Advertisment

Kargil Vijay Diwas 2023: କାର୍ଗିଲ୍ ଯୁଦ୍ଧରେ ଭାରତମାତାକୁ ରକ୍ଷା କରିବା ପାଇଁ ବଳିଦାନ ଦେଇଥିବା ୩ ବୀରପୁତ୍ରଙ୍କ ଅମର କାହାଣୀ

ଆମେ ଅନେକ କାର୍ଗିଲ ହିରୋଙ୍କ ବିଷୟରେ ପଢିଥିବା ବା ଶୁଣିଥିବା, ଯେଉଁମାନଙ୍କ ବଳିଦାନକୁ ଆମେ କେବେ ଅଣଦେଖା କରିପାରିବା ନାହିଁ। କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ୩ଜଣ ବୀରଙ୍କ କଥା କହିବୁ, ଯାହାଙ୍କ ନାଁ ଆପଣ ହୁଏତ ଶୁଣି ନଥିବେ। କିନ୍ତୁ ସେମାନଙ୍କ ବଳିଦାନ ବିନା ଏହି ଯୁଦ୍ଧ ଜିତିବା ସହଜ ନ ଥିଲା। ଆସନ୍ତୁ ସେମାନଙ୍କ ବିଷୟରେ ଜାଣିବା।

author-image
Pramod Behera
ଅଦ୍ୟତନ ହୋଇଛି
3 unsung heroes of the 1999 kargil war

3 unsung heroes of the 1999 kargil war

ଚଳିତ ବର୍ଷ କାର୍ଗିଲ ଯୁଦ୍ଧକୁ ୨୪ ବର୍ଷ ପୂରଣ ହୋଇଛି। ଯେତେବେଳେ ବି ଆମେ ଏହି ଦିନକୁ ମନେ ପକଉ ସେହି ବୀରମାନଙ୍କ ପାଇଁ ଆମ ଆଖି ଓଦା ହୋଇଯାଏ। ଆମ ଛାତି ଭିତରେ ସେମାନଙ୍କ ପାଇଁ କୋହ ଉଠେ ଯେଉଁମାନେ ସେମାନଙ୍କ ବଳିଦାନରେ ଏ ମାଟିକୁ ଆଞ୍ଚ ଦେବାକୁ ଦେଇନାହାଁନ୍ତି।

Advertisment

ଆମେ ଏପରି ଅନେକ କାର୍ଗିଲ ହିରୋଙ୍କ ବିଷୟରେ ପଢିଥିବା ବା ଶୁଣିଥିବା, ଯେଉଁମାନଙ୍କ ବଳିଦାନକୁ ଆମେ କେବେ ଅଣଦେଖା କରିପାରିବା ନାହିଁ। ଏହି ତାଲିକାରେ ବିକ୍ରମ ବତ୍ରା, ମନୋଜ ପାଣ୍ଡେ, ବିଜୟ ଥାପର, ଅନୁଜ ନାୟାର ଏବଂ ଏହିପରି ଅନେକ ନାଁ ଅନ୍ତର୍ଭୁକ୍ତ, ଯେଉଁମାନଙ୍କୁ ଆମେ ପ୍ରତିବର୍ଷ ଶୁଣୁଥାଉ।

କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ୩ଜଣ ବୀରଙ୍କ କଥା କହିବୁ, ଯାହାଙ୍କ ନାଁ ଆପଣ ହୁଏତ ଶୁଣି ନଥିବେ, କିନ୍ତୁ ସେମାନେ କାର୍ଗିଲ ଯୁଦ୍ଧର ଗତି ବଦଳାଇ ଦେଇଥିଲେ। ସେମାନଙ୍କ ବଳିଦାନ ବିନା ଏହି ଯୁଦ୍ଧ ଜିତିବା ସହଜ ନ ଥିଲା। ଆସନ୍ତୁ ସେମାନଙ୍କ ବିଷୟରେ ଜାଣିବା।

Advertisment

କ୍ୟାପ୍‌ଟେନ୍‌ ଜିଣ୍ଟୁ ଗୋଗୋଇ

କ୍ୟାପ୍‌ଟେନ୍‌ ଜିଣ୍ଟୁ ଗୋଗୋଇ ଆସାମର ଗୋଲାଘାଟ ଜିଲ୍ଲାର ଖୁମତାଇରେ ଜନ୍ମଗ୍ରହଣ କରିଥିଲେ। ତାଙ୍କୁ ଗଡୱାଲ ରାଇଫଲ୍ସର ୧୭ ଗଡୱାଲ ରାଇଫଲ୍ସ ରେଜିମେଣ୍ଟରେ ନିଯୁକ୍ତ କରାଯାଇଥିଲା। ଯେତେବେଳେ ଭାରତ ଏବଂ ପାକିସ୍ତାନ ମଧ୍ୟରେ କାର୍ଗିଲ ଯୁଦ୍ଧ ଆରମ୍ଭ ହେଲା, ଏହାର ୧୨ ଦିନ ପୂର୍ବରୁ ସେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ତାଙ୍କ ୟୁନିଟ୍‌ରେ ଯୋଗଦେବା ପାଇଁ ବିବାହର ମାତ୍ର ୧୨ ଦିନ ପରେ ତାଙ୍କୁ ଛୁଟିରୁ ଫେରିବାକୁ ପଡିଲା। କ୍ୟାପଟେନ ଗୋଗୋଇ ଏବଂ ତାଙ୍କ ସେନାଙ୍କୁ କାଲା ପାଥରରୁ ଶତ୍ରୁକୁ ହଟେଇବା ଦାୟିତ୍ୱ ଦିଆଯାଇଥିଲା। ଏହି ଅଞ୍ଚଳ ବାଟାଲିକ୍ ଅଞ୍ଚଳର କଣ୍ଟ୍ରୋଲ୍ ଲାଇନ୍ ନିକଟରେ ଥିଲା। ମିଶନରେ ପହଞ୍ଚିବା ପାଇଁ ଗୋଗୋଇ ଏବଂ ତାଙ୍କ ସେନାଙ୍କୁ ଉପରକୁ ଚଢିବାକୁ ପଡିଲା। ପ୍ରବଳ ଗୁଳି ଚାଳନାରେ ପାକିସ୍ତାନୀ ସେନା ସବୁ ଦିଗରୁ କ୍ୟାପ୍‌ଟେନ୍‌ ଗୋଗୋଇଙ୍କ କଣ୍ଟିଜେଣ୍ଟକୁ ଘେରିଗଲେ। ଗୋଗୋଇଙ୍କ ସାହସିକ କାର୍ଯ୍ୟରେ ପାକିସ୍ତାନର ୨ ସୈନିକ ନିହତ ହୋଇଥିଲେ ଏବଂ ଅନେକ ପାକିସ୍ତାନୀ ସୈନିକ ଆହତ ହୋଇଥିଲେ। କିନ୍ତୁ ପରେ ଭୀଷଣ ଆଘାତ କାରଣରୁ କ୍ୟାପଟେନ ଗୋଗୋଇଙ୍କୁ ବୀରଗତି ପାଇବାକୁ ହୋଇଥିଲା।

ଲେଫ୍ଟନାଣ୍ଟ କିଶିଙ୍ଗ୍ କ୍ଲିଫୋର୍ଡ ନୋନ୍‌ଗ୍ରମ୍:

ମେଘାଳୟର ଶୀଲୋଙ୍ଗର ବାସିନ୍ଦା ଲେଫ୍ଟନାଣ୍ଟ କିଶିଙ୍ଗ୍ କ୍ଲିଫୋର୍ଡ ନୋନ୍‌ଗ୍ରମ୍‌ଙ୍କୁ ୧୨ ସେପ୍ଟେମ୍ବର ୧୯୯୭ରେ ଜାମ୍ମୁ କାଶ୍ମୀରର ଲାଇଟ୍ ଇନ୍‌ଫ୍ରାନଟ୍ରିର ଦ୍ୱାଦଶ ବାଟାଲିୟନରେ ନିଯୁକ୍ତ କରାଯାଇଥିଲା। ଯେତେବେଳେ କାର୍ଗିଲ ଯୁଦ୍ଧ ଆରମ୍ଭ ହେଲା ତାଙ୍କୁ ମାତ୍ର ୨୪ ବର୍ଷ ହୋଇଥିଲା।

ଯୁଦ୍ଧ ସମୟରେ ତାଙ୍କ ବାଟାଲିୟନ ବାଟାଲିକ୍ ସେକ୍ଟରରେ ଥିଲେ। କାର୍ଗିଲ ଯୁଦ୍ଧ ସମୟରେ ୩୦ ଜୁନ୍ ୧୯୯୯ର ରାତିରେ, ବାଟାଲିକ୍ ସେକ୍ଟରରେ ପଏଣ୍ଟ ୪୮୧୨କୁ କାବୁ କରିବା ପାଇଁ ତାଙ୍କୁ ଦାୟିତ୍ୱ ଦିଆଯାଇଥିଲା।

ଦକ୍ଷିଣ ପୂର୍ବ ଶିଖରରୁ ଚଢିବା ପ୍ରାୟ ଅସମ୍ଭବ ଥିଲା, କିନ୍ତୁ ଲେଫ୍ଟନାଣ୍ଟ ନୋନ୍‌ଗ୍ରମ୍ ଏହି ଆହ୍ୱାନକୁ ଗ୍ରହଣ କରିଥିଲେ। ସେ ଶତ୍ରୁ ବଙ୍କରରେ ପହଞ୍ଚିବା ପାଇଁ ଶିଖରକୁ ଚଢିବାରେ ସଫଳ ହୋଇଥିଲେ। କିନ୍ତୁ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କ ଯୋଗୁଁ ସେ ଏବଂ ତାଙ୍କ ବାଟାଲିୟନ ଶତ୍ରୁଙ୍କ ବିରୋଧର ସମ୍ମୁଖୀନ ହୋଇଥିଲେ।

ଘମାଘୋଟ ଲଢେଇ ହୋଇଥିଲା। ବଙ୍କରରେ ଲୁଚି ରହିଥିବା ୬ ଜଣ ଶତ୍ରୁ ସୈନିକଙ୍କୁ ସେ ହତ୍ୟା କରିଥିଲେ, କିନ୍ତୁ ଅନେକ ଗୁଳିରେ ଆହତ ହୋଇଥିଲେ। ଗୁରୁତର ଭାବେ ଆହତ ହୋଇଥିବା ଲେଫ୍ଟନାଣ୍ଟ ନୋନ୍‌ଗ୍ରମ୍ ପାକିସ୍ତାନୀ ସୈନିକମାନଙ୍କ ସହିତ ବଙ୍କର୍‌ରେ ମେସିନ୍ ଗନ ଛଡ଼ାଇବାକୁ ଚେଷ୍ଟାରେ ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଲଢିଥିଲେ। ତାଙ୍କୁ ମରଣୋତ୍ତର ଭାବେ ୧୫ ଅଗଷ୍ଟ ୧୯୯୯ରେ ରାଷ୍ଟ୍ରର ଦ୍ୱିତୀୟ ସର୍ବୋଚ୍ଚ ଯୁଦ୍ଧକାଳୀନ ବୀରତା ପୁରସ୍କାର, ମହାବୀର ଚକ୍ରରେ ସମ୍ମାନୀତ କରାଯାଇଥିଲା।

ସ୍କ୍ୱାଡ୍ରନ୍ ଲିଡର୍ ଅଜୟ ଆହୁଜା:

୧୯୯୯ରେ କାର୍ଗିଲ ଯୁଦ୍ଧ ସମୟରେ କ୍ୟାପଟେନ ନଚିକେତା ପାକିସ୍ତାନ ଦ୍ୱାରା କାବୁ ହୋଇଥିଲେ। ତାଙ୍କୁ ୮ ଦିନ ପରେ ଫେରାଇ ଦିଆଯାଇଥିଲା। କିନ୍ତୁ ନଚିକେତାଙ୍କୁ ଖୋଜିବାକୁ ଯାଇଥିବା ଅନ୍ୟ ଜଣେ ପାଇଲଟ ପାକିସ୍ତାନ ସୀମାରେ ପ୍ରବେଶ କରିଥିଲେ, ଯିଏ ନଚିକେତାଙ୍କ ଭଳି ନିରାପଦରେ ଭାରତ ଫେରିପାରି ନଥିଲେ।

ଭାରତୀୟ ବାୟୁସେନାର ସାହସୀ ପାଇଲଟ୍ ସ୍କ୍ୱାଡ୍ରନ୍ ଲିଡର୍ ଅଜୟ ଆହୁଜଙ୍କ ପାଇଁ ସେଦିନ ଶହୀଦର ଦିନ ଥିଲା। ୨୭ ମେ ୧୯୯୯ରେ ଶତ୍ରୁମାନଙ୍କର ଠିକଣା ଖୋଜିବା ନେଇ ୨ଟି ବିମାନ ଉଡ଼ାଣର ଯୋଜନା କରାଯାଇଥିଲା। ଉଡ଼ାଣ ପରେ ମୁନ୍ଥୋ ଡାଲୋ ନିକଟରେ ନଚିକେତାଙ୍କର ମିଗ୍ -୨୭ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଖବର ମିଳିଥିଲା। ​​ଖବର ମିଳିଲା ଯେ ବିମାନରୁ ନଚିକେତାଙ୍କୁ ବାହାର କରି ନିଆଯାଇଛି। ଏହି ସୂଚନା ପାଇବା ମାତ୍ରେ ଅଜୟ ତାଙ୍କୁ ଖୋଜିବାକୁ ବାହାରି ପଡିଲେ।

ପାକିସ୍ତାନର ସେନା କ୍ରମାଗତ ଭାବରେ ମାଟିରୁ ଆକାଶ ପର୍ଯ୍ୟନ୍ତ ମିସାଇଲ୍ ନିକ୍ଷେପ କରୁଥିଲା। ପାକିସ୍ତାନ ସୀମାରେ ଉଡ଼ୁଥିବା ଆହୁଜା ଶତ୍ରୁଙ୍କ ଟାର୍ଗେଟ୍‌କୁ ଆସିଥିଲେ। ପାକିସ୍ତାନ ତାଙ୍କ ବିମାନକୁ ମିସାଇଲ୍ ଛାଡିଥିଲା। ତଥାପି ସେ ବିମାନ ଉଡ଼ାଣ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଇଞ୍ଜିନରେ ନିଆଁ ଲାଗିବା କାରଣରୁ ତାଙ୍କୁ ଅବତରଣ୍ କରିବାକୁ ପଡିଥିଲା। ୨୮ ମେ ୧୯୯୯ରେ ଆହୁଜାଙ୍କ ମୃତଦେହକୁ ଭାରତୀୟ ସେନାକୁ ହସ୍ତାନ୍ତର କରାଯାଇଥିଲା। ୧୫ ଅଗଷ୍ଟ ୧୯୯୯ରେ ତାଙ୍କୁ ମରଣୋତ୍ତର ଭାବେ ବୀରଚକ୍ରରେ ସମ୍ମାନୀତ କରାଯାଇଥିଲା।

Kargil Vijay Diwas Kargil War Kargil Diwas Kargil War Hero
Advertisment
Advertisment