Advertisment

ନିର୍ବାଚନୀ ମାହୋଲ ଭିତରେ ପୁଣି ସତେଜ ମମିତା ତାତି

ପୋଲିସ ହାତରେ ଆଉ ସପ୍ତାହେ ଥିବା ବେଳେ ଏ ପର୍ଯ୍ୟନ୍ତ ଚାର୍ଜସିଟ ଦାଖଲ ହୋଇନାହିଁ, ଯାହାକୁ ନେଇ ବିରୋଧୀ ତୁମ୍ବି ତୋଫାନ କରୁଛନ୍ତି । ଏପରିକି ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ଘଣ୍ଟ ଘୋଡାଉଥିବାର ଅଭିଯୋଗ ମଧ୍ୟ କରୁଛନ୍ତି ।

author-image
Prangyan Parimita
ଅଦ୍ୟତନ ହୋଇଛି
mamita meher

mamita meher

ପଂଚାୟତ ନିର୍ବାଚନର ଗରମ ମାହୋଲ ଭିତରେ ପୁଣି ଥରେ ସତେଜ ହୋଇଛି ମମିତା ମେହେର ତାତି । ମମିତାଙ୍କ ହତ୍ୟାକାଣ୍ଡକୁ ୪ ମାସ ପୂରିଛି । ଗତ ଅକ୍ଟୋବର ୮ ତାରିଖରେ ମମିତା ମେହେରଙ୍କୁ ଅପହରଣ କରି ହତ୍ୟା କରିଥିଲା ଅଭିଯୁକ୍ତ ଗୋବିନ୍ଦ ସାହୁ । ଅକ୍ଟୋବର ୧୫ ତାରିଖରେ ପୋଲିସ ଗୋବିନ୍ଦକୁ ଗିରଫ କରିଥିଲା । ନିୟମ ମୁତାବକ ଗିରଫର ୧୨୦ ଦିନ ଭିତରେ ପୋଲିସ କୋର୍ଟରେ ଚାର୍ଜସିଟ ଦାଖଲ କରିବା କରିବା କଥା ।

Advertisment

ପୋଲିସ ହାତରେ ଆଉ ସପ୍ତାହେ ଥିବା ବେଳେ ଏ ପର୍ଯ୍ୟନ୍ତ ଚାର୍ଜସିଟ ଦାଖଲ ହୋଇନାହିଁ, ଯାହାକୁ ନେଇ ବିରୋଧୀ ତୁମ୍ବି ତୋଫାନ କରୁଛନ୍ତି । ଏପରିକି ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ଘଣ୍ଟ ଘୋଡାଉଥିବାର ଅଭିଯୋଗ ମଧ୍ୟ କରୁଛନ୍ତି । ସେପଟେ ଏ ପଯର୍ଯ୍ୟନ୍ତ ମମିତା ମେହେରଙ୍କ ପେନ ଡ୍ରାଇଭ ଓ ମୋବାଇଲ ଫୋନ ପୋଲିସ ହାତରେ ଲାଗିନଥିବାରୁ ନ୍ୟାୟ ମିଳିବ ନା ନାହିଁ,ତାକୁ ନେଇ ଦ୍ୱନ୍ଦରେ ଅଛନ୍ତି ମମିତାଙ୍କ ପରିବାର ଲୋକେ ।

ଗତକାଲି ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାକୁ ୪ ମାସ ବିତିଯାଇଥିଲେ ବି ରାଜ୍ୟ ସରକାରଙ୍କ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିବାରୁ ଏହାର ପ୍ରତିବାଦରେ ବିଜେପି ରାଲି କରିଥିଲା । ନବୀନ ନିବାସ ଘେରାଉ ପାଇଁ ରାଜମହଲରୁ ବିଜେପିର ରାଲି ବାହାରି ଥିଲା। ଶିଶୁ ଭବନ ଛକରେ ରାଲି ପହଞ୍ଚିବା ପରେ ବିଜେପି କର୍ମୀଙ୍କୁ ପୋଲିସ୍‌ ଅଟକାଇ ଥିଲା। ଏହି ସମୟରେ ପୋଲିସ୍‌ ସହ ବିଜେପି କର୍ମୀଙ୍କ ଧସ୍ତାଧସ୍ତି ହୋଇଥିଲା। ପୋଲିସ୍‌ମାନେ ମହିଳାମାନଙ୍କୁ ଟଣାଓଟରା କରି ହଇରାଣ କରୁଥିବା ବିଜେପି ପକ୍ଷରୁ ଅଭିଯୋଗ କରାଯାଇଥିଲା ।

Advertisment
Mamita Meher Case
Advertisment
Advertisment