Advertisment

International Day of Happiness: କେଉଁ ଦେଶରର ଲୋକେ ବେଶି ଖୁସି; ଭାରତର ସ୍ଥାନ କେତେ

ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ଖୁସି ହେଉଛି ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଜିନିଷ। ଯେଉଁଦିନ ଆମେ ଖୁସିର ମୁଲ୍ୟକୁ ବୁଝିବା ଆମେ ଦୀର୍ଘଦିନ ଧରି ଉତ୍ସାହର ସହ ବଞ୍ଚିବାକୁ ଆରମ୍ଭ କରିବା।

author-image
Pramod Behera
ଅଦ୍ୟତନ ହୋଇଛି
International Day of Happiness 2023

International Day of Happiness

ମିଳିତ ଜାତିସଂଘ ପ୍ରତିବର୍ଷ ୨୦ ମାର୍ଚ୍ଚରେ ‘ଅନ୍ତର୍ଜାତୀୟ ଖୁସି ଦିବସ’ ପାଳନ କରିଥାଏ। ସାଧାରଣତଃ ଯେତେବେଳେ ବି ବିଶ୍ୱକୁ ନେଇ କଥାବାର୍ତ୍ତା ହୁଏ ସେତେବେଳେ କେବଳ ବିକାଶ ଏବଂ ଶାନ୍ତିର କଥା ପଡେ। ସମସ୍ୟାଗୁଡିକ ମଧ୍ୟରେ ଦୁନିଆର ମାନବିକ ଅଧିକାର, ସ୍ୱାସ୍ଥ୍ୟ, ପରିବେଶ ଇତ୍ୟାଦି ବିଷୟରେ ଆଲୋଚନା ହୁଏ। କିନ୍ତୁ ଏହା ଦେଖାଯାଇଛି ଯେ ଆମେ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ଖୁସିକୁ ଅଣଦେଖା କରିଚାଲିଛେ।

Advertisment

ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ଖୁସି ହେଉଛି ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଜିନିଷ। ଯେଉଁଦିନ ଆମେ ଖୁସିର ମୁଲ୍ୟକୁ ବୁଝିବା ଆମେ ଦୀର୍ଘଦିନ ଧରି ଉତ୍ସାହର ସହ ବଞ୍ଚିବାକୁ ଆରମ୍ଭ କରିବା।

ମାର୍ଚ୍ଚ ୨୦ କାହିଁକି:

ମିଳିତ ଜାତିସଂଘର ସାଧାରଣ ସଭା ୧୨ ଜୁଲାଇ ୨୦୧୨ରେ ଏହି ଦିନକୁ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲା। ସେବେଠାରୁ ଏହି ଦିନଟି ସମଗ୍ର ବିଶ୍ୱରେ ଲୋକଙ୍କୁ ଖୁସିର ମହତ୍ତ୍ୱକୁ ବିଷୟରେ ମନେପକାଇବା ନେଇ ପାଳନ କରାଯାଏ। ଏହି ଦିବସ ପାଳନ ପଛରେ ପ୍ରସିଦ୍ଧ ସାମାଜିକ କର୍ମୀ ଜେମି ଇଲିଆନଙ୍କ ଉଦ୍ୟମ ରହିଛି, ଯାହାଙ୍କ ଚିନ୍ତାଧାରା ମିଳିତ ଜାତିସଂଘର ତତ୍କାଳୀନ ସେକ୍ରେଟେରୀ ଜେନେରାଲ ବାନ କି ମୁନ୍‌ଙ୍କୁ ପ୍ରେରଣା ଦେଇଥିଲା ଏବଂ ୨୦ ମାର୍ଚ୍ଚକୁ ୨୦୧୩ ରେ ଆନ୍ତର୍ଜାତୀୟ ଖୁସି ଦିବସ ପାଳନ କରିବାକୁ ଘୋଷଣା କରାଯାଇଥିଲା।

Advertisment

ଚଳିତ ବର୍ଷର ଥିମ୍:

ପ୍ରତିବର୍ଷ ଏକ ନିର୍ଦ୍ଦିଷ୍ଟ ଥିମ୍‌କୁ ନେଇ ଏହି ଦିବସ ପାଳନ କରାଯାଏ। ଚଳିତ ବର୍ଷ ଏହାର ଥିମ୍ ‘ବି ମାଇଣ୍ଡଫୁଲ୍।, ବି ଗ୍ରେଟ୍‌ଫୁଲ, ବି କାଇଣ୍ଡ୍‌’ ରଖାଯାଇଛି।

ଏହାର ଅର୍ଥ ନିଜ ଦୈନନ୍ଦିନ ଜୀବନରେ ଧ୍ୟାନ, କୃତଜ୍ଞତା, ଏବଂ ଦୟାକୁ ସାମିଲ କରି ଆପଣ ଏକ ସକରାତ୍ମକ ଏବଂ ପୂର୍ଣ୍ଣ ମାନସିକତା ବିକାଶ କରିପାରିବେ ଏବଂ ଆପଣଙ୍କର ସାମଗ୍ରିକ ସୁସ୍ଥତାକୁ ଉନ୍ନତ କରିପାରିବେ।

ଦୁନିଆର ସବୁଠୁ ଖୁସି ଦେଶ:

ଏହି ତାଲିକାରେ ଫିନ୍‌ଲ୍ୟାଣ୍ଡକୁ ଦୁନିଆର ସବୁଠୁ ଖୁସି ଦେଶ ଭାବେ ବିବେଚନା କରାଯାଇଛି। ଦ୍ୱିତୀୟରେ ଡେନ୍‌ମାର୍କ, ତୃତୀୟରେ ସ୍ୱିଜର୍‌ଲ୍ୟାଣ୍ଡ, ଚତୁର୍ଥରେ ଆଇସ୍‌ଲ୍ୟାଣ୍ଡ୍‌, ପଞ୍ଚମରେ ନେଦର୍‌ଲ୍ୟାଣ୍ଡ୍‌, ତା’ପରେ ନରୱେ, ସ୍ୱିଡେନ୍‌ ଏବଂ ଲଗ୍ଜମବର୍ଗ ରହିଛି।

ବିଶ୍ୱରେ ଭାରତର ସ୍ଥାନ:

ଖୁସି ଦୃଷ୍ଟିରୁ ୧୫୦ ଦେଶ ତାଲିକାରେ ଭାରତ ୧୩୬ ତମ ସ୍ଥାନରେ ରହିଛି। ସ୍ପଷ୍ଟ ଭାବରେ ଦର୍ଶାଯାଇଛି ଯେ ଭାରତର ଲୋକମାନେ ଅନ୍ୟ ଦେଶର ଲୋକଙ୍କ ପରି ଖୁସି ନୁହଁନ୍ତି। ୨୦୧୯ରେ ଭାରତ ୧୪୦ତମ ସ୍ଥାନରେ ଥିଲା।

କେତେକ ଗୁରୁତ୍ୱପୂର୍ଣ୍ଣ କଥା:

  • “ଯିଏ ଖୁସି ରୁହେ, ସେ ଅନ୍ୟମାନଙ୍କୁ ମଧ୍ୟ ଖୁସି ଦିଏ।”
  • “ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ନିଜ ଜୀବନକୁ ଉପଭୋଗ କର।”
  • "ଖୁସି ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ, ଏହାକୁ ଅଣଦେଖା କର ନାହିଁ।"
  • “ଖୁସି ରହୁଥିବା ବ୍ୟକ୍ତି ସ୍ୱାସ୍ଥ୍ୟ ଏବଂ ଫିଟ୍‌ନେସ୍‌ ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତି। ଖୁସି ରହିବା ଖୁବ ଟଙ୍କା ରୋଜଗାର କରିବା ଭଳି ହୋଇଥାଏ।"
  • “ଅଧିକାଂଶ ଲୋକ ଯେତିକି ଖୁସି ପାଆନ୍ତି ଯେତିକି ଇଛା କରନ୍ତି।”
  • "ଖୁସି ଏକ ବିକଳ୍ପ। ଆପଣ ଏହାକୁ ବାଛିପାରିବେ। ଜୀବନରେ ଚାପ ଥାଏ, କିନ୍ତୁ ତୁମେ ଏହା ଦ୍ୱାରା ପ୍ରଭାବିତ କି ନୁହେଁ ତାହା ତୁମର ପସନ୍ଦ।”
Happiness
Advertisment
Advertisment