• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପୁଣି ମାଓବାଦୀଙ୍କ ବର୍ବରତା । ମାଓ ପୋଷ୍ଟର ଲାଗିଥିବା ସ୍ଥଳରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ । କନ୍ଧମାଳ ଫିରିଙ୍ଗିଆ ଥାନାର ସାଡ଼ିଙ୍ଗିଆ କିଆମୁଣ୍ଡା ନିକଟରେ ବିସ୍ଫୋରଣ ହୋଇଛି । ମାଓବାଦୀ ମାନେ ଲଗାଇଥିବା ପୋଷ୍ଟର ନିକଟରେ ଏହି ଅଘଟଣ ଘଟିଛି । ମୃତ ଯୁବକ ଜଣକ ହେଉଛନ୍ତି କିଆମୁଣ୍ଡା ଗାଁର ପ୍ରିୟରଞ୍ଜନ କହଁର, ବୟସ ପ୍ରାୟ ୨୦ ବର୍ଷ । ଗତକାଲି ସେହି ସ୍ଥାନରେ ମାଓବାଦୀ ମାନେ ପୋଷ୍ଟର ଲଗାଇବା ସହ ଜେସିବିକୁ ପୋଡ଼ି ଦେଇଥିଲେ ।

ପଞ୍ଚାୟତ ନିର୍ବାଚନକୁ ବର୍ଜନ ଓ ସ୍ଥାନୀୟ ଅଞ୍ଚଳରେ ଉନ୍ନୟନ କାମକୁ ବିରୋଧ କରି ନିକଟସ୍ଥ ବିଭିନ୍ନ ସ୍ଥାନରେ ମାଓବାଦୀ ପୋଷ୍ଟର ଲଗାଇଥିଲେ । ଆଜି ସେହି ବ୍ୟାନର ନିକଟରେ ଲ୍ୟାଣ୍ଡମାଇନ ବିସ୍ପୋରଣ ଘଟି ଯୁବକଙ୍କ ମୃତ୍ୟୁ ହୋଇଛି । ଘଟଣା ପୁଣି ଥରେ ମାଓବାଦୀଙ୍କ ନରସଂହାର ଉର୍ଦ୍ଦେଶ୍ୟକୁ ପଦାରେ ପକାଇଛି । ତେବେ ଘଟଣା ସ୍ଥଳରେ ବର୍ତ୍ତମାନ ସୁଦ୍ଧା ପୋଲିସ ପହଞ୍ଚିନଥିବା ବେଳେ କିଆମୁଣ୍ଡା ଗ୍ରାମରେ ଭୟର ବାତାବରଣ ରହିଛି ।

ଗତ ସପ୍ତାହରେ କଳାହାଣ୍ଡିରେ ମାଓ ପୋଷ୍ଟର ନିକଟରେ ଲ୍ୟାଣ୍ଡ ମାଇନ୍ ବିସ୍ଫୋରଣ ଘଟି ସାମ୍ବାଦିକ ରୋହିତ ବିଶ୍ୱାଳଙ୍କ ମୃତ୍ୟୁ ହୋଇଥିଲା । କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଅଞ୍ଚଳରେ ଏପରି ହୃଦୟ ବିଦାରକ ଘଟଣା ଘଟିଥିଲା । ୫ ‍ଫେବୃଆରୀ ଦିନ ପ୍ରାୟ ସାଢ଼େ ୧୧ଟା ଏମ୍. ରାମପୁର ଥାନା କର୍ଲାଖୁଣ୍ଟା ଦୁଲେନ ବ୍ରିଜ ପାଖରେ ମାଓବାଦୀ ଲଗାଇଥିବା ପୋଷ୍ଟର ଓ ବ୍ୟାନର ସମ୍ପର୍କରେ ଖବର ସଂଗ୍ରହ ଏକ ପ୍ରମୁଖ ଦୈନିକ ଓଡିଆ ସମ୍ବାଦପତ୍ରର ସ୍ଥାନୀୟ ରିପୋର୍ଟର ପାଇଁ ଯାଇଥିଲେ ।

ରୋହିତ ବିଶ୍ୱାଳ ମୋଟର ସାଇକେଲରେ ଆସି ପୋଷ୍ଟର ପଢ଼ିବାକୁ ଗଛ ପାଖକୁ ଯାଇଥିଲେ । ପୋଷ୍ଟରରେ ଛୋଟ ଛୋଟ ଅକ୍ଷରରେ କଣ ସବୁ ଲେଖାଅଛି ତାହା ପଢ଼ିବାକୁ ଓ ଫଟୋ ଉଠାଇବାକୁ ଗଛର ଅତି ନିକଟତର ହେବାବେଳେ ପୂର୍ବରୁ ମାଓବାଦୀ ଖଞ୍ଜିଥିବା ଲ୍ୟାଣ୍ଡମାଇନ୍ ଉପରେ ଗୋଡ଼ ପଡ଼ିଯାଇଥିଲା । ଆଖି ପିଛୁଳାକେ ଘଟିଥିଲା ବିସ୍ଫୋରଣ । କ୍ଷତବିକ୍ଷତ ହୋଇ ଛିଟିକି ପଡିଥିଲେ ରୋହିତ ।

ଫୁଲବାଣୀରୁ ତ୍ରିନାଥ ସାହୁଙ୍କ ରିପୋର୍ଟ