଏ ମେଥି । ମେଥିରେ ଅନେକ ପ୍ରକାରର ପୋଲିଫେନଲସ ରହିଥିବା କାରଣରୁ ଓଜନ ହ୍ରାସ ହେବାରେ ସାହାଯ୍ୟ କରିଥାଏ । ଯାହା ଓଜନ କମାଇବା ସହିତ ଶରୀରରେ ଜମି ଥିବା ଚର୍ବିକୁ କମାଇବାରେ ସାହାଯ୍ୟ କରିଥାଏ ।
-ଗଣ୍ଠି ଯନ୍ତ୍ରଣାରୁ ଆରାମ ଦେଇଥାଏ ମେଥି । ମେଥିରେ ଆଇରନ,କ୍ୟାଲସିୟମ ,ଫସଫରସ,ଆଣ୍ଟି ଇମ୍ଫାଲମେଟରୀ ଓ ଆଣ୍ଟି ଅକ୍ସିଡେଣ୍ଟ ରହିଥିବା କାରଣରୁ ବିଭିନ ଯନ୍ତ୍ରଣାରୁ ଆରାମ ମିଳିଥାଏ ।
-ମେଥି ଦାନା ଶରୀର ପକ୍ଷରେ ଗରମ ଅଟେ l ଏହା ପୁରୁଷ ମାନଙ୍କର ଯୌନ ଶକ୍ତିକୁ ବୃଦ୍ଧି କରିଥାଏ l
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)