Advertisment

ପ୍ରତିଶ୍ରୁତି ପତ୍ରିକାର ପଞ୍ଚମ ସଂସ୍କରଣ ଉନ୍ମୋଚିତ

ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଓଡ଼ିଆ କଳା, ସାହିତ୍ୟ, ସଂସ୍କୃତିରେ ପାରଦର୍ଶିତା ଲାଭ କରିଥିବା ପ୍ରତିଭାବାନ ବ୍ୟକ୍ତିତ୍ଵଙ୍କୁ ସମ୍ମାନିତ କରାଯାଇଥିଲା।

author-image
Chandan Shishu
ଅଦ୍ୟତନ ହୋଇଛି
Pratishruti Patrika 5th Edition

ପ୍ରତିଶ୍ରୁତି ପତ୍ରିକାର ପଞ୍ଚମ ସଂସ୍କରଣ ଉନ୍ମୋଚିତ

ପ୍ରତିଶ୍ରୁତି ପତ୍ରିକାର ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହ ଭୁବନେଶ୍ୱର ସ୍ଥିତ ରେଡକ୍ରସ୍ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବିଧାୟକ ଅନନ୍ତ ନାରାୟଣ ଜେନା ଯୋଗଦେଇ ପ୍ରତିଶ୍ରୁତି ପତ୍ରିକାର ପଞ୍ଚମ ସଂସ୍କରଣର ଉନ୍ମୋଚନ କରିଥିଲେ। ଏହି ଅବସରରେ ବରିଷ୍ଠ କବି ଓ ଅଧ୍ୟାପିକା ଈପ୍ସିତା ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ଏକ ରାଜ୍ୟସ୍ତରୀୟ ସାରସ୍ଵତ ସମାରୋହ ଅନୁଷ୍ଠିତ ହୋଇଥିଲା। ବରେଣ୍ୟ ଅତିଥି ମାନେ ଯୋଗ ଦେଇ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତରେ ଆଗାମୀ ସାହିତ୍ୟର ରୂପରେଖ ବିଷୟରେ ଆଲୋକପାତ କରିଥିଲେ।

Advertisment

ଅତିଥିଙ୍କ ମଧ୍ୟରେ ବରିଷ୍ଠ କବି ପ୍ରବାସିନୀ ମହାକୁଡ, କବି ପ୍ରକାଶକ ରାଜ କିଶୋର ଦାସ, କବି ସ୍ୱପ୍ନା ମିଶ୍ର, ବରିଷ୍ଠ ସାମ୍ବାଦିକ ସତୀଶ ମିଶ୍ର ପ୍ରମୁଖ ଯୋଗ ଦେଇ ଓଡ଼ିଆ ଭାଷା ସାହିତ୍ୟର ଉନ୍ନତି ଉପରେ ସମ୍ୟକ୍ ବିବରଣୀ ପ୍ରଦାନ କରିଥିଲେ। ଆୟୋଜିତ ଏହି ଭବ୍ୟ ଆସରରେ କବିତାପାଠରେ ବରେଣ୍ୟ କବି ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ମହଲା ସଭାପତିତ୍ବ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ପଣ୍ଡିତ ରମାକାନ୍ତ ମିଶ୍ର, ବରିଷ୍ଠ କବି ଓ ଅଧ୍ୟାପକ ଶ୍ରୀଯୁକ୍ତ ହରେକୃଷ୍ଣ ଦାସ, ବ୍ୟଙ୍ଗ କବି ଆବାଗିଆ ମଲ୍ଲିକ, କବି ବିନ୍ଦୁ ନିବେଦିତା ପ୍ରମୁଖ ଯୋଗ ଦେଇ ଉତ୍ସବକୁ ମହିମାନ୍ଵିତ କରିଥିଲେ।

ପ୍ରତିଶ୍ରୁତି ପତ୍ରିକା ତା'ର ସଂକଳ୍ପ ବଦ୍ଧତା ବଜାୟ ରଖି ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଓଡ଼ିଆ କଳା, ସାହିତ୍ୟ, ସଂସ୍କୃତିରେ ପାରଦର୍ଶିତା ଲାଭ କରିଥିବା ପ୍ରତିଭାବାନ ବ୍ୟକ୍ତିତ୍ଵଙ୍କୁ ସମ୍ମାନିତ କରାଯାଇଥିଲା। କବିତା ପାଠରେ ବହୁ ସଂଖ୍ୟାରେ କବି ମାନେ ଯୋଗଦେଇ ନିଜ ନିଜର ସ୍ବରଚିତ କବିତା ପାଠ କରିଥଲେ। ନିରୁପମା କର ଓ ଶ୍ରୀମତୀ ଜୟଶ୍ରୀ ପଟ୍ଟନାୟକ, କବି ପଦ୍ମଲୋଚନ ସାହୁ ପ୍ରମୁଖ ସଂଯୋଜନା ଓ ସଞ୍ଚାଳନା କରିଥିଲେ।

Advertisment

ପ୍ରତିଶ୍ରୁତି ପତ୍ରିକାର ପ୍ରତିଷ୍ଠାତା ଓ ପରିଚାଳନା ସଂପାଦକ ସ୍ମୃତି ରଞ୍ଜନ ତ୍ରିପାଠୀ ତଥା ମୁଖ୍ୟ ପରିଚାଳିକା କବି ନିବେଦିତା ରଥଙ୍କ ପ୍ରତ୍ୟକ୍ଷ ପରିଚାଳନାରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଶ୍ୟାମା କିଙ୍କର ମହାନ୍ତି ଓ ସର୍ବାଣୀ ଦାସଙ୍କ ଜୀବନ ସଙ୍ଗୀତ ଉପସ୍ଥିତ ଅତିଥି ଓ କବି ମାନଙ୍କର ପ୍ରଶଂସାର ପାତ୍ର ହୋଇଥିଲା। ଶୁଭବ୍ରତ ମହାପାତ୍ର ଓ ଜଗନ ପାଳ ପରିଚାଳନାରେ ସହଯୋଗ କରିଥିଲେ।

Advertisment
Advertisment