Advertisment

‘ସୋନାଲି ଓ ତା’ ମା’ ସବୁ ଜାଣି ଚୁପ୍‌ ରହିଲେ, ଗୋଟିଏ ଫୋନ୍‌ କଲ୍‌ରେ ମୋ ପୁଅ ବଞ୍ଚିଥାନ୍ତା’

ସୌମ୍ୟଙ୍କ ପରିବାର ଲୋକ ମଧ୍ୟ ପୁଅର ଆତ୍ମହତ୍ୟା ପଛରେ ସୋନାଲିଙ୍କ ହାତ ଥିବା ଅଭିଯୋଗ କରିଛନ୍ତି। ହେଲେ ପୋଲିସ୍‌ ସୋନାଲିଙ୍କ ବିରୋଧରେ ଏଯାଏ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ।

author-image
Rajalaxmi Sahoo
Soumya Suicide Mystery

Soumya Suicide Mystery

‘ପୁଅ ମରିବାର ୧୧ ଦିନ ହୋଇଗଲାଣି, ତଥାପି ଜଣେ ମା’ର କାନ୍ଦ କ’ଣ ପୋଲିସ୍‌କୁ ଶୁଭୁ ନାହିଁ ? ସୋନାଲିକୁ ଗିରଫ କରିବା ପାଇଁ ଯଥେଷ୍ଟ ପ୍ରମାଣ ରହିଛି। ତଥାପି ପୋଲିସ୍‌ ତାକୁ ଗିରଫ କରୁନାହିଁ। ଆଜିକୁ ୧୧ ଦିନ ହେଲାଣି ମୋ ପୁଅକୁ ନ୍ୟାୟ ମିଳିପାରିଲା ନାହିଁ। କ’ଣ କରୁଛି ପୋଲିସ୍‌ ? ଏଭଳି କିଛି ପ୍ରତିକ୍ରିୟା ରଖିଛନ୍ତି ମୃତ ସୌମ୍ୟ ରଞ୍ଜନ ପାଣିଗ୍ରାହୀଙ୍କ ମା’। 

Advertisment

ପ୍ରେମରେ ଧୋକ୍କା ଖାଇ ରାଜଧାନୀ ଭୁବନେଶ୍ୱରର ଯୁବ ମଡେଲର୍‌ ସୌମ୍ୟ ରଞ୍ଜନ ପାଣିଗ୍ରାହୀ ଶେଷରେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଛନ୍ତି। ତାଙ୍କ ମୃତ୍ୟୁକୁ ୧୧ ଦିନ ବିତି ଯାଇଥିଲେ ସୁଦ୍ଧା ପୋଲିସ୍‌ କୌଣସି କାର୍ଯ୍ୟାନୁଷ୍ଠାନ ଶୂନ୍‌।  ସୌମ୍ୟ ଆତ୍ମହତ୍ୟା କରିବା ପୂର୍ବରୁ ସୁଇସାଇଡ୍‌ ନୋଟ୍‌ ଛାଡ଼ି ଯାଇଛନ୍ତି। ଯେଉଁଥିରେ ତାଙ୍କ ମୃତ୍ୟୁ ପାଇଁ ସେ ପ୍ରେମିକା ସୋନାଲିଙ୍କୁ ଦାୟୀ କରିଛନ୍ତି।

ସୌମ୍ୟଙ୍କ ପରିବାର ଲୋକ ମଧ୍ୟ ପୁଅର ଆତ୍ମହତ୍ୟା ପଛରେ ସୋନାଲିଙ୍କ ହାତ ଥିବା ଅଭିଯୋଗ କରିଛନ୍ତି। ହେଲେ ପୋଲିସ୍‌ ସୋନାଲିଙ୍କ ବିରୋଧରେ ଏଯାଏ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ଯାହାକୁ ନେଇ ସୌମ୍ୟଙ୍କ ପରିବାର ଲୋକ ପୋଲିସ୍‌ ତଦନ୍ତ ପ୍ରକ୍ରିୟାରେ ପ୍ରଶ୍ନ ଉଠାଇବା ସହ ତଦନ୍ତକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। 

Advertisment

ସୌମ୍ୟଙ୍କ ମା’ କହିଛନ୍ତି, ‘କ’ଣ କରୁଛି ପୋଲିସ୍‌ ? କାହିଁକି ତଦନ୍ତ ଅବହେଳା ହେଉଛି ? ମରିବା ପୂର୍ବରୁ ସୌମ୍ୟ ସୋନାଲି ଓ ତାଙ୍କ ମା’ଙ୍କୁ ଫୋନ୍‌ କରିଥିଲେ। ଯଦି ସେମାନେ ଏହି କଥା ମୋତେ ଜଣାଇଥାନ୍ତେ, ତା’ହେଲେ ଆଜି ମୋ ପୁଅ ବଞ୍ଚି ଯାଇଥାନ୍ତା। ତେବେ ସୋନାଲି ସବୁ ଜାଣି ମଧ୍ୟ ମୋତେ କିଛି ଜଣାଇଲା ନାହିଁ। ଉଭୟ ସୋନାଲି ଓ ତାଙ୍କ ମା’ ଦୋଷୀ। ସୌମ୍ୟ ସୁଇସାଇଡ୍‌ ନୋଟ୍‌ରେ ଯାହାସବୁ ଲେଖିଛି, ତାକୁ ଆଧାର କରି ପୋଲିସ୍‌ ସୋନାଲିକୁ ଗିରଫ କରିପାରିଥାନ୍ତେ। ହେଲେ ଏଯାଏ ସୋନାଲିକୁ ଗିରଫ କରାଯାଇ ନାହିଁ। ମୋର କୋଳ ଶୂନ୍ୟ ହୋଇଯାଇଛି। ପୋଲିସ୍‌ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ମୁଁ ଥାନା ସାମ୍ନାରେ ଆତ୍ମାହୁତି ଦେବି।’

ଖବର ଲେଖାଯିବା ସୁଦ୍ଧା ସୌମ୍ୟଙ୍କ ମା’ଙ୍କ ଏହି ଅଭିଯୋଗ ଉପରେ ସୋନାଲି କିମ୍ବା ତାଙ୍କ ମା’ଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

Soumya Suicide Mystery Soumya Ranjan Panigrahi Death Bhubaneswar Sonali Nanda
Advertisment
Advertisment