ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ବୁଡ଼ ପକାଇଲେ ଶ୍ରଦ୍ଧାଳୁ । ତପୋଭୂମି ଖଣ୍ଡଗିରିରେ ପ୍ରସିଦ୍ଧ ମାଘ ମେଳା ଆରମ୍ଭ ।
ପବିତ୍ର ମାଘ ସପ୍ତମୀରେ ହଜାର ହଜାର ଶ୍ରଦ୍ଧାଳୁ ଚନ୍ଦ୍ରଭାଗାରେ ବୁଡ଼ ପକାଇ ପୂଣ୍ୟ ଅର୍ଜନ କରିଛନ୍ତି। ଏନେଇ ଚନ୍ଦ୍ରଭାଗାରେ ପ୍ରବଳ ଜନସମାଗମ ଦେଖାଦେଇଥିଲା। ମହାପ୍ରଭୁଙ୍କ ମହାସ୍ନାନ ପରେ ପରେ ଭୋର ୪ଟା ୪୧ରେ ଶ୍ରଦ୍ଧାଳୁମାନେ ମାଘବୁଡ଼ ପକାଇ ସୂର୍ଯ୍ୟୋଦୟ ଦର୍ଶନ କରିଛନ୍ତି।
ପବିତ୍ର ମାଘ ସପ୍ତମୀ ଅବସରରେ ହଜାର ହଜାର ଶ୍ରଦ୍ଧାଳୁ ଚନ୍ଦ୍ରଭାଗାରେ ବୁଡ଼ ପକାଇ ପୂଣ୍ୟ ଅର୍ଜନ କରିଛନ୍ତି। ମହାପ୍ରଭୁଙ୍କ ମହାସ୍ନାନ ପରେ ପରେ ଭୋର ୪ଟା ୪୧ରେ ଶ୍ରଦ୍ଧାଳୁମାନେ ମାଘବୁଡ଼ ପକାଇ ସୂର୍ଯ୍ୟୋଦୟ ଦର୍ଶନ କରିଛନ୍ତି।
ପୁରୀ ସମୁଦ୍ର କୂଳରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ତାଙ୍କ ବାଲୁକା କଳା ମାଧ୍ୟମରେ ଦେଖାଇଛନ୍ତି ଦେଶପ୍ରୀତିର ଝଲକ୍ ।
ରାଜଧାନୀ ଭୁବନେଶ୍ୱରରେ ପାଳିତ ହୋଇଛି ରାଜ୍ୟ ସ୍ତରୀୟ ସାଧାରଣତନ୍ତ୍ର ଦିବସ। ରାଜ୍ୟପାଳ ପ୍ରଫେସର ଗଣେଣୀ ଲାଲ୍ ମହାତ୍ମା ଗାନ୍ଧି ମାର୍ଗରେ ପତାକା ଉତ୍ତୋଳନ କରିଛନ୍ତି।
ଆଜି ବିଦ୍ୟାଦାତ୍ରୀ ମା’ ସରସ୍ୱତୀଙ୍କ ପୂଜା। ସବୁ ଶିକ୍ଷାନୁଷ୍ଠାନ ଠାରୁ ଆରମ୍ଭ କରି ବିଭିନ୍ନ ବ୍ୟବସାୟୀ ସଂଘ ମଧ୍ୟ ମା’ଙ୍କ ପୂଜାକୁ ଧୂମଧାମରେ ପାଳନ କରିବା ନେଇ ବ୍ୟସ୍ତ। ଏହି ଅବସରରେ ଆସନ୍ତୁ ଜାଣିନେବା କେବେ ଓ କିପରି ହୋଇଥିଲା ମା’ଙ୍କର ଜନ୍ମ।
୧୯୫୦ ମସିହା ଆଜିର ଦିନରେ ଆମ ଦେଶ ମହାନ ଭାରତ ବର୍ଷ ନିଜର ସମ୍ବିଧାନ ପ୍ରଣୟନ କରିଥିଲା। ଏହି ଦିନକୁ ମନେ ପକାଇ ସାରା ଦେଶ ଆଜି ୭୪ ତମ ସାଧାରଣତନ୍ତ୍ର ଦିବସ ପାଳୁଛି।
ଏଠି ସବୁଦିନ ପୂଜା ପାଆନ୍ତି ମା’ ସରସ୍ୱତୀ। ପ୍ରତ୍ୟେକ ଦିନ ଲାଗେ ଶ୍ରଦ୍ଧାଳୁଙ୍କ ଭିଡ, ସୃଷ୍ଟିହୁଏ ଭକ୍ତିମୟ ପରିବେଶ। ଆସନ୍ତୁ ଜାଣିବା ଓଡିଶାରେ କେଉଁଠି ଅଛି ଏହି ଜାଗା।
ପ୍ରତ୍ୟେକ ଥର ଗଣତନ୍ତ୍ର ଦିବସ ଆସେ ଆଉ ଏହାକୁ ପାଳନ ମଧ୍ୟ କରାଯାଏ। ଏହାରି ଭିତରେ ଅନେକଙ୍କ ମନରେ ଏମିତି ପ୍ରଶ୍ନ ମଧ୍ୟ ଉଙ୍କିମାରେ ଯେ କେବଳ ୨୬ ଜାନୁଆରୀକୁ କାହିଁକି ଗଣତନ୍ତ୍ର ଦିବସ ପାଳନ ଭାବେ କରାଯାଏ। ଯଦି ଆପଣଙ୍କ ମନରେ ଏମିତି କିଛି ପ୍ରଶ୍ନ ଆସୁଛି ତେବେ ଜାଣି ନିଅନ୍ତୁ…
ଲୋକନୃତ୍ୟକୁ ବିଶ୍ୱ ଦରବାରରେ ପରିଚିତ କରାଇବାକୁ ସେମାନଙ୍କୁ ଏକାଠି କରି ଝୁମର୍ ଶିଖାଇଛନ୍ତି ଅନୁଗୁଳର ବିଶ୍ୱପୂଜ୍ୟା ।
ଆଜି ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ। ନେତାଜୀ ସୁଭାଷ ଚନ୍ଦ୍ର ବୋଷ ହେଉଛନ୍ତି ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ଆଜାଦ ହିନ୍ଦ ଫୌଜର ପ୍ରତିଷ୍ଠାତା।
୪୦୦ରୁ ଉର୍ଦ୍ଧ୍ୱ ନୂଆ ପୁରୁଣା ଫଟୋଚିତ୍ରକୁ ନେଇ ମନୋରମ ଫଟୋ ପ୍ରଦର୍ଶନୀ।
ରାଜାରାଜୁଡ଼ା ସମୟରୁ ଦଶପଲ୍ଲା ଜଙ୍ଗଲରୁ ମହାବାହୁଙ୍କ ରଥ ନିର୍ମାଣ ପାଇଁ କାଠ ଯାଇଥାଏ। ବିଧିମୁତାବକ ଶ୍ରୀପଞ୍ଚମୀ ପୂର୍ବରୁ ରଥକାଠ ପହଞ୍ଚିଯାଏ ରଥଖଳାରେ। ଶ୍ରୀମନ୍ଦିରରୁ ଆଜ୍ଞାମାଳ ଆସିବା ପରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଥାଏ।
ଆଜି ସାରା ଦେଶ ୭୫ତମ ଭାରତୀୟ ସେନା ଦିବସ ପାଳନ କରୁଛି। ଭାରତର ସୀମା ରକ୍ଷକଙ୍କୁ ସମ୍ମାନ ଦେବା ନେଇ ଆଜି ଦେଶ ଜାଗ୍ରତ ହୋଇଛି। ହେଲେ ଏହି ଦିନ କାହିଁକି, ଆସନ୍ତୁ ଜାଣିବା…
ଓଡ଼ିଶାରେ ଯେପରି ପଣାସଂକ୍ରାନ୍ତିରୁ ବର୍ଷ ଆରମ୍ଭ ହୁଏ, ଦକ୍ଷିଣ ଭାରତରେ ଠିକ୍ ସେମିତି ମକର ସଂକ୍ରାନ୍ତିରୁ ବର୍ଷର ଆରମ୍ଭ ହୋଇଥାଏ । ସଂକ୍ରାନ୍ତି ପୂର୍ବଦିନ ରାତିରେ ନିଆଁ ଜାଳି, ସେଥିରେ ପାଣି ଗରମ କରି, ପରିବାରର ସମସ୍ତ ସଦସ୍ୟ ସେଥିରେ ସ୍ନାନ କରି, ନୂଆ ବସ୍ତ୍ର ପରିଧାନ କରନ୍ତି ।
ମଧ୍ୟାହ୍ନ ଧୂପ ପରେ ମହାପ୍ରଭୁଙ୍କ ମକର ନୀତି । ମକର ଚୌରାଅଶି ବେଶରେ ଦର୍ଶନ ଦେବେ ଶ୍ରୀଜିଉ ।
ମାତ୍ର ୧୩ ବର୍ଷ ବୟସରେ ପ୍ରିୟଙ୍କା ଗାନ୍ଧୀ ରବର୍ଟ ଭଦ୍ରାଙ୍କୁ ଭେଟିଥିଲେ। ଉଭୟଙ୍କ ବନ୍ଧୁତା କେତେବେଳେ ପ୍ରେମରେ ପରିଣତ ହେଲା ତାହା ଜଣା ନଥିଲା। ଫେବୃଆରୀ ୧୮, ୧୯୯୭ରେ ଉଭୟ ବିବାହ କରିଥିଲେ। ଆଜି ତାଙ୍କ ଜନ୍ମଦିନରେ ଆସନ୍ତୁ ତାଙ୍କ ବିଷୟରେ ଆଉ କିଛି ଅଜଣା କଥା ଜାଣିନେବା।
ସ୍ଥାନ ପାଇବ ହକିରେ ଯୋଗ ଦେଇଥିବା ୧୬ଟି ଦେଶର ଖାଦ୍ୟପାନୀୟ । ବଲିଉଡ ଗାୟକ ଓ କଳାକାରଙ୍କ କଳାର ଯାଦୁରେ କମ୍ପିବ ଭୁବନେଶ୍ୱର ।
ସ୍ୱାଧୀନ ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଆଜି ମୃତ୍ୟୁ ବାର୍ଷିକୀ। ସେ ଏପରି ଜଣେ ପ୍ରଧାନମନ୍ତ୍ରୀ ଥିଲେ, ଯାହାଙ୍କ ଆହ୍ୱାନରେ ସମଗ୍ର ଦେଶ ଗୋଟିଏ ଓଳି ଭୋଜନ ମଧ୍ୟ ଛାଡ଼ିଦେଇଥିଲା। ତାଙ୍କର ଚିନ୍ତାଧାରା ଆଜିବି ଲୋକଙ୍କୁ ସଠିକ୍ ପଥରେ ଚାଲିବାକୁ ଶିଖାଏ।
ପଶ୍ଚିମ ଓଡ଼ିଶାର ଗଣପର୍ବ ପୁଷ୍ପୁନି। ଏହାର ଅନ୍ୟ ନାମ ‘ଛେରଛେରା’ପର୍ବ। ଏହି ପର୍ବରେ କୌଣସି ଇଷ୍ଟ ଦେବତା ବା ଦେବୀଙ୍କୁ ପୂଜା କରାଯାଏ ନାହିଁ କି ଧର୍ମ, ଓଷା ପୂଜାର ବ୍ରତ ଘଟିତ କଥା ବା ଉପାଖ୍ୟାନ ଏଥିରେ ନାହିଁ। ମଉଜ ମଜଲିସ୍ରେ ଏହି ପର୍ବ ପାଳନ କରାଯାଏ। ଆସନ୍ତୁ ଜାଣିବା କାହିଁକି ଏମିତି ନାଁ…
ଗତ ୧୧ ଦିନ ଧରି ବରଗଡ଼ରେ ଚାଲିଥିବା ଯାତ୍ରାର ପଡ଼ିଛି ଯବନିକା।
କୁବଳୟା ହସ୍ତି ଓ ଅଷ୍ଟମଲ୍ଲଙ୍କୁ ମାରିବା ପରେ କଂସଙ୍କ ବଧ ହେବ ଅଭିନୀତ ।
ବ୍ୟାନ୍ ହୋଇଥିବା ସତ୍ତ୍ୱେ ମାଂଜା ସୂତା ବି ଦେଖିବାକୁ ମିଳୁଛି ମାର୍କେଟରେ ।
ରାଜଧାନୀ ଭୁବନେଶ୍ୱରରେ ପାଳିତ ହେଲା ବିଶ୍ୱ ବ୍ରେଲ୍ ଦିବସ।
ନୂଆବର୍ଷ ନେଇ ଆସିଛି ନୂଆ ଆଶା। ସୂର୍ଯ୍ୟଙ୍କ ପ୍ରଥମ କିରଣ ଧରାପୃଷ୍ଠକୁ ଛୁଇଁ ସାରିଛି। ଭକ୍ତମାନେ ସେମାନଙ୍କ ଆଗାମୀ ଜୀବନକୁ ସୁଖମୟ କରିବା ନେଇ ଭଗବାନ ଶିବଙ୍କୁ ପ୍ରାର୍ଥନା ପାଇଁ ଲିଙ୍ଗରାଜ ମନ୍ଦିରରେ ଭିଡ ଜମେଇଛନ୍ତି।