• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

cuttack murder case
କଟକ ମାଲଗୋଦାମ ଡାଲି ବ୍ୟବସାୟୀ ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତ ଗିରଫ

କଟକ ମାଲଗୋଦାମ ଡାଲି ବ୍ୟବସାୟୀ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଦୀପକ ନାୟକ ଓରଫ୍ ଶଙ୍କର ଗିରଫ। ୨୦୧୪ ରୁ ଫେରାର ଥିବା ବେଳେ କଟକ ଅରବାନ୍ ପୋଲିସ ତାକୁ ଗିରଫ କରିଛି।

ACF Soumya
ସୌମ୍ୟଙ୍କ ବାସଭବନରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ ଟିମ

ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ଯୁବ ACF ସୌମ୍ୟରଂଜନ ମହାପାତ୍ରଙ୍କ ରହସ୍ୟଜନକ ମୃତ୍ୟୁ ମାମଲାର ତଦନ୍ତକୁ ପୁଣି ଜୋରଦାର କରଛି କ୍ରାଇମବ୍ରାଞ୍ଚ। କ୍ରାଇମବ୍ରାଞ୍ଚ ଟିମ୍‌ ବାଲେଶ୍ୱର ଖଇରା ସ୍ଥିତ ସୌମ୍ୟଙ୍କ ବାସଭବନରେ ପହଞ୍ଚିଛି ।

People Wait For Vaccination
ଟୀକା ପାଇଁ ରାତି ଅନିନ୍ଦ୍ରା

ଟୀକାକରଣ କେନ୍ଦ୍ରରେ ମଶରୀ ଟାଣି ଶୋଇଲେ ଲୋକେ । ବାଲେଶ୍ୱର କର୍ମଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଭାବନୀୟ ଦୃଶ୍ୟ । ଟିକାଦାନ କେନ୍ଦ୍ରରେ ଆସି ଡେରା ପକାଇଛନ୍ତି ସ୍ଥାନୀୟ ଲୋକେ । ସକାଳୁ ଆସିବାବେଳେ ଟିକାଗ୍ରହଣ କେନ୍ଦ୍ରରେ ପ୍ରବଳ ଭିଡ଼ ହେଉଥିବାରୁ ଲୋକେ ରାତିରୁ ଆସି ଏଠାରେ ଡେରା ପକାଇଛନ୍ତି । କିଛି ଲୋକ ମଶାରୀ ଟାଙ୍ଗୀ ଟିକାଦାନ କେନ୍ଦ୍ର ବାହାରେ ଶୋଇଛନ୍ତି ।

BJP protest
ସମ୍ବଲପୁର ଜିଲ୍ଲାରେ ବିଜେପିର ବିକ୍ଷୋଭ ପ୍ରଦର୍ଶନ

ଅଘୋଷିତ ବିଦ୍ୟୁତ କାଟ, ବିଲରେ ଅନିୟମିତତା ଭଳି ଦାବିରେ ବିକ୍ଷୋଭ। ଅଇଁଠାପାଲିରେ ଥିବା ଟାଟା ପାୱାର ଅଧୀକ୍ଷଣ ଯନ୍ତ୍ରୀଙ୍କ ଅଫିସ୍ ଘେରାଉ।

ganja siezed
କଦଳୀ ଟ୍ରକରେ ଗଂଜେଇ ଚାଲାଣ

ଉପରେ କଦଳୀ, ଭିତରେ ଗଞ୍ଜେଇ। ଏଭଳି କାଣ୍ତ ଘଟିଛି କୋରାପୁଟର ଜୟପୁର ସହରରେ। କଦଳୀ ଟ୍ରକରେ ଗଂଜେଇ ଭର୍ତ୍ତି ହୋଇ ଯାଉଥିଲା ବେଳେ ଜୟପୁର ଠାରେ ପୋଲିସ ଜବତ କରିଛି।

para athletes
ହାତରେ ପୁଳାଏ ମେଡେଲ୍ ହେଲେବି ଚାକିରି ନାହିଁ।

ହାତରେ ପୁଳାଏ ମେଡେଲ୍ ହେଲେ ବି ଚାକିରି ନାହିଁ । କ୍ରୀଡ଼ା ଓ ଯୁବସେବା ବିଭାଗ ନୟାପଲ୍ଲୀ ଅଫିସ ସାମ୍ନାରେ ଧାରଣା ଦେଇଛନ୍ତି । ସ୍ଥାୟୀ ନିଯୁକ୍ତି ଦାବିକରି ଓଡ଼ିଶା ପାରା ପ୍ଲେୟାର୍ସ ଫୋରମ ପକ୍ଷରୁ ଧାରଣା ଦିଆଯାଇଛି ।

covid19 updates
ରାଜ୍ୟରେ ହ୍ରାସ ପାଉଛି ସଂକ୍ରମଣ : ୨୪ ଘଣ୍ଟାରେ ୬୩୮ ସଂକ୍ରମିତ ଚିହ୍ନଟ

ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମୁଥିଲେ ହେଁ ପିଲାଙ୍କ ସଂକ୍ରମଣ ଚିନ୍ତା ବଢାଉଛି। ରାଜ୍ୟରେ ୨୪ ଘଣ୍ଟାରେ ୬୩୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୩୬୭ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୨୭୧ ।

monsoon session
ଆସନ୍ତାକାଲି ବିଧାନସଭାର ମୌସୁମୀ ଅଧିବେଶନ

କାଲିଠାରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ। ସରକାରଙ୍କୁ ଘେରିବା ପାଇଁ ବିଜେପି -କଂଗ୍ରେସର ଷ୍ଟ୍ରାଟେଜୀ। ଶାସକ ଦଳ ବି ମୁକାବିଲା ପାଇଁ ପ୍ରସ୍ତୁତ।

durga puja
ଦୁର୍ଗାପୂଜା ପାଇଁ ଆଜି କଟକରେ ମାଟି ଉଠାଯିବ

ଦୁର୍ଗାପୂଜା ପାଇଁ ଆଜି କଟକରେ ମାଟି ଉଠାଯିବ। ମୂର୍ତ୍ତିର ଉଚ୍ଚତା ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର। ସେପ୍ଟେମ୍ବର ଗାଇଡଲାଇନ୍ ଉପରେ ଏବେ ସବୁ ପୂଜା କମିଟିର ନଜର।

taliban
ତାଲିବାନର ବର୍ବରତା : କାର୍ଟୁନିଷ୍ଟ ପରି ସଙ୍ଗୀତଜ୍ଞଙ୍କୁ ହତ୍ୟା କଲେ

ପୂରା ଆଫଗାନିସ୍ତାନ ଦଖଲ ପରେ ଜାରି ରହିଛି ତାଲିବାନର ବର୍ବରତା। କେତେବେଳେ ବନ୍ଧୁକ ମୁନ ତ କେତେବେଳେ ତଣ୍ଟି କାଟି ଅତି ନିର୍ମମ ଭାବେ କରୁଛନ୍ତି ହତ୍ୟା।

 AIIMS Bhubaneswar
ସ୍ନେକ୍ ହେଲ୍ପଲାଇନ୍ ଆପ୍ ଓ ୱେବସାଇଟ୍ ଉନ୍ମୋଚିତ

ସ୍ନେକ୍ ହେଲ୍ପଲାଇନ୍ ଆପ୍ ଓ ୱେବସାଇଟ୍ ଉନ୍ମୋଚିତ। ଏହାକୁ ଉନ୍ମୋଚନ କରିଛନ୍ତି ଭୁବନେଶ୍ୱର ଏମ୍ସ ସଭାପତି ଓ ନିର୍ଦ୍ଦେଶିକା। ମଣିଷ-ସାପ ଦ୍ୱନ୍ଦ୍ୱ ପରିଚାଳନାରେ ଦିଗରେ ଶିକ୍ଷାଲାଭ ଦିଗରେ ନୂତନ ପ୍ରୟାସ।

ITBP Search dogs
ଆଇଟିବିପିର ୩ ସନ୍ଧାନୀ କୁକୁର ଭାରତ ଫେରିଲେ

ତାଲିବାନ କବଳିତ କାବୁଲରୁ ଉଦ୍ଧାର ହେଲେ ମାୟା, ବବି ଓ ରୁବି । ଆଇଟିବିପିର ୩ ସନ୍ଧାନୀ କୁକୁର ବିଦେଶ ମାଟିରେ ଭାରତ ପାଇଁ ୩ ବର୍ଷ ଧରି କାମ କରୁଥିବା । ଏହି ତିନି ସନ୍ଧାନୀ କୁକୁରଙ୍କୁ ଭାରତ ଫେରାଇ ଆଣିଛନ୍ତି । କେନ୍ଦ୍ର ସରକାର ଭାରତୀୟ ବାୟୁସେନା ବିମାନ ସି-୧୭ ଗ୍ଲୋବ ମାଷ୍ଟରରେ କିଛି ଭାରତୀୟଙ୍କ ସହ ମାୟା, ବବି ଓ ରୁବିଙ୍କୁ ଏୟାରଲିଫ୍ଟ କରାଯାଇ ଗୁଜରାଟର ଜାମନଗର ଏୟାରଫୋର୍ସ ଷ୍ଟସେନକୁ ଅଣାଯାଇଛି ।

20-Year Military Presence In Afghanistan Ends
ଦୀର୍ଘ ଦୁଇ ଦଶନ୍ଧି ପରେ ଆଫଗାନ୍ ମାଟି ଛାଡ଼ିଲା ଆମେରିକା।

ଦୀର୍ଘ ଦୁଇ ଦଶନ୍ଧି ପରେ ଆଫଗାନ୍ ମାଟି ଛାଡ଼ିଲା ଆମେରିକା। ବିଳମ୍ବିତ ରାତ୍ରୀରେ ଶେଷ ତିନି ସେନା ବିମାନ ଉଡ଼ାଣ ସହ ଉଦ୍ଧାର ପ୍ରକ୍ରିୟା ଶେଷ। ୧ ଲକ୍ଷ ୨୩ ହଜାର ଜଣଙ୍କୁ ଉଦ୍ଧାର ନେଇ ପେଣ୍ଟାଗନ ପକ୍ଷରୁ ସୂଚନା।

corona virus
କଣ ରହିବ ସେପ୍ଟେମ୍ବର ଗାଇଡଲାଇନ୍ ?

ଆଜି ସରୁଛି ଅଗଷ୍ଟ ଗାଇଡଲାଇନ। ସେପ୍ଟେମ୍ବର ପାଇଁ ଆଜି ଜାରି ହେବ ନୂଆ ନିର୍ଦ୍ଦେଶାବଳୀ । ପାର୍ବଣ ଋତୁ ସହ ବଢୁଥିବା ଶିଶୁ ସଂକ୍ରମଣକୁ ଦେଖି ହୋଇପାରେ ନିଷ୍ପତ୍ତି ।

Taliban Blank Fires After US Military Leaves Kabul
ଆମେରିକା ସୈନ୍ୟ ଏୟାରପୋର୍ଟ ଛାଡ଼ିବା ମାତ୍ରେ ବ୍ଲାଙ୍କ୍ ଫାୟାର କରି ସେଲିବ୍ରେସନ୍ କଲେ ତାଲିବାନୀ ।

ବିଳମ୍ବିତ ରାତ୍ରିରେ ଦୀର୍ଘ ସମୟ ଧରି ତାଲିବାନଙ୍କ ଏପରି କାର୍ଯ୍ୟକଳାପ ଦେଖିବାକୁ ମିଳିଥିଲା । କାବୁଲ ଛାଡିବା ପରେ ତାଲିବାନ କାବୁଲ ବିମାନବନ୍ଦରକୁ ନିଜ ଦଖଲ ନେଇଛି । ଅର୍ଥାତ୍ ବର୍ତ୍ତମାନ କେହି ବି ଦେଶ ବାହାରକୁ ଯିବାକୁ ଚାହିଁଲେ, କିମ୍ବା ସବୁଦିନ ପାଇଁ ଦେଶ ଛାଡ଼ିବାକୁ ଚେଷ୍ଟା କଲେ ତାଲିବାନଙ୍କ ଅନୁମତି ନେବାକୁ ପଡ଼ିବ । ବର୍ତ୍ତମାନ ଆଫଗାନିସ୍ତାନ ଉପରେ ତାଲିବାନର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରହିଛି ।

New Covid Variant 'C.1.2' Detected In South Africa
କରୋନାର ଏହି ନୂଆ ଭାରିଏଣ୍ଟ ବେଶ୍ ଭୟଙ୍କର

ଚିନ୍ତା ବଢ଼ାଇଲା କରୋନାର ନୂଆ ଭାରିଏଣ୍ଟ ସି.୧.୨। ଡେଲଟା ଠାରୁ ବି ଅଧିକ ବିପଦଜନକ ସି.୧.୨।

Taliban Enter Newsroom With Arms, Anchor Forced To Announce ‘All Is Well In Afghanistan’
ନ୍ୟୁଜ ରୁମରେ ପଶିଲେ ତାଲିବାନୀ ସେନା, ବନ୍ଧୁକ ମୁନରେ କରାଇଲେ ଭୟଭୀତ

ନ୍ୟୁଜ ରୁମରେ ପଶିଲେ ତାଲିବାନୀ ସେନା। ବନ୍ଧୁକ ମୁନରେ କରାଇଲେ ଭୟଭୀତ । ଅସ୍ତ୍ରଶସ୍ତ୍ର ଧରି ଷ୍ଟୁଡ଼ିଓରେ ପ୍ରବେଶ କରିଥିଲେ ୮ ଜଣ ସେନା।

‘Military Mission Complete, Diplomacy Now,\' US On Afghanistan
ଆଫଗାନିସ୍ତାନରେ ଅଧୁରା କାମ ପୂରା କରିବ ଆମେରିକା

ଆମେରିକା ପକ୍ଷରୁ ଏହା ବି କୁହାଯାଇଛି ଯେ, ଆଫଗାନିସ୍ତାନ ମାଟି ଛାଡ଼ି ଯାଇଥିଲେ ମଧ୍ୟ ଆମେରିକା ତାହାରା ଅଧୁରା କାମ ପୂରା କରିବ ।

Will Odisha Govt Allow Full VGF For New International Flights Question
ଭୁବନେଶ୍ୱରରୁ ବିଦେଶର ୭ ସହରକୁ ଉଡିବ ତ ବିମାନ ?

ଭୁବନେଶ୍ୱରରୁ ବିଦେଶର ୭ ସହରକୁ ବିମାନ ଉଡ଼ାଣ ନେଇ କେନ୍ଦ୍ରର ସୁନେଲୀ ସ୍ୱପ୍ନ। ଭିଜିଏଫ୍ ଜରିଆରେ ବିମାନ ଚଳାଚଳ ଲାଗି ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କ ପ୍ରସ୍ତାବ। କେତେ ଦୂର ଏହା ସତ ହେବ?

Social Media Giants Banned Taliban Accounts
ତାଲିବାନକୁ ମନା ସୋସିଆଲ୍ ମିଡିଆ, କଟକଣା ଲଗାଇଛି ଫେସବୁକ୍ ଓ ୟୁଟ୍ୟୁବ

ଆତଙ୍କୀ ସଂଗଠନ ସୋସିଆଲ ମିଡିଆ ସହାୟତାରେ ଯେମିତି ନିଜ ପ୍ରୋପାଗାଣ୍ଡା ଚଳାଇ ନପାରିବ, ସେଥିଲାଗି ତତ୍ପର ହୋଇଛନ୍ତି ସୋସିଆଲ ମିଡିଆ ପ୍ଲାଟଫର୍ମ । ଫେସବୁକ୍, ଟ୍ୱିଟର, ଇନଷ୍ଟାଗ୍ରାମ ଓ ୟୁଟ୍ୟୁବ୍ ତାଲିବାନ ବିରୋଧରେ ଗ୍ରହଣ କରିଛନ୍ତି କଡ଼ା ଆଭିମୁଖ୍ୟ ।

Afghan Crisis
ଆତଙ୍କବାଦ ମୁକାବିଲା ପାଇଁ ପ୍ରସ୍ତୁତ ଅଛି ଭାରତ

ଆଫଗାନିସ୍ତାନ ପ୍ରସଙ୍ଗରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷଙ୍କ ପ୍ରତିକ୍ରିୟା । ଆତଙ୍କବାଦ ମୁକାବିଲା ପାଇଁ ଭାରତ ପ୍ରସ୍ତୁତ ଅଛି ବୋଲି କହିଛନ୍ତି । ପାକିସ୍ତାନ ଆତଙ୍କବାଦୀଙ୍କୁ ସମର୍ଥନ କରି ସେଠି ଅସ୍ଥିରତା ସୃଷ୍ଟି କରିବା ସହ ସାରା ବିଶ୍ୱକୁ ପ୍ରଭାବିତ କରୁଛି।

Tara Prasad Bahinipati
କୌଣସି ପରିସ୍ଥିତିରେ ଦଳ ନ ଛାଡିବାର ପ୍ରତିସ୍ତୃତି ଦେଲେ ତାରା

ବଡ ବୟାନ ଦେଲେ କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ତାରା ପ୍ରସାଦ ବାହିନୀପତି । କୌଣସି ପରିସ୍ଥିତିରେ ଦଳ ନ ଛାଡିବାର ପ୍ରତିସ୍ତୃତି ଦେଲେ ତାରା।

Manabavad Sangathan
ମାନବବାଦ ସଙ୍ଗଠନର ଫିଟୁଛି ଗୁମର

ମାନବବାଦ ସଙ୍ଗଠନ ନାଁରେ ଗୋଟିଏ ପରେ ଗୋଟିଏ ଗୁମର ଫିଟିବାରେ ଲାଗିଛି । ମାନବବାଦ ସଙ୍ଗଠନର ଅତ୍ୟାଚାରରେ ପ୍ରାୟ ୮ ବର୍ଷ ହେଲା ଗାଁ ଛାଡି ୬ ପରିବାର ଜଙ୍ଗଲରେ ରହୁଛନ୍ତି । ଖୋର୍ଦ୍ଧା ସଦର ଥାନା ଡାଳତୋଳା ଆଦିବାସୀ ସାହିରୁ ଏଭଳି ଅଭିଯୋଗ ଆସିଛି ।

ATM Robbery
କେମିତି କରୁଥିଲେ ଏଟିଏମ୍‌ ଲୁଟ୍‌, ଡେମୋ ଦେଖାଇଲେ ଲୁଟେରା

କେମିତି କରୁଥିଲେ ଏଟିଏମ୍‌ ଲୁଟ୍‌, ଡେମୋ ଦେଖାଇଲେ ଲୁଟେରା । ଅଭିଯୁକ୍ତଙ୍କୁ ଧରି ଡେମୋ କରୁଛି କମିଶନରେଟ୍ ପୋଲିସ । କେଉଁଠି ରଖିଛନ୍ତି ଲୁଟ୍ ଟଙ୍କା । ପଚରାଉଚରା କଲା ପୋଲିସ ।

JNU Proffesor
ଆଫ୍‌ଗାନରେ ଆମେରିକା ସୈନ୍ୟଙ୍କ ଶେଷ ଦିନ

ଆଫ୍‌ଗାନରେ ଆମେରିକା ସୈନ୍ୟଙ୍କ ଶେଷ ଦିନ । ଆମେରିକା ଦେଇଥିବା ପ୍ରତିଶ୍ରୁତି ମୁତାବକ କାଲି ହେଉଛି ଉଦ୍ଧାର କାର୍ଯ୍ୟର ଶେଷ ଦିନ । ଏହି ସମୟସୀମାକୁ ବୃଦ୍ଧି କରିପାରେ ଆମେରିକା ବୋଲି JNU ର ପ୍ରଫେସର୍ ଅଶ୍ୱିନୀ କୁମାର ମହାପାତ୍ର ଆଶା କରୁଛନ୍ତି।