/odishatv-khabar/media/post_attachments/uploadimage/library/16_9/16_9_0/IMAGE_1644068782.jpg)
Liquor Destroyed , Odisha
ରାଜାଧାନୀର ସାଲିଆ ସାହିରେ ଦେଶୀ ମଦର ବନ୍ୟା । ରାସ୍ତା ଉପରେ ଭାସୁଛି ମଦ । ସାଲିଆସାହିରେ ଦେଶୀମଦ ବେପାର ଚାଲିଥିବା ଖବର ପାଇ ପୋଲିସ ଓ ଅବକାରୀ ବିଭାଗର ଚଢାଉ ପରେ ରାସ୍ତା ଉରେ ଢାଳି ଦିଆଇଥିବା ଦେଖିବାକୁ ମିଳିଛି। କମିଶନରେଟ ପୋଲିସର ତିନୋଟି ସ୍ୱତନ୍ତ୍ର ଟିମ୍ ଚଢାଉ ବେଳେ ୧୦ ହଜାର ଲିଟରରୁ ଅଧିକ ପୋଚ ନଷ୍ଟ କରିଛନ୍ତି । ଏଥିସହ ୧୫ରୁ ଅଧିକ ଦେଶି ମଦ ତିଆରି କାରଖାନା ଭାଙ୍ଗିଛନ୍ତି ।
Advertisment
ଚଢାଉରେ ୩ ପ୍ଲାଟୁନ ଫୋର୍ସ ସହ ମଞ୍ଚେଶ୍ୱର, ସହିଦନଗର ଓ ନୟାପଲ୍ଲୀ ପୋଲିସ ସାମିଲ ହୋଇଥିଲା। ଆଜି ସଦଳବଳେ ପୋଲିସ ଫୋର୍ସ ସାଲିଆସାହି ବସ୍ତିରେ ପଶିଥିଲା । ପୋଲିସକୁ ଦେଖି ଛତ୍ରଭଙ୍ଗ ଦେବାକୁ ଉଦ୍ୟମ କରିଥିଲେ ଦେଶି ମଦ ରନ୍ଧାଳୀ। ପୋଲିସ ଘଟଣାସ୍ଥଳରୁ ୬ ଜଣଙ୍କୁ ଗିରଫ କରିବା ସହ ମଦ ପ୍ରସ୍ତୁତ ସରଞ୍ଜାମ ଜବତ କରିଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)