ପୋଲିସ ଗୁଳିରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦରର ମୃତ୍ୟୁ ପରେ ଏବେ ପ୍ରଶ୍ନ, କଣ ହେବ ତା ନାଁରେ ବିଭିନ୍ନ ଥାନାରେ ଥିବା ଏକାଧିକ ଅପରାଧିକ ମାମଲାର ଭବିଷ୍ୟତ? ଶେଖ୍ ଚୁନା ହତ୍ୟାକାଣ୍ଡ ହେଉ କି ବହୁଚର୍ଚ୍ଚିତ କେନ୍ଦୁଝରର ଖଣି ବ୍ୟବସାୟୀ ରଶ୍ମିରଞ୍ଜନ ମହାପାତ୍ରଙ୍କୁ ଅପହରଣ ଓ ହତ୍ୟା ମାମଲା ଅବା ଏସସିବି ମେଡିକାଲରୁ ସୁରକ୍ଷାକର୍ମୀଙ୍କୁ ଚକମା ଦେଇ ଚମ୍ପଟ ମାରିବା ଘଟଣା
କ୍ୟାପିଟାଲ ହାଇସ୍କୁଲରେ ଅଭାବନୀୟ ଘଟଣା । ଦଶମ ଶ୍ରେଣୀର ଅଫଲାଇନ୍ ପରୀକ୍ଷା ଫର୍ମପୂରଣ ନହୋଇପାରିବାରୁ ମାଆ ଓ ପୁଅଙ୍କ ଆତ୍ମହତ୍ୟା ଉଦ୍ୟମ । ୟୁନିଟ ୯ ଅଞ୍ଚଳର ଛାତ୍ର ଇମ୍ରାନ୍ ଖାନ୍ ଏବଂ ତାଙ୍କ ମା’ ଏଭଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ।
ଅଧଘଣ୍ଟାଏରୁ ଅଧିକ ସମୟ ଧରି ସେମାନେ ମାଷ୍ଟର କ୍ୟାଣ୍ଟିନ୍ ଛକରେ ଆତଙ୍କରାଜ ଚଳାଇଥିଲେ। ଆଉ ତା’ପରେ ସେଠାରୁ ଚମ୍ପଟ ମାରିଲେ। ୨୦ ମିଟର୍ ଦୂରରେ ଆଉଟ୍ପୋଷ୍ଟ ଥିବା ସୱେ ପୋଲିସ ଜାଣିପାରିଲାନି କେମିତି।
ବର ପକ୍ଷରୁ ଦାବି ମୁତାବକ ଯାନି ଯୌତୁକ ସହ ଆସବାବପତ୍ର ଦିଆଯାଇଥିଲା। କିନ୍ତୁ ବାକି ରହିଯାଇଥିଲା ବୁଲେଟ। ବୁଲେଟ ଆଣିବା ପାଇଁ ବୋହୂ ଉପରେ ଶାଶୂଘର ଲୋକେ ବାରମ୍ବାର ଚାପ ପକାଉଥିଲେ।
ମା’ କୋଳରୁ ଛଡ଼ାଇ ନେଉଥିଲେ ଶିଶୁଙ୍କୁ। ପଇସା ଲୋଭରେ ବିକି ଦେଉଥିଲେ ରାଜ୍ୟ ବାହାରେ। କିଛି ଧନୀଶ୍ରେଣୀର ମହିଳା ଚଳାଉଥିଲେ ଏହି ରାକେଟ।
ଜଣେ କି ଦୁଇ ଜଣଙ୍କୁ ନୁହେଁ, ମରଣାନ୍ତକ ଆକ୍ରମଣ ହୋଇଛି ତିନି ତିନି ଜଣଙ୍କୁ। ସମୁଦାୟ ୫ ଜଣଙ୍କୁ ହମଲା ହୋଇଛି। ସମୟ ପ୍ରାୟ ଦିନ ୨ଟା ହେବ, ୧୦ରୁ ୧୨ଜଣ ମାଡ଼ିଆସି ଏଭଳି ହାଣିଚାଲିଥିଲେ ଜଣଙ୍କ ପରେ ଜଣଙ୍କୁ। ଲୋକ ଦେଖୁଛନ୍ତି, ଭୟରେ ଥରୁଛନ୍ତି କିନ୍ତୁ ଛଡ଼ାଇବାକୁ ବୋଧୁହୁଏ ସାହାସ କରିପାରୁନଥିଲେ କେହି।
ଅପରାହ୍ନ ପ୍ରାୟ ୩ଟା ୨୦ ମିନିଟ୍ ସମୟରେ ସିମୁଳିଆ ପାଖାପାଖି ଏକ ସ୍ଥାନରେ ପରିସ୍ରା ଯିବାକୁ କହି ଗାଡ଼ି ଅଟକାଇବାକୁ ହାଇଦର କହିଥିଲା। ହେଲେ ସୁରକ୍ଷା ଦୃଷ୍ଟିରୁ ମନା କରାଯାଇଥିଲା କିନ୍ତୁ ସେ ମଧୁମେହ ରୋଗୀ ହୋଇଥିବା ଦର୍ଶାଇ ବିରକ୍ତି ପ୍ରକାଶ କରିବାରୁ ସିମୁଳିଆ ହନୁମାନ ମନ୍ଦିର ନିକଟ ଡାଇଭରସନ୍ରେ ଗାଡ଼ି ରଖି ତାକୁ ସୁରକ୍ଷାକର୍ମୀ ପରିସ୍ରା ପାଇଁ ଗାଡ଼ିରୁ ଓହ୍ଲାଇଥିଲେ।
କିଛି ଦିନର ବିରତି ପରେ ରାଜଧାନୀ ଭୁବନେଶ୍ୱରରେ ଅପରାଧର ସୀମା ଟପିଛି। କିଛି ମାସ ତଳେ ବାପୁଜୀ ନଗରରେ ଜଣେ ଯୁବକଙ୍କୁ ହତ୍ୟା କରିଥିଲା ଆଉ ଜଣେ ଯୁବକ। ସେହିପରି ଗତ ବର୍ଷ ଅକ୍ଟୋବରରେ ଭୁବନେଶ୍ୱର ସାମନ୍ତରାପୁରରେ ହୋଇଥିବା ହତ୍ୟାକାଣ୍ଡ ଚର୍ଚ୍ଚାର ବିଷୟ ହୋଇଥିଲା।
ସୌମ୍ୟରଞ୍ଜନ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରି ଷଡ଼ଯନ୍ତ୍ର ରଚାଯାଇଛି ? ମୃତ୍ୟୁ କେମିତି ଓ କାହିଁକି ହେଲା ? ଏହାର ଉଚିତ ତଦନ୍ତ କରିବା ସହ ନ୍ୟାୟ ମିଳୁ ବୋଲି ସୌମ୍ୟଙ୍କ ପରିବାର ଲୋକେ କହିଛନ୍ତି। ମାମଲାରେ ବର୍ତ୍ତମାନ ବି ତଦନ୍ତ ଜାରି ରହିଛି।
ପୋଲିସ ଗୁଳିରେ କୁଖ୍ୟାତ ଅପରାଧୀ ହାଇଦର ମୃତ୍ୟୁ ଘଟଣାରେ ନିଜ ଆଡୁ ମାମଲା ରୁଜୁ କଲେ ରାଜ୍ୟ ମାନବାଧିକାର କମିଶନ।
ପିଶାଚ ସାଜିଲା ସ୍ୱାମୀ। ଅଗ୍ନିକୁ ସାକ୍ଷୀ ରଖି ସ୍ତ୍ରୀକୁ ସବୁବେଳେ ସୁରକ୍ଷା ଦେବା ପାଇଁ ଶପଥ ନେଇଥିବା ସ୍ୱାମୀ, ଶେଷରେ ସଇତାନ ସାଜି ସ୍ତ୍ରୀକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।
କୁଖ୍ୟାତ ଗ୍ୟାଙ୍ଗଷ୍ଟର୍ ହାଇଦରକୁ ଏନ୍କାଉଣ୍ଟର ପରେ ଘଟଣା ସମ୍ପର୍କରେ ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନାରେ ହାଇଦରକୁ ଏସ୍କର୍ଟ କରି ନେଇଥିବା ଥାନା ଅଧିକାରୀ ଗଙ୍ଗାଧର ଶାସେନି ଏତଲା ଦେଇଛନ୍ତି।
ମାମଲାର ଖୋଳତାଡ଼ ଚାଲିଥିବା ବେଳେ ସାମ୍ନାକୁ ଆସିଛନ୍ତି ଓଡିଆ ଅଭିନେତା ସ୍କେକ୍ସପିୟର ଚ୍ରିପାଠୀ। ୨ ବର୍ଷ ହେବ ସେକ୍ସପିୟର କୁନ୍ଦ୍ରାଙ୍କ ବ୍ୟାନରରେ ସକ୍ରିୟ ଭାବେ କାମ କରୁଥିଲେ। ତେବେ କୁନ୍ଦ୍ରା ଯେଉଁ ମାମଲାରେ ଗିରଫ ହୋଇଛନ୍ତି, ତା ସହ ତାଙ୍କ ଅଭିନୟ କି ଫିଲ୍ମର କୌଣସି ଲିଙ୍କ୍ ନଥିବା କହିଛନ୍ତି ସେକ୍ସପିୟର।
ବାଲେଶ୍ୱର ସିମୁଳିଆର ଏନକାଉଣ୍ଟର ସ୍ପଟରେ ସାଇଣ୍ଟିଫିକ୍ ଟିମ୍ ଓ ପୋଲିସ ପକ୍ଷରୁ ଯାଞ୍ଚ କରାଯାଇଛି। ଏହି ଯାଂଚ ବେଳେ ଘଟଣାସ୍ଥଳରୁ ୨ଟି ଖୋକା ମିଳିଛି। ୧୬ ନମ୍ବର ଜାତୀୟ ରାଜପଥ ଉପରେ ସିମୁଳିଆ କଲେଜ ଡାଇଭର୍ସନ ପାଖରେ ସକାଳୁ ସକାଳୁ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ କରିଥିଲା।
ପୋଲିସ୍ ବିଦ୍ୟାଭାରତୀ ରହୁଥିବା ହଷ୍ଟେଲକୁ ଯାଇଥିଲା। ବିଦ୍ୟାଭାରତୀ ରହୁଥିବା ହଷ୍ଟେଲର ରୁମ୍ ନମ୍ବର-୧କୁ ପୋଲିସ୍ ସିଲ୍ କରିଥିଲା। ହଷ୍ଟେଲର ରୁମ୍ ନମ୍ବର-୧ରେ ତାଲା ପଡ଼ିଥିବାରୁ ରୁମ୍କୁ ସିଲ୍ କରାଯାଇଥିଲା ବୋଲି ପାରଳାଖେମୁଣ୍ଡି IIC ସୂଚନା ଦେଇଛନ୍ତି।
‘ପୁଅ-ବୋହୂ ଗୋଟିଏ ରୁମ୍ରେ ଥିଲେ। ପୁଅ ପୋଡ଼ିଗଲା, ହେଲେ ବୋହୂ କେମିତି ଜାଣିପାରିଲା ନାହିଁ ? ମୁଖ୍ୟ ଆସାମୀ ବୋହୂ। ବୋହୂକୁ ଗିରଫ କରାଗଲା ନାହିଁ କାହିଁକି ?’
ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାର ତଦନ୍ତ ଚାଲି ଥିବାବେଳେ ଏବେ ବିଦ୍ୟାଭାରତୀଙ୍କ ଆଉ ଏକ ହାତଲେଖା ସାମ୍ନାକୁ ଆସିଛି।
ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ରହସ୍ୟଜନକ ମୃତ୍ୟୁ ପଛରେ ପୁଣି ସସ୍ପେନ୍ସ। ଏହି ଘଟଣାରେ ନା ଡିଏଫ୍ଓ ନା ରୋଷେୟା ନା ଓଆଇସି କାହାର ବି ଭୂମିକା ନାହିଁ ବୋଲି ଗଜପତି ଏସ୍ପି କହିଛନ୍ତି।
ଏନ୍କାଉଣ୍ଟରରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦରର ମୃତ୍ୟୁ ପରେ କେନ୍ଦ୍ରାପଡ଼ାରେ ୧୪୪ ଧାରା ଲାଗୁ ହୋଇଛି। ହାଇଦରର ମୃତ୍ୟ ପରେ ନିରାପତ୍ତାକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡ଼ା ସହରରେ ଜିଲ୍ଲାପାଳ ୧୪୪ ଧାରା ଜାରି କରିଛନ୍ତି।
ରାଜଙ୍କ ବିରୋଧରେ ଆସିଥିବା ପର୍ଣ୍ଣ ଫିଲ୍ମ ନିର୍ମାଣ, ପ୍ରସାରଣ ଅଭିଯୋଗ ରାକେଟ୍ ବିଷୟରେ ଶିଳ୍ପା ଅବଗତ ଥିଲେ କି ନାହିଁ, ସେ ସମ୍ପର୍କରେ ତାଙ୍କୁ ଜେରା କରାଯାଇଥିବା ସୂଚନା ମିଳିଛି। ଏପଟେ ଶିଳ୍ପା ରାଜଙ୍କ ଭିଆନ ଇଣ୍ଡଷ୍ଟ୍ରିଜ୍ ନିର୍ଦ୍ଦେଶକ ପଦରୁ କାହିଁକି ଇସ୍ତଫା ଦେଇଥିଲେ ତାର ବି ଯାଞ୍ଚ୍ କରୁଛି।
୨୦୦୫ରେ ଗ୍ୟାଙ୍ଗଷ୍ଟର ସୁଲେମାନର ଭାଇ ଚୁନାକୁ ହତ୍ୟା କରି ଚର୍ଚ୍ଚାକୁ ଆସିଥିଲା ହାଇଦର। ସେହିବର୍ଷ ତାକୁ ନାଗପୁରରୁ ଗିରଫ କରିଥିଲା ପୋଲିସ। ଏହି ମାମଲାରେ ସେ ଆଜୀବନ ସଜ୍ଜା ପାଇଥିଲା। ହେଲେ ଜେଲରେ ରହି ବି ସବୁ ପ୍ରକାର ଅପରାଧ ଚଳାଇବାରେ ସଫଳ ହେଉଥିଲା ହାଇଦର।
ପୋଲିସର ଓ୍ୱାର୍ଣ୍ଣିଂ ନମାନି ଖସି ଯିବାକୁ ଚେଷ୍ଟା କରିବାରୁ ହାଇଦରକୁ ଏନକାଉଣ୍ଟର କରିଥିଲେ ସୁରକ୍ଷାକର୍ମୀ। ଗୁଳି ସିଧା ଯାଇ ହାଇଦରର ପେଟରେ ବାଜିଥିଲା। ହାଇଦରକୁ ଗୋଟିଏ ହିଁ ଗୁଳି କରାଯାଇଥିଲା ବୋଲି କହିଛନ୍ତି ପୋଲିସ କମିଶନର।
ପରିସ୍ରା ଯିବା ବାହାନାରେ ସେ ଖସି ପଳାଇବାକୁ ଉଦ୍ୟମ କରିଥିଲା। ଏହାସହ ସେ ପୋଲିସ୍ ପାଖରେ ଥିବା ବନ୍ଧୁକ ଛଡାଇବାକୁ ଚେଷ୍ଟା କରିଥିଲା। ଏହାପରେ ଜଣେ କନେଷ୍ଟେବଳ ତା ଉପରକୁ ଫାୟାରିଂ କରିଥିଲେ।
ପରିସ୍ରା ଯିବା ବାହାନାରେ ସେ ଖସି ପଳାଇବାକୁ ଉଦ୍ୟମ କରିଥିଲା। ଏହାସହ ସେ ପୋଲିସ୍ ପାଖରେ ଥିବା ବନ୍ଧୁକ ଛଡାଇବାକୁ ଚେଷ୍ଟା କରିଥିଲା। ଯେତେ ୱାର୍ଣ୍ଣିଂ ଦିଆଯାଇଥିଲେ ବି ସେ ମାନି ନଥିଲା।
ଭୁବନେଶ୍ୱର କୁଆଖାଇ ନଦୀ ପଠାରୁ ଅଧାପୋତା ମୃତଦେହ ଉଦ୍ଧାର ଘଟଣାରେ ମୃତ ବ୍ୟକ୍ତିଙ୍କ ପରିଚୟ ଜାଣିବା ପାଇଁ ପୋଲିସ ପୋଷ୍ଟର ଜାରି କରିଛି। ମୃତ ବ୍ୟକ୍ତିଙ୍କୁ ଚିହ୍ନଟ ପାଇଁ ପୋଷ୍ଟରରେ ମୃତକଙ୍କ ମୁହଁ ଓ ଜବତ ହୋଇଥିବା ଅନ୍ୟ ବସ୍ତୁର ଫଟୋ ରହିଛି।