• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଡିହାଇଡ୍ରେସନ୍ ସମସ୍ୟାର ସମାଧାନ କରେ ପାଣି

  • ଓଜନର କ୍ଷମତାକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ ପାଣି

ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ଖାଦ୍ୟ ପାନୀୟର ଅନିୟମିତତା କାରଣରୁ ଶରୀରରେ ମେଦବୃଦ୍ଧିର ଶିକାର ହେଉଛନ୍ତି ଅନେକ ଲୋକ । ତେବେ ଏହାକୁ ଏଡାଇବା ନିୟମିତ ଯୋଗ, ବ୍ୟାୟାମ କରିବା ସହିତ ନିୟମିତ ପାଣି ପିଇବା ଦ୍ୱାରା ଶରୀରର ଓଜନ ନିୟନ୍ତ୍ରିତ ହୋଇପାରିବ । ପାଣି ପିଇବା ଦ୍ୱାରା ଶରୀରକୁ ଆବଶ୍ୟକତା ଅନୁଯାୟୀ ଜଳୀୟଅଂଶ ମିଳିଥାଏ।  ଏହାଦ୍ୱାରା ଶରୀରକୁ ସଠିକ୍ ଭାବରେ କାର୍ଯ୍ୟ କରିବାର ଶକ୍ତି ମିଳିଥାଏ । 

ଆସନ୍ତୁ ଜାଣିବା ପାଣିର ଉପକାରିତା ବିଷୟରେ.....

  • ପାଣି ଡିହାଇଡ୍ରେସନ୍ ସମସ୍ୟାର ସମାଧାନ କରେ । ଏହା ସହିତ, ଏହା ଭୋକ କମାଇବାରେ ମଧ୍ୟ ସାହାଯ୍ୟ କରେ।  ସେଥିପାଇଁ ଭୋକିଲା ଥିବାବେଳେ ପ୍ରଥମେ ପାଣି ପିଇବା ଜରୁରୀ ଅଟେ ।
  • ଓଜନ ହ୍ରାସ କରିବାକୁ ହେଲେ ମିଠା ଜାତୀୟ ପାନୀୟ ଯଥା ପଣା, ସର୍ବତ ବଦଳରେ ଖାଲି ପାଣି ପିଇବା ଉଚିତ୍ ।

  • ନିୟମିତ ପାଣି ପିଇଲେ କୋଷ୍ଠକାଠିନ୍ୟ ସମସ୍ୟାର ସମାଧାନ ହୋଇଥାଏ ।

  • ନିୟମିତ ପାଣି ପିଇବା ଦ୍ୱାରା ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ ।
  • ନିୟମିତ ପାଣି ପିଇଲେ ହାର୍ଟର ଫଙ୍କସନ ଠିକ୍ ରହିଥାଏ ।

  • ବିଶେଷଜ୍ଞଙ୍କ ମତ ଅନୁଯାୟୀ, ପ୍ରତିଦିନ ମହିଳାମାନେ ଦିନରେ ୧୧ ଗ୍ଲାସ ପାଣି ଏବଂ ପୁରୁଷମାନେ ପ୍ରାୟ ୧୫ ଗ୍ଲାସ ପାଣି ପିଇବା ଉଚିତ୍ । ଏହା ବ୍ୟତୀତ, ଆପଣ ନିଜର ପରିସ୍ରା ରଙ୍ଗ  ଦ୍ୱାରା ଶରୀରରେ ଜଳର ଅଭାବ ଚିହ୍ନଟ କରିପାରିବେ ।