• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

Odisha Amends Gram Panchayat Election Rules
ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବାଟ ଫିଟିଲା!

ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବାଟ ଫିଟିଲା! ଓଡ଼ିଶା ପଞ୍ଚାୟତ ଆଇନ ସଂଶୋଧନ ପ୍ରସ୍ତାବ ଅନୁମୋଦନ ପାଇଥିବା ସୂଚନା। ଜିଲ୍ଲା ପରିଷଦ ଆଇନ ଓ ସମିତି ସଭ୍ୟ ଆଇନ ସଂଶୋଧନ ପ୍ରସ୍ତାବକୁ ମଧ୍ୟ ଅନୁମୋଦନ ମିଳିଥିବା ସୂଚନା।

Odisha Publishes Notification For Electric Vehicle Policy-2021
ପ୍ରକାଶ ପାଇଲା ଇ-ଭେଇକିଲ ବିଜ୍ଞପ୍ତି

ଇ-ଭେଇକିଲ ନୀତି ୨୦୨୧କୁ ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି। ରାଜ୍ୟ ପରିବହନ ବିଭାଗ ତରଫରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ।

Paralakhemundi ACF Death Case | CB To Record Statement Of Victim's Wife
ଆଜି ବିଦ୍ୟାଭାରତୀଙ୍କୁ ଜେରା

ACF ସୌମ୍ୟରଂଜନ ମୃତ୍ୟୁ ମାମଲାରେ ଆଜି ବିଦ୍ୟାଭାରତୀଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚ। ବିଭିନ୍ନ ପ୍ରଶ୍ନର ଉତ୍ତର ଖୋଜିବ ତଦନ୍ତକାରୀ ଟିମ୍।

India-England 4th Test Change In Indian Team Combination On Cards
ଆଜିଠୁ ଇଣ୍ଡିଆ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ

ଆଜିଠୁ ଇଣ୍ଡିଆ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ। ଓଭାଲରେ ଖେଳାଯିବ ସିରିଜର ଚତୁର୍ଥ ମ୍ୟାଚ। ଚୂଡ଼ାନ୍ତ ଏକାଦଶରୁ ବାଦ୍ ପଡ଼ିପାରନ୍ତି ଇଶାନ୍ତ ଶର୍ମା।

Kashmir Separatist Leader Syed Ali Shah Geelani Passes Away At 92
ବିଚ୍ଛିନ୍ନତାବାଦୀ ନେତା ଗିଲାନୀଙ୍କ ପରଲୋକ

ଜାମ୍ମୁ ଓ କାଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ଗିଲାନୀଙ୍କ ପରଲୋକ। ୯୨ ବର୍ଷ ବୟସରେ ସୟଦ ଅଲ୍ଲି ଶାହା ଗିଲାନୀଙ୍କ ପରଲୋକ। ସୁରକ୍ଷା ଦୃଷ୍ଟିରୁ କାଶ୍ମୀରରେ ଇଣ୍ଟରନେଟ ସେବା ବନ୍ଦ।

Odisha Plus 2 Offline Exam Application Process To Begin On Sept 3
ମାର୍କ ବଢ଼ାଇବାର ଶେଷ ସୁଯୋଗ

ଆସନ୍ତାକାଲିଠୁ ପ୍ଲସ୍ ଟୁ ଅଫଲାଇନ୍ ପରୀକ୍ଷାର ଆବେଦନ। ୭ ତାରିଖ ହେଉଛି ଆବେଦନର ଶେଷ ଦିନ।

Medicines Dumped
ଲୋକଙ୍କୁ ମିଳୁନି, ରାସ୍ତାରେ ଫିଙ୍ଗା ଯାଉଛି ଔଷଧ

ଲୋକଙ୍କୁ ମିଳୁନି, ରାସ୍ତାରେ ଫିଙ୍ଗା ଯାଉଛି ଔଷଧ । ବହୁ ପରିମାଣର ଦରକାରୀ ଔଷଧ ଫୋପାଡ଼ି ଦିଆଯାଇଛି । ତେବେ ରୋଗୀଙ୍କୁ ଔଷଧ ନଦିଆଯାଇ ଫୋପାଡ଼ା ଗଲା କାହିଁକି ବୋଲି ଉଠିଲା ପ୍ରଶ୍ନ ?

Bank Loot
ଲୋକାଲ ଟୋକା ଲୁଟେରାକୁ ଧରିଲେ, ବହେ ଛେଚିଲେ

ଖେଳଣା ବନ୍ଧୁକରେ ବ୍ୟାଙ୍କ ଲୁଟ୍ ଖେଳ ଖତମ୍ । ୪୫ ମିନିଟ୍ ଧରି ଲୁଟ୍ ଅପରେସନର ଟେର ପାଇଲାନି ପୋଲିସ୍ । ହେଲେ ସ୍ଥାନୀୟ ଅଞ୍ଚଳର ୭ ଯୁବକ ଲୁଟେରାକୁ କାବୁ କଲେ, ବହେ ଛେଚିଲେ ।

New Born Baby Rescued
ବ୍ୟାଗ ଭିତରେ ନବଜାତ ପୁତ୍ର ସନ୍ତାନ

ବ୍ୟାଗ ଭିତରେ ନବଜାତ ପୁତ୍ର ସନ୍ତାନ। ରେଳ ଷ୍ଟେସନ ନିକଟ ବ୍ରିଜ ତଳୁ ଉଦ୍ଧାର କଲେ ସ୍ଥାନୀୟ ମହିଳା। ଶିଶୁପୁତ୍ରକୁ କେହି ବ୍ୟାଗରେ ପୂରାଇ ଫିଙ୍ଗି ଦେଇଥିବା ସନ୍ଦେହ।

BJD protest
ସାର ଯୋଗାଣରେ ଅବହେଳା ଅଭିଯୋଗ ନେଇ ବିଜୁ କୃଷକ ଜନତା ଦଳର ପ୍ରତିବାଦ

ସାର ଯୋଗାଣରେ ଅବହେଳା ଅଭିଯୋଗ ନେଇ ବିଜୁ କୃଷକ ଜନତା ଦଳର ପ୍ରତିବାଦ। ରାଜଭବନ ଆଗରେ ବିଜୁ କୃଷକ ଜନତା ଦଳର କେନ୍ଦ୍ର କରୁଥିବା ଅବହେଳା ଅଭିଯୋଗରେ ବିକ୍ଷୋଭ।

cuttack murder case
କଟକ ମାଲଗୋଦାମ ଡାଲି ବ୍ୟବସାୟୀ ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତ ଗିରଫ

କଟକ ମାଲଗୋଦାମ ଡାଲି ବ୍ୟବସାୟୀ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଦୀପକ ନାୟକ ଓରଫ୍ ଶଙ୍କର ଗିରଫ। ୨୦୧୪ ରୁ ଫେରାର ଥିବା ବେଳେ କଟକ ଅରବାନ୍ ପୋଲିସ ତାକୁ ଗିରଫ କରିଛି।

ACF Soumya
ସୌମ୍ୟଙ୍କ ବାସଭବନରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ ଟିମ

ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ଯୁବ ACF ସୌମ୍ୟରଂଜନ ମହାପାତ୍ରଙ୍କ ରହସ୍ୟଜନକ ମୃତ୍ୟୁ ମାମଲାର ତଦନ୍ତକୁ ପୁଣି ଜୋରଦାର କରଛି କ୍ରାଇମବ୍ରାଞ୍ଚ। କ୍ରାଇମବ୍ରାଞ୍ଚ ଟିମ୍‌ ବାଲେଶ୍ୱର ଖଇରା ସ୍ଥିତ ସୌମ୍ୟଙ୍କ ବାସଭବନରେ ପହଞ୍ଚିଛି ।

People Wait For Vaccination
ଟୀକା ପାଇଁ ରାତି ଅନିନ୍ଦ୍ରା

ଟୀକାକରଣ କେନ୍ଦ୍ରରେ ମଶରୀ ଟାଣି ଶୋଇଲେ ଲୋକେ । ବାଲେଶ୍ୱର କର୍ମଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଭାବନୀୟ ଦୃଶ୍ୟ । ଟିକାଦାନ କେନ୍ଦ୍ରରେ ଆସି ଡେରା ପକାଇଛନ୍ତି ସ୍ଥାନୀୟ ଲୋକେ । ସକାଳୁ ଆସିବାବେଳେ ଟିକାଗ୍ରହଣ କେନ୍ଦ୍ରରେ ପ୍ରବଳ ଭିଡ଼ ହେଉଥିବାରୁ ଲୋକେ ରାତିରୁ ଆସି ଏଠାରେ ଡେରା ପକାଇଛନ୍ତି । କିଛି ଲୋକ ମଶାରୀ ଟାଙ୍ଗୀ ଟିକାଦାନ କେନ୍ଦ୍ର ବାହାରେ ଶୋଇଛନ୍ତି ।

BJP protest
ସମ୍ବଲପୁର ଜିଲ୍ଲାରେ ବିଜେପିର ବିକ୍ଷୋଭ ପ୍ରଦର୍ଶନ

ଅଘୋଷିତ ବିଦ୍ୟୁତ କାଟ, ବିଲରେ ଅନିୟମିତତା ଭଳି ଦାବିରେ ବିକ୍ଷୋଭ। ଅଇଁଠାପାଲିରେ ଥିବା ଟାଟା ପାୱାର ଅଧୀକ୍ଷଣ ଯନ୍ତ୍ରୀଙ୍କ ଅଫିସ୍ ଘେରାଉ।

ganja siezed
କଦଳୀ ଟ୍ରକରେ ଗଂଜେଇ ଚାଲାଣ

ଉପରେ କଦଳୀ, ଭିତରେ ଗଞ୍ଜେଇ। ଏଭଳି କାଣ୍ତ ଘଟିଛି କୋରାପୁଟର ଜୟପୁର ସହରରେ। କଦଳୀ ଟ୍ରକରେ ଗଂଜେଇ ଭର୍ତ୍ତି ହୋଇ ଯାଉଥିଲା ବେଳେ ଜୟପୁର ଠାରେ ପୋଲିସ ଜବତ କରିଛି।

para athletes
ହାତରେ ପୁଳାଏ ମେଡେଲ୍ ହେଲେବି ଚାକିରି ନାହିଁ।

ହାତରେ ପୁଳାଏ ମେଡେଲ୍ ହେଲେ ବି ଚାକିରି ନାହିଁ । କ୍ରୀଡ଼ା ଓ ଯୁବସେବା ବିଭାଗ ନୟାପଲ୍ଲୀ ଅଫିସ ସାମ୍ନାରେ ଧାରଣା ଦେଇଛନ୍ତି । ସ୍ଥାୟୀ ନିଯୁକ୍ତି ଦାବିକରି ଓଡ଼ିଶା ପାରା ପ୍ଲେୟାର୍ସ ଫୋରମ ପକ୍ଷରୁ ଧାରଣା ଦିଆଯାଇଛି ।

covid19 updates
ରାଜ୍ୟରେ ହ୍ରାସ ପାଉଛି ସଂକ୍ରମଣ : ୨୪ ଘଣ୍ଟାରେ ୬୩୮ ସଂକ୍ରମିତ ଚିହ୍ନଟ

ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମୁଥିଲେ ହେଁ ପିଲାଙ୍କ ସଂକ୍ରମଣ ଚିନ୍ତା ବଢାଉଛି। ରାଜ୍ୟରେ ୨୪ ଘଣ୍ଟାରେ ୬୩୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୩୬୭ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୨୭୧ ।

monsoon session
ଆସନ୍ତାକାଲି ବିଧାନସଭାର ମୌସୁମୀ ଅଧିବେଶନ

କାଲିଠାରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ। ସରକାରଙ୍କୁ ଘେରିବା ପାଇଁ ବିଜେପି -କଂଗ୍ରେସର ଷ୍ଟ୍ରାଟେଜୀ। ଶାସକ ଦଳ ବି ମୁକାବିଲା ପାଇଁ ପ୍ରସ୍ତୁତ।

durga puja
ଦୁର୍ଗାପୂଜା ପାଇଁ ଆଜି କଟକରେ ମାଟି ଉଠାଯିବ

ଦୁର୍ଗାପୂଜା ପାଇଁ ଆଜି କଟକରେ ମାଟି ଉଠାଯିବ। ମୂର୍ତ୍ତିର ଉଚ୍ଚତା ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର। ସେପ୍ଟେମ୍ବର ଗାଇଡଲାଇନ୍ ଉପରେ ଏବେ ସବୁ ପୂଜା କମିଟିର ନଜର।

taliban
ତାଲିବାନର ବର୍ବରତା : କାର୍ଟୁନିଷ୍ଟ ପରି ସଙ୍ଗୀତଜ୍ଞଙ୍କୁ ହତ୍ୟା କଲେ

ପୂରା ଆଫଗାନିସ୍ତାନ ଦଖଲ ପରେ ଜାରି ରହିଛି ତାଲିବାନର ବର୍ବରତା। କେତେବେଳେ ବନ୍ଧୁକ ମୁନ ତ କେତେବେଳେ ତଣ୍ଟି କାଟି ଅତି ନିର୍ମମ ଭାବେ କରୁଛନ୍ତି ହତ୍ୟା।

 AIIMS Bhubaneswar
ସ୍ନେକ୍ ହେଲ୍ପଲାଇନ୍ ଆପ୍ ଓ ୱେବସାଇଟ୍ ଉନ୍ମୋଚିତ

ସ୍ନେକ୍ ହେଲ୍ପଲାଇନ୍ ଆପ୍ ଓ ୱେବସାଇଟ୍ ଉନ୍ମୋଚିତ। ଏହାକୁ ଉନ୍ମୋଚନ କରିଛନ୍ତି ଭୁବନେଶ୍ୱର ଏମ୍ସ ସଭାପତି ଓ ନିର୍ଦ୍ଦେଶିକା। ମଣିଷ-ସାପ ଦ୍ୱନ୍ଦ୍ୱ ପରିଚାଳନାରେ ଦିଗରେ ଶିକ୍ଷାଲାଭ ଦିଗରେ ନୂତନ ପ୍ରୟାସ।

ITBP Search dogs
ଆଇଟିବିପିର ୩ ସନ୍ଧାନୀ କୁକୁର ଭାରତ ଫେରିଲେ

ତାଲିବାନ କବଳିତ କାବୁଲରୁ ଉଦ୍ଧାର ହେଲେ ମାୟା, ବବି ଓ ରୁବି । ଆଇଟିବିପିର ୩ ସନ୍ଧାନୀ କୁକୁର ବିଦେଶ ମାଟିରେ ଭାରତ ପାଇଁ ୩ ବର୍ଷ ଧରି କାମ କରୁଥିବା । ଏହି ତିନି ସନ୍ଧାନୀ କୁକୁରଙ୍କୁ ଭାରତ ଫେରାଇ ଆଣିଛନ୍ତି । କେନ୍ଦ୍ର ସରକାର ଭାରତୀୟ ବାୟୁସେନା ବିମାନ ସି-୧୭ ଗ୍ଲୋବ ମାଷ୍ଟରରେ କିଛି ଭାରତୀୟଙ୍କ ସହ ମାୟା, ବବି ଓ ରୁବିଙ୍କୁ ଏୟାରଲିଫ୍ଟ କରାଯାଇ ଗୁଜରାଟର ଜାମନଗର ଏୟାରଫୋର୍ସ ଷ୍ଟସେନକୁ ଅଣାଯାଇଛି ।

20-Year Military Presence In Afghanistan Ends
ଦୀର୍ଘ ଦୁଇ ଦଶନ୍ଧି ପରେ ଆଫଗାନ୍ ମାଟି ଛାଡ଼ିଲା ଆମେରିକା।

ଦୀର୍ଘ ଦୁଇ ଦଶନ୍ଧି ପରେ ଆଫଗାନ୍ ମାଟି ଛାଡ଼ିଲା ଆମେରିକା। ବିଳମ୍ବିତ ରାତ୍ରୀରେ ଶେଷ ତିନି ସେନା ବିମାନ ଉଡ଼ାଣ ସହ ଉଦ୍ଧାର ପ୍ରକ୍ରିୟା ଶେଷ। ୧ ଲକ୍ଷ ୨୩ ହଜାର ଜଣଙ୍କୁ ଉଦ୍ଧାର ନେଇ ପେଣ୍ଟାଗନ ପକ୍ଷରୁ ସୂଚନା।

corona virus
କଣ ରହିବ ସେପ୍ଟେମ୍ବର ଗାଇଡଲାଇନ୍ ?

ଆଜି ସରୁଛି ଅଗଷ୍ଟ ଗାଇଡଲାଇନ। ସେପ୍ଟେମ୍ବର ପାଇଁ ଆଜି ଜାରି ହେବ ନୂଆ ନିର୍ଦ୍ଦେଶାବଳୀ । ପାର୍ବଣ ଋତୁ ସହ ବଢୁଥିବା ଶିଶୁ ସଂକ୍ରମଣକୁ ଦେଖି ହୋଇପାରେ ନିଷ୍ପତ୍ତି ।

Taliban Blank Fires After US Military Leaves Kabul
ଆମେରିକା ସୈନ୍ୟ ଏୟାରପୋର୍ଟ ଛାଡ଼ିବା ମାତ୍ରେ ବ୍ଲାଙ୍କ୍ ଫାୟାର କରି ସେଲିବ୍ରେସନ୍ କଲେ ତାଲିବାନୀ ।

ବିଳମ୍ବିତ ରାତ୍ରିରେ ଦୀର୍ଘ ସମୟ ଧରି ତାଲିବାନଙ୍କ ଏପରି କାର୍ଯ୍ୟକଳାପ ଦେଖିବାକୁ ମିଳିଥିଲା । କାବୁଲ ଛାଡିବା ପରେ ତାଲିବାନ କାବୁଲ ବିମାନବନ୍ଦରକୁ ନିଜ ଦଖଲ ନେଇଛି । ଅର୍ଥାତ୍ ବର୍ତ୍ତମାନ କେହି ବି ଦେଶ ବାହାରକୁ ଯିବାକୁ ଚାହିଁଲେ, କିମ୍ବା ସବୁଦିନ ପାଇଁ ଦେଶ ଛାଡ଼ିବାକୁ ଚେଷ୍ଟା କଲେ ତାଲିବାନଙ୍କ ଅନୁମତି ନେବାକୁ ପଡ଼ିବ । ବର୍ତ୍ତମାନ ଆଫଗାନିସ୍ତାନ ଉପରେ ତାଲିବାନର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରହିଛି ।