Advertisment

Ganga Saptami: ଆଜି ଗଙ୍ଗା ସପ୍ତମୀ: ଜାଣନ୍ତୁ ଗଙ୍ଗା ସ୍ନାନର ୪ଟି ଫାଇଦା

ଗଙ୍ଗା ସପ୍ତମୀ ଦିନ ଗଙ୍ଗାରେ ସ୍ନାନ କରିବା ଦ୍ୱାରା ଅନେକ ପୁଣ୍ୟ ମିଳିଥାଏ ବୋଲି ଜ୍ୟୋତିର୍ବିଦମାନେ ମତ ଦିଅନ୍ତି। ଏହା ଦ୍ୱାରା ବ୍ୟକ୍ତି ସୁସ୍ଥ ଜୀବନ ଜୀ‍ଇଥାଏ।

author-image
Pramod Behera
ଅଦ୍ୟତନ ହୋଇଛି
Ganga Saptami 2023 Date

ganga saptami 2023

ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ଗଙ୍ଗା ସପ୍ତମୀ ପ୍ରତିବର୍ଷ ବୈଶାଖ ମାସ ଶୁକ୍ଳ ପକ୍ଷର ସପ୍ତମ ଦିନରେ ପଡେ। ଚଳିତ ବର୍ଷ ଏହିଦିନ ଆଜି ବା ଗୁରୁବାର ପଡୁଛି। ଗଙ୍ଗା ସପ୍ତମୀ ଦିନ, ମାତା ଗଙ୍ଗା ବ୍ରହ୍ମା ଦେବଙ୍କ କମଣ୍ଡଳରୁ ଉତ୍ପନ୍ନ ହୋଇଥିଲେ। ଗଙ୍ଗା ସପ୍ତମୀ ମଧ୍ୟ ଗଙ୍ଗା ଜୟନ୍ତୀ ଭାବରେ ପାଳନ କରାଯାଏ।

Advertisment

ମହତ୍ତ୍ୱ:

ଗଙ୍ଗା ସପ୍ତମୀ ଦିନ ଗଙ୍ଗାରେ ସ୍ନାନ କରିବା ଦ୍ୱାରା ଅନେକ ପୁଣ୍ୟ ମିଳିଥାଏ ବୋଲି ଜ୍ୟୋତିର୍ବିଦମାନେ ମତ ଦିଅନ୍ତି। ଏହା ଦ୍ୱାରା ବ୍ୟକ୍ତି ସୁସ୍ଥ ଜୀବନ ଜୀ‍ଇଥାଏ।

ଅଧିକ ପଢ଼ନ୍ତୁ: ପୃଥିବୀକୁ କିପରି ଆସିଲେ ମା’ ଗଙ୍ଗା

ଚଳିତ ବର୍ଷ ଗଙ୍ଗା ସପ୍ତମୀ କାହିଁକି ସ୍ୱତନ୍ତ୍ର:

ଚଳିତ ବର୍ଷ ଗଙ୍ଗା ସପ୍ତମୀ ଦିନ ଗୁରୁ ପୁଷ୍ୟ ନକ୍ଷତ୍ର ଯୋଗ ରହିଛି। ଏହି ଦିନ ଗୁରୁଙ୍କ ଉଦୟ ମେଷ ରାଶିରେ ହେଉଛି। ଗୁରୁ ପୁଷ୍ପ ନକ୍ଷତ୍ର ଯୋଗରେ ଗଙ୍ଗା ସପ୍ତମୀରେ ଯାହା ବି କଲେ ଏହାର ଫଳାଫଳ ସ୍ଥାୟୀ ରୁହେ। ଏହି କାରଣରୁ, ଗୁରୁ ପୁଷ୍ୟ ନକ୍ଷତ୍ର ଯୋଗରେ ଗଙ୍ଗା ସ୍ନାନ ଓ ଦାନ କଲେ ଅନେକ ଶୁଭ ଫଳ ମିଳେ।

Advertisment

ସ୍ନାନ-ଦାନର ୪ଟି ଫାଇଦା:

  • ଗଙ୍ଗା ସପ୍ତମୀ ଅବସରରେ ଗଙ୍ଗାରେ ସ୍ନାନ କରି ଜଣେ ପାପ ମୁକ୍ତ ହୋଇଥାଏ।
  • ଏହି ଦିନ ଗଙ୍ଗା ସ୍ନାନ ଦ୍ୱାରା ଜଣେ ଜନ୍ମ ଏବଂ ମୃତ୍ୟୁ ଚକ୍ରରୁ ମୁକ୍ତ ହୋଇଥାଏ।
  • ଗଙ୍ଗାରେ ସ୍ନାନ କରିବା ପରେ, ପିତୃପୁରୁଷଙ୍କ ପାଇଁ ତର୍ପଣ କରିବା ଉଚିତ। ପୂର୍ବପୁରୁଷ ଏଥିରେ ସନ୍ତୁଷ୍ଟ ହୋଇ ସେମାନେ ମଧ୍ୟ ବିଭିନ୍ନ ନର୍କ ଯନ୍ତ୍ରଣାରୁ ମୁକ୍ତି ପାଆନ୍ତି।
  • ଏହି ଦିନ ଗଙ୍ଗା ସ୍ନାନ ଦ୍ୱାରା ଅକ୍ଷୟ ପୁଣ୍ୟ ମିଳିଥାଏ।
Ganga Jal
Advertisment
Advertisment