Advertisment

ମାଓ ବିସ୍ଫୋରଣରେ ପ୍ରାଣ ହରାଇଥିବା ସାମ୍ବାଦିକଙ୍କ ପରିବାର ପାଇଁ ଅନୁକମ୍ପା ରାଶି ଘୋଷଣା

ନକ୍ସଲ ଖଞ୍ଜିଥିବା ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ମୃତ ଯୁବ ସାମ୍ବାଦିକଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା ହୋଇଛି। ମୃତ ସାମ୍ବାଦିକଙ୍କ ପରିବାର ପାଇଁ ୧୩ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

author-image
Prangyan Parimita
ଅଦ୍ୟତନ ହୋଇଛି
death

death

ମୃତ ସାମ୍ବାଦିକଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା । ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ସାମ୍ବାଦିକଙ୍କ ମୃତ୍ୟୁ ଘଟଣାରେ ମୃତ ସାମ୍ବାଦିକଙ୍କ ପରିବାର ଲାଗି ୧୩ ଲକ୍ଷର ଅନୁକମ୍ପା ରାଶି ଘୋଷଣା କରାଯାଇଛି । ୧୩ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ଆଜି ଯୁବ ସାମ୍ୱାଦିକ ରୋହିତ ବିଶ୍ୱାଳଙ୍କ ମୃତ୍ୟୁ ଘଟିଛି ।

Advertisment

ଆଜି କଳାହାଣ୍ଡି ଜିଲ୍ଲାର ମାଓ ଅଧ୍ୟୁଷିତ ମଦନପୁର ରାମପୁର ଅଞ୍ଚଳରେ ଖବର ସଂଗ୍ରହ କରିବାକୁ ଯାଇ ସାମ୍ବାଦିକ ଜଣକ ପ୍ରାଣ ହରାଇଛନ୍ତି । କର୍ଲାଖୁଣ୍ଟା ବ୍ରିଜ୍ ପାଖରେ ମାଓବାଦୀ ମାନେ ପୋଷ୍ଟର ଲଗାଇଥିଲେ । ଏସମ୍ପର୍କିତ ଖବର ସଂଗ୍ରହ କରିବାକୁ ଯାଇଥିଲେ ଦୈନିକ ଖବର କାଗଜ ଧରିତ୍ରୀର ସ୍ଥାନୀୟ ପ୍ରତିନିଧି ରୋହିତ ବିଶ୍ୱାଳ । ମାଓବାଦୀ ଲଗାଇଥିବା ପୋଷ୍ଟର ପାଖରେ ବିସ୍ଫୋରଣ ହୋଇଥିଲା । ଘଟଣାସ୍ଥଳରେ ହିଁ ରୋହିତଙ୍କ ପ୍ରାଣ ଚାଲି ଯାଇଥିଲା ।

ସୂଚନାଯୋଗ୍ୟ ମାଓବାଦୀ ମାନେ ଆଜି ସେହି ସ୍ଥାନରେ ଭୋଟ ବର୍ଜନ କରିବାକୁ ପୋଷ୍ଟର ମାରିଥିଲେ । ସେଠାରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସୀମାନ୍ତ ଅଞ୍ଚଳରେ ଥିବା ପୋଲିସ ସିଆରପିଏଫ କ୍ୟାମ୍ପକୁ ତୁରନ୍ତ ଉଠାଇବା ଦାବି କରିଥିଲେ । ଆସନ୍ତା ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ଆହ୍ଵାନ କରିଥିଲେ । ଏହି ପୋଷ୍ଟର ରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି କେକେବିଏନ ଡିଭିଜନ ବୋଲି ଉଲ୍ଲେଖ ରହିଛି । ତେବେ ମାଓବାଦୀ ତାଙ୍କର ସ୍ଥିତି ଜାହିର ରଖିଥିବା ଏଥିରୁ ସ୍ପଷ୍ଟ ଜଣାଯାଇଛି ।

Advertisment
Journalist Killed
Advertisment
Advertisment