ପୂରା ଆଫଗାନିସ୍ତାନ ଦଖଲ ପରେ ଜାରି ରହିଛି ତାଲିବାନର ବର୍ବରତା। କେତେବେଳେ ବନ୍ଧୁକ ମୁନ ତ କେତେବେଳେ ତଣ୍ଟି କାଟି ଅତି ନିର୍ମମ ଭାବେ କରୁଛନ୍ତି ହତ୍ୟା। କାର୍ଟୁନିଷ୍ଟ ଖାସା ଜ୍ୱାନଙ୍କ ତଣ୍ଟି କାଟି ଏବଂ ଗୁଳି କରି ଅତି ବୀଭତ୍ସ ଭାବେ ହତ୍ୟା କରିଥିବା ଭିଡିଓ କିଛି ଦିନ ପୂର୍ବରୁ ଭାଇରାଲ୍ ହୋଇଥିଲା । ଏହାପରେ ସମାନ ଷ୍ଟାଇଲରେ ଆଫଗାନିସ୍ତାନର ଜଣେ ସଙ୍ଗୀତଜ୍ଞଙ୍କୁ ମଧ୍ୟ ହତ୍ୟା କରିଛନ୍ତି ।
Published: Pramod Behera
Last updated: 31 August 2021, 02:20 PM IST
ଆଫଗାନିସ୍ତାନ ପ୍ରସଙ୍ଗରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷଙ୍କ ପ୍ରତିକ୍ରିୟା । ଆତଙ୍କବାଦ ମୁକାବିଲା ପାଇଁ ଭାରତ ପ୍ରସ୍ତୁତ ଅଛି ବୋଲି କହିଛନ୍ତି । ପାକିସ୍ତାନ ଆତଙ୍କବାଦୀଙ୍କୁ ସମର୍ଥନ କରି ସେଠି ଅସ୍ଥିରତା ସୃଷ୍ଟି କରିବା ସହ ସାରା ବିଶ୍ୱକୁ ପ୍ରଭାବିତ କରୁଛି।