Advertisment

କେବେ ଓ କାହିଁକି ଆରମ୍ଭ ହୋଇଥିଲା ଇଦ୍-ଉଲ୍-ଫିତର

ଇଦ୍-ଉଲ୍-ଫିତର ହେଉଛି ମୁସଲମାନ ସମ୍ପ୍ରଦାୟର ସବୁଠାରୁ ବଡ ପର୍ବ। ପବିତ୍ର ରମଜାନ ମାସ ଶେଷ ହେବା ପରେ ସମଗ୍ର ବିଶ୍ୱରେ ଇଦ୍ ପର୍ବ ପାଳନ କରାଯାଏ। ପ୍ରାୟ ଏକ ମାସ ରୋଜା କରିବା ପରେ ଚାନ୍ଦ ଦେଖାଯାଏ ଏବଂ ଏହା ପରେ ଇଦ୍ ତାରିଖ ଜଣା ପଡିଥାଏ ବୋଲି ବିଶ୍ୱାସ ରହିଛି।

author-image
Pramod Behera
ଅଦ୍ୟତନ ହୋଇଛି
History and importance of Eid

History and importance of Eid

ଇଦ୍-ଉଲ୍-ଫିତର ହେଉଛି ମୁସଲମାନ ସମ୍ପ୍ରଦାୟର ସବୁଠାରୁ ବଡ ପର୍ବ। ପବିତ୍ର ରମଜାନ ମାସ ଶେଷ ହେବା ପରେ ସମଗ୍ର ବିଶ୍ୱରେ ଇଦ୍ ପର୍ବ ପାଳନ କରାଯାଏ। ପ୍ରାୟ ଏକ ମାସ ରୋଜା କରିବା ପରେ ଚାନ୍ଦ ଦେଖାଯାଏ ଏବଂ ଏହା ପରେ ଇଦ୍ ତାରିଖ ଜଣା ପଡିଥାଏ ବୋଲି ବିଶ୍ୱାସ ରହିଛି।

Advertisment

ଇଦ୍ ବେଳେ ମୁସଲମାନ ସମ୍ପ୍ରଦାୟରେ ଖୁବ୍ ଉତ୍ସାହ ଦେଖାଯାଏ। ଏହି ସମୟ ମଧ୍ୟରେ ମସ୍‌ଜିଦ୍‌ଗୁଡିକ ସଜାଯାଇଥାଏ, ଏହିଦିନ ମୁସଲମାନ ସମ୍ପ୍ରଦାୟର ଲୋକେ ନୂଆ ପୋଷାକ ପିନ୍ଧିବା ସହିତ ନିଜ ଘରେ ଖାଦ୍ୟ ପ୍ରସ୍ତୁତ କରନ୍ତି।

ଇଦ୍ ଦିନ, ଛୋଟ ପିଲାମାନଙ୍କୁ କିଛି ଅର୍ଥ ଦିଆଯାଏ ଓ ସମସ୍ତ ମନାନ୍ତରକୁ ଭୁଲି, ପରସ୍ପରଙ୍କୁ ଆଲିଙ୍ଗନ କରି ଇଦ୍ ମୁବାରକ ଦିଆଯାଏ।

Advertisment

ଅଧିକ ପଢ଼ନ୍ତୁ: 'ଜୀବେଦୟା'ର ନିଆରା ବାର୍ତ୍ତା: କେକ୍ କାଟି ପାଳିଲେ ବକ୍ରିଇଦ୍ ପର୍ବ

କିପରି ପାଳନ ହୁଏ ଇଦ୍:

ମୁସଲମାନ ସମ୍ପ୍ରଦାୟର ସବୁଠାରୁ ବଡ ପର୍ବ ଇଦ୍‌ରେ ମିଠାର ଚାହିଦା ରହିଥାଏ। ବିଶେଷକରି ଘରେ ସିମେଇ ପ୍ରସ୍ତୁତ କରାଯାଏ। ଏହାକୁ ଶିର-କୋରମା ବୋଲି କୁହାଯାଏ। ଇସଲାମ ଧର୍ମର ଏହି ପର୍ବର ମୂଳ ଉଦ୍ଦେଶ୍ୟ ହେଲା ସମସ୍ତ ବାଦ ବିବାଦ ଭୁଲି ଭାଇଚାରାର ବାର୍ତ୍ତା ଦେବା।

ଇଦ୍ ଦିନ ସମସ୍ତେ ଶୀଘ୍ର ଉଠନ୍ତି, ଗାଧୁଆ ପାଧୁଆ ସାରି ନୂଆ ପୋଷାକ ପିନ୍ଧନ୍ତି, ଏବଂ ଇଦ୍‌ର ପ୍ରଥମ ନମାଜ ସାଲାତ ଅଲ-ଫଜ୍ର ପଢାନ୍ତି। ମୁସଲମାନ ସମ୍ପ୍ରଦାୟର ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଇଦ୍ ପୂର୍ବରୁ ରମଜାନରେ ଫିତରା ଦେବାର ନିୟମ ରହିଛି। ଏଥିରେ ପ୍ରତ୍ୟେକ ବ୍ୟକ୍ତି ଗରିବ ଲୋକଙ୍କୁ ଶସ୍ୟ ଦେଇଥାନ୍ତି।

ଇତିହାସ:

ଇସ୍‌ଲାମିକ୍‌ କ୍ୟାଲେଣ୍ଡର ଅନୁଯାୟୀ, ଜଙ୍ଗ-ଏ-ବଦ୍ର ପରେ ଇଦ୍-ଉଲ୍-ଫିତର ଆରମ୍ଭ ହୋଇଥିଲା। କୁହାଯାଏ ଯେ ଏହି ଯୁଦ୍ଧ ମହମ୍ମଦଙ୍କ ଦ୍ୱାରା ପରିଚାଳିତ ହୋଇଥିଲା ଏବଂ ଏହି ଯୁଦ୍ଧରେ ମୁସଲମାନ ସମ୍ପ୍ରଦାୟ ବିଜୟୀ ହୋଇଥିଲା।

ମହତ୍ତ୍ୱ:

ମୁସଲମାନ ଧର୍ମର ଅନୁଗାମୀମାନେ ଏକ ସ୍ୱତନ୍ତ୍ର କ୍ୟାଲେଣ୍ଡରକୁ ଅନୁସରଣ କରନ୍ତି, ଯାହାକୁ ଚନ୍ଦ୍ରମାର ଉପସ୍ଥିତି ଏବଂ ପର୍ଯ୍ୟବେକ୍ଷଣ ଦ୍ୱାରା ନିର୍ଦ୍ଧାରିତ କରାଯାଇଥାଏ। ଏହି ଅନୁଯାୟୀ, ରମଜାନ ମାସ ପରେ ଇଦ୍‌ର ଚନ୍ଦ୍ର ଦୃଶ୍ୟମାନ ହୁଏ। ପବିତ୍ର ରମଜାନ ମାସ ଚନ୍ଦ୍ର ଦେଖିବାରୁ ଆରମ୍ଭ ହୋଇ ଚନ୍ଦ୍ର ଦର୍ଶନ ସହିତ ଶେଷ ହୁଏ।

ଆଲ୍ଲାଙ୍କୁ ଧନ୍ୟବାଦ:

ମୁସଲମାନ ସମ୍ପ୍ରଦାୟର ଲୋକମାନେ ଇଦ୍ ଦିନ ଆଲ୍ଲାଙ୍କୁ ଧନ୍ୟବାଦ ଦିଅନ୍ତି କାରଣ ଆଲ୍ଲା ସେମାନଙ୍କୁ ୩୦ ଦିନ ଉପବାସ କରିବାର ଶକ୍ତି ଦେଇଛନ୍ତି। ରମଜାନ ମାସରେ ଦାନ ମଧ୍ୟ କରାଯାଇଥାଏ। ଏହା ପଛରେ ଏକ ବିଶ୍ୱାସ ଅଛି ଯେ ଏହି ପବିତ୍ର ମାସରେ ଦାନ କରିବା ଦ୍ୱାରା ଫଳ ଦ୍ୱିଗୁଣ ମିଳିଥାଏ।

Eid Eid-ul-Fitr
Advertisment
Advertisment