ଓଡିଶୀ ନୃତ୍ୟରେ ନାଁ କମେଇଛନ୍ତି ସୁନାମଧନ୍ୟ ଓଡିଶୀ ନୃତ୍ୟ ଗୁରୁ ଲିମା ଦାସ । ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ରାଜ ସୁନାଖଳାର କିଶୋର ଚନ୍ଦ୍ର ଦାସଙ୍କ ତିନି କନ୍ୟାଙ୍କ ମଧ୍ୟରୁ ମଝିଆଁ ଝିଅ । ଲିମାଙ୍କ ଦ୍ଵାରା ପ୍ରଦର୍ଶିତ ଓଡିଶୀ ନୃତ୍ୟର ନିର୍ଭୁଲ ଏବଂ ନିଖୁଣ ମୁଦ୍ରା ତାଙ୍କୁ ଦେଇଛି ନିଆରା ସ୍ୱତନ୍ତ୍ରତା ଏବଂ ପରିଚୟ । ଦେଶ ବିଦେଶରେ ନୃତ୍ୟ ପ୍ରଦର୍ଶନ କରି ଲିମା ପାଇଛନ୍ତି ଅନେକ ସଫଳତା । ଦୁର୍ଗା ତାଣ୍ଡବ, ଦଶାବତାର ଆଦି ଅନେକ କ୍ଳିଷ୍ଟ ନୃତ୍ୟକୁ ଅତି ଚମତ୍କାର ଭାବେ ପ୍ରଦର୍ଶନ କରି ବେଶ ପ୍ରଶଂସିତ ହୋଇଛନ୍ତି ଲିମା
ସ୍ୱାଧୀନତା ଏକ କ୍ଲାନ୍ତିକାରୀ ଅନୁଭୂତି । ତ୍ୟାଗ, ତପସ୍ୟା ଓ ବଳିଦାନର ପର୍ବ । ସ୍ୱାଧୀନତା ଏକ ମୁକ୍ତ ଉଡାଣର ନାଁ । ପ୍ରତିବର୍ଷ ଅଗଷ୍ଟ ୧୫ରେ ଭାରତରେ ସ୍ୱାଧୀନତା ଦିବସ ପାଳନ କରାଯାଏ ।
ସ୍କୁଲ,କଲେଜ ହେଉ, ୟୁନିଭର୍ସିଟି, ଅଫିସ ହେଉ.. ଫର ଫର ଉଡ଼ିଥିବା ତ୍ରିରଙ୍ଗାକୁ ଦେଖିଲେ ମନେପଡ଼ିଯାଏ ଆଜି ସ୍ୱାଧୀନତା ଦିବସ କିମ୍ବା ସାଧାରଣତନ୍ତ୍ର ଦିବସ। ତିନି ରଙ୍ଗର ସମାହାର ତ୍ରିରଙ୍ଗା। କୋଟି ଭାରତୀୟଙ୍କ ସ୍ୱାଭିମାନ, ଗର୍ବ, ସମ୍ମାନର ପ୍ରତୀକ ।
ଆଜି ପରି ଏକ ଦୁର୍ଲଭ ଦିନରେ ବନ୍ଧୁଟିଏ ବନ୍ଧୁ ପାଇଁ ବିଭିନ୍ନ କିସମର ଉପହାର ଦିଆନିଆର ପରମ୍ପରା ରହିଛି । ତେବେ ଏହି ମହାର୍ଘ ଦିବସକୁ ଲକ୍ଷ୍ୟରେ ରଖି ଦେଶୀ ମଂଗାରେ ପ୍ରସ୍ତୁତ ହୋଇଛି ଫ୍ରେଣ୍ଡ୍ସ ଶାଢୀ । ବର୍ଷେ ଆଗରୁ ଏହି ନୂଆଁ ଡିଜାଇନର ଶାଢୀ ପ୍ରସ୍ତୁତି ପାଇଁ ସୁବର୍ଣ୍ଣପୁର ଜିଲ୍ଲାର ଜଣେ ହସ୍ତତନ୍ତ କାରିଗର ଉଦ୍ୟମ କରିଥିବାବେଳେ ଏବେ ପ୍ରସ୍ତୁତ ହୋଇସାରିଛି ଏହି କଳାତ୍ମକ ଶାଢୀ ।
ପୁରୀ: ନୀଳାଚଳ ଅବଢ଼ା ପାଇ ଭକ୍ତ ଆଜି ବହୁତ ଆନନ୍ଦିତ ହୋଇଛି। ଶ୍ରୀମନ୍ଦିର ରତ୍ନବେଦୀକୁ ଶ୍ରୀଜିଉ ଫେରିବା ପରେ ଆଜି ବାହାରିଛି ନୀଳାଚଳ ଅବଢ଼ା। ଭକ୍ତମାନେ ଯେପରି ମହାପ୍ରସାଦ ପାଇବେ, ଉତ୍ତର ଦ୍ୱାର ପାଖରେ ତାର ବ୍ୟବସ୍ଥା କରାଯାଇଛି। ଉତ୍ତର ଦ୍ୱାର ପାଖରେ ଥିବା ଖାଲି ସ୍ଥାନରେ କାଉଣ୍ଟର କରି ଟୋକନ ବ୍ୟବସ୍ଥା କରାଯାଇଛି। ଟୋକନ କିଣିବା ପରେ ଭକ୍ତଙ୍କୁ ଦିଆଯାଉଛି ଅବଢ଼ା। ଆନନ୍ଦ ବଜାରରୁ ଅବଢ଼ା ଆଣି ଉତ୍ତର ଦ୍ୱାର ପାଖରେ ଥିବା ସ୍ଥାନରେ ବିକ୍ରି […]
ପୁରୀ: ଶ୍ରୀକ୍ଷେତ୍ରରେ ସମ୍ପନ୍ନ ହେଲା ଘୋଷଯାତ୍ରାର ଅନ୍ତିମ ପର୍ବ ନୀଳାଦ୍ରି ବିଜେ। ଜନ୍ମବେଦୀ ଓ ବଡ଼ଦାଣ୍ଡରେ ଲୀଳାଖେଳା ସାରି କିଛି ସମୟ ପୂର୍ବରୁ ନୀଳକନ୍ଦରକୁ ବାହୁଡ଼ିଯାଇଛନ୍ତି ଚତୁର୍ଦ୍ଧାମୂରତି। ବିଜେ କାହାଳୀ ବାଜିବା ପରେ ପ୍ରଥମେ ରଥ ଉପରୁ ରତ୍ନବେଦୀ ଅଭିମୁଖେ ଯାଇଥିଲେ ସୁଦର୍ଶନ। ଏହାପରେ ବଡ଼ଠାକୁର ବଳଭଦ୍ର ପହଣ୍ଡିରେ ରତ୍ନବେଦୀକୁ ବିରାଜମାନ କରିଥିଲେ। ଘଣ୍ଟ ଘଣ୍ଟା ସହ ହରିବୋଲରେ ଫାଟି ପଡ଼ିଥିଲା ସାରା ପରିବେଶ। ଦେବୀ ସୁଭଦ୍ରାଙ୍କ ପହଣ୍ଡି ପରେ ପରେ ଆସିଥିଲେ ମହାପ୍ରଭୁ କାଳିଆ ସାଆନ୍ତ। […]
ନୂଆଦିଲ୍ଲୀ: ସରିଲା ଶ୍ରୀଜୀଉଙ୍କ ଅଧରପଣା ନୀତି। ରଥାରୁଢ଼ ତିନି ଠାକୁରଙ୍କ ତିନି ରଥରେ ଆଜି ଅଧରପଣା ନୀତି ଅନୁଷ୍ଠିତ ହୋଇଛି। ମହାପ୍ରଭୁଙ୍କ ଓଠ ଉଚ୍ଚର ୩ଟି ଲେଖାଏଁ ୯ଟି ମାଟି ପାତ୍ରରେ ପଣା ପ୍ରସ୍ତୁତ କରାଯାଇ ଏହାକୁ ପଞ୍ଚ ଉପଚାରରେ ପୂଜା କରାଯାଇଥିଲା। ପରମ୍ପରା ଅନୁସାରେ କ୍ଷୀର, ସର, ଛେନା, କଦଳୀ ସହ ଅନ୍ୟ ସୁବାସିତ ଦ୍ରବ୍ୟରେ ପ୍ରସ୍ତୁତ ଏହି ଦିବ୍ୟ ପଣାହାଣ୍ଡିକୁ ରଥ ଉପରେ ଭାଙ୍ଗି ଦିଆଯାଇଥିଲା। ଏହି ଦିବ୍ୟ ପଣା ଲାଗି ସମସ୍ତ ସାମଗ୍ରୀ […]
ପୁରୀ: ପବିତ୍ର ଘୋଷଯାତ୍ରା ଯାତ୍ରାର ଅନନ୍ୟ ପର୍ବ ସୁନାବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ। ମହଣ ମହଣ ସୁନାରେ ବିଭୂଷିତ ହୋଇଛନ୍ତି ତିନି ଠାକୁର। ହେଲେ ଭକ୍ତଶୂନ୍ୟ ବଡ଼ଦାଣ୍ଡ, ଭକ୍ତଶୂନ୍ୟ ସିଂହଦ୍ୱାର। କୋଭିଡ୍-୧୯ କଟକଣା ପାଇଁ ଶ୍ରୀକ୍ଷେତ୍ରରେ ୬୦ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି। କେବଳ ଟେଲିଭିଜନରେ ଦୁର୍ଲଭ ବେଶ ଦର୍ଶନ କରି ତୃପ୍ତି ଅନୁଭବ କରୁଛନ୍ତି ଭକ୍ତ। ମହଣ ମହଣ ସୁନାରେ ସଜେଇ ହୋଇଛନ୍ତି ଶ୍ରୀଜିଉ। ତାଳଧ୍ୱଜ ରଥରେ ଆୟୁଧ ହଳ-ମୂଷଳ ଧାରଣ କରି ଝଲସୁଛନ୍ତି ବଡ଼ଠାକୁର […]
ପୁରୀ: ସେ ଚାହିଁଲେ ବୋଲି ଘୋଷଯାତ୍ରା ହେଲା, ସେ ଚାହିଁଲେ ବୋଲି ବାହୁଡ଼ାଯାତ୍ରା ବି ସୁରୁଖୁରୁରେ ସରିଲା। ଜନ୍ମବେଦୀରେ ସବୁ ଲୀଳାଖେଳା ସାରି ଆଜି ନୀଳକନ୍ଦର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିଛନ୍ତି ମହାବାହୁ। ମହାମାରୀ ଭଳି ପ୍ରତିକୂଳ ସମୟରେ ସାରା ବିଶ୍ୱକୁ ଦର୍ଶନ ଦେଇ ବାହୁଡ଼ିଛନ୍ତି ଚତୁର୍ଦ୍ଦା ମୂରତୀ। କୋଭିଡ୍ କଟକଣା ସତ୍ତ୍ୱେ ଶୃଙ୍ଖଳିତ ନୀତିକାନ୍ତି ଏବଂ ଅନୁକୂଳ ପାଗ ଯୋଗୁଁ ଆଜି ନିର୍ଦ୍ଧାରିତ ସମୟ ପୂର୍ବରୁ ସିଂହଦ୍ୱାର ସମ୍ମୁଖରେ ଲାଗିଛି ୩ ରଥ। ଅବଶ୍ୟ, ସର୍ବୋଚ୍ଚ କୋର୍ଟଙ୍କ […]
ପୁରୀ: ଆସନ୍ତାକାଲି ଶ୍ରୀଜିଉଙ୍କ ପବିତ୍ର ବାହୁଡ଼ାଯାତ୍ରା। ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ିବେ ଶ୍ରୀଜିଉ। ଏଥିପାଇଁ ସ୍ଥିର ହୋଇଛି ନୀତି ନିର୍ଘଣ୍ଟ। ନୀତି ନିର୍ଘଣ୍ଟ ବିଷୟରେ ଜାଣି ରଖନ୍ତୁ ଆସନ୍ତାକାଲି ଭୋର ୪ଟାରେ ଶ୍ରୀଜିଉଙ୍କର ମଙ୍ଗଳ ଆଳତି ହେବ। ଏହାପରେ ୪ଟା ୧୫ରେ ମଇଲମ, ୪ଟା ୩୦ରେ ତଡ଼ପ ଲାଗି ଓ ରୋଷ ହୋମ ନୀତି ଅନୁଷ୍ଠିତ ହେବ। ଭୋର ୫ଟାରେ ଅବକାଶ, ୫ଟା ୧୫ରେ ସୂର୍ଯ୍ୟ ପୂଜା ୫ଟା ୩୦ରେ ଦ୍ୱାରପାଳ ପୂଜା ସହ ବେଶ ସମାପନ ହେବ। […]
ଭୁବନେଶ୍ୱର: ଆଡ଼ପ ମଣ୍ଡପକୁ ବିଜେ କଲେ ତିନି ଠାକୁର। ଆଜି ସନ୍ଧ୍ୟାରେ ଗୋଟି ପହଣ୍ଡିରେ ପ୍ରଥମେ ଆଡ଼ପ ମଣ୍ଡପକୁ ବିଜେ କରିଥିଲେ ବଡ଼ଠାକୁର ବଳଭଦ୍ର। ବିଜେ କାହାଳୀ ବାଜିବା ପରେ ପ୍ରଥମେ ମଦନମୋହନ, ରାମକୃଷ୍ଣ ଓ ପରେ ସୁଦର୍ଶନ ଗୁଣ୍ଡିଚା ମନ୍ଦିରକୁ ବିଜେ କରିଥିଲେ। ଏହାପରେ ବଳଭଦ୍ରଙ୍କୁ ସେବାୟତମାନେ ଆଡ଼ପ ମଣ୍ଡପରେ ଅବସ୍ଥାନ କରାଇ ସୁଭଦ୍ରାଙ୍କୁ ପହଣ୍ଡରେ ନେଇଥିଲେ। ସବା ଶେଷରେ ଜନ୍ମବେଦୀକୁ ବିଜେ କରିଥିଲେ ମହାପ୍ରଭୁ ଜଗନ୍ନାଥ। ଏହା ପୂର୍ବରୁ ଆଜି ରଥ ଉପରେ ଠାକୁରଙ୍କର […]
ପୁରୀ: ସୁପ୍ରିମକୋର୍ଟଙ୍କ ରଥ ବନ୍ଦ ରାୟ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ପଣ୍ଡିତ ରଘୁନାଥ ମହାପାତ୍ର। ସୁପ୍ରିମକୋର୍ଟରେ ୧୦ ଲକ୍ଷରୁ ଅଧିକ ଭକ୍ତ ସମାଗମ ହେବେ ବୋଲି ଯେଉଁ ତଥ୍ୟ ଉପସ୍ଥାପନ କରାଗଲା, ତାହା ଭୁଲ ଥିଲା। ପୁରୀ ଗଜପତି ମହାରାଜ ଯେଉଁ ଚିଠି ଲେଖିଛନ୍ତି, ତାହା ଛତିଶା ନିଯୋଗ, ଶଙ୍କରାଚାର୍ଯ୍ୟ ସମସ୍ତଙ୍କର ମତ ବୋଲି କହିଛନ୍ତି ରଘୁନାଥ। ଅଧର ପଣା ରଥ ଉପରେ ହୁଏ, ଗୁଣ୍ଡିଚା ମନ୍ଦିର ଭିତରେ କେମିତି ହେବ […]
ପୁରୀ: ଗଜପତି ମହାରାଜାଙ୍କ ପରେ ରଥଯାତ୍ରା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ। ଭକ୍ତଶୂନ୍ୟ ରଥଯାତ୍ରା ଲାଗି ଆବେଦନ କରିବାକୁ ଅନୁରୋଧ କରି ଚିଠି ଲେଖିଛନ୍ତି ବିଧାୟକ। ତା ସହିତ ବିଧାୟକ ଭାବେ ରଥଯାତ୍ରା ପାଇଁ ସମସ୍ତ ସହଯୋଗ କରିବେ ବୋଲି ଜୟନ୍ତ ଷଡ଼ଙ୍ଗୀ ଚିଠିରେ ଲେଖିଛନ୍ତି। ସରକାର କୋର୍ଟଙ୍କ ଆଗରେ ଭକ୍ତଶୂନ୍ୟ ରଥଯାତ୍ରାର ଯୁକ୍ତି ରଖନ୍ତୁ। ଭକ୍ତଶୂନ୍ୟ ରଥ ପାଇଁ ମଡିଫିକେସନ ପିଟିସନ କରନ୍ତୁ। କୋଟିକୋଟି ଭକ୍ତ ରଥଯାତ୍ରା ପାଇଁ ଚାହିଁ […]
ପୁରୀ: ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଶାସ୍ତ୍ର ସଂପର୍କିତ ଚିଠି ଓ ଶଙ୍କରାଚାର୍ଯ୍ୟଙ୍କ କ୍ଷୋଭ ସତ୍ତ୍ୱେ କାହିଁକି ମୁହଁ ଖୋଲୁନାହାନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ? ତାକୁ ନେଇ ଏବେ ପ୍ରଶ୍ନ ଉଠିଛି। ପୁରୀ ରଥଯାତ୍ରା ନେଇ ଗତକାଲି ଗଜପତି ମହାରାଜା ରାଜ୍ୟ ସରକାରଙ୍କୁ ଚିଠି ଲେଖିଥିଲେ। ସେ ଚିଠିରେ ଲେଖିଥିଲେ, ଶାସ୍ତ୍ର, ତତ୍ୱ, ଇତିହାସ, ଧାର୍ମିକ ଭାବନା ଓ ଆଇନଗତ ଆଦି ବିଭିନ୍ନ ଦୃଷ୍ଟିକୋଣରୁ ପୁରୀ ରଥଯାତ୍ରାର ସ୍ୱତନ୍ତ୍ର ମହତ୍ୱ ଓ ଗୁରୁତ୍ୱ ରହିଛି। […]
ପୁରୀ: ରଥଯାତ୍ରା ବନ୍ଦ ନେଇ ସୁପ୍ରିମକୋର୍ଟଙ୍କ ରାୟ ପରେ ଖପ୍ପା ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ। ଯାତ୍ରା ଆୟୋଜନ ସପକ୍ଷରେ ହୋଇଥିବା ଆବେଦନ ଏଯାଏଁ ଗ୍ରହଣ ହୋଇନଥିବା ପରିପ୍ରେକ୍ଷୀରେ ସେ କଡ଼ା ପ୍ରତିକ୍ରିୟା ରଖିଛନ୍ତି। ଶଙ୍କରାଚାର୍ଯ୍ୟ କହିଛନ୍ତି ଯେ ଯାତ୍ରା ଆୟୋଜନ ନେଇ ହୋଇଥିବା ଆବେଦନକୁ କୋର୍ଟ ଗତକାଲି ବିଚାର ଲାଗି ଗ୍ରହଣ କରିପାରିଥାଆନ୍ତେ। ରଥଯାତ୍ରାକୁ ମାତ୍ର ଗୋଟିଏ ଦିନ ବାକି ଥିବା ବେଳେ ଆବେଦନକୁ ଗ୍ରହଣ କରାଯାଇନଥିବାରୁ ଏହା ସୁନିୟୋଜିତ ଯୋଜନା […]
ପୁରୀ: ଶ୍ରୀମନ୍ଦିର ଭିତରେ ପରମ୍ପରା ରକ୍ଷା ଓ ଶାସ୍ତ୍ର ସମ୍ମତ ବ୍ୟବସ୍ଥା ସ୍ଥିର କରିବାକୁ ନିଷ୍ପତ୍ତି ନେଇଛି ପରିଚାଳନା କମିଟି। ରଥଯାତ୍ରା ବନ୍ଦ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି। ତେବେ ଶ୍ରୀମନ୍ଦିର ଭିତରେ କେମିତି ବିଧିରକ୍ଷା କରାଯାଇପାରିବ ସେନେଇ ଆଜି ସଂଧ୍ୟାରେ ଛତିଶା ନିଯୋଗ ପ୍ରତିନିଧିଙ୍କ ବୈଠକ ବସିବ। ତେବେ ପରିଚାଳନା କମିଟି ବୈଠକ ଶେଷ ହେବା ପରେ ଗଜପତି ମହାରାଜା […]
ପୁରୀ: ରଥଯାତ୍ରା ବନ୍ଦ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କଲେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର। ଗତକାଲିର ଦିନ ଓଡ଼ିଶା ଇତିହାସରେ ସ୍ମରଣୀୟ ହୋଇ ରହିବ। ଯାହା ଆଶଙ୍କା ହେଉଥିଲା ଚକ୍ରାନ୍ତ ଓ ଷଡ଼ଯନ୍ତ୍ର ଚାଲିଛି। ଶେଷରେ ସେମାନେ ସଫଳ ହେଲେ ବୋଲି ବିଜୟ କହିଛନ୍ତି। ସ୍ନାନଯାତ୍ରା ଠାରୁ ଆଜି ଯାଏ କଟକଣା ଭିତରେ ନୀତିକାନ୍ତି ହୋଇଛି। ଏବେ ସୁପ୍ରିମକୋର୍ଟଙ୍କ ରାୟ ସମସ୍ତେ ମାନିବେ। କିନ୍ତୁ ରାଜ୍ୟ ସରକାର ସଂଦେହ ଘେରରେ ରହିଲେ। […]
ଭୁବନେଶ୍ୱର: ରଥଯାତ୍ରା ନେଇ ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିବେ ରାଜ୍ୟ ସରକାର। ଆଜି ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଚଳିତ ବର୍ଷ ରଥଯାତ୍ରା ବନ୍ଦ ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟଙ୍କ ଏହି ନିର୍ଦ୍ଦେଶ ବାବଦରେ ଆଡଭୋକେଟ୍ ଜେନେରାଲ କ୍ୟାବିନେଟ ବୈଠକରେ ରାଜ୍ୟ ସରକାରଙ୍କୁ ଅବଗତ କରାଇଥିଲେ। ଏହାପରେ ଆଇନମନ୍ତ୍ରୀ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ ଲାଗି ପ୍ରସ୍ତାବ ଆଣିଥିଲେ। ଏହି ପ୍ରସ୍ତାବ ସର୍ବସମ୍ମତିରେ ମଞ୍ଜୁରୀ ଲାଭ କରିଥିଲା। ଆଜି କ୍ୟାବିନେଟ ବୈଠକ ଆରମ୍ଭରେ […]
ନୂଆଦିଲ୍ଲୀ: ହୁ ହୁ ହୋଇ ବଢ଼ି ଚାଲିଛି କରୋନା। ୨୪ ଘଣ୍ଟାରେ ଦେଶରେ ୩୩୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ହଜାର ୮୮୧ ଆକ୍ରାନ୍ତ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ୧୨ ହଜାର ୨୩୭ରେ ପହଞ୍ଚିଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୬୭ ହଜାର ହେଲାଣି। ୧ ଲକ୍ଷ ୯୪ ହଜାର ୩୨୪ ଜଣ ସୁସ୍ଥ ହୋଇଥିବା ବେଳେ ଆକ୍ଟିଭ କେସ୍ ୧ ଲକ୍ଷ ୬୦ ହଜାର ୩୩୮ ରହିଛି। କେବଳ ମହାରାଷ୍ଟ୍ରରେ ମୃତ୍ୟୁ […]
ପୁରୀ: ୧୨ ଦିନ ବିଳମ୍ବରେ ଆରମ୍ଭ ହୋଇବି ୪ ଦିନ ଆଗରୁ ସରିଯାଇଥିଲା ରଥ ନିର୍ମାଣ ଖାଲି ଯାହା କନାମୁଣ୍ଡଣୀ ବାକିଥିଲା, ହେଲେ ତା ପୂର୍ବରୁ କରୋନା ପାଇଁ ଘୋଷଯାତ୍ରା ବନ୍ଦ ଖବରକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଭକ୍ତ ଓ ସେବାୟତ। ଏହାର ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଥିବା ଜଗନ୍ନାଥ ସେନା ଆସନ୍ତାକାଲି ପୁରୀ ବନ୍ଦ ଡାକରା ଦେଇଛି। ସେପଟେ ନିଷ୍ପତ୍ତିକୁ ସରକାରୀ ପ୍ରାୟୋଜିତ କହି ସୁପ୍ରିମ୍କୋର୍ଟରେ ଦାମୀ ଓକିଲଙ୍କୁ ଛିଡ଼ା କରାଇବା ପଛର କାରଣକୁ ନେଇ ପ୍ରଶ୍ନ […]
ଭୁବନେଶ୍ୱର: ସୁପ୍ରିମକୋର୍ଟଙ୍କ ରଥଯାତ୍ରା ବନ୍ଦ ରାୟ ପରେ ଏବେ ପ୍ରଶ୍ନ, ଠାକୁର ମନ୍ଦିର ଭିତରେ ଥାଇ କେମିତି ହେବ ଘୋଷଯାତ୍ରା ? ଗବେଷକଙ୍କ ମତରେ ୧୬୯୨ ଖ୍ରୀଷ୍ଟାବ୍ଦରେ ଶ୍ରୀଜୀଉଙ୍କ ବିଗ୍ରହ ମନ୍ଦିର ଭିତରେ ଥାଇ ବି ରଥଯାତ୍ରା ହୋଇ ପାରିନଥିଲା। ଏହାର ୩୨୮ ବର୍ଷ ପରେ ପୁଣି ସେଭଳି ଘଟଣା ଚଳିତ ବର୍ଷ ଘଟିବାକୁ ଯାଉଛି। ସେପଟେ ଶ୍ରୀମନ୍ଦିର ଇତିହାସ କହୁଛି, ବିଭିନ୍ନ ସମୟରେ ଆକ୍ରମଣ ଓ ଲୁଣ୍ଠନକାରୀଙ୍କ ଯୋଗୁଁ ମୋଟ ୩୨ ଥର ରଥଯାତ୍ରା ହୋଇପାରି […]
ପୁରୀ: ଘୋଷଯାତ୍ରା ତିଥି ଯେତିକି ପାଖୋଉଛି, ବଡ଼ଦାଣ୍ଡରେ ରଥ ଗଡ଼ିବ କି ନାହିଁ ଦ୍ୱନ୍ଦ୍ୱ ସେତିକି ବଢୁଛି। କାରଣ କରୋନା କଟକଣା ଭିତରେ କେମିତି ହେବ ରଥ ଟଣା? ତାକୁ ନେଇ ମାମଲା ହାଇକୋର୍ଟ ପରେ ସୁପ୍ରିମକୋର୍ଟ ଯାଏଁ ଗଲାଣି। ଏମିତିକି ଏଥର ରଥଯାତ୍ରା ବନ୍ଦ ରଖିବାକୁ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ବି ନିବେଦନ କରିଛି ଓଡ଼ିଶା ବିକାଶ ପରିଷଦ। ଯାହା ଉପରେ ଆସନ୍ତାକାଲି ଶୁାଣାଣି ହେବାର ଅଛି। ଆଉ ଏପଟେ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି ହାଇକୋର୍ଟ […]
ପୁରୀ: ରଥଯାତ୍ରା ପରମ୍ପରାକୁ ନେଇ ଦ୍ୱନ୍ଦ୍ୱ ଉପୁଜିଛି। ଚଳିତ ବର୍ଷ ଯଦି ରଥଯାତ୍ରା ଅୟୋଜନ ନହୁଏ ତେବେ ବର୍ଷ ତମାମ ଅଣସର ପିଣ୍ଡିରେ ହିଁ ପୂଜା ପାଇବେ ତିନି ଠାକୁର। ରଥଯାତ୍ରା ନହେଲେ ଚତୁର୍ଦ୍ଧାମୂର୍ତ୍ତି କୁଆଡ଼େ ଯିବେ ବୋଲି ପ୍ରଶ୍ନ କରିଛନ୍ତି ବଳଭଦ୍ରଙ୍କ ବାଡ଼ଗ୍ରାହୀ ହଳଧର ଦାସମହାପାତ୍ର। ରଥଯାତ୍ରା ସପକ୍ଷରେ ମତ ରଖି ସେ କହିଛନ୍ତି, ରଥଯାତ୍ରା ନ ହେଲେ ମହାପ୍ରଭୁ ବର୍ଷେ ଯାଏଁ ଆଉ ରତ୍ନସିଂହାସନକୁ ଫେରିବେ ନାହିଁ। ଜଗନ୍ନାଥଙ୍କ ସବୁ ରୀତିନୀତିରେ ବିଭ୍ରାଟ ହେବ। […]
କୋରାପୁଟ: କୋରାପୁଟ ଶାବର ଶ୍ରୀକ୍ଷେତ୍ରରେ ନିରାଡ଼ମ୍ବର ଭାବେ ହାତଗଣତି ସେବାୟତଙ୍କ ଦ୍ୱାରା ଶ୍ରୀଜିଉଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହୋଇଛି। ଜଗନ୍ନାଥ ମନ୍ଦିର ପରିସରରେ ଥିବା ଶବର ଜନଜାତିର ଦେବତା ମାତାରବନମଙ୍କ ମନ୍ଦିର ନିକଟ କୂଅରୁ ଆସିଥିବା ଶ୍ରଦ୍ଧାର ଜଳରେ ତିନିଠାକୁରଙ୍କ ସ୍ନାନ କରିଥିଲେ। ଏହାପରେ ଶ୍ରୀଜିଉମାନେ ହାତୀ ବେଶରେ ଦର୍ଶନ ଦେଉଛନ୍ତି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତବର୍ଷ ମେଘନାଦ ପାଚେରୀ ମଧ୍ୟରେ କେବଳ କିଛି ସେବାୟତଙ୍କ ଦ୍ୱାରା ମହାପ୍ରଭୁଙ୍କୁ ସ୍ନାନ ନୀତି ସମ୍ପନ ହୋଇଛି। ତେବେ ଭକ୍ତଙ୍କୁ […]
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ମନ୍ଦିରରେ ପରମ୍ପରା ଅନୁଯାୟୀ ପାଳନ କରାଯାଇଛି ସ୍ନାନ ଯାତ୍ରା। ସକାଳ ୬ଟାରେ ତିନି ଦିଅଁଙ୍କୁ ସ୍ନାନ ମଣ୍ଡପରେ ବିଜେ କରାଯାଇଥିଲା। ପରେ ପରେ ଜୟ ମଙ୍ଗଳା ଆଳତୀ, ନୀତିସ୍ନାନ, ବଲ୍ଲଭ ମଣୋହି, ମଙ୍ଗଳାର୍ପଣ କରାଯାଇଥିଲା। ଏହାପରେ ସ୍ନାନମଣ୍ଡପରେ ଶ୍ରୀଜୀଉଙ୍କର ଗଜ ବଦନ ବେଶ କରାଯାଇଥିଲା। ସେବକମାନେ ଶ୍ରୀଜୀଉମାନଙ୍କୁ ପାରମ୍ପରିକ ରୀତିରେ ଗଜବେଶ କରାଇଥିଲେ। କରୋନା କଟକଣା ପାଇଁ ଚଳିତ ବର୍ଷ ଏଠାରେ ବି ୧୪୪ ଧାରା ଜାରି […]