• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

କଟକ ଅନ୍ଦରପୁରରେ ଆବାସ ଯୋଜନାରେ ନିର୍ମିତ ଘରକୁ ବେଆଇନ ଭାବେ ବିକ୍ରି ମାମଲାରେ ପୋଲିସ ତନାଘନା ଚଳାଇଥିବା ବେଳେ ସିଏମ୍ସିକୁ ଭେଟିଛନ୍ତି ପୀଡ଼ିତ ଆପାର୍ଟମେଣ୍ଟରୁ ଉଚ୍ଛେଦ ହୋଇଥିବା ଲୋକେ । ଏ ନେଇ ସିଏମ୍ସିରେ ଅଭିଯୋଗ କରିଛନ୍ତି ଠକେଇର ଶିକାର ହୋଇ ଲକ୍ଷାଧିକ ଟଙ୍କା ହରାଇବା ସହ ଏବେ ସେମାନଙ୍କ ରହିବା ପାଇଁ ଜାଗା ଖଣ୍ଡେ ନଥିବାରୁ ଏ ନେଇ ପଦକ୍ଷେପ ନେବାକୁ ଲୋକେ ଦାବି କରିଛନ୍ତି ।

କଟକ ନଗର କଂଗ୍ରେସ ପକ୍ଷରୁ ମଧ୍ୟ ଏକ ସ୍ମାରକପତ୍ର ସିଏମ୍ସି କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରାଯାଇଛି । ଏହାସହ ସମଗ୍ର ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଦାବି ହୋଇଛି । ଏନେଇ ସିଏମ୍ସି କମିଶନର କହିଛନ୍ତି, ଯିଏ ବି ଦୋଷୀ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଅନ୍ୟପକ୍ଷେ, ମୁଖ୍ୟ ଅଭିଯୁକ୍ତ ରାଜା କରଣର ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାକୁ ଏସ୍ସିବି ମେଡିକାଲରେ ଭର୍ତ୍ତି କରାଯାଇଛି । ୩ ଦିନିଆ ରିମାଣ୍ଡରେ ରାଜା ଆସିଥିବାବେଳେ ହଠାତ ତାର ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଛି ।

ସୂଚନା ଅନୁସାରେ, ରିମାଣ୍ଡର ପ୍ରଥମ ଦିନରେ ପଚରାଉଚରା ପରେ ପୋଲିସକୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି । ରାଜା କେତେ ଜଣଙ୍କ ଠାରୁ ଟଙ୍କା ନେଇଛି, ସେ ଟଙ୍କା କୁଆଡେ ଗଲା ଏଥିରେ ଆଉ କେଉଁମାନେ ସଂପୃକ୍ତି ଅଛନ୍ତି ସେ ବିଷୟରେ ରାଜାକୁ ପୋଲିସ ପଚରାଉଚରା କରିଛି । ଘଟଣାରେ ରାଜା ବିରୋଧରେ ମୋଟ ୫ଟି ମାମଲା ରୁଜୁ କରାଯାଇଛି ।