• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନୂଆଦିଲ୍ଲୀ : ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କର ଆଜି ଜନ୍ମଦିନ । ୧୯୦୪ ମସିହା ଆଜିର ଦିନରେ ଉତ୍ତରପ୍ରଦେଶ ମୋଗଲସରାଇରେ ସେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ମୁନସି ଶାରଦା ପ୍ରସାଦ, ସେ ବୃତ୍ତିରେ ଶିକ୍ଷକ ଥିଲେ ଏବଂ ମାତାଙ୍କ ନାମ ରାମ ଦୁଲାରୀ । ଛାତ୍ର ଜୀବନରୁ ହିଁ ସ୍ୱାଧୀନତା ସଂଗ୍ରାମରେ ନିଜକୁ ଉତ୍ସଗୀକୃତ କରିଥିଲେ । ସଂଘର୍ଷ କରି ଉଚ୍ଚ ଶିକ୍ଷା ଲାଭ କରିଥିବା ଶାସ୍ତ୍ରୀ ସବୁବେଳେ ନିଜ ଅଦମ୍ୟ ସାହସ ଓ ଦକ୍ଷତା ପାଇଁ ପରିଚିତ ଥିଲେ । ଲାଲ ବାହାଦୂର ଶାସ୍ତ୍ରୀ ଗାନ୍ଧିଜୀଙ୍କ ଦ୍ୱାରା ବହୁତ ପ୍ରଭାବିତ ହୋଇଥିଲେ । ଗାନ୍ଧୀଙ୍କ ସହ ସେ ଅସହଯୋଗ ଆନ୍ଦୋଳନ, ଦାଣ୍ଡି ମାର୍ଚ୍ଚ ଏବଂ ଭାରତ ଛାଡ ଆନ୍ଦୋଳନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

୧୯୬୫ରେ ସେ ପ୍ରଧାନମନ୍ତ୍ରୀ ଥିଲାବେଳେ ଭାରତ ପାକିସ୍ତାନକୁ ହରାଇଥିଲା କୃଷକ ଓ ଯବାନ ମାନଙ୍କ ଉନ୍ନତି ପାଇଁ ସର୍ବଦା ଚେଷ୍ଟିତ ଥିଲେ ଶାସ୍ତ୍ରୀ । ଏଥିପାଇଁ ସେ ଜୟ ଯବାନ ଓ ଜୟ କିଶାନ୍ ନାରା ଦେଇଥିଲେ । ୧୯୬୫ ମସିହାରେ ଭାରତର ରାଜଧାନୀ ଦିଲ୍ଲୀର ରାମ୍‌ଲୀଲା ମୈଦାନ୍‌ଠାରେ ଏକ ଜନ ସମାବେଶରେ ଲାଲବାହାଦୁର ଶାସ୍ତ୍ରୀ ପ୍ରଥମ ଥର ପାଇଁ ଏହି ସ୍ଲୋଗାନ ଦେଇଥିଲେ ।

ଶାସ୍ତ୍ରୀଜୀ ଦେଶର ସର୍ବଭୌମତ୍ୱ ଏବଂ ସୁରକ୍ଷା ଦିଗରେ ଆଦୌ ବୁଝାମଣା କରିନାହାଁନ୍ତି ।  ୧୯୬୫ ମସିହାରେ ଯେତେବେଳେ ପାକିସ୍ତାନ ଭାରତ ଉପରେ ଆକ୍ରମଣ କରିଥିଲା, ସେତେବେଳେ ତାଙ୍କର ଏହି ବ୍ୟକ୍ତିତ୍ୱ ଦେଖିବାକୁ ମିଳିଥିଲା । ଏହି ସମୟ ମଧ୍ୟରେ ଶାସ୍ତ୍ରୀଜୀ ଶତ୍ରୁ ଦେଶକୁ କଡ଼ା ଜବାବ ଦେବା ପାଇଁ ଭାରତୀୟ ସେନାଙ୍କୁ ସମସ୍ତ ସ୍ୱାଧୀନତା ଦେଇଥିଲେ । ଫଳରେ ରଣହୁଙ୍କାର ଦେଇ ପାକିସ୍ତାନୀ ସେନା ସହ ଲଢ଼ି ପରାସ୍ତ କରିଥିଲା ଭାରତୀୟ ବୀର ସେନା ।

ତେବେ ଆଜି ଲାଲବାହାଦୁର ଶାସ୍ତ୍ରୀଙ୍କର ଜନ୍ମ ଜୟନ୍ତୀ ଅବସରରେ ନୂଆଦିଲ୍ଲୀ ବିଜୟ ଘାଟରେ ଆଜି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଅନେକ ବିଶିଷ୍ଟ ବ୍ୟକ୍ତି ବିଜୟ ଘାଟରେ ଲାଲବାହାହାଦୂର ଶାସ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।