• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Festivals & Events Updates

Baliyatra 2022
ଏବର୍ଷ ଆକର୍ଷଣୀୟ ହେବ ବାଲିଯାତ୍ରା

ସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମାରେ ଆରମ୍ଭ ହେଉଛି ଐତିହାସିକ କଟକ ବାଲିଯାତ୍ରା । ଏଥିପାଇଁ ସରିଲାଣି ସମସ୍ତ ପ୍ରସ୍ତୁତି । ଏଥର ସିଏମସି ପକ୍ଷରୁ କ୍ଲିନ୍ ବାଲିଯାତ୍ରା, ଗ୍ରୀନ ବାଲିଯାତ୍ରା ସ୍ଲୋଗାନ ଦିଆଯାଇଛି ।

Jagannath Temple
କାଲି ସୁନାବେଶରେ ଦର୍ଶନ ଦେବେ ତ ଶ୍ରୀଜିଉ?

କାର୍ତ୍ତିକ ପୂର୍ଣ୍ଣମୀରେ ମିଳିବ ତ ଶ୍ରୀଜିଉଙ୍କ ସୁନାବେଶ ସାନିଧ୍ୟ ? ରତ୍ନ ସିଂହାସନରେ ରାଜରାଜେଶ୍ୱର ବେଶ ଦର୍ଶନରୁ ନିରାଶ ହେବେନି ତ ଭକ୍ତ ? ସମୟ ଯେତିକି ପାଖୋଉଛି, ଦ୍ୱନ୍ଦ୍ୱ ସେତିକି ବଢୁଛି ।

Jagannath Temple
ଶ୍ରୀଜିଉଙ୍କୁ ସୁନାବେଶରେ ମିଳିବ ତ ଦର୍ଶନ ? ପ୍ରଶାସନ ବି ଦୂର କରିପାରିଲାନି ଦ୍ୱନ୍ଦ୍ୱ

ଭୋର୍ ୫ଟା ୩୮ ମଧ୍ୟରେ ଡଙ୍ଗା ଭସାଇବାକୁ ପରାମର୍ଶ । ଆଜି ରାତି ୧୦ଟାରୁ କାଲି ସକାଳ ଯାଏଁ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ।

Baliyatra 2022
ଏଥର କ୍ଲିନ୍‌ ଆଉ ଗ୍ରୀନ୍‌ ହେବ ଐତିହାସିକ ବାଲିଯାତ୍ରା

ଚଳଚଂଚଳ ହେଲାଣି ବାଲିଯାତ୍ରା ପଡିଆ । ଜମିଲାଣି ବେପାରୀଙ୍କ ଗହଳି ଚହଳି । ଏଥର ବାଲିଯାତ୍ରାକୁ ଆକର୍ଷଣୀୟ କରିବାକୁ ହୋଇଛି ବ୍ୟାପକ ଆୟୋଜନ । ପ୍ଲାଷ୍ଟିକ ମୁକ୍ତ ଯାତ୍ରା ପାଇଁ ହୋଇଛି ବନ୍ଦୋବସ୍ତ ।

Cuttack Baliyatra 2022
ଐତିହାସିକ ବାଲିଯାତ୍ରା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ...ଦେଖନ୍ତୁ ଝଲକ୍...

ଚଳଚଞ୍ଚଳ ହେଲାଣି ବାଲିଯାତ୍ରା ପଡିଆ । ଜମିଲାଣି ବେପାରୀଙ୍କ ଗହଳି ଚହଳି । ଏଥର ବାଲିଯାତ୍ରାକୁ ଆକର୍ଷଣୀୟ କରିବାକୁ ହୋଇଛି ବ୍ୟାପକ ଆୟୋଜନ ।

Dhanuyatra
ଏଥର ଜମିବ ଧନୁଯାତ୍ରା ! ପୁରିଲା ୭୫ ବର୍ଷ, ପାଳନ ହେବ ଡାଇମଣ୍ଡ ଜୁବ୍‌ଲି

୧୦ ତାରିଖରେ ଧନୁଯାତ୍ରାର ମୁଖ୍ୟ ଭୂମିକା ମହାରାଜ କଂସଙ୍କ ପାଇଁ କଳାକାର ଚୟନ କରାଯିବାକୁ ସ୍ଥିରୀକୃତ ହୋଇଛି ।

Attempt for the World's Biggest Sand Art By Padmashree Sudarsana Pattnaik
ବାଲିଯାତ୍ରା ପଡିଆରେ ତିଆରି ହେଉଛି ବିଶ୍ୱର ସବୁଠାରୁ ବଡ ବାଲୁକା କଳା!

ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ରାତିଦିନ ଏକ କରି ବିଶ୍ୱ ଦରବାରରେ କଟକର ବାଲିଯାତ୍ରାକୁ ଆଉ ଓଡିଶାର ନୌବାଣିଜ୍ୟ ପରମ୍ପରାକୁ ପରିଚୟ ଦେବା ପାଇଁ ଲାଗିପଡିଛନ୍ତି। ତାଙ୍କର ପ୍ରୟାସରେ ବିଶ୍ୱର ସବୁଠୁ ବଡ ବାଲୁକା କଳାରେ ଝଲସିବ କଟକ।

Lunar Eclipse 2022
ଜାଣନ୍ତୁ, ୧୨ ରାଶି ଉପରେ କ’ଣ ରହିଛି ଚନ୍ଦ୍ରଗହଣର ପ୍ରଭାବ..କେଉଁ ରାଶି ପାଇଁ ଏହା ଶୁଭ

ଭାରତ ସମେତ ଉତ୍ତର ଆମେରିକା, ଦକ୍ଷିଣ ଆମେରିକାର କିଛି ସ୍ଥାନ, ଏସିଆ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ଏହି ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିବ। ଦୀର୍ଘ ୧ ଘଣ୍ଟା ୨୫ ମିନିଟ ଧରି ଦୃଶ୍ୟମାନ ହେବ। 

Chandra Grahan 2022
ଆସନ୍ତାକାଲି ବର୍ଷର ଶେଷ ଚନ୍ଦ୍ରଗ୍ରହଣ: ଜାଣନ୍ତୁ, କେତେବେଳେ ହେବ ପାକ ତ୍ୟାଗ ଓ ଦେବ ନୀତି...

କାଲି ଆକାଶରେ ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିବ। ଗୋଟିଏ ସରଳ ରେଖାରେ ରହିବେ ସୂର୍ଯ୍ୟ, ପୃଥିବୀ ଓ ଚନ୍ଦ୍ର। ଚଳିତ ବର୍ଷର ଏହା ଶେଷ ତଥା ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ହୋଇଥିବା ବେଳେ ପୃଥିବୀ ଛାୟାରେ ଏହା ନାଲି ରଙ୍ଗର ଦେଖାଯିବ। 

National cancer awareness day
ଦେଶ ପାଇଁ ଘାତକ ହୋଇଛି କର୍କଟ; ଜାଣନ୍ତୁ କିପରି ରୋକିବା

ଦେଶ ପାଇଁ କର୍କଟ ଏକ ବିପଦ ହୋଇ ଠିଆ ହୋଇଛି। ଏହା ଏମିତି ଏକ ଭୟଙ୍କର ରୋଗ, ଯାହା ସମସ୍ତଙ୍କ ମନରେ କୋକୁଆ ଭୟ ଖେଳାଇ ଦେଉଛି। କିନ୍ତୁ କିଛି ସଚେତନତା ଓ ଚିକିତ୍ସା ହିଁ ଏହାକୁ ରୋକିବାରେ ସଫଳ ହେବ। ତେବେ ଆଜି ଜାତୀୟ କର୍କଟ ସଚେତନତା ଦିବସ ଅବସରରେ ଆସନ୍ତୁ ଏ ବିଷୟରେ ଜାଣିନେବା।

Puri Mahaprasad
ପଞ୍ଚୁକରେ ଅବଢ଼ା ରେଟ୍ ଡବଲ୍, ଚଢ଼ା ଦରରେ ଭକ୍ତଙ୍କୁ ଶୋଷଣ

ପଞ୍ଚୁକରେ ଶ୍ରୀମନ୍ଦିରରେ ଭକ୍ତଙ୍କ ଅସମ୍ଭବ ଭିଡ଼ ଲାଗିିଛି

ପଞ୍ଚୁକର ପ୍ରଥମ ଦିନ
ପଞ୍ଚୁକର ପ୍ରଥମ ଦିନରେ ଜଗନ୍ନାଥ ଭକ୍ତଙ୍କୁ ଦର୍ଶନ ଯନ୍ତ୍ରଣା, ବ୍ୟାରିକେଡ୍‌ରେ ଶ୍ରଦ୍ଧାଳୁ କଲବଲ

ଜଗନ୍ନାଥ ଧାମରେ କାଳିଆକୁ ଦର୍ଶନ ପାଇଁ ଭକ୍ତଙ୍କୁ ଯନ୍ତ୍ରଣା। ଶ୍ରୀମନ୍ଦିରରେ ଆଜି ଠାକୁରଙ୍କୁ ଲକ୍ଷ୍ମୀ ନାରାୟଣ ବେଶରେ ଦର୍ଶନ ପାଇଁ ଅସମ୍ଭବ ଭିଡ଼ ହୋଇଛି। ନୀତିକାନ୍ତିରେ ବିଳମ୍ବ ସାଙ୍ଗକୁ ପଶ୍ଚିମଦ୍ୱାର ବନ୍ଦ ଯୋଗୁଁ ଶ୍ରଦ୍ଧାଳୁ ଘଣ୍ଟା ଘଣ୍ଟା ଲାଇନ୍‌ରେ ରହି କଲବଲ ହୋଇଛନ୍ତି।

panchuka
ଜଗନ୍ନାଥ ଭକ୍ତଙ୍କୁ ଦର୍ଶନ ଯନ୍ତ୍ରଣା ! ପଞ୍ଚୁକ ଆରମ୍ଭରୁ ନୀତି ବିଳମ୍ବ

ସିଂହଦ୍ୱାରରୁ ମରିଚିକୋଟ୍ ଯାଏଁ ବ୍ୟାରିକେଡ୍ ଜାମ୍, ପଞ୍ଚୁକ ଆରମ୍ଭରୁ ନୀତି ବିଳମ୍ବ

puri
‘ଯେତେ କଷ୍ଟ ହେଉ ପଛେ, ଆଜି ଜଗାକୁ ଦେଖିବୁ’

ଜଗା ଦୁଆରେ ଶ୍ରଦ୍ଧାଳୁଙ୍କ ଅସମ୍ଭାଳ ଭିଡ଼ !

Dhabaleswar Temple
ଆଜିଠୁ ପଞ୍ଚୁକ, LED ସ୍କ୍ରିନ୍‌ରେ ଚାଲିଛି ଭୋଳାବାବାଙ୍କ ଦର୍ଶନ

ଆଜି ହେଉଛି ପ୍ରଥମ ପଞ୍ଚକ। ଶ୍ରଦ୍ଧାଳୁଙ୍କ ଗହଳଚହଳରେ ଯେଉଁ ଧବଳେଶ୍ୱର ପୀଠ ପ୍ରତିବର୍ଷ ପଞ୍ଚକରେ ଫାଟି ପଡ଼ୁଥାଏ, ତାହା ଆଜି ଖାଁ ଖାଁ। ବାବାଙ୍କ ନୀତି ନିୟମ ନିର୍ଦ୍ଧାରିତ ସମୟ ଅନୁଯାୟୀ ଚାଲୁଛି, ମନ୍ତ୍ର ଧ୍ୱନୀ ହେଉଛି, ହେଲେ ନାହାନ୍ତି ଭକ୍ତ।

Jagannath Temple
ପଞ୍ଚୁକରେ ଶ୍ରୀଜିଉଙ୍କ ଲକ୍ଷ୍ମୀ ନାରାୟଣ ବେଶ

ଆଜିଠୁ ଆରମ୍ଭ ପବିତ୍ର ପଞ୍ଚୁକ ବ୍ରତ। ଏ ଅବସରରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ହେଉଥିବା ବେଳେ, ଶ୍ରୀଜିଉଙ୍କ ଦର୍ଶନ ଲାଗି ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼। ଆଜି ଏକାଦଶୀ ତିଥିରେ ଶ୍ରୀଜିଉଙ୍କ ଲକ୍ଷ୍ମୀ ନାରାୟଣ ବେଶ ହୋଇଛି।

Dhabaleswar Hanging Bridge
ଘଡ଼ିକି ଘଡ଼ି ବଦଳୁଛି ଧବଳେଶ୍ୱରଙ୍କ ଦର୍ଶନ ନିୟମ

ଆଠଗଡ଼ ଉପ-ଜିଲ୍ଲାପାଳଙ୍କ ସୂଚନା ଅନୁସାରେ ପଞ୍ଚୁକରେ ଝୁଲା ପୋଲ ପାଖରେ ନୁହେଁ ବରଂ ପୀଠର ମୁଖ୍ୟ ରାସ୍ତା ଗେଟ୍ ପାଖରେ ଏକ LED ଲାଗିବ ।

dhanu yatra
ଧନୁଯାତ୍ରା ପାଇଁ ପ୍ରବଳ ଉତ୍ସାହ ! କଂସ ହେବାକୁ ୬୦ କଳାକାରଙ୍କ ଆବେଦନ

୬୦ ବର୍ଷରୁ ଅଧିକ ବୟସ ଯୋଗୁଁ ବାଦ୍ ପଡିଲେ ଗୋପାଳ ସାହୁ

Dhabaleswar Temple
ପ୍ରଶାସନର ନିଷ୍ଠୁର ନିଷ୍ପତ୍ତି! ଶ୍ରଦ୍ଧାଳୁଠୁ ବ୍ୟବସାୟୀ ଯାଏଁ ସମସ୍ତେ ଖପ୍ପା

ଝୁଲାପୋଲ ବନ୍ଦ, ଧବଳେଶ୍ୱର ପୀଠରେ ୧୪୪ ଧାରା ଜାରି । ପ୍ରଶାସନର ଏହି ନିଷ୍ପତ୍ତିକୁ ନେଇ ଅସନ୍ତୋଷ ବଢୁଥିବା ବେଳେ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ଆଜି କରାଯାଇଛି ନୂଆ ବ୍ୟବସ୍ଥା । ବାବା ଧବଳେଶ୍ୱରଙ୍କ ଦର୍ଶନ ପାଇଁ ଝୁଲାପୋଲ ପାଖରେ ଲାଗିବ ଏଲଇଡି ସ୍କ୍ରିନ୍ । ଭର୍ଚୁଆଲରେ ଭକ୍ତ କରିବେ ବାବଙ୍କ ଦର୍ଶନ । ତେବେ ପ୍ରଶାସନର ଏହି ନିଷ୍ପତ୍ତିକୁ ବି ନାପସନ୍ଦ କରିଛନ୍ତି ପୂଜକ ଓ ଦୋକାନୀ । ଏପଟେ ଭକ୍ତ ବି ନିରାଶ ।

Dhabaleswar Temple
ପ୍ରଶାସନର ନିଷ୍ଠୁର ନିଷ୍ପତ୍ତି! ଶ୍ରଦ୍ଧାଳୁଠୁ ବ୍ୟବସାୟୀ ଯାଏଁ ସମସ୍ତେ ଖପ୍ପା

ପଞ୍ଚୁକରେ ବାବା ଧବଳେଶ୍ୱରଙ୍କୁ ଭର୍ଚୁଆଲରେ ଦର୍ଶନ । ଝୁଲାପୋଲ ପାଖରୁ ଏଲଇଡି ସ୍କ୍ରିନ୍‌ରେ ବାବଙ୍କୁ ଦେଖିବେ ଶ୍ରଦ୍ଧାଳୁ । ଶୁକ୍ରବାରରୁ ପଞ୍ଚୁକ ଯାତ୍ରା, ରବିବାର ବଡ଼ ଓଷା । ଏହା ପୂର୍ବରୁ ବାବା ଧବଳେଶ୍ୱରଙ୍କ ପୀଠରେ ଜାରି ହୋଇଛି ୧୪୪ ଧାରା ।

Aanla Nabami
ଆଜି ପବିତ୍ର ଅଁଳା ନବମୀ: କାହିଁକି ମହିଳାମାନେ ଅଁଳା ଗଛରେ ବାନ୍ଧିଥାନ୍ତି ନାଲି ସୂତା, ଜାଣନ୍ତୁ...

ଭୋର ସମୟରୁ ବିଭିନ୍ନ ରୀତିନୀତିରେ ପୂଜାର୍ଚ୍ଚନା ଆରମ୍ଭ ହେବ । ପ୍ରଥମେ ସେବାୟତ ଓ ମନ୍ଦିର କର୍ମଚାରୀ ରାଧାପାଦ ଦର୍ଶନ କରିବେ ।

  • Wednesday, 02 November 2022
Lunar Eclipse
ଜାଣନ୍ତୁ ଚନ୍ଦ୍ରଗ୍ରହଣର ନୀତିକାନ୍ତି, କେତେବେଳେ କରିବେ ପାକତ୍ୟାଗ୍‌..

ଛତିଶା ନିଯୋଗ ବୈଠକରେ ନୂଆ ନୀତି ନିର୍ଘଣ୍ଟ ହୋଇଛି । ୭ ତାରିଖ ରାତି ୧୨ଟା ୧୦ରେ ଦ୍ୱାରଫିଟା ହେବ । ତା ପରେ ପରେ ସବୁ ନୀତିକାନ୍ତି କରାଯାଇ ସକାଳ ୫ଟା ୫୦ ସୁଦ୍ଧା ସରିବ ଭୋଗ ମଣ୍ଡପ ।

୧୪୪ ଧାରା ଜାରି ହେବା ପରେ ଧବଳେଶ୍ୱର ପୀଠର ଫାଟକ ବନ୍ଦ। ପୂରା ଅଞ୍ଚଳ ଜନମାନବ ଶୂନ୍ୟ।
ଗୁଜରାଟରେ ଅଘଟଣ, ଏଠି ୧୪୪ ଧାରା...ପୂରା ଅଞ୍ଚଳ ଖାଁ ଖାଁ...ଫଟୋରେ ଖବର

ଗୁଜରାଟର ଝୁଲା ପୋଲ ଟ୍ରାଜେଡି ପରେ ରାଜ୍ୟ ସରକାରଙ୍କ ଚେତା ପଶିଛି। ବିଶେଷଜ୍ଞ ଦଳର ଅନୁଧ୍ୟାନ ପରେ ଧବଳେଶ୍ୱର ପୀଠ ଝୁଲା ପୋଲ ଦୁର୍ବଳ ଥିବା ଜଣାପଡ଼ିବା ପରେ ତୁରନ୍ତ ମରାମତି କାର୍ଯ୍ୟ ପାଇଁ ସେଠାରେ ୧୪୪ ଧାରା ଜାରି କରାଯାଇଛି। ଫଳରେ ସେଠାକାର ପରିବେଶ ଏବେ ପୂରା ଖାଁ ଖାଁ । ଏଭଳି ପରିସ୍ଥିତିରେ ଭକ୍ତ ମହଲରେ ନୈରାଶ୍ୟ ଦେଖା ଦେଇଛି।

'Radha Pada' darshan
ଅଁଳା ନବମୀରେ ରାଧାପାଦ ଦର୍ଶନ ପାଇଁ ଅନୁମତି, ହେଲେ ଛୁଇଁବା ମନା

ଶୃଙ୍ଖଳିତ ଦର୍ଶନ ପାଇଁ ୨୦ ପ୍ଲାଟୁନ ଫୋର୍ସ, ୫୦ ଅଫିସର ରହିବେ ବୋଲି ପୁରୀ ଏସପି ସୂଚନା ଦେଇଛନ୍ତି ।

ଦେଶବ୍ୟାପୀ ଛଟ୍‌ର ଛିଟା
କୁଆଖାଇ ନଦୀପଠାରେ ଛଟ୍‌ର ଛିଟା: ପରିବାରର ସୁଖ ସମୃଦ୍ଧି ପାଇଁ ସୂର୍ଯ୍ୟଙ୍କୁ ଉପାସନା

ପବିତ୍ର ଛଟ ପର୍ବରେ ପରିବାରର ସୁଖ ସମୃଦ୍ଧି ପାଇଁ ଉଦୀୟମାନ ସୂର୍ଯ୍ୟଙ୍କୁ ଉପାସନା କରିଛନ୍ତି ବିହାରୀ ସଂପ୍ରଦାୟ ଲୋକେ। ଏଥିପାଇଁ ଆଜି ସକାଳ ନହେଉଣୁ ଭୁବନେଶ୍ୱର କୁଆଖାଇ ନଦୀପଠାରେ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା। ଶ୍ରଦ୍ଧାଳୁ ଓ ବ୍ରତ ଉପାସକମାନେ ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ଅର୍ପଣ କରିବା ସହ ଆରାଧନା କରିଛନ୍ତି।