• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଓଡିଶା ଲିଡରସିପ୍‌ ଆୱାର୍ଡ ୨୦୨୩ ଭୁବନେଶ୍ୱରରେ ପ୍ରଦାନ କରାଯାଇଛି । ୩୧ ତମ ଓଡ଼ିଶା ଲିଡରସିପ୍‌ ଆୱାର୍ଡରେ ମନ୍ତ୍ରୀ ପ୍ରଦୀପ ଅମାତ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସ୍ୱାସ୍ଥ୍ୟ, ଟେକ୍ନୋଲୋଜି, ମାନବସମ୍ବଳ ଭଳି କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବିଭିନ୍ନ କମ୍ପାନୀ ଏବଂ ଅନୁଷ୍ଠାନକୁ ପୁରସ୍କୃତ କରାଯାଇଥିଲା ।

ଏମଏସଏମଇ ମାଧ୍ୟମରେ ଲୋକଙ୍କୁ ସ୍ୱାବଲମ୍ବୀ କରାଉଥିବା ଅନେକ ବ୍ୟକ୍ତିଙ୍କୁ ମଧ୍ୟ ଏହି ଅବସରରେ ସମ୍ମାନିତ କରାଯାଇଥିଲା । ବେଷ୍ଟ ଏମ୍ପ୍ଲୟର ବ୍ରାଣ୍ଡ ଭାବରେ ଓଡିଶା ଟେଲିଭିଜନକୁ ପୁରସ୍କୃତ କରାଯାଇଥିବାବେଳେ ମାନବ ସମ୍ବଳ କ୍ଷେତ୍ରରେ ଓଟିଭିର ଏଚଆର ହେଡ ଆଭା ୱାଲିଆଙ୍କୁ ସମ୍ମାନିତ କରାଯାଇଥିଲା ।

  • Reported by:
  • BIBARTAN PANDA