ରାତି ପାହିଲେ ଦ୍ୱିତୀୟା ଓଷା । ଦ୍ୱିତୀୟା ଭାର ସହ ଘରେ ଘରେ ପ୍ରସ୍ତୁତ ହେବ ଘାଂଟ ତରକାରୀ । ଏଥିପାଇଁ ଆବଶ୍ୟକ ବିଭିନ୍ନ କିସମର ପନିପରିବା । ତେବେ ଏହି ସମୟରେ ପନବିପରିବା ଦର ଆକାଶ ଛୁଆଁ ହୋଇଛି ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଗ୍ରାହକ । ସବୁ ପରିବା କିଲୋ ପ୍ରତି ୫୦ ରୁ ୮୦ଟଙ୍କା ମଧ୍ୟରେ ରହିଛି। ଆଉ କିଛି ପରିବାର ଦର ତ ୧୦୦ ଉପରେ। ପନିପରିବା ଚଢା ମୁଲ୍ୟ ଥିଲେ ମଧ୍ୟ ଆବଶ୍ୟକତା ହେତୁ ଲୋକେ ବିଭିନ୍ନ ହାଟ ବଜାରରେ ଭିଡ ଲଗାଇଥିବା ଦେଖିବାକୁ ମିଳିଛି ।
Published: Otv Khabar Bureau
Last updated: 28 September 2021, 07:51 PM IST
କୋଭାକ୍ସିନକୁ ମଞ୍ଜୁରୀ ଦେବାରେ ବିଳମ୍ବ କରୁଛି WHO। ଫଳରେ ଭାରତ ବାୟୋଟେକର କୋଭାକ୍ସିନ ନେଇଥିବା ଭାରତୀୟ ବିଶେଷ କରି ଛାତ୍ରମାନେ ବିଦେଶ ଯିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କୋଭାକ୍ସିନକୁ ଜରୁରୀକାଳୀନ ବ୍ୟବହାର ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁମତି ଦେବାରେ ବିଳମ୍ବ କରୁଛି। WHOର ମଞ୍ଜରୀ ନ ମିଳିବା କାରଣରୁ କୋଭାକ୍ସିନକୁ ବିଶ୍ୱର ଅଧିକାଂଶ ଦେଶ ସ୍ୱୀକୃତ ଭାକ୍ସିନ ବୋଲି ମାନିବ ନାହିଁ।