Advertisment

Kargil Vijay Diwas 2023: ଭାରତୀୟ ସେନାକୁ ସମ୍ମାନିତ କରିବାର ଦିନ ‘କାର୍ଗିଲ୍ ବିଜୟ ଦିବସ’

‘କାର୍ଗିଲ୍ ବିଜୟ ଦିବସ’ ଇତିହାସ ପୃଷ୍ଠାରେ ଗୌରବର ଦିନ। ଭାରତୀୟ ସେନାକୁ ସମ୍ମାନିତ କରିବାର ଦିନ। ସେଥିପାଇଁ ପ୍ରତିବର୍ଷ ୨୬ ଜୁଲାଇକୁ ‘କାର୍ଗିଲ ବିଜୟ ଦିବସ’ ଭାବରେ ପାଳନ କରାଯାଏ। ଏହି ଅବସରରେ ଦେଶର ସହିଦମାନଙ୍କୁ ସ୍ମରଣ କରିବା ସହ ଅଭିବାଦନ ପ୍ରଦାନ କରାଯାଏ।

author-image
Pramod Behera
ଅଦ୍ୟତନ ହୋଇଛି
Kargil Vijay Diwas 2023 history and importance facts

Kargil Vijay Diwas 2023 history and importance facts

ଅନେକ ପ୍ରସଙ୍ଗରେ ଅନ୍ତର୍ଜାତୀୟ ସ୍ତରରେ ଭାରତ ଏବଂ ପାକିସ୍ଥାନ ପ୍ରାୟତଃ ପରସ୍ପରକୁ ସାମ୍ନା କରିଥାଆନ୍ତି। କିନ୍ତୁ ଏପରି ଏକ ସମୟ ଥିଲା ଯେତେବେଳେ ଭାରତର ବୀର ସୈନିକମାନେ କାର୍ଗିଲର ଉଚ୍ଚତମ ଶିଖରକୁ ପାକିସ୍ତାନ ଦଖଲରୁ ମୁକ୍ତ କରିଥିଲେ। ଏଥିପାଇଁ ଦେଶର ଅନେକ ବୀର ମଧ୍ୟ ନିଜ ଜୀବନକୁ ଉତ୍ସର୍ଗ କରିଦେଇଥିଲେ। ଅନେକ ସୈନିକଙ୍କ ବଳିଦାନରେ ଭାରତ କାର୍ଗିଲ ଯୁଦ୍ଧରେ ଜିତିଥିଲ।

Advertisment

ଏହି ଦିନଗୁଡ଼ିକ ଇତିହାସ ପୃଷ୍ଠାରେ ଗୌରବର ଦିନ। ଭାରତୀୟ ସେନାକୁ ସମ୍ମାନିତ କରିବାର ଦିନ। ସେଥିପାଇଁ ପ୍ରତିବର୍ଷ ୨୬ ଜୁଲାଇକୁ ‘କାର୍ଗିଲ ବିଜୟ ଦିବସ’ ଭାବରେ ପାଳନ କରାଯାଏ। ଏହି ଅବସରରେ ଦେଶର ସହିଦମାନଙ୍କୁ ସ୍ମରଣ କରିବା ସହ ଅଭିବାଦନ ପ୍ରଦାନ କରାଯାଏ।

୧୯୯୯ ମସିହାରେ ଭାରତ ଏବଂ ପାକିସ୍ତାନର ସୈନ୍ୟବାହିନୀ ମଧ୍ୟରେ ସୀମା ବିବାଦକୁ ନେଇ କାର୍ଗିଲ ଯୁଦ୍ଧ ଆରମ୍ଭ ହୋଇଥିଲା। ପାକିସ୍ତାନୀ ସେନା କାର୍ଗିଲର ଭାରତୀୟ ଅଞ୍ଚଳର ଉଚ୍ଚ ଶିଖରକୁ କାବୁ କରିନେଇଥିଲେ କିନ୍ତୁ ବୀର ଭାରତୀୟ ସୈନିକମାନେ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ଘଉଡାଇ ଦେଇଥିଲେ। ଭାରତୀୟ ସେନା ‘ଅପରେସନ୍ ବିଜୟ’ରେ ଟାଇଗର ହିଲ୍ ଏବଂ ଅନ୍ୟାନ୍ୟ ପୋଷ୍ଟକୁ କାବୁ କରିନେଇଥିଲେ।

Advertisment

କାର୍ଗିଲ୍ ଯୁଦ୍ଧର ଇତିହାସ:

୧୯୭୧ ମସିହାରେ ଭାରତ-ପାକ୍ ଯୁଦ୍ଧ ପରଠାରୁ ଦୁଇ ଦେଶ ମଧ୍ୟରେ ସଶସ୍ତ୍ର ଯୁଦ୍ଧ ଚାଲିଥିଲା। ଫେବୃଆରୀ ୧୯୯୯ରେ ସ୍ୱାକ୍ଷରିତ ହୋଇ କାଶ୍ମୀର ଦଖଲ ଉପରେ ଭାରତ ଏବଂ ପାକିସ୍ଥାନ ମଧ୍ୟରେ କାଶ୍ମୀର ସମସ୍ୟାର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଉଭୟ ଦେଶ ପ୍ରତିଶୃତି ଦେଇଥିଲେ। କିନ୍ତୁ ନିୟନ୍ତ୍ରଣ ରେଖା ପାର ଭାରତୀୟ କ୍ଷେତ୍ରରେ ପାକିସ୍ତାନୀ ଆକ୍ରମଣ ଜାରି ରହିଲା।

ଏହା ପରେ ଭାରତ ସରକାର 'ଅପରେସନ୍ ବିଜୟ' ଆରମ୍ଭ କରି ପ୍ରାୟ ଦୁଇମାସ ପର୍ଯ୍ୟନ୍ତ ଯୁଦ୍ଧ ଜାରି ରଖିଥିଲେ। ଏହି ଯୁଦ୍ଧରେ ୨ ଲକ୍ଷ ଭାରତୀୟ ସୈନିକ ଅଂଶଗ୍ରହଣ କରିଥିଲେ। ପ୍ରାରମ୍ଭରେ ପାକିସ୍ତାନ ଭାରତୀୟ ନିୟନ୍ତ୍ରଣ ସୀମା ଅଞ୍ଚଳକୁ ଦଖଲ କରିଥିଲା।

କିନ୍ତୁ ଭାରତୀୟ ସେନାର ରଣନୀତି ଏବଂ ସାହସ ଆଗରେ ପାକିସ୍ତାନକୁ ପଛଘୁଞ୍ଚା ଦେବାକୁ ପଡିଥିଲା। ପ୍ରଥମେ ଭାରତ ପରିବହନ ମାର୍ଗ ଦଖଲ କଲା। ତା’ପରେ ସ୍ଥାନୀୟ ମେଷପାଳକଙ୍କଠାରୁ ଗୁପ୍ତ ତଥ୍ୟ ବିଷୟରେ ଅବଗତ ହେଲା। ଏହା ପରେ ଭାରତୀୟ ବାୟୁସେନା ସହାୟତାରେ ଜୁଲାଇ ଶେଷ ସପ୍ତାହରେ ଯୁଦ୍ଧର ଅନ୍ତ ହୋଇଥିଲା, ଭାରତର ବିଜୟ ହୋଇଥିଲା।

ବିଜୟ ଘୋଷଣା:

କାର୍ଗିଲ ଯୁଦ୍ଧ ସମୟରେ କ୍ୟାପ୍‌ଟେନ ବିକ୍ରମ ବତ୍ରା ସହିଦ ହୋଇଥିଲେ। ତାଙ୍କ ପରି ଅନେକ ସାହସୀ ସୁପୁତ୍ର ସେନାର ମିଶନକୁ ସଫଳ କରିବା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ଏହା ପରେ ୨୬ ଜୁଲାଇ ୧୯୯୯ ରେ ଭାରତ ଯୁଦ୍ଧରେ ବିଜୟୀ ହେବା ଘୋଷଣା କରାଯାଇଥିଲା।

ଉଦ୍ଦେଶ୍ୟ:

ଏହି ଦିନକୁ ଭାରତ-ପାକିସ୍ତାନ ଯୁଦ୍ଧରେ ଦେଶର ବିଜୟକୁ ଦେଖାଯାଏ। କାର୍ଗିଲ ବିଜୟ ଦିବସ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ଶହ ଶହ ଭାରତୀୟ ସୈନିକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା। ଭାରତୀୟ ସେନାର ୫୨୭ ସୈନିକ ଶହୀଦ ହେବା ସହିତ ପାକିସ୍ତାନର ୩୫୭ ସୈନିକ ମଧ୍ୟ କାର୍ଗିଲ ଯୁଦ୍ଧରେ ପ୍ରାଣ ହରାଇଥିଲେ। ଏହାସହିତ ଇଣ୍ଡୋ-ପାକ୍ କାର୍ଗିଲ ଯୁଦ୍ଧରେ ୪୫୩ ସାଧାରଣ ନାଗରିକ ମଧ୍ୟ ପ୍ରାଣ ହରାଇଥିଲେ। ଏହି ଦିନଟି ସେମାନଙ୍କୁ ସ୍ମରଣ କରିବାର ଦିନ।

Kargil Diwas Kargil War Kargil Vijay Diwas
Advertisment
Advertisment