• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Festivals & Events Updates

Balijatra
ବାଲିଯାତ୍ରା: ଦୋଳି ପାଇଁ ଜମୁଛି ଗହଳି

ଭୟରେ ବି, ଖୁସିରେ ବି । ଏ ମଜା ଥରେ ଯିଏ ପାଇଛି, ସେ ଦୋଳି ପ୍ରେମରେ ପଡ଼ିଛି ।

Rahasa Jatra
ରାହାସ ଯାତ୍ରା ପାଇଁ ଉତ୍ସବମୁଖର ହରିପୁର ଗାଁ ! ପୂଜା ପାଉଛନ୍ତି ରାଧାକୃଷ୍ଣ ଓ ମଦନ ମୋହନ

ବିଭିନ୍ନ ମଠ ମନ୍ଦିରରେ ତିଆରି ହୋଇଛି ଭଳିକି ଭଳି କୁଞ୍ଜ

Know five important points on childrens day
ଦେଶର ବିକାଶ ପାଇଁ ପିଲାମାନଙ୍କର ବିକାଶ ଜରୁରୀ

ପିଲାମାନଙ୍କୁ ଉନ୍ନତ ଜୀବନଯାପନ ଓ ଉତ୍ତମ ଶିକ୍ଷା ପ୍ରଦାନ କରିବା ସମାଜ ତଥା ଦେଶର ଦାୟିତ୍ୱ। ଏନେଇ ଭବିଷ୍ୟତର ପ୍ରତିଭାମାନଙ୍କ ମୁହଁରେ ହସ ଆଣିବା ପାଇଁ ଭାରତ ପ୍ରତିବର୍ଷ ନଭେମ୍ବର ୧୪କୁ ‘ଶିଶୁ ଦିବସ’ ଭାବରେ ପାଳନ କରିଥାଏ। ଏହି ଅବସରରେ ଆସନ୍ତୁ ଜାଣିନେବା ୫ ଗୁରୁତ୍ୱପୂର୍ଣ୍ଣ କଥା।

World diabetes day its theme and history
ଆଜି ବିଶ୍ୱ ମଧୁମେହ ଦିବସ: ମଧୁମେହକୁ ରୋକିବ ସନ୍ତୁଳିତ ଜୀବନଶୈଳୀ

ବିଶ୍ୱ ଆଜି ମଧୁମେହରେ ପୀଡିତ। ତଥ୍ୟ ଅନୁଯାୟୀ ପ୍ରତିବର୍ଷ ୪୩ ଲକ୍ଷ ରୋଗୀ ମଧୁମେହରେ ମୃତ୍ୟୁ ବରଣ କରୁଛନ୍ତି। ଏନେଇ ଏ ବିଷୟରେ ଜନ ସଚେତନତା ପାଇଁ ପ୍ରତିବର୍ଷ ନଭେମ୍ବର ୧୪କୁ ‘ବିଶ୍ୱ ମଧୁମେହ ଦିବସ’ ଭାବେ ପାଳନ କରାଯାଉଛି। ଆସନ୍ତୁ ଜାଣିବା କିପରି ଏଥିରୁ ମିଳିବ ମୁକ୍ତି।

Special food in Balijatra 2022
ବାଲିଯାତ୍ରାରେ ଜମୁଛି ଭିଡ...ଭଳିକି ଭଳି ଖାଦ୍ୟ ପାଇଁ ଲାଗୁଛି ଲମ୍ବା ଲାଇନ୍‌

ବାଲିଯାତ୍ରା କାହା ପାଇଁ ବୁଲାବୁଲି ମଜା, ତ ଆଉ କାହାପାଇଁ କିଣାକିଣି। ହେଲେ ସମସ୍ତଙ୍କ ମନ ଟାଣେ ଖାଦ୍ୟର ପସରା ଆଡ଼କୁ। ଏ ବର୍ଷ ବାଲିଯାତ୍ରାରେ ତଳ ଓ ଉପର ପଡିଆକୁ ମିଶାଇ ପ୍ରାୟ ୬ ଶହରୁ ଅଧିକ ଫୁଡ୍ ଷ୍ଟଲ୍ ଖୋଲିଥିବା ବେଳେ, ସେଠି ମିଳୁଛି ଆମିଷ ନିରାମିଷର ଭଳି କି ଭଳି ଖାଦ୍ୟ।

Special food in Balijatra 2022
ବାଲିଯାତ୍ରାରେ ନିଆରା ଖାଦ୍ୟ; ଖାଇଲେ ପାଟି କାନରୁ ବାହାରୁଛି ଧୂଆଁ

ଏ ବର୍ଷ ବାଲିଯାତ୍ରାରେ ତଳ ଓ ଉପର ପଡିଆକୁ ମିଶାଇ ପ୍ରାୟ ୬ ଶହରୁ ଅଧିକ ଫୁଡ୍ ଷ୍ଟଲ୍ ଖୋଲିଥିବା ବେଳେ, ସେଠି ମିଳୁଛି ଆମିଷ ନିରାମିଷର ଭଳି କି ଭଳି ଖାଦ୍ୟ। ଆସିଛି ଏମିତି ଖାଦ୍ୟ, ଖାଇଲେ ପାଟି କାନରୁ ବାହାରୁଛି ଧୂଆଁ।

Balijatra
ବାଲିଯାତ୍ରା ପଡ଼ିଆରେ ଝଲସୁଛି କଟକର ଐତିହ୍ୟ

କଟକ ଭିତରେ ଆଉ ଏକ କଟକ, ଯେଉଁଠି ରହିଛି ଚଣ୍ଡୀ ମନ୍ଦିର, ଧବଳେଶ୍ୱର, ହାଇକୋର୍ଟ, କଦମ-ଏ-ରସୁଲ, ବାପିଷ୍ଟ ଚର୍ଚ୍ଚ ଓ ଗୁରୁଦ୍ୱାରା ଭଳି ବିଭନ୍ନ ଐତିହ୍ୟ ସ୍ଥଳୀ ।

Draupadi Murmu
ସ୍କୁଲ ବେଳର ସାଙ୍ଗଙ୍କୁ ଭେଟି ସୁଖଦୁଃଖ ହେଲେ ମହାମହିମ, କହିଲେ ଚୁନି କାହିଁ ?

ଅବର୍ଣ୍ଣନୀୟ ଖୁସି ସାଙ୍ଗକୁ ଅତୁଳନୀୟ ସେ ଆନନ୍ଦ । କିଏ ରାଷ୍ଟ୍ରପତିଙ୍କ ସାନିଧ୍ୟ ପାଇବାର ଖୁସିରେ ବିଭୋର ତ ଆଉ କିଏ ନିଜ ରାଷ୍ଟ୍ରପତି ବାନ୍ଧବୀଙ୍କୁ ଭେଟିବା ଖୁସିରେ ଗଦ୍‌ଗଦ । ଦିନେ ଯେଉଁ ସ୍କୁଲରେ ପଢ଼ିଥିଲେ, ବଢ଼ିଥିଲେ, ଖେଳକୁଦରେ ଅୟୁତ ଅୟୁତ ଘଣ୍ଟାର ସମୟ ବିତେଇଥିଲେ । ରାଷ୍ଟ୍ରପତି ହୋଇ ସେଇ ସ୍କୁଲକୁ, ସେଇ ହଷ୍ଟେଲ୍‌କୁ ଆଜି ଆସିଥିଲେ ସେଦିନର ଦ୍ରୌପଦୀ । ସେଥିପାଇଁ ଖୁସିରେ ଝୁମୁଥିଲା ଭୁବନେଶ୍ୱର ୟୁନିଟ୍-୨ ଗାର୍ଲସ ହାଇସ୍କୁଲର ପରିସର ।

Boita Bandana Ustav
ବିଦେଶରେ ଦେଖାଗଲା ଓଡ଼ିଆ ସଂସ୍କୃତି: ଶୁଭିଲା ଆ, କା, ମା, ଵୈ...

ଉତ୍ସବର ବିଶେଷ ଆକର୍ଷଣ ଭାବେ ଓସକାନର ସଦସ୍ୟ ମାନଙ୍କ ଦ୍ଵାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

President Draupadi Murmmu
ଦୁଇ ଦିନିଆ ଗସ୍ତ ସାରି ନୂଆଦିଲ୍ଲୀ ଫେରିଗଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଗତକାଲି ରାଷ୍ଟ୍ରପତି ପୁରୀ ଗସ୍ତ କରିଥିଲେ। ବଡ଼ଦାଣ୍ଡରେ ଦୁଇ କିମି ଚାଲି ଚାଲି ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ। 

Balijatra 2022
ଏଥର ବାଲିଯାତ୍ରାରେ ନିଆରା ମଜା; ପତ୍ରପୋଡ଼ା ଚିକେନ୍‌ ସାଙ୍ଗକୁ ଗୁଡ଼ି ଉଡ଼ା

ଦିନ ବଢିବା ସହ କଟକ ମହାନଦୀ ପଠାରେ ଜମୁଛି ବାଲିଯାତ୍ରା । ମେଳାରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହେଉଥିବା ବେଳେ ଜମୁଛି ବିକ୍ରିବଟାର ଆସର ।

Banadurga Puja
ବନଦୁର୍ଗାଙ୍କ ପୂଜାରେ ମଗ୍ନ ବ୍ରତଧାରୀ, ଏମିତି ପରମ୍ପରା ଆପଣ ଆଗରୁ ଦେଖିନଥିବେ ! ଦେଖନ୍ତୁ..

ଇଶ୍ୱରଙ୍କୁ ନେଇ ଏମାନେ ଏତେ ଭାବପ୍ରବଣ ହୋଇଥାନ୍ତି ଯେ, ସଂସାରରେ କଣ ଚାଲିଛି ସତେ ଯେମିତି ଏମାନଙ୍କୁ ଜଣାନାହିଁ ।

  • Friday, 11 November 2022
Balijatra
୧୫୦୦ ଷ୍ଟଲ ! ଖାଇବାକୁ ଜମୁଛି ଭିଡ଼, ପତ୍ରପୋଡ଼ା ଚିକେନ୍‌ର ଖୁବ୍‌ ଡିମାଣ୍ଡ

ପ୍ରଥମ ଥର ପାଇଁ ପ୍ରଶାସନ ପକ୍ଷରୁ ଗୁଡ଼ି ଉଡାଇବାକୁ ବ୍ୟବସ୍ଥା । ଗୁଡ଼ି ଉଡ଼ାର ମଜା ନେଲେ ପିଲାଠୁ ବୁଢ଼ା ।

Dhanujatra
ହୃଷିକେଶ ଭୋଇ ହେବେ ଧନୁଯାତ୍ରାର କଂସ ମହାରାଜ

କଂସ ଚରିତ୍ରରେ ଅଭିନୟ ଲାଗି ୪୨ କଳାକାର ସାକ୍ଷାତକାର ଦେଇଥିଲେ।

Draupadi Murmmu
ଶ୍ରୀଜିଉଙ୍କ ଦର୍ଶନ କରି କୃତ୍ୟକୃତ୍ୟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଜାତିର ଦେବତା...ମାଟିର ରାଷ୍ଟ୍ରପତି ...ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦରେ ବସିବା ପରେ ପ୍ରଥମ ଥର ନିଜ ଜନ୍ମମାଟି ଓଡ଼ିଶା ପହଞ୍ଚି ଆଗ ଜାତିର ଆରାଧ୍ୟ ଜଗନ୍ନାଥଙ୍କ ଦର୍ଶନ ପାଇଁ ଆସୁଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ...ତ ବଡ଼ଦାଣ୍ଡ ଛୁଉଁ ଛୁଇଁ ପଛ ହୋଇଯାଇଥିଲା ପ୍ରୋଟୋକଲ୍...ବଳଗଣ୍ଡି ଛକର ସାଲବେଗ ପୀଠ ଠାରୁ ଝିଅ ଇତିଶ୍ରୀ ମୁର୍ମୁଙ୍କ ସହ ହଠାତ୍ ବୁଲେଟ୍ ପ୍ରୁଫ୍ ଗାଡ଼ିରୁ ଓହ୍ଲାଇ ସାଧାରଣ ଭକ୍ତଟିଏ ଭଳି ଚାଲିବା ଆରମ୍ଭ କରିଦେଇଥିଲେ ରାଷ୍ଟ୍ରପତି

Special story
ବିକଟାଳ ହସ , ବିଦ୍ରୁପ ସଂଳାପ. . . ବରଗଡ଼ ଟାଉନ ହଲରେ କଂସ ଚରିତ୍ର ପାଇଁ ଫାଇନାଲ୍ ଅଡିସନ୍

କଟାଳ ହସ, ବିଦ୍ରୁପ ସଂଳାପ । କଂସ ମହାରାଜଙ୍କ ଡାଇଲଗରେ କମ୍ପୁଛି ବରଗଡ଼ । ବିଜୁ ପଟ୍ଟନାୟକ ଟାଉନ ହଲ ପରିସର ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଲାଗି ଆଜି ଶେଷ ହେଉଛି, ଯାତ୍ରାର ମୁଖ୍ୟର ଆକର୍ଷଣ କଂସ ମହାରାଜ ଚରିତ୍ର ପାଇଁ କଳାକାର ଚୟନ ପ୍ରକ୍ରିୟା । କଂସ ଚରିତ୍ରରେ ଅଭିନୟ ପାଇଁ ଆବେଦନ କରିଥିବା ମୋଟ ୫୬ କଳାକାରଙ୍କ ମଧ୍ୟରୁ ଆଜି ଅଡିସନ୍ ପାଇଁ ଆସିଥିଲେ ୪୩ ଜଣ, ଯାହାଙ୍କ ମଧ୍ୟରେ ଥିଲେ ବହୁ ନବୀନଙ୍କ ସହ ପ୍ରବୀଣ କଳାକାର

Draupadi Murmmu
ଶ୍ରୀଜିଉଙ୍କ ଦର୍ଶନ କରି କୃତ୍ୟକୃତ୍ୟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ପ୍ରଥମଥର ପାଇଁ ବଡ଼ ଦାଣ୍ଡରେ ଜଣେ ରାଷ୍ଟ୍ରପତି ଏତେ ଲମ୍ବା ସମୟ ଧରି, ପ୍ରାୟ ଦୁଇ କିଲୋମିଟର ଲମ୍ବା ବାଟ ଚାଲୁଥିଲେ... ତ ଟିଭି ପରଦାରେ ଏ ଅଭୂତପୂର୍ବ ଦୃଶ୍ୟକୁ ଉତ୍ସୁକତାର ସହ ଦେଖୁଥିଲା ଦେଶ

Special story
ବିକଟାଳ ହସ , ବିଦ୍ରୁପ ସଂଳାପ. . . ବରଗଡ଼ ଟାଉନ ହଲରେ କଂସ ଚରିତ୍ର ପାଇଁ ଫାଇନାଲ୍ ଅଡିସନ୍

ଅଭିନୟ ଚାତୁରୀ ଦେଖାଇଲେ ୪୩ ଜଣ ଆଶାୟୀ । ପୂର୍ବରୁ ସରିଛି ପାର୍ଶ୍ୱ ଚରିତ୍ର ପାଇଁ କଳାକାର ଖୋଜା

Odisha’s agricultural festival Manabasa Osha
ଆଜିଠୁ ମାଣବସା ଗୁରୁବାର

ମାଣବସା ଗୁରୁବାର ଓଷା ଓଡ଼ିଶାର ଏକ କୃଷିପ୍ରଧାନ ପର୍ବ। ଏହାକୁ ଖୁବ ନୀତି ନିୟମରେ ପାଳନ କରାଯାଏ। ଏହି ପର୍ବରେ ମହାଲକ୍ଷ୍ମୀଙ୍କୁ ପୂଜା କରାଯାଏ। ମାର୍ଗଶିର ମାସରେ ଓଡ଼ିଆ ନାରୀମାନେ ଏହି ଓଷା ପାଳନ କରିଥାନ୍ତି। ଏହି ପୂଜା ଅନ୍ୟ ଦେଶ ଓ ରାଜ୍ୟମାନଙ୍କରେ ପ୍ରଚଳନ ନାହିଁ। ତେବେ ଆସନ୍ତୁ ଜାଣିବା ଏହାର ବିଧି ବିଧାନ।

Chhadakhai
ଆମିଷ ବଜାରରେ ଛାଡ଼ଖାଇ ଭିଡ଼

ଭୁବନେଶ୍ୱର, କଟକ, ପୁରୀ, ରାଉରକେଲା, ଜୟପୁର, ବାଲେଶ୍ୱର । ରାଜ୍ୟର ସବୁ ସହରାଞ୍ଚଳ ଆମିଷ ବଜାରରେ ଛାଡ଼ଖାଇ ଗହଳି । ଆଜି ବୁଧବାର ବାରିରେ ପଡ଼ିଥିଲା ଛାଡ଼ଖାଇ । ତେଣୁ କାର୍ତ୍ତିକରେ ଆମିଷ ଛାଡ଼ିଥିବା ଲୋକଙ୍କ ଭିଡ଼ ଲାଗିଥିଲା ଆମିଷ ମାର୍କେଟରେ ।

  • Wednesday, 09 November 2022
Chhadakhai
ଛାଡ଼ଖାଇ ବୋଲି ପ୍ରବଳ ଗହଳି, ଉଚ୍ଚା ରେଟ୍‌କୁ ବି ଖାତିର ନାହିଁ..!

କଟକର ବିିଭିନ୍ନ ଆମିଷ ବଜାରରେ ଦେଖିବାକୁ ମିଳିଥିଲା ଗ୍ରାହକଙ୍କ ଅସମ୍ଭବ ଭିଡ଼ । ତେଣୁ ବ୍ୟବସାୟୀଙ୍କୁ ଆଜି ଦିନରେ ସାମାନ୍ୟ ଫୁରସତ୍ ମିଳିନଥିଲା ।

Lohia Academy
ପରାଗଠୁ ବଳିଗଲା ଗ୍ରହଣରେ ଖାଦ୍ୟ ଭକ୍ଷଣ ବିବାଦ ! ମାରପିଟ୍-ଠେଲାପେଲା-ଲାଠି ଚାର୍ଜ, ଦେଖନ୍ତୁ ଭିଡିଓ...

ଆଗରୁ କ୍ୟାମେରା ଆଗରେ ତୁ ତୁ ମେଁ ମେଁ ହେଉଥିଲେ, ହେଲେ ଆଜି ସିଧା ଖଣ୍ଡଯୁଦ୍ଧକୁ ଓହ୍ଲାଇଲେ । ଘଣ୍ଟ ପିଟା- ଗୋବର ମାଡ଼- ବିଧା ଗୋଇଠା- ଲାଠି ପାହାର । ସୂର୍ଯ୍ୟୋପରାଗକୁ ବଳିଗଲା ଚନ୍ଦ୍ରଗ୍ରହଣ । ପାକତ୍ୟାଗ ବେଳେ ଖାଦ୍ୟ ଭକ୍ଷଣକୁ ନେଇ ଭୁବନେଶ୍ୱର ଓ ବ୍ରହ୍ମପୁରରେ ହେତୁବାଦୀ-ପଂରପରାବାଦୀଙ୍କ ମଧ୍ୟରେ ତୁମୁଳକାଣ୍ଡ

  • Tuesday, 08 November 2022
Lord Jagannath
ଜଗାକୁ ଛାଡ଼ି ଯିବାକୁ ହବିଷ୍ୟାଳିଙ୍କ ହେଉନି ମନ, ଲୁହରେ ଭିଜିଯାଉଛି ଆଖି

କାଳିଆ ଭାବରେ ଗୋଟିଏ ମାସ ବନ୍ଧା ପଡ଼ିବା ପରେ ଆଉ ଶ୍ରୀକ୍ଷେତ୍ର ଛାଡ଼ିବାକୁ ଚାହୁଁନି ମନ । ଜଗା ସହ ବନ୍ଧନର ସେ ମୋହ ତୁଟାଇବାକୁ ଟିକିଏ ବି ଇଛା ନାହିଁ । ହେଲେ ଚାହୁଁ ଚାହୁଁ କାର୍ତ୍ତିକ ଶେଷ ହେବା ପରେ ଏବେ ଘର ବାହୁଡ଼ା ସମୟ । ଧର୍ମମାସ କାର୍ତ୍ତିକରେ ପୁରୀ ଶ୍ରୀକ୍ଷେତ୍ରରେ ମାସେବ୍ୟାପୀ ଭଜନ, କୀର୍ତ୍ତନ, ଜଣାଣ ଓ ନିଷ୍ଠାର ସହ ବ୍ରତ, ଉପାସନା ପରେ ଆଜି ପୁରୀ ଛାଡ଼ିଛନ୍ତି ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ୩୦ ହଜାରରୁ ଅଧିକ ହବିଷ୍ୟାଳୀ ।

Baliyatra
ବାଲିଯାତ୍ରାରେ ଦୁଲୁକିଲାଣି ମଞ୍ଚ, କୁଆଖାଇ ପଠାରେ ମନମୋହୁଛି ମୀନାବଜାର

ରାଜଧାନୀର ବିନ୍ଦୁସାଗର ହେଉ କି କଟକ ଗଡ଼ଗଡ଼ିଆ ଘାଟ, ପୁରୀ ମହୋଦଧି ହେଉ କିମ୍ବା ରାଉରକେଲା । ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀ ତିଥିରେ ସବୁଠି ଦେଖିବାକୁ ମିଳିଥିଲା ପ୍ରାଚୀନ ଉତ୍କଳର ନୌବାଣିଜ୍ୟ ପରମ୍ପରାର ସ୍ମୃତି ବହନ କରିଥିବା ଚିତ୍ର । ଓଡିଆ ସାଧବ ପୁଅଙ୍କ ଗୌରବମୟ ଅତୀତର ସ୍ମୃତିକୁ ଉଜାଗର କରି ଆଜି ରାଜ୍ୟ ତମାମ ଶ୍ରଦ୍ଧାଳୁ ପାଳିଛନ୍ତି ବୋଇତ ବନ୍ଦାଣ ଉତ୍ସବ