• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • କେବଳ କୋଲକାତାରେ ୨୫ ଶହରୁ ଅଧିକ ମଣ୍ଡପ

  • ସହରର ପ୍ରସିଦ୍ଧ ଦମ୍ ଦମ୍ ପାର୍କରେ ଦଶହରା ପେଣ୍ଡାଲକୁ ନୂଆ ଢଙ୍ଗରେ ସଜାଯାଇଛି

କୋଲକାତା :ଓଡ଼ିଶାରେ ନିରାଡ଼ମ୍ବର ଭାବେ ବିନା ସାଜସଜ୍ଜା ଓ ସୁଉଚ୍ଚ ପ୍ରତିମାରେ ଦୁର୍ଗାପୂଜା ଅନୁଷ୍ଠିତ ହେବାକୁ ଥିବା ବେଳେ ପଡ଼ୋଶୀ ପଶ୍ଚିମବଙ୍ଗ କିନ୍ତୁ ମହାମାୟାଙ୍କ ଆବାହନ ପାଇଁ ସଜେଇ ହେଲାଣି । କୋଲକାତାରେ ପୂର୍ବଭଳି ବିଶାଳ ଆକର୍ଷଣୀୟ ତୋରଣ, ସୁଉଚ୍ଚ ମୃଣ୍ମୟୀ ମୂର୍ତ୍ତି ଶୋଭା ପାଇଲାଣି । ସହରର ପ୍ରସିଦ୍ଧ ଦମ୍ ଦମ୍ ପାର୍କରେ ଦଶହରା ପେଣ୍ଡାଲକୁ ନୂଆ ଢଙ୍ଗରେ ସଜାଯାଇଛି । ବର୍ତ୍ତମାନ ସମୟର ସବୁଠାରୁ ଚର୍ଚ୍ଚିତ ଚାଷୀ ସମସ୍ୟାକୁ ନେଇ ପ୍ୟାଣ୍ଡେଲରେ ଚିତ୍ରିତ କରାଯାଇଛି । ଭାରତ ଇତିହାସରେ ଘଟିଥିବା ଅନେକ ଆନ୍ଦୋଳନ ପ୍ୟାଣ୍ଡେଲରେ ଶୋଭାପାଉଛି । ସବୁଠାରୁ ଅଧିକ ଚର୍ଚ୍ଚା ଲଖିମପୁରରେ କୃଷକଙ୍କୁ ଗାଡ଼ି ଚଢାଇଦେବା ଘଟଣା ବି ଏଥିରେ ସ୍ଥାନ ପାଇଛି । ଲୋକଙ୍କୁ ସାମାଜିକ ବାର୍ତ୍ତା ଦେବା ଲାଗି ଦମ ଦମ ପାର୍କ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି

ପୂଜା ପେଣ୍ଡାଲ୍ ଓ ମୂର୍ତ୍ତିର ଆକାର ବାବଦରେ କୌଣସି କଟକଣା ଜାରି କରିନାହାନ୍ତି ପଶ୍ଚିମବଙ୍ଗ ସରକାର । କେବଳ ସବୁ ଦିଗରୁ ଖୋଲା ପେଣ୍ଡାଲ୍, ସାମାଜିକ ଦୂରତା ପାଳନ, ମାସ୍କ ଓ ସାନିଟାଇଜର୍ ଆଦି ବାଧ୍ୟତାମୂଳକ କରାଯାଇଛି । ଏଥିସହ ସମିତି ପକ୍ଷରୁ ପୂଜା ସମିତି ଗୁଡ଼ିକର ସାଂସ୍କୃତିକ କାର୍ଯ୍ୟକ୍ରମ ଓ ବିସର୍ଜନ ଶୋଭାଯାତ୍ରା ନିଷିଦ୍ଧ କରାଯାଇଛି । ଏଥିସହ ଶ୍ରଦ୍ଧାଳୁଙ୍କୁ ଘରୁ ପୂଜା ସାମଗ୍ରୀ ଆଣିବାକୁ ନିର୍ଦ୍ଦେଶ ରହିଛି । ବ୍ୟାରିକେଡ୍ ସହ ବଡ ପୂଜା ପେଣ୍ଡାଲର ୧୦ ମିଟର ଏବଂ ଛୋଟ ପେଣ୍ଡାଲର ୫ ମିଟର ଦୂରରୁ ମାଆଙ୍କୁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ରାଜ୍ୟରେ ଚଳିତ ବର୍ଷ ୩୬ ହଜାରରୁ ଅଧିକ ପୂଜା ପେଣ୍ଡାଲ ହେଉଥିବା ବେଳେ କେବଳ କୋଲକାତାରେ ୨୫ଶହରୁ ଅଧିକ ପେଣ୍ଡାଲରେ ପୂଜା ପାଇବେ ମାଆ ଦୁର୍ଗା ।

ସେପଟେ କରୋନା କଟକଣା ଭିତରେ କଟକରେ ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି ଚାଲିଛି । ଗତକାଲି ମାଆଙ୍କ ମୂର୍ତ୍ତିରେ ଖଳିଲାଗି ହୋଇଥିବା ବେଳେ ଆଜିଠୁ ଆରମ୍ଭ ହେବ ରଙ୍ଗ କାମ । ରାସାୟନିକ ରଙ୍ଗକୁ ବାଦ୍ ଦେଇ ତେନ୍ତୁଳି ମଞ୍ଜି ଗୁଣ୍ଡ ଓ କଇଁଥ ଅଠାରେ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଥାଏ । ରଙ୍ଗ ଜନ୍ମାଷ୍ଟମୀ ପରଦିନ ମାଟି ଉଠା କରାଯାଇ ମୂର୍ତ୍ତି କାମର ଶୁଭ ଦିଆଯାଇଥାଏ । ଏହାପରେ ଏକମାଟିଆ କିଛି ଦିନ ହେଲା ପରେ ଦୋମାଟିଆ ହୋଇଥାଏ । ମାଟି ଶୁଖିଲା ପରେ ଖଡ଼ିଚଢା ଅମାବାସ୍ୟାରେ ଖଡ଼ି ଲାଗି କରାଯାଏ ଖଡ଼ି ଶୁଖିଲା ପରେ ଆରମ୍ଭ ହୋଇଥାଏ । ମୂର୍ତ୍ତି ରଙ୍ଗ କାମ ରଙ୍ଗ ସରିବା ପରେ ମାଙ୍କୁ ବସ୍ତ୍ର ଓ ଅଳଙ୍କାର ପିନ୍ଧାଇ ସଜାଯିବା ପରେ ପୂଜା ଆରମ୍ଭ ହେବ ।