Advertisment

ପବିତ୍ର ଅକ୍ଷୟ ତୃତୀୟା: ଜାଣନ୍ତୁ, ଆଜି ଦିନର ମହତ୍ତ୍ୱ ଓ ପୌରାଣିକ କଥା...

ଆଜି ପବିତ୍ର ଅକ୍ଷୟ ତୃତୀୟା। ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ସହ ଘୋଷଯାତ୍ରା ପାଇଁ ହେବ ରଥ ନିର୍ମାଣର ଶୁଭ ଅନୁକୂଳ ପର୍ବ। ଜାଣନ୍ତୁ, ଆଜି ଦିନର ମହତ୍ତ୍ୱ ଓ ପୌରାଣିକ କଥା...

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Akshaya Tritiya 2023

Know The Significance Of Akshaya Tritiya

ଆଜି ପବିତ୍ର ଅକ୍ଷୟ ତୃତୀୟା। ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ସହ ଘୋଷଯାତ୍ରା ପାଇଁ ହେବ ରଥ ନିର୍ମାଣର ଶୁଭ ଅନୁକୂଳ ପର୍ବ। ଚନ୍ଦନ ଯାତ୍ରା ପାଇଁ ପୁରୀ ନରେନ୍ଦ୍ର ପୁଷ୍କରିଣୀ ସଜେଇ ହେଉଛି। ନନ୍ଦା ଓ ଭଦ୍ରା ଚାପ ସହ ଜଗମୋହନର ପ୍ରସ୍ତୁତି କାମ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ନରେନ୍ଦ୍ର ପୁଷ୍କରିଣୀରେ ଏବର୍ଷ ଜଳସ୍ତର କମିଥିବାରୁ ବାହାରୁ ମୋଟର ଯୋଗେ ପାଣି ଭର୍ତ୍ତି କରାଯାଉଛି।

Advertisment

ଅଧିକ ପଢ଼ନ୍ତୁ: ଅକ୍ଷୟ ତୃତୀୟାର ବିଧି ଓ ବିଧାନ; କିପରି ଆରମ୍ଭ ହୁଏ ରଥନିର୍ମାଣ

ସେପଟେ ରଥ ନିର୍ମାଣ କାମର ଶୁଭ ଅନୁକୂଳ ପାଇଁ ଭୋଇ ସର୍ଦାର ତିନୋଟି ଧଉରା କାଠକୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ରଖିବେ। ସେଥିପାଇଁ ରଥ ଖଳା ବି ପ୍ରସ୍ତୁତ ହୋଇଛି। ମହାପ୍ରଭୁଙ୍କ ଜଳ କ୍ରୀଡ଼ା ଦର୍ଶନ ପାଇଁ ଭକ୍ତ ଦର୍ଶନାର୍ଥୀଙ୍କ ନିମନ୍ତେ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ପୁରୀ ଉପ ଜିଲ୍ଲାପାଳ ସୂଚନା ଦେଇଛନ୍ତି। 

ଜାଣନ୍ତୁ, ଆଜି ଦିନର ମହତ୍ତ୍ୱ ଓ ପୌରାଣିକ କଥା...

  • ଆଜି ଭଗବାନ ପର୍ଶୁରାମଙ୍କର ଜନ୍ମ ଜୟନ୍ତୀ। ସେ ଚିରଞ୍ଜୀବୀ ଓ ମହେନ୍ଦ୍ର ଗିରି ଶିଖରରେ ନିତ୍ୟ ନିବାସ କରନ୍ତି।
  • ଆଜି ମା’ ମହାଲକ୍ଷ୍ମୀ ଧନର ଦେବତା କୁବେରଙ୍କୁ ସମସ୍ତ ଐଶ୍ୱର୍ଯ୍ୟ ସମେତ ଅମାପ ସ୍ୱର୍ଣ୍ଣ ଦାନ କରିଥିଲେ।
  • ପ୍ରଳୟ ପରେ ଆଜି ଭଗବାନ ବିଷ୍ଣୁ ମତ୍ସ୍ୟ ଅବତାର ଧାରଣ କରି ବୃକ୍ଷଲତା ଗୁଳ୍ମ ଔଷଧି ବୀଜ (ମଞ୍ଜି ) ବ୍ରହ୍ମାଙ୍କୁ ନୂତନ ସୃଷ୍ଟି ସର୍ଜ୍ଜନା କରିବାକୁ ଦେଇଥିଲେ।
  • ଭଗବାନ ଋଷଭ ନାଥ ତପସ୍ୟା ପରେ ରାଜା ସୁଧନ୍ୱାଙ୍କ ଠାରୁ ଆଖୁରସ ପିଇ ଉପବାସ ଭଙ୍ଗ କରିଥିଲେ।
  • ଗଙ୍ଗା ଗଙ୍ଗୋତ୍ରୀ ଠାରେ ଧରାବତରଣ କରିଥିଲେ 
  • ଭଗବାନ ଶ୍ରୀକୃଷ୍ଣ ଦେବୀ ଦ୍ରୌପଦୀଙ୍କୁ ଦୁର୍ବାସାଙ୍କ କୋପରୁ ରକ୍ଷା ପାଇବା ନିମନ୍ତେ ଅକ୍ଷୟ ପାତ୍ର ପ୍ରଦାନ କରିଥିଲେ।
  • ଆଜି ଅକ୍ଷିମୁଠିରେ ଧାନ ଅନୁକୂଳ କରାଯାଏ
  • ମହାପ୍ରଭୁ  ଶ୍ରୀ ଜଗନ୍ନାଥଙ୍କର ରଥ ନିର୍ମାଣ ଅନୁକୂଳ ହୁଏ
  • ସମସ୍ତ ପ୍ରକାରର ଅନୁକୂଳ ଶୁଭ କାର୍ଯ୍ୟ କରିବାକୁ ଆଜି ହେଉଛି ଭଲ ଦିନ
Advertisment
Akshaya Tritiya
Advertisment
Advertisment