• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ବର୍ତ୍ତମାନ ଚନ୍ଦ୍ରୟାନ ୩ର ଉତ୍‌କ୍ଷେପଣ କରିଛି। ଉତ୍‌କ୍ଷେପଣ ହେବା ପରେ ଏହା ୨୩ କିମ୍ବା ୨୪ ଅଗଷ୍ଟରେ ଚନ୍ଦ୍ର ପୃଷ୍ଠରେ ସପ୍ଟ ଲାଣ୍ଡିଂ କରିବ ବୋଲି ଆଶା କରାଯାଉଛି। ISRO ଚନ୍ଦ୍ରୟାନ -୩ ରେ ମଧ୍ୟ ଅନେକ ପରିବର୍ତ୍ତନ କରିଛି।

'ହିନ୍ଦୁସ୍ତାନ ଟାଇମ୍ସ'କୁ ଦେଇଥିବା ଏକ ସାକ୍ଷାତକାରରେ ISRO ମୁଖ୍ୟ ଏସ୍‌ ସୋମନାଥ କହିଛନ୍ତି ଯେ, ଗତଥର ୩ଟି ବଡ ଭୁଲ ଏଥର ସଂଶୋଧିତ ହୋଇଛି। ଚନ୍ଦ୍ରୟାନ - ୩ ର ଉତ୍‌କ୍ଷେପଣ ଅବସରରେ ପ୍ରାୟ ଚାରି ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ଚନ୍ଦ୍ରୟାନ ୨ ର ସ୍ମୃତି ମଧ୍ୟ ସତେଜ ହୋଇଛି।

ଚନ୍ଦ୍ରୟାନ-୨ କେବେ ପହଞ୍ଚିଥିଲା:

ଚନ୍ଦ୍ରୟାନ - ୨ ଅଗଷ୍ଟ ୨୦ରେ ସକାଳ ୯:୦୨ରେ ଚନ୍ଦ୍ରର କକ୍ଷପଥରେ ପହଞ୍ଚିଥିଲା। କକ୍ଷପଥରେ ସମ୍ପୂର୍ଣ୍ଣ ସ୍ଥାପିତ ହେବାକୁ ପ୍ରାୟ ଅଧ ଘଣ୍ଟା ସମୟ ଲାଗିଥିଲା। ISRO କହିଥିଲା ଯେ ୨୩ ଦିନ ପୃଥିବୀ ଚାରିପଟେ ବୁଲିବା ପରେ ଚନ୍ଦ୍ରର କକ୍ଷପଥରେ ପହଞ୍ଚିବାକୁ ୬ ଦିନ ସମୟ ଲାଗିଥିଲା। ଏହା ପରେ ଚନ୍ଦ୍ରୟାନ-୨ ଚନ୍ଦ୍ରକୁ ୧୩ ଦିନ ପରିକ୍ରମା କରିଥିଲା।

କେବେ ହେଲା ଲାଣ୍ଡିଂ:

୨୨ ଜୁଲାଇ ୨୦୧୯ ରେ ISRO ଦ୍ୱାରା ଚନ୍ଦ୍ରୟାନ ୨ ଲଞ୍ଚ କରାଯାଇଥିଲା। ୬-୭ ସେପ୍ଟେମ୍ବର ମଧ୍ୟରାତ୍ରିରେ ଚନ୍ଦ୍ରୟାନ-୨ର ଲ୍ୟାଣ୍ଡର ଚନ୍ଦ୍ର ପୃଷ୍ଠରେ ଅବତରଣ କରିବାକୁ ଥିଲା। ଏପରିକି ମଧ୍ୟରାତ୍ରିରେ ସାରା ଦେଶର ଆଖି ISROର ମିଶନ ଚନ୍ଦ୍ରାୟନ ୨ ଉପରେ ଥିଲା ​। ଲକ୍ଷ ଲକ୍ଷ ଲୋକ ଟିଭି ପରଦାକୁ ଚାହିଁ ରହିଥିଲେ। ତେବେ ଚନ୍ଦ୍ରୟାନ-୨ ସଫଳତାର ସହ ଅବତରଣ କରିପାରି ନ ଥିବାରୁ ଲୋକମାନେ ନିରାଶ ହୋଇଥିଲେ।

ପରେ, ISRO ସୂଚନା ଦେଇଥିଲା ଯେ କକ୍ଷପଥରୁ ପ୍ରାପ୍ତ ଫଟୋ ଦର୍ଶାଉଛି ଯେ ବିକ୍ରମ ଲାଣ୍ଡରର ଚନ୍ଦ୍ର ପୂଷ୍ଠରେ ହାର୍ଡ ଲାଣ୍ଡିଂ ହୋଇଥିଲା। ଚନ୍ଦ୍ରଯାନ-୨ ପ୍ରଥମ ଥର ପାଇଁ ଚନ୍ଦ୍ର ପୃଷ୍ଠରେ ଜଳର ଉପସ୍ଥିତି ଚିହ୍ନଟ କରି ଭାରତକୁ ବିଶ୍ୱରେ ଗର୍ବିତ କରିଥିଲା।

ଏହି ମିଶନ୍ ପୂର୍ବଠାରୁ ବହୁତ ଭିନ୍ନ:

ଏଥର ମିଶନ୍ ପୂର୍ବ ମିଶନ୍ ଠାରୁ ସମ୍ପୂର୍ଣ୍ଣ ଭିନ୍ନ। ISRO ଏଥର ଅନେକ ପରିବର୍ତ୍ତନ କରିଛି। ISRO ସହିତ ଦେଶବାସୀ ମଧ୍ୟ ଆଶା ରଖିଛନ୍ତି ଯେ ଏଥର ସଫଳତା ମିଳିବ। ଏହି ଅବସରରେ ISRO ମୁଖ୍ୟ କହିଛନ୍ତି ଯେ ଚନ୍ଦ୍ରୟାନ-୨ ବଦଳରେ ଚନ୍ଦ୍ରୟାନ -୩ ରେ ଗୋଡକୁ ଅଧିକ ଶକ୍ତିଶାଳୀ କରାଯାଇଛି।